କତୃପକ୍ଷଙ୍କ ଚାପରେ ଥିଲେ କି ଛାତ୍ର ?

କତୃପକ୍ଷଙ୍କ ଚାପରେ ଥିଲେ କି ଛାତ୍ର ?ବିଶ୍ବବିଦ୍ୟାଳୟ କ୍ୟାମ୍ପସ ରେ ଆତ୍ମହତ୍ୟା !ବିବାଦରେ ଗୁଣପୁର ଗାନ୍ଧି ଯାନ୍ତ୍ରିକ ବିଶ୍ବବିଦ୍ୟାଳୟ!ରାୟଗଡ – ଓଡ଼ିଶାରେ ବାଲେଶ୍ୱର ଜିଲ୍ଲା ଛାତ୍ରୀ ନିର୍ଯ୍ୟାତନା ରୁ ଆତ୍ମହତ୍ୟା ନେଇ ଆଜି ସାରା ଓଡିଶା ବନ୍ଦ ପାଳନ କରୁଥିବା ବେଳେ ପୁଣି ସେହିଜିଲ୍ଲାର ଜଣେ ଛାତ୍ର ରାୟଗଡ ଜିଲ୍ଲାରେ ଆତ୍ମହତ୍ୟା କରିଥିବା ଖବର ସାମନାକୁ ଆସିଛି lରାୟଗଡ ଜିଲ୍ଲା ଗୁଣପୁର ସବ୍ଡିଭିଜନ ସ୍ଥିତ ଗାନ୍ଧି ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ( ଜିଆଇଟିୟୁ )ରେ କେତେବେଳେ ଛାତ୍ର […]

ପ୍ରଦେଶ କଂଗ୍ରେସ ବନ୍ଦ ଡାକରା ରେ ମୁନିଗୁଡ଼ା ବନ୍ଦ ସଂପୂର୍ଣ ସଫଳ।

ମୁନିଗୁଡ଼ା/୧୭/୭ ପ୍ରଦେଶ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ଡାକରା ରେ ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡା ବନ୍ଦ ସଂପୂର୍ଣ ସଫଳ ହୋଇଛି। ବ୍ଳକ କଂଗ୍ରେସ ସଭାପତି ନିଳାମ୍ବର ବିଭାର ଓ ବିଧାୟକ ପ୍ରତିନିଧି ମାନସ ବେହେରା ଙ୍କ ମିଳିତ ନେତୃତ୍ୱରେ ସକାଳ ୬ ଟା ରୁ ତିନି କୋଣିଆ ଛକ, ଗୋବର୍ଦ୍ଧନ ଛକ ଓ ମୁନିଖୋଲ ସମେତ ବିଭିନ୍ନ ଜାଗାରେ ଟିକେଟିଙ୍ଗ କରାଯାଇ ଟ୍ରେନ ଚଳାଚଳ ବ୍ୟତୀତ ସମସ୍ତ ଗାଡ଼ି ମଟର ବନ୍ଦ କରାଯାଇଥିଲା। ସମସ୍ତ ବ୍ୟବସାୟିକ […]

ଜାତୀୟ ସ୍ୱଚ୍ଛ ସହର ତାଲିକାରେ ସ୍ଥାନ ପାଇଲା ଓଡ଼ିଶାର ୨ଟି ସହର

ସହରାଞ୍ଚଳ ସ୍ୱଚ୍ଛତା ପ୍ରତି ଓଡ଼ିଶାର ପ୍ରତିବଦ୍ଧତା ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି। ୫୦ ହଜାରରୁ ୨୦ ହଜାର ଜନସଂଖ୍ୟା ବର୍ଗରେ ଆସ୍କା ବିଜ୍ଞାପିତ ଅଂଚଳ ପରିଷଦ ସ୍ଵଛ ସହର ପୁରସ୍କାର ପାଇଥିବା ବେଳେ ଚିକିଟି ବିଜ୍ଞାପିତ ଅଂଚଳ ପରିଷଦ ୨୦ ହଜାରରୁ କମ ଜନସଂଖ୍ୟା ବର୍ଗରେ ସ୍ଵଛ ସହର ପୁରସ୍କାର ପାଇଛି। ଭୁବନେଶ୍ୱର ବିଏମସିକୁ ଓଡ଼ିଶାର ପ୍ରତିଶ୍ରୁତିବଦ୍ଧ ସ୍ୱଚ୍ଛ ସହର ଭାବରେ ସ୍ୱୀକୃତି ଦିଆଯାଇଛି।ସୂଚନାମୁତାବକ ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ […]

ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ ।

ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ ।ଏଫଏମ କଲେଜ ପରିସରକୁ ଯାଇ ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ । ଆଇଜି ଏସ୍‌ ସାଇନି ଓ ତଦନ୍ତକାରୀ ଅଧିକାରୀ ଏଫଏମ କଲେଜରେ ପହଞ୍ଚି ତଦନ୍ତ କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସପି ଇମାନ କଲ୍ୟାଣ ଓ ଆଉ ଜଣେ ସଦସ୍ୟ ରହିଛନ୍ତି। ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି। ତେବେ ଆସନ୍ତାକାଲି ବାଲେଶ୍ୱର ଯିବ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ […]

ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବଡ଼ ଘୋଷଣା: ମିଳିବ ୨ ଲକ୍ଷ ଟଙ୍କା

ରାଜ୍ୟର ପଞ୍ଚାୟତ ପ୍ରତିନିଧି କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି।ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅନ୍ତର୍ଭୁକ୍ତ ହେବେ। କୌଣସି କାରଣରୁ ମୃତ୍ୟୁ ଘଟିଲେ ନିକଟ ସମ୍ପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କା। ଉଭୟ ହାତ, ଗୋଡ, ଆଖି ନଷ୍ଟ ହେଲେ ବି ୨ […]

ବିଷାକ୍ତ ସାପମାନଙ୍କୁ ବେକରେ ପକାଇ, ହାତରେ ଧରି ବାହାରନ୍ତି ଶୋଭାଯାତ୍ରାରେ

ବିହାରର ସମସ୍ତୀପୁର ଜିଲାର ସିଂହିଆ ଘାଟରେ ଚଳିତ ସପ୍ତାହରେ ନାଗ ପଞ୍ଚମୀ ମେଳାରେ ଶତାଧିକ ଭକ୍ତ ସାପ ଧରି ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିଥିଲେ। ଏହି ଐତିହ୍ୟ ମେଳା ସିଂହିଆ ବଜାରର ମା’ ଭାଗବତୀ ମନ୍ଦିରରେ ପୂଜାର୍ଚ୍ଚନାରୁ ଆରମ୍ଭ ହୋଇଥିଲା। ଏହି ମେଳା ଶହ ଶହ ବର୍ଷ ଧରି ଚାଲିଆସୁଥିବା ଏକ ପରମ୍ପରାର ପ୍ରତୀକ । ଏଠାରେ କେବଳ ସାପ କେଳା ନୁହନ୍ତି, ବରଂ ସାଧାରଣ ଲୋକ, ଏପରିକି ପିଲାମାନେ ମଧ୍ୟ ନିର୍ଭୟରେ ବିଷାକ୍ତ ସାପମାନଙ୍କୁ ବେକରେ […]

ପୁଣି ବାଲେଶ୍ୱର, ପୁଣି ନିଆଁ, ଆଉ ପୁଣି ଜଣେ ମହିଳା।

ପୁଣି ବାଲେଶ୍ୱର, ପୁଣି ନିଆଁ, ଆଉ ପୁଣି ଜଣେ ମହିଳା। ସହଦେବଖୁଣ୍ଟା ଥାନା ଏଡିଏମ୍‌ ଛକ ନିକଟରେ ରହୁଥିବା ଜଣେ ମହିଳାଙ୍କ ଦେହରେ ଆଜି ଅପରାହ୍‌ଣରେ ନିଆଁ ଲାଗିଥିଲା। ଏନେଇ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କରିଥିଲା। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |ଫଳରେ ମହିଳା ଜଣଙ୍କର ଶରୀର ପାଖାପାଖି ୭୦ ପ୍ରତିଶତ ଜଳିଯାଇଥିବା ସୂଚନା ମିଳିଛି। ପିଡୀତା ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର […]

