ଦେଶରେ ମେଡିକାଲ ପିଜି କୋର୍ସରେ ଖାଲି ପଡିଛି ହଜାର ହଜାର ସିଟ୍। ଏହାକୁ ଭରିବା ପାଇଁ ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ ସାଇନ୍ସ (ଏନବିଇଏମ୍ଏସ୍) ନିଟ୍ ପିଜି ୨୦୨୫ ପାଇଁ କ୍ବାଲିଫାଇଂ କଟ୍ଅଫ୍କୁ ହ୍ରାସ କରି ଖୁବ୍ କମ୍ କରିଦେଇଛି। ସଂଶୋଧିତ ମାନଦଣ୍ଡ ଅନୁସାରେ, ଏବେ ସାଧାରଣ ବର୍ଗ ଓ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ପାଇଁ କ୍ବାଲିଫାଇଂ ୫୦ପର୍ସେଣ୍ଟାଇଲକୁ କମ୍ କରି ୭ ପର୍ସେଣ୍ଟାଇଲ୍ କରି ଦିଆଯାଇଛି। ଅପରପକ୍ଷରେ ସାଧାରଣ ବର୍ଗର ବେଞ୍ଚମାର୍କ ଦିବ୍ୟାଙ୍ଗତା(ପିଡବ୍ଲୁବିଡି)ଛାତ୍ରଛାତ୍ରୀଙ୍କ ପାଇଁ […]
ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୬ ତାଲିକା ପ୍ରକାଶ ପାଇଛି । ଭାରତୀୟ ପାସପୋର୍ଟର ରାଙ୍କିଂରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ହୋଇଛି ।ଚଳିତ ବର୍ଷ ଏସୀୟ ଦେଶଗୁଡ଼ିକ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ସିଙ୍ଗାପୁରର ପାସପୋର୍ଟ ବିଶ୍ୱର ସବୁଠାରୁ ପାୱାରଫୁଲ୍ ରହିଛି, ଯାହା ୧୯୨ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ । ଏହା ପରେ ଜାପାନ ଏବଂ ଦକ୍ଷିଣ କୋରିଆ (୧୮୮ଟି ଦେଶ ସହିତ) ଅଛନ୍ତି । ନିକଟରେ, ଆରବ ଅମିରାତ୍ (UAE) ପଞ୍ଚମ ସ୍ଥାନରେ ପହଞ୍ଚି […]
ଗ୍ରାମପଞ୍ଚାୟତ ନିର୍ବାଚନ ପରେ, ତେଲେଙ୍ଗାନାର ବିଭିନ୍ନ ଗାଁ ଗୁଡ଼ିକରେ ବଡ଼ ଧରଣର ବୁଲା କୁକୁର ହତ୍ୟା ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହ ମଧ୍ୟରେ, କିଛି ଜିଲ୍ଲାର ବିଭିନ୍ନ ଗାଁ ଗୁଡ଼ିକରେ ପ୍ରାୟ ୫୦୦ କୁକୁରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ପୋଲିସ କହିଛି ଯେ ଏହି ଘଟଣାଗୁଡ଼ିକରେ ପଞ୍ଚାୟତ ପ୍ରତିନିଧିଙ୍କ ଭୂମିକା ସ୍ପଷ୍ଟ ହେଉଛି। ଷ୍ଟ୍ରିଟ୍ ଡଗ୍ ଙ୍କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲୁଥିବା ବେଳେ ସମସ୍ତଙ୍କୁ ଚକିତ କରିଛି ଏହି ଘଟଣା।ସୂଚନାନୁଯାୟୀ, ୨୦୨୬ ଜାନୁଆରୀ ୧୨ […]
ବ୍ରହ୍ମପୁରରେ ଥିବା ଏକ ଘରୋଇ ବସ୍ର ଚାଲାଣ ଉତ୍ତର ପ୍ରଦେଶର ଆଗ୍ରା ସହରରେ କଟିଛି| ବସ୍ ମାଲିକଙ୍କ ମୋବାଇଲକୁ ଅସିଛି ୭୫ ହଜାର ୫୨୦ ଟଙ୍କାର ଚାଲାଣ। ଏ ନେଇ ବସ୍ ମାଲିକ ପ୍ରକାଶ ଚନ୍ଦ୍ର ଦାସ ଗଞ୍ଜାମ ପରିବହନ ବିଭାଗର ଦ୍ବାରସ୍ଥ ହୋଇଛନ୍ତି । ଗୋଟିଏ ନମ୍ବରରେ ଦୁଇଟି ବସ୍ ଚାଲିଛି। ଏମିତିକି ସେ ଅଭିଯୋଗ କରିଛନ୍ତି ଚାଲାଣ ସମୟରେ ଯେଉଁ ଫଟୋ ଅପଲୋଡ ହୋଇଛି ତାହା ତାଙ୍କ ଗାଡି ନୁହେଁ ।ତାଙ୍କ ଗାଡିର ନମ୍ବର […]
