ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ । କଲେଜ କ୍ୟାମ୍ପସ ଭିତରକୁ ପେଟ୍ରୋଲ ଆଣିଥିଲା କିଏ। ଛାତ୍ରୀ ଜଣକ ନିଜେ ଆଣିଥିଲେ ନା ଆଉ କିଏ ଆଣି ତାଙ୍କୁ ଦେଇଥିଲା ।ପେଟ୍ରୋଲ ପମ୍ପରୁ ଜଣେ ଛାତ୍ରୀ ବୋତଲରେ ଗୋଟିଏ ଲିଟର ତେଲ ନେଇଥିଲେ। ସିସିଟିଭି ଫୁଟେଜକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଜାରି ରଖିଛି।ଚତୁର୍ଥ ପର୍ଯ୍ୟାୟରେ ଶୁକ୍ରବାର ଦୁଇଜଣିଆ ଟିମ୍ ପହଞ୍ଚି କଲେଜରେ ଭାରପ୍ରାପ୍ତ ଅଧ୍ୟକ୍ଷ ଓ ଆଇସିସି କମିଟି […]
ଉତ୍ତର ପ୍ରଦେଶର ବାଗପତରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଛାପ୍ରୌଲି ଥାନା ଅଞ୍ଚଳର ରାଥୋଣ୍ଡା ଗାଁରେ ଯୌତୁକ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ବୋହୁ ନାଁ ତାଙ୍କର ମନୀଷା । ଏହି ମହିଳା ବିଷ ପିଇ ନିଜ ଜୀବନ ଶେଷ କରିଥିବା ଜଣାପଡ଼ିଛି। ମନୀଷା ତାଙ୍କ ହାତ, ଗୋଡ଼ ଓ ପେଟରେ କଲମରେ ଏକ ସୁଇସାଇଡ ନୋଟ ଲେଖିଥିଲେ, ଯେଉଁଥିରେ ସେ ତାଙ୍କ ଶାଶୁଘର ଲୋକଙ୍କ ଦ୍ୱାରା ଯୌତୁକ ନିର୍ଯାତନାରେ ହେଉଥିବା ଅସହ୍ୟ ଯନ୍ତ୍ରଣା […]
ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ପଢ଼ା ହେବ ‘ବାଲୁକା କଳା’ ପାଠ୍ୟକ୍ରମ । ଏହି ପାଠ୍ୟକ୍ରମ ଅନ୍ଲାଇନ ମାଧ୍ୟମରେ ପଢ଼ାଯିବ । ଇଗ୍ନୋ ପକ୍ଷରୁ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଭାଗିତାରେ ୨ଟି କୋର୍ସକୁ ଲୋକାର୍ପିତ କରାଯାଇଛି । ‘ବାଳୁକା କଳାର ପରିଚୟ’ ଓ ‘ବାଳୁକା କଳାର ନୀତି ଓ ଶୈଳୀ’ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏହି ଦୁଇଟି କୋର୍ସ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର SWAYAM ପ୍ଲାଟଫର୍ମରେ ଉପଲବ୍ଧ ହେବ, ଯାହାର […]
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି ।ଯୌନ ଉତ୍ପୀଡ଼ନ ନିବାରଣ ସମ୍ପର୍କିତ UGC ଗାଇଡ୍ଲାଇନ ପାଳନ ପରାମର୍ଶ କରିବାକୁ କୁହାଯାଇଛି। ଏହାଛଡ଼ା ସଚେତନତା କର୍ମଶାଳା ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରି କର୍ମଶାଳାରେ ଛାତ୍ରଛାତ୍ରୀ, ଶିକ୍ଷକ […]
ବିଷମ କଟକ 18/7 ମଙ୍ଗଳ ବିଭାଗର ଆବାସିକ ବିଦ୍ୟାଳୟ ମାନଙ୍କରେ ଛାତ୍ରୀ ମାନେ ବାରମ୍ବାର ଦୁସ୍କର୍ମ ସାଙ୍ଗକୁ ଗର୍ଭବତୀ ହେବା ଭଳି ଚିତ୍ର ସାମ୍ନା କୁ ଆସୁଛି। ପୁଣି ବିଷମ କଟକ ରେ ଦେଖିବା ପାଇଁ ମିଳିଛି ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଭଳି ଏକ ଲଜ୍ୟା ଜନକ ଘଟଣା । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଡକୁମ୍ ସଦର ପଞ୍ଚାୟତ ଠାରେ ଅବସ୍ଥିତ ଅନୂସୁଚୀତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା […]
ଦୀର୍ଘଦିନରୁ ଅପରିବର୍ତ୍ତିତ ରହିଥିବା ପେଟ୍ରୋଲ୍ ଓ ଡିଜେଲ୍ ଦରରେ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ବହୁଦିନ ପର୍ଯ୍ୟନ୍ତ ୬୫ ଡଲାର ପାଖାପାଖି ସ୍ତରରେ ରହିବ, ତେବେ ଭାରତରେ ତେଲ ଦର କମ୍ ହୋଇପାରିବ ବୋଲି ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି । ଆସନ୍ତା ୨-୩ ମାସରେ ତେଲ ଶସ୍ତା ହେବାର ସମ୍ଭାବନା ରହିଛି ବୋଲି ସେ ଲୋକଙ୍କୁ ଆଶା ଦେଖାଇଛନ୍ତି […]
