କର୍ମସ୍ଥଳୀରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ଅନ୍ତର୍ଗତ ବ୍ୟବସ୍ଥାଗୁଡ଼ିକୁ ପାଳନ କରିବା ପାଇଁ ସମୟ ସମୟରେ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ଯୋଗ୍ୟ ପ୍ରତିଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ର ସମୟସାପେକ୍ଷ ଗଠନ ଏବଂ ପୁନଃଗଠନ ସହିତ ଉପରୋକ୍ତ କାର୍ଯ୍ୟାନ୍ୱୟନ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ବିଦ୍ୟାଳୟ ଓ ରେସିଡେଣ୍ଟାଲ ହଷ୍ଟେଲ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି କରାଯାଇଛି। ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। […]
ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ବନ୍ଦ ପାଳନ କରୁଥିବା ୮ଟି ରାଜନୈତିକ ଦଳର ନେତା ଏବଂ କର୍ମୀଙ୍କୁ ପୁଲିସ ଟେକି ନେଇ ଭ୍ୟାନ୍ରେ ବସାଇ ଅଟକ ରଖିଛି। ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସମେତ ବିରୋଧୀ ନେତା ଏବଂ କର୍ମୀଙ୍କୁ ପୁଲିସ ଅଟକ ରଖିଛି।ଅନ୍ୟପଟେ ପୁରୀରେ କଂଗ୍ରେସ ବନ୍ଦ ପାଳନ କରି ଟ୍ରେନ ଅଟକାଇବା ଲାଗି ଟ୍ରେନ ଟ୍ରାକକୁ ଡେିଁଲେ ଆନ୍ଦୋଳନକାରୀ । […]
ବାଲେଶ୍ୱରରେ ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ରାଜନୀତି ସରଗରମ ହୋଇଛି । ବିରୋଧି ଦଳ ନ୍ୟାୟ ଦାବିରେ ଆନ୍ଦୋଳନ ସହ କୁଶପୁତ୍ତଳିକା ଦାହ କରୁଛନ୍ତି । ଆଜି କଂଗ୍ରେସ ଛାତ୍ରୀଙ୍କୁୁ ନ୍ୟାୟ ଦାବିରେ ଓଡିଶା ବନ୍ଦ ଡାକରା ଦେଇଛି । ସେପଟେ ସୌମ୍ୟାଶ୍ରୀଙ୍କ ଭାଇ ସୌମ୍ୟରଞ୍ଜନ ବିଶି ଭୋଗରାଇ ଥାନାରେ ଏତଲା ଦେଇ ଲେଖିଛନ୍ତି ଯେ ମୋ ଭଉଣୀ ସୌମ୍ୟାଶ୍ରୀ ବିଶିର ମୃତ୍ୟୁକୁ ନେଇ କିଛି ଲୋକ ନିକୃଷ୍ଟ ରାଜନୀତି କରିବା ସହ ଆମ ପରିବାରକୁ […]
ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡ ଦିଆଯାଇଛି । ଏହି ନିର୍ଦ୍ଦେଶ ବିଦେଶୀ ମୁଦ୍ରା ସଂରକ୍ଷଣ ଏବଂ ଚୋରାଚାଲାଣ ନିବାରଣ ଆଇନ (COFEPOSA) ପରାମର୍ଶଦାତା ବୋର୍ଡ ଦ୍ୱାରା ପାସ କରାଯାଇଛି, ଯେଉଁଥିରେ ରଣ୍ୟା ରାଓଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟ ସାମିଲ୍ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକ ବର୍ଷର କାରାଦଣ୍ଡ ସମୟରେ ରାନ୍ୟାଙ୍କୁ ଜାମିନ ମିଳିପାରିବ ନାହିଁ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀମାନେ ମାର୍ଚ୍ଚ […]
ବୁଧବାର ଭାରତ ଏକ ନୂଆ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କରିଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତ ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିଛି । ଏହାକୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି । ‘ଆକାଶ ପ୍ରାଇମ୍’ ନାମକ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଲଦାଖ ସେକ୍ଟରରେ ୧୫ ହଜାର ଫୁଟ ଉଚ୍ଚତାରେ ସଫଳ ପରୀକ୍ଷଣ କରାଯାଇଛି । ଏନେଇ ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଏୟାର ଡିଫେନ୍ସ ସିଷ୍ଟମରେ ଲାଗିଥିବା […]
ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଘଟଣାରେ ଏଫଏମ କଲେଜର ପିଅନ କରିଛନ୍ତି ବଡ଼ ଖୁଲାସା। ସେଦିନ ସୌମ୍ୟାଶ୍ରୀଙ୍କ ମୃତ୍ୟୁବେଳେ ପ୍ରିନ୍ସପାଲଙ୍କ ଅଫିସ ସାମ୍ନାରେ କ’ଣ ହୋଇଥିଲା ସେନେଇ ସବୁ କହିଛନ୍ତି ପିଅନ। ପିଅନଙ୍କ ବୟାନ ଅନୁସାରେ, ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ସେ ଦୌଡି ଦୌଡି ପ୍ରିନ୍ସପାଲଙ୍କୁ ରୁମକୁ ଯିବାକୁ ଚେଷ୍ଟା କରିଥିଲେ। ହେଲେ ଜଳିପୋଡି ଯାଉଥିବା ସୌମ୍ୟାଶ୍ରୀଙ୍କୁ ପିଅନ ବଞ୍ଚେଇବା ବରିବର୍ତ୍ତେ ଅଟକାଇ ଦେଇଥିଲେ। କାଳେ ପ୍ରିନ୍ସକାଲଙ୍କ ଦେହରେ ନିଆଁ ଲାଗିଯିବ ସେ ନେଇ […]
ମାସାଧିକ କାଳ ଅଟକି ରହିବା ପରେ କେନ୍ଦ୍ରାପଡ଼ା ଛାଡ଼ିଛି ଅଚଳ ହେଲିକପ୍ଟର। ମାସେ ୭ ଦିନ ଧରି କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜ ପଡ଼ିଆରେ ପଡ଼ି ରହିବା ପରେ ଗତ ସନ୍ଧ୍ୟାରେ ଏକ ଟ୍ରକ୍ ରେ ଲଦା ହୋଇ ହେଲିକପ୍ଟରଟି ମୁମ୍ବାଇ ଯାଇଛି l ମୁମ୍ବାଇରୁ ଆସିଥିବା ଟେକ୍ନିକାଲ ଟିମ୍ ଙ୍କ ତତ୍ତ୍ଵାବଧାନରେ ହେଲିକପ୍ଟରଟିକୁ ନିଆଯାଉଛି l ମୁମ୍ବାଇରେ ପହଁଞ୍ଚିବା ପାଇଁ ୮ରୁ ୧୦ ଦିନ ସମୟ ଲାଗିବ ବୋଲି ଜଣାପଡିଛି l ସୂଚନାମୁତାବକ ଗତମାସ ଜୁନ ୯ […]
ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ସରକାରଙ୍କୁ ଘେରିଛନ୍ତି ।ଏହି ପ୍ରତିବାଦରେ ସିପିଆଇ, ସିପିଆଇଏମ ସମେତ ୭ଟି ଦଳର ସମର୍ଥନ ରହିଛି।ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ପିକେଟିଂ। ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର […]
ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ୧୮ ଦିନର ମିଶନ ପରେ ପୃଥିବୀକୁ ଫେରିଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ବୁଧବାର ତାଙ୍କ ପତ୍ନୀ କାମନା ଶୁକ୍ଳା ଏବଂ ଛଅ ବର୍ଷର ପୁଅ କିୟାଶ ଶୁକ୍ଳାଙ୍କୁ ଭେଟିବା ପରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଶୁଭାଂଶୁ ଶୁକ୍ଳା ପରିବାର ସହିତ ସାକ୍ଷାତ କରିବାର ଭାବପ୍ରବଣ ମୁହୂର୍ତ୍ତଗୁଡ଼ିକୁ ସୋସିଲ ମିଡ଼ିଆରେ ଶେୟାର କରିଛନ୍ତି। ତେବେ ଶୁଭାଂଶୁ କ୍ୱାରେଣ୍ଟାଇନ୍ ଏବଂ ସମସ୍ତ ଡାକ୍ତରୀ ପରୀକ୍ଷା ପରେ ତାଙ୍କ ପରିବାରକୁ ଭେଟିଥିଲେ। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ […]
ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଦିନ କହିଛି।ଗୁରୁବାର ଉତ୍ତର ଓଡ଼ିଶାର ଅଧିକାଂଶ ଜିଲା ସହ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। କିଛି ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ଝଟ୍କା ପବନ ଓ ବଜ୍ରପାତ ସମ୍ଭାବନା ରହିଥିବାରୁ ଏଥିପାଇଁ ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି […]
ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ଟା ୩୦ରୁ ରାତି ୧୧ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବାର ପରମ୍ପରା ରହିଛି। ବନକଲାଗିରେ […]
ଟ୍ବିନସିଟିରେ ଗଡ଼ୁନି ଆମ ବସ୍ । କଟକ ଓ ଭୁବନେଶ୍ବରରେ କଂଗ୍ରେସର ଓଡ଼ିଶା ବନ୍ଦର ପ୍ରଭାବ। ନେତାଜୀ ବସ୍ ଟର୍ମିନାଲରୁ ଗଡ଼ୁନି ବସ୍ । ମାଷ୍ଟରକ୍ୟାଣ୍ଟିନରୁ ବି ଗଡ଼ୁନି କୌଣସି ବସ୍ । ବସ୍ ଗଡ଼ୁନଥିବାରୁ ଟର୍ମିନାଲରେ ବସିଛନ୍ତି ଯାତ୍ରୀ । ବନ୍ଦ ଡାକରା ଯୋଗୁଁ ବସ, ଅଟୋ ଏବଂ ଟ୍ରକ ଚଳାଚଳ ମଧ୍ୟ ପ୍ରଭବିତ ହେଉଛି । ବାଲେଶ୍ୱର, ଭୁବନେଶ୍ୱର ଓ କଟକ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିବ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯାଞ୍ଚ […]
