ବୁଧବାରଠୁ ଅଧା ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବ ।

ବୁଧବାରଠୁ ଅଧା ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବ । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ଜୋର୍‌ରେ ପବନ ବହିବ। ୩ ଓ ୪ ତାରିଖରେ କାଳବୈଶାଖୀର ପ୍ରଭାବ ବଢ଼ିବ । ଏହି ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ଦେଓଗଡ ,ବରଗଡ଼ ସମ୍ବଲପୁର,ସୋନପୁର, ବଲାଙ୍ଗୀର , ଅନୁଗୁଳ ସୁବର୍ଣ୍ଣପୁର,ନବରଙ୍ଗପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଓ କୋରାପୁଟ ଏହି ୧୫ ଜିଲ୍ଲାକୁ ୟେଲୋ […]

ଆଜିଠୁ ଶିଶୁ ବାଟିକାରେ ଆରମ୍ଭ ହେବ ପାଠପଢ଼ା ।

ଆଜି ଖଡ଼ିଛୁଆଁ ଦିବସ। ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବରଙ୍ଗପୁରରେ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ସାମିଲ ହେବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡିଆ ପକ୍ଷ ପାଇଁ ଏଥର ୧୪ ଦିନରେ ୧୪ କାର୍ଯ୍ୟକ୍ରମ ରଖିଛନ୍ତି ସରକାର। ପାରମ୍ପରିକ ରୀତିନୀତିରେ ପିଲାଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ ହେବ। ପିଲାମାନେ ଖଡିଛୁଇଁ ପାଠପଢା ଆରମ୍ଭ କରିବେ । ଅନ୍ୟପଟେ ଆଜି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ଲାଗୁ ହେବ ଜାତୀୟ […]

ପଶ୍ଚିମ ଓଡ଼ିଶାବାସୀଙ୍କ କଥା ଶୁଣିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏପ୍ରିଲ ୨୧ରେ ସମ୍ବଲପୁରରେ ହେବ ଅଭିଯୋଗ ଶୁଣାଣି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।ସମ୍ବଲପୁର ମହାନଗର ନିଗମ ନୂତନ କୋଠାରେ ଜନଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ଜଣ ମନ୍ତ୍ରୀ, ୧୦ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବ ଜନଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିବେ । ୧୦ଟି ଜିଲ୍ଲାର ଜନସାଧାରଣ ଜଣାଇବେ ଅଭିଯୋଗ । ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର […]

ମାଛ ଧରିବା ବେଳେ ଭାସିଗଲେ ୩ ଜଣ ଯୁବକ ।

କେନ୍ଦ୍ରାପଡ଼ା ଜିଲା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ମହାନଦୀ ମୁହାଣରେ ମଙ୍ଗଳବାର ୪ ମତ୍ସ୍ୟଜୀବୀ ଭାସିଯାଇଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଖବର ଲେଖା ହେବା ସୁଦ୍ଧା ଜଣେ ନିଖୋଜ ଥିବା ଜଣାପଡ଼ିଛି। ଗୋଟିଏ ଡଙ୍ଗାରୀ ମହାନଦୀ ମଧ୍ୟକୁ ମାଛ ମାରିବାକୁ ଯାଇଥିବାବେଳେ ଅଘଟଣ ଘଟିଛି।

ଓଡ଼ିଶାର ବିକାଶକୁ କେହି ରୋକି ପାରିବେ ନାହିଁ:ବିରୋଧୀ ଦଳ ନେତା ନବୀନ

ଓଡ଼ିଶା ଆଜି ଏକ ମଜଭୁତ ଭିତ୍ତିଭୂମି ଉପରେ ଆଗକୁ ବଢିଛି। ଓଡ଼ିଶାର ବିକାଶକୁ କେହି ରୋକିପାରିବେ ନାହିଁ। କିଛି ବର୍ଷ ପରେ ଆମେ ସ୍ବତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା। ବିଜୁ ବାବୁଙ୍କ ସ୍ବପ୍ନ ଥିଲା ଓଡ଼ିଶାକୁ ଏସିଆର ଏକ ନମ୍ବର ରାଜ୍ୟ କରିବା। ସମସ୍ତଙ୍କ ସହଯୋଗ ରହିଲେ ଏହି ଲକ୍ଷ୍ୟ ନିଶ୍ଚୟ ପୂର୍ଣ୍ଣ ହେବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଛନ୍ତି, ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା […]

ଆସନ୍ତାକାଲିଠାରୁ +୨ ଖାତାଦେଖା ଆରମ୍ଭ ହେବ।

ଆସନ୍ତାକାଲି ଅର୍ଥାତ୍‌ ବୁଧବାରଠାରୁ +୨ ଖାତାଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୨ ଠାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ମେ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ। ଏକ ସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା […]

