କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀକ୍ଷେତ୍ରକୁ ଗଡିବ ୩ ସ୍ପେଶାଲ ଟ୍ରେନ

ବୁଧବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହେବ। ଏହି ଅବସରରେ ମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବ। ଭକ୍ତମାନେ କିଭଳି ଶୃଙ୍ଖଳିତ ଢଙ୍ଗରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେଥିପାଇଁ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନଙ୍କ ସୁବିଧା ପାଇଁ ବ୍ୟାରିକେଡ଼ ନିକଟରେ ପାନୀୟ ଜଳ ସହ ଫାଷ୍ଟ ଏଡ୍ ସେଣ୍ଟର , ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। କେବଳ ସିଂହଦ୍ଵାର […]

ମାନବ ଶରୀର ଉପରେ ‘ଅରୁଗୁଣ ଉଦ୍ଭିଦ’ର ବିଷାକ୍ତ ପ୍ରଭାବ

ଅରୁଗୁଣ ଫଳ ଖାଉଥିଲେ ସାବଧାନ ! ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ମିଳୁଥିବା ‘ପ୍ରାଚୀନ ସାଇକାଡ’ତଥା ସ୍ଥାନୀୟ ଭାଷାରେ ଜଣାଶୁଣା ଅରୁଗୁଣ ଉଦ୍ଭିଦରୁ ଚିହ୍ନଟ ହୋଇଛି ସମ୍ଭାବ୍ୟ ନ୍ୟୁରୋଟକ୍ସିନ୍ । ଯାହାକୁ ଖାଇଲେ ଶରୀର ଉପରେ ଗଭୀର ପ୍ରଭାବ ପଡ଼ିଥାଏ ବୋଲି କହିଛନ୍ତି ବିଶେଷଜ୍ଞ । କିଛି ଲୋକ ଏହି ଗଛର ଫଳକୁ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି। ପିଠା ତିଆରି କରି ଖାଇବା ସହ ପୂଜାପର୍ବ ଓ ରୀତିନୀତିରେ ବ୍ୟବହାର କରୁଛନ୍ତି। ତେବେ ଗବେଷଣା କରୁଥିବା ବିଶେଷଜ୍ଞମାନେ […]

୭ରେ ଛାତ୍ରୀଛାତ୍ର ଗାଇବେ ‘ବନ୍ଦେ ମାତରମ’

ନଭେମ୍ବର ୭ରେ ପାଳନ ହେବ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି।ଏହି ଅବସରରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ର ରାଷ୍ଟ୍ରୀୟ ସଙ୍ଗୀତ ’ବନ୍ଦେ ମାତରମ’ ଗାନ କରିବେ। ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଛି।ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଏକ ଜନଆନ୍ଦୋଳନର ବିଷୟ ପାଲଟିଥିବା ଏହି ଗୀତକୁ ପ୍ରଥମେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ୧୮୯୬ ମସିହାରେ କଲିକତାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ସାର୍ବଜନୀନ ଭାବରେ ଗାଇଥିଲେ ଏବଂ […]

ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ

ନୂଆପଡାରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହେଲକପ୍ଟର ଯାଞ୍ଚ କରାଯାଇଛି । ସୋମବାର ନବୀନ ନୂଆପଡାରେ ପ୍ରଚାର ପାଇଁ ଯାଇଥିବା ବେଳେ ସେହି ସମୟରେ ତାଙ୍କ ବିମାନର ଯାଞ୍ଚ କରାଯାଇଥିଲା । ଏନେଇ ନୂଆପଡା ଜିଲ୍ଲାପାଳ ଏକ୍ସରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଉପନିର୍ବାଚନ ଚାଲିଥିବାରୁ ଯାଞ୍ଚ କରାଯାଇଛି । ଆଦର୍ଶ ଆଚରଣ ବିଧି ଅନୁଯାୟୀ ଯାଞ୍ଚହୋଇଛି । ଫ୍ଲାଇ ସ୍କ୍ୱାର୍ଡ ଟିମର ୪ଜଣ ଓ ଭିଡ଼ିଓ ସର୍ଭେଲାନ୍ସ ଟିମ୍‌ […]

ରାଜଧାନୀରେ ଚାଞ୍ଚଲ୍ୟ: ବସଷ୍ଟାଣ୍ଡରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ବସଷ୍ଟାଣ୍ଡରେ ଶୋଇଥିବା ବେଳେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି ।ଅଭିଯୋଗ ପାଇ ଭରତପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର(୩୯) । ପବିତ୍ର ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ମହିଳା ଗତକାଲି ସନ୍ଧ୍ୟାରେ […]

 ନଭେମ୍ବର ୫ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେଖିବାକୁ ମିଳିବ ଏ ବର୍ଷର ସୁପରମୁନ୍

ନଭେମ୍ବର ୫ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେଖିବାକୁ ମିଳିବ ଏ ବର୍ଷର ସୁପରମୁନ୍ । ରାତ୍ରି ଆକାଶରେ ଏହା ଅତ୍ୟନ୍ତ ଉଜ୍ଜ୍ବଳ ଦେଖାଯିବ । ଯେତେବେଳେ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚେ ତାହାକୁ ପେରିଜି କୁହାଯାଏ । ଏହି ମୁହୂର୍ତ୍ତ ଯଦି ଏକ ପୂର୍ଣ୍ଣିମା ସହିତ ମେଳ ଖାଏ, ତେବେ ଏହାକୁ ସୁପରମୁନ୍ କୁହାଯାଏ । ପେରିଜି ଶବ୍ଦ ଗ୍ରୀକ୍ ମୂଳ ପେରି ଓ ଜିଓରୁ ଆସିଛି। ପେରି ଅର୍ଥ ନିକଟ ଓ ଜିଓ ଅର୍ଥ […]