ନିଦ ବଟିକା ଖାଇ ଜୀବନ ହାରିଲେ ଡାକ୍ତରାଣୀ

ନିଦ ବଟିକା ଖାଇ ଜୀବନ ହାରିଲେ ରୁନଗାଁର ଆୟୁଷ ଡାକ୍ତର ସଲୀଳା ପଣ୍ଡାଙ୍କ ମୃତ୍ୟୁ । ନିଦ ବଟିକା ଖାଇ ମୃତ୍ୟୁ ହୋଇଥିବା ସ୍ବାମୀଙ୍କ ଅଭିଯୋଗ ।ଏନେଇ ତାଙ୍କ ସ୍ୱାମୀ ଦେବବ୍ରତ ମିଶ୍ର ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାତିରେ ଦେବବ୍ରତ ତାଙ୍କ ସ୍ତ୍ରୀକୁ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି ବଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଡାକ୍ତର ଜଣକ କାହିଁକି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି […]

ସେଦିନ ରାତିର ସବୁକଥା କହିଲେ ସୌମ୍ୟଶ୍ରୀଙ୍କ ସାଙ୍ଗ

ବାଲେଶ୍ୱର ଏଫଏମ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ସେଦିନ ରାତିର ସବୁକଥା କହିଲେ ସୌମ୍ୟଶ୍ରୀଙ୍କ ସାଙ୍ଗ । ସେ କହିଛନ୍ତି, ପୂର୍ବ ରାତିରେ ସେ ନ ଖାଇ ବିଚଳିତ ଥିଲେ, କାନ୍ଦୁଥିଲେ। ରାତି ୩ଟା ପର୍ଯ୍ୟନ୍ତ ବି ସେ ଶୋଇ ନ ଥିଲେ, ଚାପରେ ଥିଲେ। ତାଙ୍କୁ ସାର୍‌ ପରୀକ୍ଷାରୁ ବଞ୍ଚିତ କରିଥିବାରୁ ପୂରା ଚାପରେ ଥିଲେ। ୯ ଜଣଙ୍କୁ ନୋଟିସ ହେଲା, ମାତ୍ର ପରୀକ୍ଷାରୁ ଏକା ବଞ୍ଚିତ ହୋଇଥିଲେ ସୌମ୍ୟାଶ୍ରୀ। ଘରେ ଜଣାଇବାକୁ ବାରମ୍ବାର କହି […]

ଆସନ୍ତା ସୋମବାର ଶପଥ ନେବେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ

ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଆସନ୍ତା ୨୧ ତାରିଖ ସୋମବାର ଦିନ ୧୦ଟା ସମୟରେ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ତାଙ୍କୁ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଶପଥ ପାଠ କରାଇବେ । ଜଷ୍ଟିସ୍‌ ପାଠକଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୦ରେ ପହଞ୍ଚିବ । ଜଷ୍ଟିସ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ […]

ପିସିସି ସଭାପତି ଭକ୍ତ ଦାସଙ୍କୁ ପୋଲିସ ଆରେଷ୍ଟ କରିଛି

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି ସ୍ଥିତି ଦେଖିବାକୁ ମିଳିଛି । ତେବେ ପିସିସି ସଭାପତି ଭକ୍ତ ଦାସଙ୍କୁ ପୋଲିସ ଆରେଷ୍ଟ କରିଛି। ଆନ୍ଦୋଳନସ୍ଥଳରୁ ଭକ୍ତଙ୍କୁ ଉଠାଇ ନେଇଛି ପୋଲିସ।ସେପଟେ ମହିଳା ନିର୍ଯାଚନା ବିରୋଧ ଓ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପ୍ରତିବାଦ ଜାରି ରଖିବ ବୋଲି କହିଛନ୍ତି ଭକ୍ତ ଦାସ । ଏଥିସହ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ଜିଏମ୍ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ

ଜିଏମ୍ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ମାମଲା ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ ।ଏ ନେଇ ସମ୍ପଲପୁର ଏସ୍‌ପିଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି। ଗିରଫ ଅଧ୍ୟାପକ ଜଣକ ଶିକ୍ଷା ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଗୋପୀକାନ୍ତ ସୁନା ବୋଲି ଜଣାପଡିଛି। ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।ସୂଚନା ଅନୁଯାୟୀ, ୪ ମାସ ତଳେ ବିଶ୍ବବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ବିଭାଗର ଜଣେ ଛାତ୍ରୀ ଅସଦାଚରଣ […]