ଓଡିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ସୁନ୍ଦରଗଡ଼ର କୁତ୍ରା ତହସିଲର ଅମିନଙ୍କୁ ୬୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି।ଜମି ପଟ୍ଟା କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ତେବେ ପଟ୍ଟା କରାଇ ଦେବାକୁ ଅମିନ ଜଣକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ଏତେ ଟଙ୍କା ଦେଇ ପାରିବେନି ବୋଲି ଅଭିଯୋଗକାରୀ କହିଥିଲେ । ପରେ ୬ ହଜାର ଟଙ୍କାରେ କଥା ଫାଇନାଲ ହୋଇଥିଲା । ବୁଧବାର ଲାଞ୍ଚ ନେବା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ପ୍ରେସରୁମ ଖୋଲିବା ଦାବି ନେଇ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତୀକ ଧାରଣା ଦିଆ ଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟା ସମୟରୁ ଆନ୍ଦୋଳନ ଚାଲୁ ରହିଥିବା ବେଳେ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ କୌଣସି ଅଧିକାରୀ ଓ ପଦାଧିକାରୀ ଆନ୍ଦୋଳନ ସ୍ଥଳକୁ ଆସିନଥିଲେ। ଅନ୍ୟପକ୍ଷେ ଜିଲାପାଳଙ୍କ କାର୍ଯ୍ୟଳୟକୁ ଜିଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ […]
ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଚି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଆଇନ ଅନୁସାରେ ବିଧାନସଭା ଭିତରକୁ ଯାଇ ନ ପାରେ, କିନ୍ତୁ ବିଧାନସଭା ଭିତରକୁ ଜଣେ ପୂର୍ବତନ ବିଧାୟକ ଯାଇପାରିବ। ବାଚସ୍ପତିଙ୍କ ଏଭଳି କୌଣସି ନିର୍ଦେଶ ନଥିବା ମଧ୍ୟ ପୁଲିସ୍ କହିଥିଲେ। ପୁଲିସ୍ ଲଗାଇ ମାଡ ମରାଗଲା ଏବଂ ଉଠାଇ ନିଆଗଲା। ଯାହା ଜଣାପଡୁଛି ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନାହିଁ। ଏକଛତ୍ରବାଦ ଶାସନ […]
ବୁର୍ଲା ଭିସୁଟ ପ୍ରଫେସର ନିଲମ୍ବିତ । ହ୍ୟୁମାନିଟିଜ୍ ବିଭାଗର ସହଯୋଗୀ ପ୍ରଫେସର ଡ. ଜୟପ୍ରକାଶ ପରମଗୁରୁଙ୍କୁ ନିଲମ୍ବନ କରିଛନ୍ତି କୁଳପତି । କ୍ଲାସ ନ କରି ନିଶାସକ୍ତ ଅବସ୍ଥାରେ କାର୍ଯ୍ୟାଳୟକୁ ଆସିବା, ନିଶାଶକ୍ତ ଅବସ୍ଥାରେ କ୍ଲାସ ରୁମରେ ଶୋଇବା ଅଭିଯୋଗରେ ନିଲମ୍ବିତ କରାଯାଇଥିବା ପତ୍ରରେ ଦର୍ଶାଯାଇଛି । ଏହି ନିଲମ୍ବନ ସମୟରେ ସେ ପାଠ ପଢାଇ ପାରିବେ ନାହି। ମୁଖ୍ୟ କାର୍ଯ୍ୟାଳୟକୁ ଆସି ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ବାୟୋମେଟ୍ରିକ୍ଟରେ ଦିନକୁ ଦୁଇଥର ଉପସ୍ଥାନ ପକାଇବାକୁ ନିର୍ଦେଶ […]
ଚାନ୍ଦିପୁରରେ ଆଜି କ୍ଷେପଣାସ୍ତ୍ର ପରୀକ୍ଷଣ। ଏଥିଲାଗି ସ୍ଥାନାନ୍ତର ହେବେ ୬ ଗାଁର ଲୋକେ। ୬ଟି ଗାଁର ପ୍ରାୟ ୩୨୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।ଆଶ୍ରୟସ୍ଥଳୀ ଗୁଡିକରେ ସ୍ଥାନାନ୍ତରିତ ଲୋକଙ୍କ ପାଇଁ ୧୦୦ରୁ ଉର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ […]
ବିଧାନସଭା ବାହାରେ ହଙ୍ଗାମା । ଗେଟ ପାଖରେ ହାଇଡ୍ରାମା କଲେ ବିରୋଧୀ । ପୋଲିସ ବ୍ୟାରିକେଡ ଭାଙ୍ଗିଦେଲେ କଂଗ୍ରେସ ଓ ବିଜେଡି ବିଧାୟକ। କେତେବେଳେ ବିରୋଧୀଙ୍କ ହୋହାଲ୍ଲାରେ ଗୃହ ମୁଲତବୀ ହେଉଛ ତ ଆଉ କେତେବେଳେ ବିଧାୟକଙ୍କୁ ସସ୍ପେଣ୍ଡ ନେଇ ଚାଲିଛି ଧାରଣା । ତେବେ କଂଗ୍ରେସର ଆଉ ୨ ଜଣ କଂଗ୍ରେସ ବିଧାୟକ ହେଲେ ସସପେଣ୍ଡ । ତାରା ବାହିନୀପତି ଓ ରମେଶ ଜେନାଙ୍କୁ ଆଜି ନିଲମ୍ବନ କରିଛନ୍ତି ବାଚସ୍ପତି। ଆଜି କଂଗ୍ରେସ ବିଧାୟକ ଓ […]