ସୁଦାନରେ ଓଡ଼ିଆ ଯୁବକ ପଣବନ୍ଦୀ; ଉଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ

ସୁଦାନରେ ଓଡ଼ିଶାର ଜଣେ ଯୁବକ ଅପହୃତ ହୋଇଛନ୍ତି। ଜଗତସିଂହପୁର ଜିଲା କୋଟକଣା ଗାଁର ଆଦର୍ଶ ବେହେରା (୩୬) ବିଦ୍ରୋହୀ ଗୋଷ୍ଠୀ ର୍ୟାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ଦ୍ୱାରା ଅପହୃତ ହୋଇଛନ୍ତି ବୋଲି ଅଭିଯୋଗ।ମିଳିଥିବା ଭିଡିଓ ଫୁଟେଜ ଅନୁଯାୟୀ, ଯୁବକଙ୍କୁ ଦୁଇ ଜଣ ବିଦ୍ରୋହୀ ଯବାନ ବନ୍ଧୁକ ମୁନରେ ଘେରିଥିବାବେଳେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ତାଙ୍କୁ ତୁରନ୍ତ ବିଦ୍ରୋହୀଙ୍କ କବଳରୁ ମୁକୁଳାଇବାକୁ ଯୁବକ ଜଣକ ଯୋଡହସ୍ତରେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଥିବା ଭିଡିଓରୁ ଜଣାପଡିଛି।ଆଦର୍ଶ ୨୦୨୨ ଠାରୁ ସୁଦାନର […]

ବାବା ଧବଳେଶ୍ଵରଙ୍କ ନିକଟରେ ଲାଗି ହେଲା ତାଙ୍କର ପ୍ରିୟ ଭୋଗ ଗଜ ଭୋଗ ଓ ତରଣ

ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ହରିହର ଭେଟ କରିବା ପରେ ତ୍ରୟୋଦଶୀ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଥିଲା ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ।ପୀଠରେ ଉଜାଗର ରହିଥିବା ହଜାର ହଜାର ଶ୍ରଦ୍ଧାଳୁ ବଡ଼ଓଷା ପାଳନ କରିବା ସହିତ ଗଜଭୋଗ ଓ ତରଣ ପାଇ ବଡ଼ଓଷା ବ୍ରତ ସମାପନ କରିଥିଲେ । ହଜାର […]

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l

ରାୟଗଡ ତା: ୦୩.୧୧.୨୦୨୫- ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ,ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପ ଜିଲ୍ଲାପାଳ, ରାୟଗଡ,ଶ୍ରୀ ରମେଶ କୁମାର ଜେନା,ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର […]

ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ଓଡ଼ିଶାକୁ କେନ୍ଦ୍ରରୁ ମିଳିଲା  ୪୪୪ କୋଟି ଟଙ୍କା ଅନୁଦାନ

କେନ୍ଦ୍ର ସରକାର ଓଡ଼ିଶାର ଗ୍ରାମାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ (Rural Local Bodies) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୪୦୦ କୋଟି ଟଙ୍କାରୁ ଅଧିକ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଜାରି କରିଛନ୍ତି। ଏହି ଅର୍ଥ ରାଜ୍ୟର ଜିଲା ପରିଷଦ, ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତଗୁଡ଼ିକ ପାଇଁ ଉଦ୍ଦିଷ୍ଟ।ଭାରତ ସରକାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ (ପାନୀୟ ଜଳ ଏବଂ ପରିମଳ ବିଭାଗ) ମାଧ୍ୟମରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥା […]

ପ୍ରଥମେ ଦୁଷ୍କର୍ମ, ପରେ ଜୀବନ ନେବାକୁ ଉଦ୍ୟମ

ଭଦ୍ରକ ଜିଲା ଆଗରପଡ଼ା ଥାନା ଅଞ୍ଚଳରେ ଶନିବାର ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ଉଦ୍ୟମ କରାଯାଇଛି। ନାବାଳିକାଙ୍କ ବିରୋଧ ଯୋଗୁ ଅଭିଯୁକ୍ତ ତାଙ୍କୁ ଅସଦାରଣ କରିବାରେ ବିଫଳ ହେବାରୁ ସେ ପୀଡ଼ିତାଙ୍କୁ ପଛରରେ ଛେଚି ହତ୍ୟା ଉଦ୍ୟମ କରିଛି। ଗୁରୁତର ନାବାଳିକାଙ୍କୁ ପୋଲିସ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଗାଁ ନିକଟ କେନାଲକୁ ନାବାଳିକା ଜଣଙ୍କ ଏକାକୀ ଶୌଚ ପାଇଁ ଯାଇଥିଲେ । […]

ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ

ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ ହୋଇଛି । ଗିରଫ ହେବା ପରେ ସାର୍ପ ସୁଟର୍ କୁରୁପତିକୁ ଅଜ୍ଞାତ ସ୍ଥାନରେ ମାରାଥନ୍ ଜେରା କରାଯାଇଛି । ଖବର ଅନୁଯାୟୀ, ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁନୀଲ ହୋତା। ଅଭିଯୁକ୍ତମାନଙ୍କୁ ଜୟପୁରର ଏକ ଫାର୍ମ ହାଉସରେ ରଖିବା ଅଭିଯୋଗରେ ତାଙ୍କୁ ଗିରଫ […]