ଆକ୍ସନରେ ବହ୍ମପୁର ପୋଲିସ। ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ହୁକା ବାର୍ ଉପରେ ହେଉଛି ଘନ ଘନ ଚଢ଼ାଉ। ଜବତ କରାଯାଉଛି ହୁକା ସାମଗ୍ରୀ। ବ୍ରହ୍ମପୁର ସହରରେ ଖୁଲମ ଖୁଲା ଚାଲିଥିବା ଅନେକ ହୁକା ବାର୍ ଉପରେ ଶୁକ୍ରବାର ଏଭଳି ଚଢ଼ାଉ କରିଛି ପୋଲିସ । ଘଟଣାରେ ୭ଟି ଅପରାଧିକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। ବ୍ରହ୍ମପୁର ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବେଆଇନ୍ ଭାବରେ ଚାଲିଥିଲା ହୁକ୍କା ବାର୍। ଏହି […]
ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଆଜି ଘଟିଯାଇଛି ଏକ ଅଘଟଣ । ଷ୍ଟିଲ ମେଲ୍ଟିଂ ସପ୍ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣରେ ୮ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ସ୍ଥାନୀୟ ଟାଟା ଷ୍ଟିଲ ମେଡିକା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ କାରଖାନା କର୍ତ୍ତୃପକ୍ଷ ଓ ପୋଲିସ ଦ୍ବାରା ଅନୁସନ୍ଧାନ ଜାରି ରଖିଛି । ତେବେ […]
ମୃଦୁ ପାନୀୟ ଭିତରେ ମଦ । କଥାଟି ନିଶ୍ଚିତ ଭାବରେ ଅଡୁଆ ଲାଗୁଥିବ । ହେଲେ ବାସ୍ତବରେ ସତ । ଥଣ୍ଡା ବୋତଲ ଭିତରେ ଦେଶୀ ମଦ ପୁରାଇ ଚାଲିଥିଲା କାରବାର । ଅଭିନବ ଉପାୟରେ ଦେଶୀ ମଦ ଚାଲାଣ କରୁଛନ୍ତି ବ୍ୟବସାୟୀ । ବରମୁଣ୍ଡାର ଘଟିକିଆର ଏକ ଦୋକାନରୁ ବିଭାଗ ଠାବ ହୋଇଛି ଥଣ୍ଡା ବୋତଲରେ ଥିବା ଦେଶୀ ମଦ । ଘଟଣାରେ ୨ ଜଣଙ୍କୁ ଗିରଫ ପରେ ଥଣ୍ଡା ମଦ ବୋତଲକୁ ଜବତ କରାଯାଇଛି […]
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ଭାରତର ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ଭାରତର ରାଷ୍ଟ୍ରପତି, ଭାରତର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ, କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ଦେଇଥିବା ନେଇ ସୂଚନା ଦେଇଛନ୍ତି […]
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ଶେଷ ହୋଇଛି । ଆଜି ବିଧାନସଭାକୁ ଆସିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି । ମୁଣ୍ଡିଆ ମାରି ଗୃହକୁ ପ୍ରବେଶ କରିଥିଲେ । ଗୃହକୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାରା “ବିଧାନସଭାରେ ଆଜି କେମିତି ପ୍ରତିବାଦ ହେବ ସେସବୁ ଆଗକୁ ଦେଖିବେ” ବୋଲି କହିଛନ୍ତି । କହିରଖୁଛୁ ଯେ, ଗତ ୧୧ ତାରିଖରେ ଅଧିବେଶନ ଚାଲିଥିବା ବେଳେ ଗୃହ ଭିତରେ ବିଶୃଙ୍ଖଳା କରିବା […]
ସ୍କୁଲ କାନ୍ଥ ଭାଙ୍ଗିଲେ ହାତୀପଲ । ହାତୀପଲ ଖାଇଗଲେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଅଣ୍ଡା ।କେନ୍ଦୁଝର ସଦର ବନଖଣ୍ଡ ଅଧିନ ଆମ୍ବଡହରା ବିଦ୍ୟାଳୟରେ ଗତକାଲି ରାତିରେ ୨୦ ଟିକିଆ ହାତୀପଲ୍ଲ ଏଭଳି କାଣ୍ଡ ଘଟାଇଛନ୍ତି । ଗତ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ହାତୀପଲ୍ଲ ଘୁରି ବୁଲୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଇଛନ୍ତି। ଅଣ୍ଡା ଚାଉଳ ଥିବା ସ୍କୁଲ ଘର କାନ୍ଥ ଓ ଗ୍ରୀଲ ଭାଙ୍ଗି ଚାଉଳ ଖାଇଯାଇଥିବା ବେଳେ ଅଣ୍ଡା ଗୁଡ଼ିକୁ ଦଳିଚକଟି […]
