ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା । ହତ୍ୟା ଅଭିଯୋଗ ଆଣିଲେ ବାପା। ମୃତ ଯୁବତୀଙ୍କ ଘର ରାୟଗଡ଼ା ଜିଲ୍ଲାରେ । ପ୍ରାୟ ଦେଢ଼ ବର୍ଷ ହେବ ସେ ଭୁବନେଶ୍ୱର ଡମଣା ଅଞ୍ଚଳରେ ଭଡା ଘରେ ରହି ସତ୍ୟଭାମା କଲେଜରେ ପାଠ ପଢୁଥିଲେ । ହେଲେ ଏବେ ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଝିଅଙ୍କ ମୃତ୍ୟୁର ଖବର ପାଇ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପରିବାର ପକ୍ଷରୁକୁହ ଯାଇଛି ଯେ ତାଙ୍କ ଝିଅକୁ ବ୍ଲାକ […]
ବିହାରର ଗୟାରୁ ଏକ ଅଜବ ଏବଂ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଜିଭ କାଟି ଗିଳି ଦେଇଛନ୍ତି। ସ୍ବାମୀ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ, ସେ ସମସ୍ତ ରକ୍ତ ମଧ୍ୟ ପିଇଦେଲେ। ତା’ପରେ ସେ ଦୌଡ଼ି ପଳାଇଗଲେ ।ସ୍ୱାମୀଙ୍କୁ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ, ସ୍ୱାମୀ ପୋଲିସକୁ ଯାହା କହିଲେ ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଥିଲା ।ପୀଡିତାଙ୍କ ନାମ ମୁକେଶ ଦାସ। ତାଙ୍କ ବୟସ ୩୬ ବର୍ଷ। […]
କଳାହାଣ୍ଡି ଜିଲା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ଚକ୍ମାଙ୍କୁ ଗୁରୁବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ IAS ଚକ୍ମାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ IAS ଚକ୍ମାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ, ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଆଇଏଏସ ଧୀମାନ ଚକ୍ମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ଧରା ପଡ଼ିଥିଲେ। ତାଙ୍କ ସରକାରୀ ଘର ତନଖିବେଳେ ଭିଜିଲାନ୍ସ ଟିମ୍ ୪୭ ଲକ୍ଷ ଟଙ୍କା […]
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ବୋର୍ଡ ଆନୁଷ୍ଠାନିକ ଭାବରେ ସ୍ପେଶାଲ OJEE 2025 ର ଫଳାଫଳ ଘୋଷଣା କରିଛି। ଯାହା ସମଗ୍ର ଓଡ଼ିଶାରେ ବିଭିନ୍ନ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରବେଶ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିଛି । ସରକାରୀ ୱେବସାଇଟ୍ – ojee.nic.in ରେ ଏହାର ରେଜଲ୍ଟ ଉପଲବ୍ଧ ।
ବିଜେପି ସରକାର ଓଡ଼ିଶାକୁ ଆସିବା ପରେ ବୋଧେ କାହାର ନଜର ଲାଗିଯାଇଛି। ନାରୀ ସୁରକ୍ଷାରେ ଭାରତ ବର୍ଷରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଓଲଟା ହୋଇଛି ବୋଲି ବିଜେଡିର ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଯେଉଁଠି ନାରୀ ଅସୁରକ୍ଷିତ ସେଠି ଓଡିଶାକୁ କିପରି ବିଜେପି ସରକାର ପୂର୍ବ ଭାରତର ମୁଖଶାଳା କରିବେ । ମାଲାକନଗିରି ଘଟଣା ହୃଦୟ ବିଦାରକ । ୧୫ ବର୍ଷର ନାବାଳିକା ଦୁଇ ଦୁଇ […]
ଜବ୍ କାର୍ଡ ଜାଲିଆତିକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସାରା ଦେଶରେ ନକଲି ଜବ୍ କାର୍ଡ ହାତେଇବାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବିହାର ପ୍ରଥମ ସ୍ଥାନରେ ରହିଛି । ତୃତୀୟରେ ଆସାମ ଏବଂ ଚତୁର୍ଥରେ ଛତିଶଗଡ଼ ରହିଛି । ଓଡ଼ିଶାରେ 66 ଲକ୍ଷରୁ ଅଧିକ ଜବ୍ କାର୍ଡ ପାଇଛନ୍ତି । ସେଥିରୁ 43 ଲକ୍ଷ ଆକ୍ଟିଭ ଅଛନ୍ତି ।ସାଂସଦ ମାଳା ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କମଳେଶ […]
