ନୋଟିସ ଜାରି କଲା AIIMS; ହସ୍ପିଟାଲ ପରିସରରେ ଅଯଥା ଗହଳି କରିବାକୁ ମନା

ନିମାପଡ଼ା ବଳଙ୍ଗାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ନାବାଳିକା ପୋଡ଼ିଯିବା ଘଟଣା । ପୀଡ଼ିତାଙ୍କ ଶରୀର 70% ଜଳିଯାଇଥିବା ଏମ୍‌ସର ସୂଚନା । ଗୁରୁତର ନାବାଳିକା ବର୍ଣ୍ଣ ୟୁନିଟ୍‌ରେ ଚିକିତ୍ସାଧୀନ ରହିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ସେପଟେ ଘଟଣାସ୍ଥଳରେ ପହଞ୍ଚି ଫରେନସିକ ଟିମ୍ ଓ ଡଗ ସ୍କ୍ବାଡ ଯାଞ୍ଚ କରିଛି । ପୁରୀ ଏସପି ପିନାକ ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।। ବର୍ଣ୍ଣ […]

ଅପରାଧୀମାନେ ସାହସୀ ହୋଇଛନ୍ତି। ଦଣ୍ଡର ଭୟ ନାହିଁ-ବିରୋଧୀ ଦଳ ନେତା

ବଳଙ୍ଗା ବାୟାବରରେ ନାବାଳିକାଙ୍କୁ ଜାଳିଦେବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଭଳି ଘଟଣା ଅତ୍ୟନ୍ତ ଉଦବେଗଜନକ ଓ ନିନ୍ଦନୀୟ । ଦିନ ଦିପହରରେ ହତ୍ୟା ଉଦ୍ୟମ ଘଟିଲା । FM କଲେଜ ଘଟଣାର କିଛି ଦିନ ପରେ ଏପରି ଘଟଣା ଘଟିଛି । ମାସେ ପୂର୍ବରୁ ଗୋପାଳପୁରରେ ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଏଭଳି ଘଟଣା ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଟିଚାଲିଛି । ମହିଳା ସୁରକ୍ଷା ନେଇ ବିରୋଧୀ ରାସ୍ତାକୁ […]

ନାବାଳିକା ପୋଡି ଘଟଣା, ଅଧା କିରୋସିନି, ଚୁଡି ଜବତ-ଏସ୍‌ପି

ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ଛାତିଥରା କଥା କହିଲେ ପ୍ରତ୍ୟକ୍ଷଦର୍ଶୀ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଝିଅଟି ଜଳନ୍ତା ଅବସ୍ଥାରେ ଦୌଡି ଦୌଡି ଯାଇ ଆମ ଘରେ ପହଞ୍ଚିଥିଲା । ପୀଡିତା ଜଣଙ୍କ ହାତ ଯୋଡି କହିଲା ମୋତେ ବଞ୍ଚାଇ ଦିଅ ଓ ତଣ୍ଟି ଶୁଖିଯାଉଛି ପାଣି ଟିକେ ଦିଅ । ପୂରା ଶରୀର ପୋଡ଼ି ଯାଇଛି, ନିଆଁ ଲିଭାଇ ଡ୍ରେସ୍‌ ପିନ୍ଧାଇଲି । ମୁହଁକୁ ରୁମାଲ ପକାଇ ୩ ଦୁର୍ବୃତ୍ତ ବାଇକ୍‌ରେ ନେଇ ଆସିଥିଲେ କହିଲା । […]

+୨ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ ଘଟଣା ।ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟିଲା କଂଗ୍ରେସ ଓ ବିଜେଡି ଟିମ୍

+୨ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ ଘଟଣା । ଏମ୍ସରେ ପହଞ୍ଚିଲେ କଂଗ୍ରେସ ଓ ବିଜେଡି। ଲେଖାଶ୍ରୀଙ୍କ ନେତୃତ୍ବରେ BJDର ୪ ଜଣିଆ ଟିମ୍‌ କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଏମ୍ସରେ ପହଞ୍ଚିଛନ୍ତି। ସୁର ରାଉତରାୟ ଓ ଜୟଦେବ ଜେନା ମଧ୍ଯ ଏମ୍‌ସରେ ଉପସ୍ଥିତ ଅଛନ୍ତି। ସୂଚନାମୁତାବକ ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆ ବରର ଜଣେ ଯୁକ୍ତ-୨ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ । ସାଇକେଲ ରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ […]