ଭାରତ ଏକ ସ୍ୱଦେଶୀ ଭାବରେ ବିକଶିତ ବ୍ରାଉଜର(ସର୍ଚ୍ଚ ଇଞ୍ଜିନ୍) ଯୋଜନା କରୁଛି ଯାହା ଡାଟା ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରିବ। ଏଥିପାଇଁ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଗୁରୁବାର ତାହାର ଫଳାଫଳ ଘୋଷଣା କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସେବାରୁ ଉତ୍ପାଦ ପର୍ଯ୍ୟନ୍ତ ଭାରତର ଧ୍ୟାନ ବିସ୍ତାର କରିବାରେ ଏହା ଏକ ବଡ଼ ପଦକ୍ଷେପ।ବର୍ତ୍ତମାନ ପ୍ଲେ ଷ୍ଟୋରରୁ 300 ରୁ ଅଧିକ ଏହିପରି ଆପ୍ ଡିଲିଟ କରାଯାଇଛି, ଯାହା […]
ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଇସ୍କନକୁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଅଦିନିଆ ରଥଯାତ୍ରାକୁ ନେଇ ବଢୁଥିବା ବିବାଦ ଭିତରେ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରା ନ କରିବାକୁ ଅନୁରୋଧ କରାଯାଇଛି । ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ଅଦିନିଆ […]
ଗ୍ରୀଷ୍ମ ପ୍ରବାହଜନିତ ସାମ୍ପ୍ରଦିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି। ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହେବ ବୋଲି ବୁଧବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ। ହେଲେ ଶୁକ୍ରବାରଠାରୁ ସକାଳୁଆ ସ୍କୁଲ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାରିଖ ଓ ସମୟରେ ପରିବର୍ତ୍ତନ କରାଯାଇଛି । ଖରାକୁ […]
ଏପ୍ରିଲ ୨ ବଦଳରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରାଯାଇଛି । ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ସ୍କୁଲ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି।ଏହାପୂର୍ବରୁ ଆସନ୍ତା ଏପ୍ରିଲ ୨ରୁ ବିଦ୍ୟାଳୟଗୁଡିକରେ ପାଠପଢ଼ା ସକାଳୁ ଆରମ୍ଭ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ। ଏହି ସମୟରେ ସ୍କୁଲରେ ସୁରକ୍ଷିତ ପାନୀୟ ଜଳ, […]
ରlୟଗଡ଼ :-ତା. ୨୦/୦୩-ଚଳିତ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାକୁ ମୁକାବିଲା କରିବା ନିମନ୍ତେ ରାୟଗଡ ଜିଲ୍ଲାରେ ପ୍ରସ୍ତୁତିକୁ ଆଜି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସମୀକ୍ଷା କରିଛନ୍ତି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକlରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣଦୀପ ସାହାଟେ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ ଜେନାଙ୍କ ଉପସ୍ଥିତ ରେ ସମୀକ୍ଷା କରିଥିଲେ l ବୈଠକରେ ମୁଖ୍ୟତଃ ଗ୍ରୀଷ୍ମ ଋତୁରେ […]
ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ । ମହାପ୍ରଭୁ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ବିଶ୍ଵରେ ଓଡ଼ିଶାର ଲୋକ ଯେଉଁଠି ରହୁଛନ୍ତି, ପଖାଳ ସେଇଠି ପହଞ୍ଚିଛି। ଓଡିଆମାନଙ୍କ ପାଇଁ ପଖାଳ ହେଉଛି ଜୀବନ ଧନ। ପଖାଳ ସହିତ ମା’ ର ସ୍ନେହ ଓ ଭାବ ଯୋଡି ହୋଇ ରହିଛି। ବିଭିନ୍ନ ରୋଗ ଓ ବାର୍ଦ୍ଧକ୍ୟ ଜନିତ ରୋଗର ଉପଶମ ପାଇଁ ପଖାଳ ହେଉଛି […]