ଉତ୍କଳ ଦିବସ ଅବସରରେ ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ଉତ୍କଳ ଦିବସ ପାଳନ ଅବସରରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ ପରିସରରେ ଥିବା ମଧୁସୂଦନ ଦାସ, ଗୋପବନ୍ଧୁ ଦାସ,ଓ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ରେ ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ତରଫରୁ ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ ଓ ସଭାପତି ଵସରିନ ବିବିଙ୍କ ଦ୍ଵାରା ପୁଷ୍ପ ମାଲ୍ୟ ଅର୍ପଣ କରାଗଲା। ପରେ  ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ  ଉତ୍କଳ ସଙ୍ଗୀତ ଅତି ସୁନ୍ଦର ଭାବରେ ଗାନ କରିଥିଲେ। ଉତ୍କ କାର୍ଯ୍ୟରେ ଶରତ କୁମାର ଆଚାର୍ଯ୍ୟ […]

୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା

ଆଗାମୀ ଦୁଇ ସପ୍ତାହ ଭିତରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେଲେ ଓଡ଼ିଶାର ୩ କୋଟି ୫୨ ଲକ୍ଷ ଲୋକ ଉପକୃତ ହେବେ।ରାଜ୍ୟ ଭିତରେ ଓ ବାହାରେ ମିଳିତ ଭାବେ ଚିକିତ୍ସା ସୁବିଧା ମିଳିପାରିବ।ସୂଚନାଯୋଗ୍ୟ, ଏହା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ଅବସରରେ […]

ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼  ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିରଞ୍ଜନ ଷଡ଼ଙ୍ଗୀଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି। ଏଥିରେ ମୁଖ୍ୟ ଅତିଥି ରୁପେ ନୟାଗଡ଼ ଜିଲା ସାମ୍ବାଦିକ ସଙ୍ଘର ସଭାପତି ପ୍ରମୋଦ  ପଟ୍ଟନାୟକ ଯୋଗ ଦେଇ ଅବସର ନେଇଥିବା ପ୍ରଧାନଶିକ୍ଷକଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ପ୍ରଦୀପ କୁମାର ପଣ୍ଡା , ବିପିନ ବିହାରୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷା ଶର୍ମିଷ୍ଠା ସାମନ୍ତରାୟ ଓ ଉପ ସଭାପତି ଜିତୁନ ମହାପାତ୍ର, […]

ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଦିବସ ପାଳନ

ନୟାଗଡ଼,(ଓଡ଼ିଶା ଦର୍ପଣ):ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଅକ୍ସଫୋର୍ଡ  ଟ୍ୟୁଟୋରିଆଲ୍ ସଭାଗୃହରେ ଉତ୍କଳ ଦିବସ ୨୦୨୫ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ଯୁବ କଣ୍ଠଶିଳ୍ପୀ ଅମ୍ରିତା ରଥ,ସ୍ନେହା ପ୍ରିୟଦର୍ଶିନୀ, ଇପ୍ସିତା ପ୍ରିୟଦର୍ଶିନୀ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ। ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ଅଧ୍ଯକ୍ଷା ବସିରନ୍ ବିବିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ର ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଇତିହାସ ଏବଂ […]

ରାୟଗଡା ଠାରେ ଜିଲ୍ଳାସ୍ତରୀୟ ୯୦ତମ ଓଡିଶା ଦିବସ ପାଳିତ

ରାୟଗଡା/୧/୪/୨୫: ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୯୦ତମ ଓଡିଶା ଦିବସ-୨୦୨୫ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା। ସକାଳ ୭ଟା ସମୟରେ ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ ଚନ୍ଦ୍ର ଜେନା, ପୌର ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟ୍ଟନାୟକ, ଉପନିର୍ଦ୍ଦେଶକ ତଥା […]

ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ

ସ୍କୁଲ ପିଲାଙ୍କ ମାନସିକ ଏବଂ ବୌଦ୍ଧିକ ଚିନ୍ତାର ବିକାଶ ପାଇଁ ପୋଷଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଜିଠୁ ସ୍କୁଲରେ ପିଲାଙ୍କୁ ପୋଷଣ ଯୁକ୍ତ ଲଡୁ ଦିଆଯିବ । ଏଥିସହିତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଓଡ଼ିଶା ଦିବସରେ ଏହାର ଶୁଭାରମ୍ଭ ନେଇ ଘୋଷଣା କରାଯାଇଛି ।ସପ୍ତାହକୁ ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା ପିଲାଙ୍କୁ ଦିଆଯିବ ।ଏହି ଯୋଜନାରେ ରାଜ୍ୟର ୧୦ […]