କେମିତି ଜେଲରେ କାଳ କାଟୁଛନ୍ତି ଏଫଏମ୍ କଲେଜ ପୂର୍ବତନ ଅଧ୍ୟାପକ ସମୀର ସାହୁ ଓ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ଛାତ୍ରୀ ଆତ୍ମାହୁତି ଘଟଣାରେ ପୋଲିସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ଏହି ଦୁଇ ଅଭିଯୁକ୍ତଙ୍କ ହାବଭାବକୁ ନେଇ ଏବେ ଢେର ଚର୍ଚ୍ଚା । ଜେଲର ୩ ନଂ ୱାର୍ଡରେ ସମୀର ସାର୍ ଆଉ ୧୫ ନମ୍ବର ୱାର୍ଡରେ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ ଦିନ ହିଁ ସମୀର […]
ହୀରାକୁଦ ଜଳ ଭଣ୍ଡାରରେ ଖୋଲିଲା ଆଉ ୨ଟି ଗେଟ୍ । ମୋଟ ୪ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାଷନ ହେଉଛି | ଅପରପକ୍ଷରେ ଅଧିକ ପରିମାଣର ବନ୍ୟାଜଳ ପ୍ରବେଶ ଯୋଗୁ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଉଛି । ସେଥିମଧ୍ୟରେ ବାମପାଶର୍ବର ୩ ଓ ଦକ୍ଷିଣ ପାର୍ଶ୍ୱର ୧ଟି ମିଶି ମୋଟ୍ ୪ଟି ସ୍ଲୁଇସ୍ ଗେଟ୍ରେ ମହାନଦୀକୁ ପ୍ରତି ସେକେଣ୍ଡରେ ହାରାହାରି ୫୯ ହଜାର ୬୦୮ ଘନଫୁଟ, ଶକ୍ତି ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲରେ ୩୪,୫୫୪ ଘନଫୁଟ, […]
କେନ୍ଦ୍ରାପଡାରେ ବନ୍ୟା ବିଭୀଷିକା ଭିତରେ ଦେଖାଦେଇଛି କୁମ୍ଭୀର ଭୟ । ଚଉଦ କୁଲାଟ ଅଞ୍ଚଞ୍ଚଳରେ ଅନେକ କୁମ୍ଭୀର ବୁଲୁଥିବା ନେଇ ଖବର ମିଳିଛି । ବ୍ରାହ୍ଣଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । କୁମ୍ଭୀର ପାଇଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାତିରେ ଘରୁ ବାହାରିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡିଛି ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗାଁ ଭିତରେ କୁମ୍ଭୀରଙ୍କୁ ଦେଖିବା ଏକ ସାଧାରଣ ଘଟଣା ହୋଇପଡ଼ିଛି, […]
ପୁଣି ଜଣେ ନବାଳିକା ଛାତ୍ରୀ ଗର୍ଭବତୀ। ରାୟଗଡ଼ ବିଷମକଟକ ଅଞ୍ଚଳରେ ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଜାଣିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷମ କଟକ ଥାନାରେ ଏତଲା ଦେଇଥିଲେ।ଆବାସିକ ବିଦ୍ୟାଳୟର ଏତଲାକୁ ଆଧାର କରି ବିଷମ କଟକ ପୋଲିସ ଏଘଟଣାରେ ସଂପୃକ୍ତ ଜଣେ ଯୁବକକୁ ବିଷମକଟକ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନା ଅନୁଯାୟୀ ଗତକାଲି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭ୍ରାମ୍ୟମାଣ […]
ଆସନ୍ତା ୨୧ ତାରିଖରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋପ କରିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି। ଏନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଛନ୍ତି ।ସମସ୍ତ କଲେଜ କର୍ତ୍ତୃପକ୍ଷ, ପୋଲିସ, ପ୍ରଶାସନ ଓ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରି ବିଚାର ବିଭାଗୀୟ ତଦନ୍ତ ଦ୍ୱାରା ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ଦଳ । ଅନ୍ୟପଟେ ଏହା ପଛରେ ବଡ଼ ଷଡଯନ୍ତ୍ର ରହିଛି ବୋଲି କହିଛନ୍ତି ବିଜେଡି […]
ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ଏବଂ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୁକ୍ରବାର ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଶନିବାର ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