ପ୍ରମୋସନ ପାଇଁ ଧରାଧରି ଚଳିବ ନାହିଁ: ଦେଓ ରଞ୍ଜନ ସିଂ

ଅଫିସରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କଡା ଜବାବ । ପ୍ରମୋସନ ପାଇଁ ଧରାଧରି ଚଳିବ ନାହିଁ କହିଲେ ଦେଓ ରଞ୍ଜନ ସିଂ ।ଏଥର ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କ ସିସିଆର୍‍ ଲେଖା ଯିବ । ପ୍ରଦର୍ଶନକୁ ୧ରୁ ୫ଭିତରେ ରେଟିଂ କରାଯାଇଛି । ସେହି ଅନୁସାରେ ପ୍ରମୋସନ ମିଳିବ । ଏହାସହିତ ଏଆଇ ଜରିଆରେ ଅଫିସରଙ୍କ କାର୍ଯ୍ୟର ତର୍ଜମା କରାଯିବ । ଅଫିସରମାନ ଭାବୁଛନ୍ତି ଯେ ସେମାନେ ଭଲ କାମ କରୁଛନ୍ତି ହେଲେ […]

ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଜେଲ, ସମୟ ପୂର୍ବରୁ କାହିଁକି ଚାକିରି ଛାଡ଼ିଲେ ଏହି IRS ଅଧିକାରୀ ?

ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୧୬ ବର୍ଷ ସେବା କରିବା ପରେ ସେ ଇସ୍ତଫା ଦେଇଛନ୍ତି କପିଲ ରାଜ । କପିଲ ରାଜ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଜେଲ ପଠାଇଥିଲେ। ଭାରତୀୟ ରାଜସ୍ବ ସେବା (IRS)ର ୨୦୦୯ ବ୍ୟାଚ ଅଧିକାରୀ କପିଲ ରାଜ ପ୍ରାୟ ୧୬ ବର୍ଷ ସେବା ପରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ […]

ଗୁଗୁଲ୍ ଓ ମେଟାକୁ ଅନଲାଇନ୍ ବେଟିଂ ଆପ୍ ମାମଲାରେ ED ସମନ୍

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅନଲାଇନ ବେଟିଂ ଆପ୍ସର ପ୍ରଚାରରେ ଗୁଗଲ ଏବଂ ମେଟାକୁ ନୋଟିସ ଜାରି କରିଛି। ED ଅଭିଯୋଗ କରିଛି ଯେ, ଉଭୟ କମ୍ପାନୀ ଏହି ଆପ୍ସର ବିଜ୍ଞାପନକୁ ପ୍ରମୁଖ ଭାବରେ ଦେଖାଇଛନ୍ତି। ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ଜୁଲାଇ ୨୧ରେ ପଚରାଉଚରା ପାଇଁ ଡକାଯାଇଛି। ଏହି ତଦନ୍ତ ଅନଲାଇନ ବେଟିଂର ବର୍ଦ୍ଧିତ ପ୍ରଭାବକୁ ରୋକିବା ପାଇଁ ପ୍ରୟାସର ଏକ ଅଂଶ।ଇଡି ଗୁଗୁଲ୍ ଏବଂ ମେଟା ଉପରେ ବେଟିଂ ଆପ୍ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛି। ଏବେ […]

ଯୁକ୍ତ-୨ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ

ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ୩ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଗୁରୁତର ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପିପିଲିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।ବାଲେଶ୍ବର ଏଫ୍‌ଏମ୍‌ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ଏବେ ନିମାପଡ଼ାର ଏ ଘଟଣା […]

