ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି ନଥିବାରୁ ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ବାତ୍ୟାର ରୂପ ନେବାର ସମ୍ଭାବନା କମ୍ ବୋଲି ଆକଳନ କରାଯାଉଛି।ବର୍ତ୍ତମାନ ରାଜ୍ୟରେ କୌଣସି ବର୍ଷାର ସତର୍କତା ନଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । […]
ରାହୁଲ ଗାନ୍ଧୀଙ୍କୁ କାଉଣ୍ଟର କଲେ ସାଂସଦ ଅନୁରାଗ ଠାକୁର । ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ନେଇ ଟାର୍ଗେଟ କଲେ । ରାହୁଲଙ୍କୁ ହାୱା ହାୱାଇ ନେତା କହି ସମାଲୋଚନା କଲେ । ବାରମ୍ବାର କୋର୍ଟରେ କ୍ଷମା ସତ୍ତ୍ୱେ କିଛି ଶିଖିଲେ ନାହିଁ । ଜରୁରୀ ପରିସ୍ଥିତି ବେଳେ କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା କରିଥିଲା । ପୁଲିଂ ବୁଥ କବଜା କରି କଂଗ୍ରେସ ଜିତିବାର ନଜିର ରହିଛି । ଯଦି ଆରୋପ ଲଗାଉଛନ୍ତି , ତାହାଲେ ପ୍ରମାଣ ଦେବାକୁ […]
ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ହକି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଶିଖର ଛୁଇଁଥିଲା କିନ୍ତୁ ବର୍ତ୍ତମାନ ଡବଲ ଇଞ୍ଜିନ ସରକାରଙ୍କ ହକି ପ୍ରତି ଉଦାସୀନତା ମନୋଭାବ ଯୋଗୁଁ ପରିଚୟ ହରାଇବାରେ ଲାଗିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ଗଣମାଧ୍ୟମ ସଂଯୋଜକ ଡ.ଲେନିନ୍ ମହାନ୍ତି ଓଡ଼ିଶାର ହକି ପ୍ରତି ଅବହେଳା ନେଇ ବିଜେପି ସରକାରଙ୍କୁ ସମାଲୋଚନା […]
ଅର୍ଥନୀତିରେ ୨୦୨୬ ନୋବେଲ୍ ପାଇଁ ରବର୍ଟ ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କ ନାଁ ଘୋଷଣା । ଅର୍ଥନୀତି କ୍ଷେତ୍ରରେ ୨୦୨୬ ବର୍ଷ ପାଇଁ ନୋବେଲ୍ ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଥିବା ସୂଚନା ମିଳିଛି । ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିତ ଭାବେ ଏହି ସମ୍ମାନ ପାଇଁ ଚୟନ କରାଯାଇଛି । ସାମଗ୍ରିକ ଅର୍ଥନୀତିକୁ ସ୍ଥିର ରଖିବା ପାଇଁ କ୍ଷୁଦ୍ର ଅର୍ଥନୈତିକ ନିଷ୍ପତ୍ତିର ଭୂମିକା ସମ୍ପର୍କିତ ଗବେଷଣା ପାଇଁ ଉଭୟଙ୍କୁ ଏହି […]
ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ ନେଇ ବଡ଼ ପରିବର୍ତ୍ତନ କରାଯାଇଛି ।ଦିଲ୍ଲୀର ରାମଲୀଳା ମୈଦାନ, ବୁରାରି ମୈଦାନ ଓ ପୂର୍ବ ଦିଲ୍ଲୀର ସିବିଡି ମୈଦାନରେ ପ୍ରତିବାଦ, ବିକ୍ଷୋଭ ଓ ଧାରଣା ଦିଆଯାଇ ପାରିବ । ଏହି ୩ ସ୍ଥାନରେ ଧାରଣା, ପ୍ରଦର୍ଶନ ଆୟୋଜନ କରିବା ପାଇଁ ବିସ୍ତୃତ ଓ ସଂଶୋଧିତ ଏସଓପି ଆସିବ ।ଦିଲ୍ଲୀ ପୋଲିସ […]
ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ।ସଠିକ୍ ଭୋଟର ତାଲିକା ସୁନିଶ୍ଚିତ କରିବା କେବଳ ପ୍ରଶାସନିକ ଆବଶ୍ୟକତା ନୁହେଁ । ବରଂ ଏହା ଗଣତନ୍ତ୍ରରେ ଜନତାଙ୍କ ବିଶ୍ଵାସକୁ ସୁଦୃଢ କରିବାକୁ ଅତ୍ୟାବଶ୍ୟକ ।
