ଡିଜିଟାଲ୍ ଭିତ୍ତିଭୂମିରେ ଦ୍ରୁତ ଉନ୍ନତି ସତ୍ତ୍ୱେ, ଓଡିଶାର ୨,୬୦୩ ଗ୍ରାମ ଏପର୍ଯ୍ୟନ୍ତ ମୋବାଇଲ୍ ନେଟୱାର୍କ ସେବା ପାଇନାହିଁ, ଯାହା ଓଡିଶା ବିଧାନସଭାରେ ପ୍ରକାଶ ପାଇଛି। ବିଧାୟକ ରମେଶ ବେହେରାଙ୍କ ଦ୍ୱାରା ଉଠାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଓଡ଼ିଶାର ମୋଟ ୫୧୧୬୭ଟି ଗାଁ ମଧ୍ୟରୁ ୨୬୦୩ଟି ଗାଁରେ ମୋବାଇଲ୍ ସଂଯୋଗ ନାହିଁ । ଓଡ଼ିଶା ସରକାରଙ୍କ ସମନ୍ୱୟରେ କେନ୍ଦ୍ରର ଡିଜିଟାଲ୍ ଭାରତ ନିଧି (ଡିବିଏନ) ପ୍ରକଳ୍ପ […]
୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନସ । ବକେୟା ବିଲ ପାସ୍ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଲାଞ୍ଚ ନେଉଥିଲେ ।ରିପୋର୍ଟ ଅନୁଯାୟୀ, ଖାନ ଅଭିଯୋଗକାରୀଙ୍କଠାରୁ ୧.୯୩ ଲକ୍ଷ ଟଙ୍କାର ବିଲ୍ ପାସ୍ କରିବା ଏବଂ ରାଜକନିକା ବ୍ଲକର ସ୍କୁଲଗୁଡ଼ିକୁ ସ୍କୁଲ ୟୁନିଫର୍ମ ଯୋଗାଇଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ବାକି ରାଶି ପ୍ରଦାନ କରିବା ପାଇଁ ଟଙ୍କା ନେଉଥିଲେ। ଅଭିଯୁକ୍ତଙ୍କ କବଜାରୁ ସମ୍ପୂର୍ଣ୍ଣ […]
ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ପତିତପାବନବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି। ଶୂନ୍ୟ ଗଣ୍ଠି ପଡ଼ିଥିବା ବାନାକୁ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳ କାରକ ବୋଲି ଶ୍ରଦ୍ଧାଳୁ କହିଛନ୍ତି।ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡିଲେ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଏ। ରବିବାର ପ୍ରବଳ ପବନ ବହିଥିବା ଯୋଗୁ ପତିତପାବନ ବାନାରେ ଶୂନ୍ୟ […]
ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ୮୩ ବର୍ଷ ବୟସରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଛି । ଦିଲ୍ଲୀ ଏମସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନ । ।ସୂଚନାଯୋଗ୍ୟ, ୧୬ ଜୁଲାଇ ୧୯୪୧ରେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ଓଡ଼ିଶାର ଅବିଭକ୍ତ ଢେଙ୍କାନାଳ ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୁଅ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁରରୁ ଲୋକ ସଭା ଏମ୍ପି ଏବଂ ନରେନ୍ଦ୍ର ମୋଦି […]
ପୃଥିବୀକୁ ଫେରିବେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ । କେବଳ ସୁନୀତା ନୁହେଁ ତାଙ୍କ ସାଥୀ ବୁଚ୍ ୱିଲମୋର ବି ଫେରିବେ । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ । ଆଜି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ବାହାରିବ ଡ୍ରାଗନ ସ୍ପେସ୍ କ୍ରାଫ୍ଟ । କାଲି ସଂଧ୍ୟା ୫ଟା ୫୭ରେ ଫ୍ଲୋରିଡ଼ା କୋଷ୍ଟରେ ପହଞ୍ଚିବ । ୯ ମାସ ହେଲା ISSରେ ଫିସି ରହିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ […]
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୨ଓ ୨୩ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ ୨୨ରେ ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।ଆସନ୍ତା ୨୧ ତାରିଖ ଶାହା ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇ ସିଧାସଳଖ ଏଠାକୁ ଆସି ବୁର୍ଲା ଏମ୍ସିଏଲ୍ ଅତିଥି ଭବନରେ ରାତ୍ରିରହଣୀ କରିବେ। ତା’ ପରଦିନ ସକାଳେ ସମଲେଇ ଦର୍ଶନ କରିବେ ଏବଂ ସମ୍ବଲପୁର ପିଏଚ୍ଡ଼ି ପଡ଼ିଆରେ ବିଭିନ୍ନ […]
