ସୁନା ଦାମ୍ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୨,୩୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୩ ,୮୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୦୨,୩୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୩ ହଜାର ୮୦୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍ ସୁନା […]
କଟକ ଜିଲ୍ଲାର ପ୍ରାୟ ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ମୁତାବକ ୪୮ ଘଣ୍ଟା ମଧ୍ୟରେ ସମସ୍ତ କଲେଜ ICC ରିପୋର୍ଟ ଦେବାକଥା । ତେବେ କିଛି କଲେଜ ଉକ୍ତ ନିର୍ଦ୍ଦେଶ ପାଳନ କରିଥିବା ବେଳେ ପାଖାପାଖି ୨୧୦ ଟି କଲେଜରୁ ନିର୍ଦ୍ଧିଷ୍ଟ ସମୟ ଭିତରେ ରିପୋର୍ଟ ଦେଇ ନାହାନ୍ତି ।ତେଣୁ ସେଠାକାର କର୍ମଚାରୀ ମାନଙ୍କ ଦରମା ବନ୍ଦ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ […]
ଚର୍ଚ୍ଚାରେ ପୁଣି ବାଲେଶ୍ୱର ଜିଲ୍ଲା । ଫକୀରମୋହନ ଛାତ୍ରୀ ମୃତ୍ୟୁ ଘଟଣା ସମସ୍ତଙ୍କ ମନରୁ ଲିଭିନଥିବା ବେଳେ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ୭ ବର୍ଷର ନାବାଳିକାକୁ ସମ୍ପର୍କୀୟ ଜେଜେବାପା ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତ ଜେଜେବାପା ଥାନାରେ ଅଟକ । ତେବେ ଗତ ରବିବାର ଦିନ ନାବାଳିକା ଜଣକ ପଡ଼ୋଶୀଙ୍କ ଘରକୁ ଯିବା ସମୟରେ ଅଭିଯୁକ୍ତ ଉଠାଇ ଆଣି ଦୁଷ୍କର୍ମ କରିଥିଲେ । ଖବର ଅନୁଯାୟୀ, ଗତ ରବିବାର ଦିନ […]
ଆସନ୍ତାକାଲି ଅର୍ଥାତ ୨୪ ତାରିଖ ଗୁରୁବାର ଦିନ ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ଚିତାଲାଗି ଅମାବାସ୍ୟା ନୀତି ଯୋଗୁଁ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ।ଚିତାଲାଗି ଅମାବାସ୍ୟା ଓଡ଼ିଶାର ଏକ ଗଣପର୍ବ। ଏହାଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ। ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଚିତାଲାଗି ହୋଇଥାଏ । ତେବେ ଏହି ସମୟ […]
ରାଜ୍ୟରେ ୫୬ଟି ନୂଆ କୋର୍ଟକୁ ମିଳିଲା ଅନୁମୋଦନ। ମାମଲାର ଶୁଣାଣି ପାଇଁ ସ୍ଥାପନ ହେବ ନୂଆ କୋର୍ଟ। ୨୩ ଜିଲ୍ଲାରେ ସ୍ଥାପନ ହେବ ଏହି ୫୬ଟି ନୂଆ କୋର୍ଟ। ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ କରାଯିବ। ଏହି ଜିଲ୍ଲାର ବଡ଼ସାହି, ବାଙ୍ଗିରିପୋଷୀ, ଶୁଳିଆପଦା, ଖୁଣ୍ଟା, ଗୋପବନ୍ଧୁ ନଗର, ରାଇରଙ୍ଗପୁର କପ୍ତିପଦା, ସୁକ୍ରୁଲି, ଜାମଦା, ବିଜାତୋଳା, ତିରିଙ୍ଗ ଓ କୁସୁମୀ ଠାରେ ନୂଆ କୋର୍ଟକୁ ଅନୁମୋଦନ ମିଳିଛି।ଏନେଇ ଅନୁମୋଦନ ମିଳିଛି।ଠିକ୍ ସେହିପରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ […]
ସିବିଏସଇ ସ୍କୁଲ ଭଳି ଓଡିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ଛାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାର। ରାଜ୍ୟର ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।ସୋମବାର ଦିନ, CBSE ବୋର୍ଡ ସମସ୍ତ CBSE ସ୍କୁଲକୁ ଏକ ଚିଠି ପଠାଯାଇଥିଲା। ଏଥିରେ ସ୍କୁଲର ପ୍ରବେଶ ଗେଟରୁ ଲବି, କରିଡର, ସିଡ଼ି, କ୍ଲାସରୁମ, ଲ୍ୟାବ ଏବଂ […]