ନକଲି ଟମାଟୋ ସସ୍, ବେଆଇନ ତେଲ ପରେ ଏବେ ନକଲି ଖାଦ୍ୟ ମସଲା ତିଆରି ଫ୍ୟାକ୍ଟ୍ରି ଠାବ ।ବ୍ରହ୍ମପୁରରେ ଦୁଇ ବଡ଼ ନକଲି ମସଲା କରାଖାନା ଉପରେ ପୁଲିସର ଚଢ଼ାଉ । ୩୦ କୁଇଣ୍ଟାଲ ନକଲି ମସଲା ସହ ୪ ମିଲିଙ୍ଗ୍ ମେସିନ୍ ଜବତ । ବଡ଼ବଜାର ଥାନା ପୋଲିସ ରବିବାର ବିଳମ୍ବିତ ରାତିରେ ଲକ୍ଷ୍ମୀ ନୃସିଂହ ନଗର ସପ୍ତମ ଲାଇନ ଓ ପ୍ରହଲ୍ଲାଦ ନଗରରେ ଥିବା ନକଲି ମସଲା କାରଖାନା ଉପରେ ଚଢ଼ାଉ କରିଥିଲା । […]
ଛାତ୍ରର ଲଣ୍ଡା ମୁଣ୍ଡରେ ସାର୍ ବଜାଉଥିଲେ ତବଲା ବାଜା । ଛାତ୍ରର ଲଣ୍ଡା ମୁଣ୍ଡରେ ଶିକ୍ଷକ କିଭଳି ତବଲା ବଜାଉଥିଲେ । ଆଉ ଭିଡିଓ ଭାଇରାଲ୍ ହେବା ପରେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି ।ଘଟଣାଟି ସୈଫଇ ବ୍ଲକ୍ରେ ଥିବା ବିରୌଲି ପ୍ରାଥମିକ ସ୍କୁଲର । ଅଭିଯୁକ୍ତ ଶିକ୍ଷକ ହେଲେ ଦିନେଶ କୁମାର ମାଥୁର । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ୨୭ ସେକେଣ୍ଡର କ୍ଲିପ୍ରେ ଦେଖିବାକୁ ମିଳୁଛି ଯେ, ମାଥୁର କ୍ଲାସରୁମ୍ରେ ପଡି଼ଥିବା ଚେୟାର ଉପରେ ବସିଛନ୍ତି […]
ଦେଶରେ ପିଆଜ ଦର କମିବାରେ ନାଁ ନେଉନି | ତେବେ ଆଗାମୀ ସପ୍ତାହଗୁଡ଼ିକରେ ପିଆଜ ଦର ହ୍ରାସ ପାଇପାରେ। ପୂର୍ବ ଅମଳରୁ ବଳକା ଥିବା ପିଆଜ ସହିତ ନୂତନ ଖରିଫ ଫସଲ ବଜାରକୁ ଆସିବା ଫଳରେ ଯୋଗାଣ ବୃଦ୍ଧି ପାଇବ ଏବଂ ଏହାର ପ୍ରଭାବରେ ଖୁଚୁରା ଦର କମିବ ବୋଲି ଆଶା ଅଛି । ବର୍ତ୍ତମାନ ପିଆଜର ଖୁଚୁରା ଦର କିଲୋଗ୍ରାମ ପିଛା ପ୍ରାୟ ୫୨.୯୯ ଟଙ୍କା ରହିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ଦ୍ୱିଗୁଣ […]
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ ନେତାମାନେ ସୋମବାର, ଅକ୍ଟୋବର ୧୨ ରେ ଦେଶର ପ୍ରଧାନ ବିଚାରପତି (CJI) ଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ। ବିରୋଧୀ ଦଳର ନେତାମାନେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟ ଚୋରି ଅଭିଯୋଗ ସମେତ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଥିଲେ, କିନ୍ତୁ ପ୍ରଧାନ […]
ଭିଜିଲାନ୍ସ ଜାଲରେ ABEO । ଆୟ ବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ଘରେ ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ABEO ବାବୁଙ୍କ ଭୁବନେଶ୍ୱର ପାତ୍ରପଡ଼ାରେ ୩ ମହଲା କୋଠା, ଗଞ୍ଜାମ ପି. ନୂଆଗାଁରେ ୨ ମହଲା କୋଠା, ଗଞ୍ଜାମ ପି. ନୂଆଗାଁରେ ଅନ୍ୟ ଏକ କୋଠା ଠାବ କରାଯାଇଛି […]
କେରଳରେ ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କା ଦେଲା ମିନି କୁପର୍ । ଆଉ ଏହି ଦୁର୍ଘଟଣାରେ ଚାଲିଗଲା ୩ ଜଣ ଛାତ୍ରଛାତ୍ରୀଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ ଓ ଜଣେ ଯୁବକ ଅଛନ୍ତି ।। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କୋଚି ବିମାନବନ୍ଦର ନିକଟରେ ଏକ ସ୍କୁଟରରେ ଯାଉଥିବା ୩ ଜଣ ଛାତ୍ରଙ୍କୁ ମିନି କୁପର୍ କାର୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ୧୯ ବର୍ଷୀୟ […]