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ ଦାସଙ୍କ ପତ୍ନୀ । ଏକ ମେଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ମୀନତି ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପ୍ରସଙ୍ଗରେ ଲିଖିତ ଆବେଦନ କରିପାରନ୍ତି ନବ ଦାସଙ୍କ ପତ୍ନୀ । ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରାଯାଇଛି। ଇ-ମେଲରେ ନବ ଦାସଙ୍କ ପତ୍ନୀ ସମୟ ମାଗିଛନ୍ତି। ଗତ […]
ମାର୍ଚ୍ଚ ଅଧାରେ ଆକାଶରୁ ନିଆଁ ବର୍ଷୁଛି । ରାଜ୍ୟରେ ରେକର୍ଡ କରୁଛି ତାତି । କ୍ରମାଗତ ଦ୍ବିତୀୟ ଦିନ ପାଇଁ ଗତକାଲି ବୌଦ୍ଧ ଥିଲା ଦେଶର ସବୁଠୁ ଉତ୍ତପ୍ତ ସହର । ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି, ଜଳିବ ପଶ୍ଚିମ, ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶା । ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଳାର ଅଧିକାଂଶ ଅଞ୍ଚଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ସ୍ଥିତି ବି […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକାର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ କେ.ସି କ୍ଲବ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ଅତିଥି ଭାବେ ଶଶଧର ପଣ୍ଡା ଓ ଗୋଦାବରୀ ବସନ୍ତିଆ , ସମାଜସେବୀ ପ୍ରମୋଦ ପଟ୍ଟନାୟକ , କେଶବଚନ୍ଦ୍ର ରାଉତ ଓ ସଂପଦ କୁମାର ରଥ ଯୋଗ ଦେଇଥିଲେ । ଅତିଥିମାନେ ଆଧୁନିକ କବିତାର ସ୍ଥିତି ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ପବିତ୍ର ହୋଲି ପର୍ବ ଅବସରରେ ସ୍ମୃତିତୀର୍ଥ ପକ୍ଷରୁ ରଙ୍ଗ-ଫଗୁଣ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସାଗର ପୁଷ୍କରିଣୀ କୂଳସ୍ଥିତ ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ଯ ସଭାରେ ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀରୁ ଶତାଧିକ ଦର୍ଶକ ଭରପୂର ଆନନ୍ଦ ଉପଭୋଗ କରିଥିଲେ । ଅନୁଷ୍ଠାନର ସଭାପତି ଡ. ଗୀତାଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଂପାଦକ ପ୍ରଭାତ କୁମାର ମିଶ୍ର ସଂପାଦକୀୟ ଉପସ୍ଥାପନାରେ ଗତ ବତିଶି ବର୍ଷ ଧରି ସ୍ମୃତିତୀର୍ଥର […]
ନୂଆଗାଁ,(ପୁଷ୍ପଲତା ପ୍ରଧାନ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତ ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଡମୁଣୀ ରୁ ଦୁର୍ବୃତ୍ତ ମାନେ ଚୋରୀ କରିଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳ ୯ ଘଟିକା ସମୟରେ ଅଙ୍ଗନୱାଡି କର୍ମୀ ସସ୍ମିତା କୁମାରୀ ମହାରଣା ବିଦ୍ୟାଳୟକୁ ଆସି ବିଦ୍ୟାଳୟ ଅଫିସ ଗୃହ ଏବଂ ତାଲା ଭଙ୍ଗା ଯାଇଛି ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବନ୍ଧୁଆ ପ୍ରଧାନଙ୍କୁ ଫୋନ୍ କରି ଜଣାଇଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକ ତତକ୍ଷଣାତ୍ ବିଦ୍ୟାଳୟରେ ପହଞ୍ଚି ଦେଖନ୍ତି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ପୂର୍ବବର୍ଷମାନଙ୍କ ପରି ‘ଘାରୁଛି କାଳିଆ ନିଶା’ ସଂଗୀତ ଅନୁଷ୍ଠାନ ତରଫରୁ ଏକ ସଂଗୀତ ଭିତିକ କାର୍ଯ୍ୟକ୍ରମ ମା’ ଦକ୍ଷିଣ କାଳୀଙ୍କ ପୀଠରେ ଅନୁଷ୍ଠିତ ହୋଇଛି।ଏଥିରେ ଉଦଘାଟକ ରୂପେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ଅବସରରେ ସଂଗୀତ ଗୁରୁ ପ୍ରଭାତ କୁମାର ଦାସ,କଣ୍ଠ ଶିଳ୍ପୀ ଜଗଦୀଶ ପ୍ରସାଦ ରଥ,ଆଶୁତୋଷ ମିଶ୍ର,ଲକ୍ଷ୍ମଣ କୁମାର ଖଟେଇ,ବିଷ୍ନୁପ୍ରିୟା ବେହେରା, ସୁଚିସ୍ମିତା ଦୋରା,ମାଧବ ଚନ୍ଦ୍ର ଡାକୁଆ,ଶ୍ଵେତପଦ୍ମା ସ୍ୱାଇଁ,ଚିନ୍ମୟ ବେହେରା,ପ୍ରତାପ ଆଚାର୍ଯ୍ୟ, […]