ଥାନାର ଦ୍ୱାରସ୍ତ ହୋଇଛନ୍ତି ରାୟଗଡ଼ ଟ୍ରକ୍ ମାଲିକ ସଂଘ। ୪୦ବର୍ଷର ହିସାବ ଓ ଟଙ୍କା ଫେରାଓ ନଚେତ୍ ରାଜ ରାସ୍ତାକୁ ଅହ୍ଲାଇବୁ।ଟ୍ରକ୍ ମାଲିକ ସଂଘ ରାୟଗଡା ଆଜି ଥାନାର ଦ୍ୱାରସ୍ତ ହୋଇଛନ୍ତି। ପ୍ରାୟ ଦୁଇ ଶହ ଜଣ ଟ୍ରକ୍ ମାଲିକ ସମେତ ରାୟଗଡ଼ ଟ୍ରକ୍ ମାଲିକ ସଂଘ ସଭାପତି ୟାଲ୍ଲା ଭେଙ୍କଟସ୍ୱର ରାଓ କଣ୍ଡା ବାବୁ ଥାନାରେ ପହଞ୍ଚିଥିଲେ। ପୁର୍ବତନ ଟ୍ରକ ମାଲିକ ସଂଘ ସଭାପତି ଏନ ଭାସ୍କର ରାଓଙ୍କୁ ୪୦ ବର୍ଷର ହିସାବ ଏବଂ ସଙ୍ଘ […]
ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାକୁ ହାଇକୋର୍ଟଙ୍କ ଝଟକା ଲାଗିଛି । ଯୋଜନା କାର୍ଯ୍ୟକାରିତା ଉପରେ ଅଙ୍କୁଶ ଲଗାଇଲେ କୋର୍ଟ ।ଏହି ଯୋଜନାକୁ ଚାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ଜବାବ ଦାଖଲ ପାଇଁ ଇଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିକଶିତ ଗାଁ, […]
ଏକ ତରଫା ପ୍ରେମ ର କରୁଣ ପରିଣତି। ଯୁବକଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ସହି ନପାରି, ବିଷ ପିଇ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ମେଡିକାଲରେ ଡାକ୍ତର ଫେରାଇ ଦେବାପରେ ଘରେ ଏବେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ନର୍ସିଂ ଛାତ୍ରୀ । ସୂଚନା ଅନୁସାରେ ଏକତରଫା ପ୍ରେମ କରୁଥିବା ଜଣେ ଯୁବକ ଫଟୋ ଭାଇରାଲ କରିବାରୁ ଘରେ ଥିବା କୀଟନାଶକ ପିଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଯୁବତୀ । ତାଙ୍କ […]
ଖୁବଶୀଘ୍ର ମିଗ-୨୧ ଯୁଗର ଅନ୍ତ । ଭାରତୀୟ ବାୟୁସେନାରୁ ବିଦାୟ ନେବ ଲଢୁଆ ଯୁଦ୍ଧ ବିମାନ ମିଗ-21 । ଦୀର୍ଘ ୬୨ ବର୍ଷ ସେବା ଯୋଗାଇବା ପରେ ଆସନ୍ତା ୧୯ ସେପ୍ଟେମ୍ବର ୨୦୨୫ରେ ବାୟୁସେନାରୁ ସବୁଦିନ ପାଇଁ ସର୍ବପୁରାତନ ଯୁଦ୍ଧ ବିମାନ ମିଗ-୨୧କୁ ବିଦାୟ ଦିଆଯିବ । ମିଗ୍-୨୧କୁ ନେଇ ଗଠିତ ବାୟୁସେନାର ବାହିନୀ ନାମ ହେଉଛି ପାନ୍ଥର ସ୍କ୍ବାର୍ଡନ ବା ସ୍କ୍ବାର୍ଡନ ନମ୍ବର ୨୩। ଏହା ବାୟୁସେନାର ପ୍ରଥମ ସୁପରସୋନିକ୍ ଜେଟ୍ ଥିଲା। ୧୯୬୦ ଓ […]
ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ । BMC ଅଫିସ୍ ସମେତ ଭୁବନେଶ୍ବର ଘରେ ଚଢାଉ ଜାରି ।ଭିଜିଲାନ୍ସ ଟିମ୍ ଜଗନ୍ନାଥ ପଟ୍ଟନାୟକଙ୍କ ଭୁବନେଶ୍ୱର ବଡ଼ଗଡ଼ସ୍ଥିତ ଏକ ତିନି ମହଲା ଘର, ଖୋର୍ଦ୍ଧା ବାଲିଅନ୍ତାସ୍ଥିତ ଏକ ଫାର୍ମ ହାଉସ୍, ରାୟଗଡ଼ାର ଗୁଣୁପୁର ସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱରର ବିଏମସିରେ ଥିବା ତାଙ୍କ ଅଫିସ୍ ରୁମ୍ରେ ଚଢାଉ କରିଛି । ଭିଜିଲାନ୍ସର […]
ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଭିତରେ ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ ଓ ସଚିବ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ରଥଯାତ୍ରା ସମୟରେ ପୁରୀ ଜିଲ୍ଲାପାଳ ଭାବରେ ନିଯୁକ୍ତ ହୋଇଥିବା ଆଇଏଏସ ଚଞ୍ଚଲ ରାଣାଙ୍କୁ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର କମିଶନର ଭାବେ ନିଯୁକ୍ତ କରାଯାଇଛି। ଆଇଏ ଏସ ରୁପା ରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରିଛନ୍ତି ସରକାର | ୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏଥର ବଦଳି କରିଛନ୍ତି ମୋହନ ମାଝୀ […]