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟତମ ଦିନିକିଆ ମାନ୍ୟତା ପ୍ରକାଶ ପାଇଛି । ଏହା ଅନୁସାରେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ବିଶ୍ବର ନଂ୧ ମାନ୍ୟତା ପ୍ରଦାନ କରାଯାଇଛି । ୭୮୫ ପଏଣ୍ଟ ସହ ସେ ପ୍ରଥମ ସ୍ଥାନରେ ଅଛନ୍ତି । ସେ ଦୀର୍ଘ ଦିନ ପରେ ପୁଣି ଥରେ ନମ୍ବର ୱାନ ସ୍ଥାନ ହାସଲ କରିଛନ୍ତି। ପୂର୍ବରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଏଥର ସେ ଗୋଟିଏ ସ୍ଥାନ ଉନ୍ନତି କରିଛନ୍ତି। ନ୍ୟୁଜିଲାଣ୍ଡର […]
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅର୍କାବାହିଲିପଡାର ସୁଇପର କଲୋନୀର ସଫେଇ କର୍ମଚାରୀ ରାଜେନ୍ଦ୍ର ପାତ୍ରଙ୍କୁ ମିଳିଛି ଭାରତର ମହାମହିମ ରାଷ୍ଟ୍ରପତିଙ୍କ ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ ।୨୦୨୬ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ରାଜେନ୍ଦ୍ର ପାତ୍ର, ରାଷ୍ଟ୍ରପତି ଭବନରେ ହେବାକୁ ଥିବା “ଆଟ୍ ହୋମ୍” ଆତିଥ୍ୟ ସମ୍ମିଳନୀରେ ଅତିଥି ଭାବେ ଯୋଗଦେବେ ।ରାଷ୍ଟ୍ରପିତ ଭବନରୁ ନିମନ୍ତ୍ରଣ ପତ୍ର ପାଇବା ପରେ ରାଜେନ୍ଦ୍ର ଏବଂ ପରିବାର ଲୋକଙ୍କ ମନରେ ନାହିଁ ନଥିବା ଖୁସି l ରାଜେନ୍ଦ୍ର ଦୀର୍ଘ ୩୦ ବର୍ଷରୁ ଅଧିକ […]
ନୂଆ ରେକର୍ଡ ସୃଷ୍ଟି କଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ୨୦୨୫ରେ ସର୍ବକାଳୀନ ରେକର୍ଡ ହୋଇଛି । ୫.୧୫ ମିଲିୟନ ଯାତ୍ରୀ ବିମାନରେ ଯାତାୟତ କରିଛନ୍ତି । କୌଣସି ବର୍ଷ ଏତେ ଯାତ୍ରୀ ଯାତ୍ରା କରି ନଥବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ଯାତ୍ରୀଙ୍କ ଏହି ଯାତାୟାତରେ ଦେଶରେ ୧୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ୭ କୋଟି ଯାତ୍ରୀଙ୍କ ଯାତାୟାତ ସହ ଶୀର୍ଷରେ ଦିଲ୍ଲୀ ବିମାନବନ୍ଦର ରହିଛି। ଏବେ ଭୁବନେଶ୍ୱର ବିମାନବନ୍ଦରରୁ […]
ରାୟଗଡ, ୧୩/୦୧:ପାଣି ସଂରକ୍ଷଣ, ସୁଚିତ ପାଣି ବ୍ୟବହାର ଏବଂ ସ୍ଥାନୀୟ ସ୍ତରରେ ପାଣି ପରିଚାଳନାକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାୟଗଡା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ–୨୦୨୬ ଉତ୍ସବ ଭବ୍ୟ ଭାବରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସରସ୍ୱତୀ ମାଝୀ ଯୋଗଦେଇ ଚାଷୀମାନଙ୍କ ସମସ୍ୟା ସମାଧାନ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ଓ ପାଣି ପଞ୍ଚାୟତ ସଦସ୍ୟମାନଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ। ସମୟରେ […]