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ। ହାଇକୋର୍ଟ ପରିସରରେ ଶପଥ ପାଠ କରାଇଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି । ଏହି ଅବସରରେ ହାଇକୋର୍ଟରେ ବରିଷ୍ଠ ବିଚାରପତି, ମୁଖ୍ୟମନ୍ତ୍ରୀ ଏବଂ ଆଇନ୍ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଥିବା ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଗତ ଜାନୁଆରୀ ୧୯ ତାରିଖରେ ଅବସର ଗ୍ରହଣ ଏହି ପଦ ଖାଲିପଡିଥିଲା। ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର […]
ଶ୍ବେତପତ୍ରରେ ଅପରାଧର ଚିତ୍ର। ମୋଟ୍ ଆପରାଧିକ ମାମଲା ୨ ଲକ୍ଷ ଟପିଲା ଦିନକୁ ୮ରୁ ଅଧିକ ଦୁଷ୍କର୍ମ, ୩ ହତ୍ୟାକାଣ୍ଡ । ଚାର୍ଜସିଟ୍ ଦେବାରେ ପଛୁଆ ପୁଲିସ ବାବୁ । ୨୦୨୩ରେ ଏହି ସଂଖ୍ୟା ୧ ଲକ୍ଷ ୯୯ ହଜାର ଥିଲା ବେଳେ ୨୦୨୪ରେ ରୁଜୁ ହୋଇଥିବା ଧର୍ତ୍ତବ୍ୟ ଅପରାଧ ମାମଲା ସଂଖ୍ୟା ୨ ଲକ୍ଷ ୧୪ ହଜାର ୧୧୩ ହୋଇଛି । ଏହା ମଧ୍ୟରୁ ୧,୩୯,୦୦୧ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଗୃହ ବିଭାଗ […]
ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଲାଗିରହିଥିବା ବେଳେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ପାଇଥିଲା। ତେବେ ମଙ୍ଗଳବାରଠାରୁ ରାଜ୍ୟର ପାରଦ ଉପରମୁହାଁ ହୋଇଛି। ଆଗାମୀ ୭ ଦିନ ପାଗ ବିଶେଷ ଶୁଖିଲା ରହିବ। ଆଗାମୀ ୫ ଦିନ ତାପମାତ୍ରା ଧୀରେ ଧୀରେ ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ କମ ରହିଛି ଯାହାକି ଆଗାମୀ ୫ ଦିନ ମଧ୍ୟରେ ଧୀରେ ଧୀରେ […]
ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ ଘଟଣା ପ୍ରତିବାଦରେ କଂଗ୍ରେସର ଜୋରଦାର ବିକ୍ଷୋଭ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ବିଧାୟକ । ଗତକାଲି ରାତିରୁ ରାସ୍ତା ଉପରେ ଶୋଇ ଧାରଣା ଦେଇଛନ୍ତି ।ବିଧାନସଭାରେ ବିରୋଧ କରାଯାଉଥିବାବେଳେ ପୋଲିସ ଜୋର ଜବରଦସ୍ତି ବିଧାୟକଙ୍କୁ ବିଧାନସଭାରୁ ବାହାର କରିଦେଇଛନ୍ତି ବୋଲି କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି। ବିଧାନସଭାରୁ କଂଗ୍ରେସ ବିଧାୟକଙ୍କୁ ବାହାରକୁ ଅଣାଗଲା ଓ ବସ୍ ଯୋଗେ କଂଗ୍ରେସ ଭବନରେ ଛାଡିଲେ ବିଧାନସଭା […]
ନୂଆଗାଁ:(ପୁଷ୍ପଲତା ପ୍ରଧାନ):ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ରେ ଥିବା ଜାକେଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ।ବିଦ୍ୟାଳୟର ହଷ୍ଟେଲ , ଶ୍ରେଣୀଗୃହ ବୁଲି ଦେଖିବା ସହ ସମସ୍ତ ସୁବିଧା ଅସୁବିଧା,ଖାଦ୍ୟ ଆଦି ଉପରେ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପଚାରି ବୁଝିଥିଲେ।ତତ୍ ସହିତ ଛାତ୍ର ଛାତ୍ରୀ ମାନେ କିପରି ସମସ୍ତ କ୍ଷେତ୍ରରେ ଅଗ୍ରସର ହେବେ ସେ ନେଇ ଆଲୋଚନା କରିବା ସହ ସୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।ଜିଲ୍ଲାପାଳ […]
ଭିଜିଲାନ୍ସ ଜାଲରେ ପିଇଓ ଓ ତାଙ୍କ ସ୍ଵାମୀ। ସ୍ତ୍ରୀ କରିଛନ୍ତି ଚାକିରି, ସ୍ବାମୀ ନେଉଛନ୍ତି ଲାଞ୍ଚ। ସ୍ତ୍ରୀଙ୍କ ପାଇଁ ସ୍ବାମୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଯାଇଛନ୍ତି । ଏପରି ରୋଚକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ ଜ୍ଞାନ ପଞ୍ଚାୟତରେ।ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧୀନ ଜ୍ଞାନ ପଞ୍ଚାୟତର ପିଇଓ ନୁପୂର ସେଠ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ହିତାଧୀକାରୀଙ୍କୁ ଗୃହ କରାଇଦେବା ନାମରେ ୧୦,୦୦୦ […]