ଏବେ ୯ କ୍ୟାରେଟ୍ ସୁନା ପାଇଁ ବି ହଲମାର୍କିଂ ବାଧ୍ୟତାମୂଳକ

ଏଣିକି ୯ କ୍ୟାରେଟ୍ ସୁନା ଉପରେ ବାଧ୍ୟତାମୂଳକ ହଲମାର୍କିଂ ରହିବ। ଏହି ନୂଆ ନିର୍ଦ୍ଦେଶ ଜୁଲାଇ ମାସରୁ ଲାଗୁ ହୋଇଛି । ଏ ନେଇ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ୍ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ।ହଲମାର୍କିଂ ସୁନାର ଶୁଦ୍ଧତାର ଗ୍ୟାରେଣ୍ଟି ଦେଇଥାଏ। ନୂଆ ଘୋଷଣା ଅନୁଯାୟୀ, ୯ କ୍ୟାରେଟ୍ ଅଳଙ୍କାର ଉପରେ ମଧ୍ୟ ହଲମାର୍କ କରିବା ବାଧ୍ୟତାମୂଳକ ହେବ। ଏହା ପୂର୍ବରୁ ୨୪ କ୍ୟାରେଟ୍, ୨୩ କ୍ୟାରେଟ୍, ୨୨ କ୍ୟାରେଟ୍, ୨୦ କ୍ୟାରେଟ୍, ୧୮ କ୍ୟାରେଟ୍ […]

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଶ୍ରୀଜଗନ୍ନାଥଙ୍କ ‘ନବକଳେବର’

ଇତିହାସ ରଚିଲା ଓଡ଼ିଆ ଫିଲ୍ମ ନବକଳେବର । ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ପ୍ରଥମ ଓଡ଼ିଆ ଫିଲ୍ମ । ରାଷ୍ଟ୍ରପତି ଭବନର କର୍ମଚାରୀ, ଫିଲ୍ମର ପ୍ରଯୋଜନା ଟିମ୍, ନିର୍ଦ୍ଦେଶନା ଟିମ୍ ଓ କଳାକାରଙ୍କ ସହ ଫିଲ୍ମ ଦେଖିଲେ ମହାମହିମ । ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’କୁ ଅପୂର୍ବ ସଫଳତା ମିଳିଛି ।ତେବେ ଓଡିଆ ମାଟିର ଝିଅ ତଥା ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବଡ଼ ଠାକୁରଙ୍କ ଏହି ଫିଲ୍ମର […]

ଜଣାପଡ଼ିଲା FM ଛାତ୍ରୀଙ୍କୁ କିଏ ଆଣି ଦେଇଥିଲା ପେଟ୍ରୋଲ

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ । କଲେଜ କ୍ୟାମ୍ପସ ଭିତରକୁ ପେଟ୍ରୋଲ ଆଣିଥିଲା କିଏ। ଛାତ୍ରୀ ଜଣକ ନିଜେ ଆଣିଥିଲେ ନା ଆଉ କିଏ ଆଣି ତାଙ୍କୁ ଦେଇଥିଲା ।ପେଟ୍ରୋଲ ପମ୍ପରୁ ଜଣେ ଛାତ୍ରୀ ବୋତଲରେ ଗୋଟିଏ ଲିଟର ତେଲ ନେଇଥିଲେ। ସିସିଟିଭି ଫୁଟେଜକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ଜାରି ରଖିଛି।ଚତୁର୍ଥ ପର୍ଯ୍ୟାୟରେ ଶୁକ୍ରବାର ଦୁଇଜଣିଆ ଟିମ୍‌ ପହଞ୍ଚି କଲେଜରେ ଭାରପ୍ରାପ୍ତ ଅଧ୍ୟକ୍ଷ ଓ ଆଇସିସି କମିଟି […]

ମହିଳାଙ୍କ ଆତ୍ମହତ୍ୟା: ହାତ, ଗୋଡ଼, ପେଟରେ ଲେଖିଲେ ଦୁଃଖଦ ସୁଇସାଇଡ ନୋଟ

ଉତ୍ତର ପ୍ରଦେଶର ବାଗପତରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଛାପ୍ରୌଲି ଥାନା ଅଞ୍ଚଳର ରାଥୋଣ୍ଡା ଗାଁରେ ଯୌତୁକ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ବୋହୁ ନାଁ ତାଙ୍କର ମନୀଷା । ଏହି ମହିଳା ବିଷ ପିଇ ନିଜ ଜୀବନ ଶେଷ କରିଥିବା ଜଣାପଡ଼ିଛି। ମନୀଷା ତାଙ୍କ ହାତ, ଗୋଡ଼ ଓ ପେଟରେ କଲମରେ ଏକ ସୁଇସାଇଡ ନୋଟ ଲେଖିଥିଲେ, ଯେଉଁଥିରେ ସେ ତାଙ୍କ ଶାଶୁଘର ଲୋକଙ୍କ ଦ୍ୱାରା ଯୌତୁକ ନିର୍ଯାତନାରେ ହେଉଥିବା ଅସହ୍ୟ ଯନ୍ତ୍ରଣା […]