୫୦ ଯାତ୍ରୀଙ୍କ ସହିତ ଉଡ଼ାଣ କରୁଥିବା ଏକ ବିମାନ ମଝି ଆକାଶରୁ ନିଖୋଜ ହୋଇଯାଇଛି। ରୁଷର ଆମୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଏହା ମସ୍କୋରେ ଆତଙ୍କ ସୃଷ୍ଟି କରିଛି ।ରିପୋର୍ଟ ଅନୁଯାୟୀ, ବିମାନଟି ଇରକୁଟସ୍କ ସହରରୁ ଉଡ଼ାଣ ଭରିବାକୁ ଥିଲା ଏବଂ ୟାକୁଟସ୍କରେ ପହଞ୍ଚିବାର ଥିଲା । କିନ୍ତୁ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ, ଏହା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଅନେକ ଚେଷ୍ଟା ସତ୍ତ୍ୱେ, ବିମାନ […]
ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ । ଏବେ ମୋଟ ୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହୋଇଛି । ବାମ ପାଶ୍ୱର୍ର ୫ଟି ଓ ଡାହାଣ ପାଶ୍ୱର୍ର ୩ଟି ସ୍ଲୁଇସ ଗେଟ ଖୋଲା ରହିଛି ।ଅପରପକ୍ଷରେ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁ ଅଧିକ ପରିମାଣର ବନ୍ୟାଜଳ ଜଳଭଣ୍ଡାରର ପ୍ରବେଶ କରୁଛି। ଖଫଳରେ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି।ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ […]
ବାଇକରେ ତେଲ ସରିଗଲା । ଆଉ ବୋତଲରେ ପେଟ୍ରୋଲ ମିଳୁ ନଥିବାରୁ ଡାଲା ଅଟୋରେ ଗାଡିକୁ ବୋହିକି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଆଣିଲେ ଚାଳକ । କଟକ, ନରସିଂହପୁର ଅଞ୍ଚଳରୁ ଆସିଛି ଏଭଳି ଘଟଣା । ନରସିଂହପୁର ନୂଖାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କୌଣସି କାମରେ ଅନୁଗୁଳ ଯାଇଥିଲେ । ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୮ଟା ବେଳକୁ ନରସିଂହପୁର-ଅନୁଗୁଳ ଘାଟିରେ ତାଙ୍କ ବାଇକ୍ରୁ ତେଲ ସରିଗଲା । ନିକଟରେ ଥିବା କିଛି ପେଟ୍ରୋଲ ପମ୍ପ୍କୁ […]
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ଏହାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ତେବେ ଏହି ପଦ ପାଇଁ ବର୍ତ୍ତମାନ କେଉଁମାନେ ଦୌଡ଼ରେ ଅଛନ୍ତି, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । କୁହାଯାଉଛି ଯେ ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନାମ ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତ ତାଲିକାରେ କେନ୍ଦ୍ର ମନ୍ତ୍ରୀ ଏବଂ ଜେଡିୟୁ ନେତା ରାମନାଥ ଠାକୁରଙ୍କ ନାମ ଶୀର୍ଷରେ ଅଛି ।ତଥାପି, ଭାରତୀୟ ଜନତା ପାର୍ଟି ସହିତ ଜଡିତ […]
ସମ୍ବଲପୁରରେ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା ଏହି ଟ୍ରେନ୍ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସକାଳ ସାଢେ ୯ଟାରୁ ୧୦ଟା ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଲାଇନଚ୍ୟୁତ ବଗିକୁ ଛାଡି ସମ୍ବଲପୁର ଗଲା ଟ୍ରେନ୍ । ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ […]
ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ । ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି । ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରତି କଲା ଉଚ୍ଚଶିକ୍ଷା ବିଭାଗ । ବିଭାଗ ଗଷ୍ଟ କରିଛି ଯେ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ ଓ ନାର୍କୋଟିକ୍ ସେବନ ବଢ଼ିବାରେ ଲାଗିଛି । ବିଶେଷକରି ଭବିଷ୍ୟତ ପିଢ଼ି ଗଢ଼ା ହେଉଥିବା ଶିକ୍ଷାନୁଷ୍ଠାନକୁ ଯଦି ଆମେ ନିଶାମୁକ୍ତ କରିପାରିବା ତାହା ହେଲେ ଯୁବପିଢ଼ିଙ୍କ […]
