ରେକର୍ଡ ଭାଙ୍ଗିଲା ସୁନା ଦର

ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୯୦ ହଜାର ଛୁଇଁଛି ସୁନା ଦର । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୯୦ ହଜାର ୦୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୨ ହଜାର ୫୦୦ ଟଙ୍କାକୁ ପହଞ୍ଚିଛି ।ଅନ୍ୟପଟେ ରୁପା କିଲୋ ୧୧୦୦ ଟଙ୍କା ବଢ଼ି ୧ ଲକ୍ଷ ୧୩ ହଜାର ଟଙ୍କା ହୋଇଛି। ଗତକାଲି ଏହା ୧୧,୧୯୦ ଟଙ୍କା ଥିଲା । […]

ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ ।

ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ । ନବଙ୍କ ପରିବାର ଲୋକଙ୍କର ହେଲା ବୟାନ ରେକର୍ଡ । ନବ ଦାସ ହତ୍ୟା ମାମଲା । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଆରମ୍ଭ ହୋଇଛି ସାନି ତଦନ୍ତ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ସୂଚନା ଦେଇଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସଙ୍କ ହତ୍ୟାକାଣ୍ଡରେ ପୂର୍ବ ସରକାର […]

ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ

IAS ସ୍ତରରେ ଛୋଟ ଧରଣର ଅଦଳବଦଳ । ଆଜି ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। DTET (ବୈଶୟିକ ଶିକ୍ଷା ଓ ପ୍ରଶିକ୍ଷଣ)ର ନିର୍ଦ୍ଦେଶକ ଥିବା ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଏବଂ ଓଡ଼ିଶା ସିନେ ଉନ୍ନୟନ ନିଗମର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । କେ ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ସାଧାରଣ ବଣ୍ଟନ ନିଗମ MD […]

ଠିକା କମ୍ପାନୀ କାମରେ ବିଳମ୍ବ କଲେ fir

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ । ଏଣିକି ପାନୀୟଜଳ ପ୍ରକଳ୍ପ କାମରେ ଠିକା କମ୍ପାନି ବିଳମ୍ବ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସଙ୍ଗେ ସଙ୍ଗେ ହେବ ଏଫଆଇଆର । ପ୍ରକଳ୍ପ ଧିମା ଗତିରେ ଚାଲୁଥିବା କହି କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା । ତେବେ ମନ୍ତ୍ରୀ କହିଛନ୍ତି,ପୂର୍ବରୁ ପାଇପ୍‌ ଥିଲା, ପାଣି ନଥିଲା । ଏବେ ପ୍ରତିଘରେ ପାଣି ନହେଲେ କାମ ସମାପ୍ତ […]

ଏହି ଜିଲ୍ଲାରେ ଘଡ଼ଘଡ଼ି, ପ୍ରବଳ ପବନ ସହ ବର୍ଷା ସମ୍ଭାବନା ରହିଛି ।

ଖରାରେ ସିଝୁଛି ସମଗ୍ର ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେଉଛି ଅସମ୍ଭାଳ ତାତି। ଏହାରି ଭିତରେ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ବୁଧବାରଠାରୁ କମିଯିବ ତାତି। ବଢ଼ିବ କାଳବୈଶାଖୀ। ଆଣିବ ତାତିରୁ ଆଶ୍ୱସ୍ତି। ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିପାରେ। ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରକୋପ ହାଲୁକା କମିଛି। ଅନ୍ୟପଟେ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବା କହିଲା ଆଞ୍ଚଳିକ ପାଣିପାଗ ବିଭାଗ […]

ଭୁବନେଶ୍ୱରରୁ ତ୍ରିସୁଲିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ବିସ୍ତାର କରାଯିବ

ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ କରିବାକୁ ଯାଉଛି। ଓଡ଼ିଶା ସରକାର ଭୁବନେଶ୍ୱରରୁ ତ୍ରିସୁଲିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ଟ୍ରେନ୍ ସେବାକୁ କଟକ ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯୋଜନା କରୁଛନ୍ତି।ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଟେକ୍ନିକାଲ ଲୋକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । କେଉଁଠୁ […]

ପଞ୍ଚଭୂତରେ ବିଲୀନ ହେଲେ ଦେବେନ୍ଦ୍ର

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମଙ୍ଗଳବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ଧର୍ମେନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ସମ୍ପନ୍ନ ବେଳେ ରାମନାମ ସତ୍ୟ ହେ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ପରିବେଶ। ଶେଷକୃତ୍ୟ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂରୀ ଏମ୍‌ପି ସମ୍ବିତ୍‌ ପାତ୍ର, ଯୋଗଗୁରୁ ବାବା ରାମଦେବଙ୍କ ସହ […]