ଶିମିଳିପାଳର କୁମ୍ଭୀର ଗଣନା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, କୁମ୍ଭୀରଙ୍କ ସଂଖ୍ୟା ୮୪କୁ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ତୁଳନାରେ ୩ ଅଧିକ। ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ କୁମ୍ଭୀର ଅଛନ୍ତି । ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କୁମ୍ଭୀର ଗଣନା ରିପୋର୍ଟ ଆସିବା ପରେ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ । ଉତ୍ତର ଓ ଦକ୍ଷିଣ ଶିମିଳିପାଳର ମୋଟ ୧୬ଟି ରେଞ୍ଜରେ ଗଣନା ହୋଇଥିଲା […]
ଉପାସରେ ଶ୍ରୀଲିଙ୍ଗରାଜ ପ୍ରସଙ୍ଗକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ କଡା ଚେତାବନୀ ଦେଇଛନ୍ତି । ବିଧାୟକ କହିଛନ୍ତି ଯେ ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ । ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେବାୟତ ଭାଇମାନଙ୍କୁ ଅନୁରୋଧ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦିଅନ୍ତୁ ନାହିଁ। ଆମ ଭିତରେ ଶହେ କଳି ଥାଇପାରେ ପୂଜା ପରେ ଆଲୋଚନା ହୋଇପାରେ। ସରକାର ଯଦି ଶୁଣିନାହାନ୍ତି […]
ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଅଟକ । ଗତ ରବିବାର ଅପରାହ୍ନ ସମୟରେ ଘର ପାଖରେ ନାବାଳିକା ଜଣକ ବୁଲୁଥୁବା ବେଳେ ସମ୍ପର୍କୀୟ ଜେଜେ ନାବାଳିକାକୁ ଡାକି ଥିଲା । ଗୁହାଳ ଭିତରେ ପାଟିରେ ହାତ ଦେଇ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଜୀବନରୁ ମାରିଦେବାକୁ ଧମକ ଦେବଉଥିବାରୁ ନାବାଳିକା ଜଣକ ଡରରେ ଘରେ କାହାକୁ କହିନଥିଲା । ପରେ ପରିବାର ଲୋକଙ୍କୁ ସବୁ […]
ଆଗକୁ ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ । ଗାଡ଼ି ଚାଳକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ । ରଦ୍ଦ ହେବ ଲାଇସେନସ । ମହଙ୍ଗା ହେବ ବୀମା । ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ‘ପେନାଲ୍ଟି ପଏଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହି ନିୟମ ଲାଗୁ ହେବ । ଓଭର ସ୍ପିଡିଂ, ବେପରୁଆ ଗାଡ଼ି ଚାଳନା ବା ହେଲମେଟ୍ […]