ବୁଧବାରଠୁ ମାଟ୍ରିକ୍‌ ଖାତା ଦେଖା

୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା। ରାଜ୍ୟର ୧୧ ହଜାର ୮ ଶହ ହାଇସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି। ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟିଭ୍‌ ଉତ୍ତର ଖାତା କଡ଼ା ସୁରକ୍ଷା ବ୍ୟବସ୍ଥାରେ ପହଞ୍ଚିଛି।ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଓ ତ୍ରୁଟିଶୂନ୍ୟ କରିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ସୋମବାର ୩୦ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ […]

ରାୟଗଡାର ପ୍ରସିଦ୍ଧ ଦେବୀ ମାଁ ମଝିଘରିଆଣୀଙ୍କ ଝାମୁ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ରାୟଗଡାର ପ୍ରସିଦ୍ଧ ଦେବୀ ମାଁ ମଝିଘରିଆଣୀଙ୍କ ଝାମୁ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

ରାୟଗଡ଼ ତା ୧୭/୦୩ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷରେ ହୁଏ ମାଁ ମଝିଘରିଆଣୀଙ୍କ ଝାମୁ ଯାତ୍ରା । ଏହି ଅବସରରେ ମାଁ ଙ୍କର ଦର୍ଶନ ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଚଳିତ ବର୍ଷ ରାୟଗଡ଼ର ପ୍ରସିଦ୍ଧ ଠାକୁରାଣୀ ମାଁ ମଝିଘରିଆଣିଙ୍କ ମନ୍ଦିରରେ ଆରମ୍ଭ ହେବା ଝାମୁ ଯାତ୍ରା। ଏଥିପାଇଁ ସଜବାଜ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ମନ୍ଦିର ପ୍ରାଙ୍ଗଣରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଚୈତ୍ର ମାସ କୃଷ୍ଣ ପକ୍ଷ ତୃତୀୟାରେ […]

୨ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ୍‌, ଆନ୍ଦୋଳନ ଡାକରା ଦେଲେ ବ୍ୟାଙ୍କ୍‌ କର୍ମଚାରୀ

୨୪ ଏବଂ ୨୫ ତାରିଖରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିବାରୁ ସାରା ଓଡ଼ିଶାରେ ବ୍ୟାଙ୍କ ସେବା ଦୁଇ ଦିନ ପାଇଁ ପ୍ରଭାବିତ ହେବାର ସମ୍ଭାବନା ଅଛି। ମୋଟ ୯ଟି ଦାବି ନେଇ ଏହି ଧର୍ମଘଟ କରିବ ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ । ବ୍ୟାଙ୍କିଂ କ୍ଷେତ୍ରରେ ୫ ଦିନର କାର୍ଯ୍ୟ ସପ୍ତାହ ପାଇଁ ଦାବି କରାଯାଇଛି । ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ […]

ଜଙ୍ଗଲ ନିଆଁ ଜଗୁଛି ଏଆଇ କ୍ୟାମେରା

ଜଙ୍ଗଲ ନିଆଁ ନିୟନ୍ତ୍ରଣ ନେଇ ପିସିସିଏଫ୍‌ ସୁରେଶ ପନ୍ତ୍‌ଙ୍କ ସୂଚନା । ଜଙ୍ଗଲ ନିଆଁ ଲିଭାଇବାରେ ୯୯.୯୯% ସଫଳ ହେଉଛି ବନ ବିଭାଗ । ଅଧିକ ନିଆଁ ଲାଗିଲେ ଗୃହ ବିଭାଗ ଜରିଆରେ ଓଡ୍ରାଫ୍‌ ସହାୟତା ନେବୁ ବୋଲି କହିଛନ୍ତି ପିସିସିଏଫ୍ । ଶିମିଳିପାଳରେ ୫ଟି ଓ ରାଉରକେଲା ବନ ବିଭାଗରେ ଲାଗିଛି ୪ଟି କ୍ୟାମେରା । ପିସିସିଏଫ୍‌ ସୁରେଶ ପନ୍ତ ଏହି ସୂଚନା ଦେଇଛନ୍ତି । ପିସିସିଏଫ କହିଛନ୍ତି,ଜଙ୍ଗଲ ନିଆଁ ରୋକିବା ପାଇଁ ଜିଲ୍ଲା ସ୍ତରରେ […]

ହଂସିତା-ଅନିଲଙ୍କୁ ମିଳିଲା ଜାମିନ

ହାଇପ୍ରୋଫାଇଲ ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ। ହାଇକୋର୍ଟରୁ ହଂସିତା-ଅନିଲଙ୍କୁ ସର୍ତ୍ତମୂଳକ ଜାମିନ ମିଳିଲା। ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଲେ ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ମିଳିଲା ଜାମିନ।ତେବେ ହାଇକୋର୍ଟ ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଛନ୍ତି । ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା ଓ ଅନୀଲ ବିଭିନ୍ନ ସଂସ୍ଥା ଓ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୁଟି ଚାଲିଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟେ ପାସପୋର୍ଟ ସରେଣ୍ଡର […]