ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ଖରା । ୩୯ ଡିଗ୍ରୀ ଛୁଇଁଲା ପାରଦ ।

ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ତାତି ସେତିକି ଅସମ୍ଭାଳ ହେଉଛି । ଦିନବେଳା ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଛି । ଝାରସୁଗୁଡ଼ାରେ ତାତି ୩୯ ଡିଗ୍ରୀ ଛୁଇଁଛି । ଏହା ସବୁଠୁ ତତଲା ସହର ପାଲଟିଛି । ଆଗକୁ ୨ଦିନ ତାତି ଆହୁରି ବଢ଼ିବ। ରାଜ୍ୟକୁ ଗରମ ପଶ୍ଚିମା ପବନ ବହିବ ବୋଲି ବରିଷ୍ଠ କୃଷି ପାଣିପାଗ ବିଶାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ମାର୍ଚ୍ଚ ୫ […]

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଣ୍ଡକୁ ଅଲଗା କରି ଦେଲେ ଦୁର୍ବୃତ୍ତ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏଭଳିସ୍ଥିତିରେ କଟକ ଜିଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଉମର ପଞ୍ଚାୟତ ହନୁମାନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରୁ କୌଣସି ଦୁର୍ବୃତ୍ତ ମଙ୍ଗଳବାର ମୁଣ୍ଡ ଭାଙ୍ଗି ନେଇଥିବା ଦେଖାଦେଇଛି। ଏହି ଘଟଣା ମାହାଙ୍ଗା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।ବିରୋଧୀ ଦଳ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ସରକାରୀ କ୍ୟାଲେଣ୍ଡରରେ ଛୁଟି […]

ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ବିଜୁବାବୁଙ୍କ ଜୟନ୍ତୀରେ ବିଶିଷ୍ଟ ଅତିଥିଭାବେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଜୟଦେବ ଭବନରେ ସଂଧ୍ୟା ୭ଟାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ମହାସମାରୋହରେ ପାଳନ କରୁଛନ୍ତି ରାଜ୍ୟ ସରକାର । ବିଶିଷ୍ଟ ଅତିଥି ଭାବରେ ଯୋଗ ଦେବା ପାଇଁ ନବୀନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ତେବେ ବର୍ତ୍ତମାନ ସୁଦ୍ଧା ନବୀନଙ୍କ ପ୍ରତିକି୍ରୟା ଆସିନାହିଁ । ନବୀନ ଆସନ୍ତାକାଲି […]

ପୁରୀରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ଶ୍ରୀକ୍ଷେତ୍ର ପୁରୀ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୁରୀରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ଶ୍ରୀମନ୍ଦିର ସୁରକ୍ଷା ଓ ଦର୍ଶନ ଗହଳିକୁ ଶୃଙ୍ଖଳିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ।ଏଥିପାଇଁ ମୋଟ ୧୦୮୩ ପଦବି ସୃଷ୍ଟି କରାଯାଇଛି । ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ ।ଏହି ପଦବି ମଧ୍ୟରେ ରହିଛି ଷ୍ଟେଟ ଆର୍ମଡ କ୍ୟାଡରରୁ […]

ରାଜ୍ୟସ୍ତରୀୟ ନାଟ୍ୟମେଳାର ୩ୟ ସଂଧ୍ୟା: ‘ଭିନ୍ନ ଏକ ନିଷ୍ପତ୍ତି’ରେ ବିଭୋର ଦର୍ଶକ

ନୟାଗଡ଼,(ଓଡ଼ିଶା ଦର୍ପଣ):ବାପା ମା ନିଜ ପୁଅଝିଅଙ୍କୁ ପାଳିପୋଷି ବଡ଼ କରିବାରେ କିଛି ସର୍ତ୍ତ ରଖି ନଥାନ୍ତି। ସେମାନେ ନିଜ ପାଇଁ ନୁହେଁ, ବରଂ ପୁଅ ଝିଅଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି।ସ୍ବପ୍ନକୁ ସାକାର କରିବା ପାଇଁ ସେମାନେ ପ୍ରତିଟି ଆହ୍ୱାନକୁ ଖୁସି ଖୁସିରେ ସାମ୍ନା କରି ଚାଲିଥାନ୍ତି। ହେଲେ, ସିଡିରେ ଗଛ ଚଢି ସାରିବା ପରେ ସିଡିକୁ ଭୁଲିଯିବା ନ୍ୟାୟରେ ଏବର ଅନେକ ପୁଅ ବାପା ମା’ଙ୍କୁ ହତାଦର କରି ଅସହାୟ କରି ଚାଲିଛନ୍ତି। କେବଳସାମାଜିକ ସମାଲୋଚନାରୁ […]

ପ୍ରତାପ ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ପ୍ରତାପ ପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା।  ବାର୍ଷିକ ଉତ୍ସବ ଆୟୋଜନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ପରିସ୍ଫୁଟନ ହୋଇଥାଏ। ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବାଦ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି […]

ଭିଜିଲାନସ ଜାଲରେ ଯୋଗାଣ ବିଭାଗ ଆକାଉଣ୍ଟାଣ୍ଟ ।

ଭିଜିଲାନସ ଜାଲରେ ଯୋଗାଣ ବିଭାଗ ଆକାଉଣ୍ଟାଣ୍ଟ । ୫୦ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଦୁଇ ଜୁନିଅଲ ଆକାଉଣ୍ଟାଣ୍ଟ । ରାଇସ ମିଲ ମାଲିକଙ୍କ ବକେୟା ବିଲ ମଞ୍ଜୁର କରିବାକୁ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଆକାଉଣ୍ଟାଣ୍ଟ । ଅନୁଗୁଳ ସିଭିଲ ସପ୍ଲାଇ ଅଫିସର ଦୁଇ ଜୁନିଅର ଆକାଉଣ୍ଟାଣ୍ଟ ରାଜନାରାୟଣ ସାହୁ ଓ ଜିତେନ ପଟ୍ଟନାୟକ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଏକ ରାଇସ ମିଲର ପୋଷଣଯୁକ୍ତ ଚାଉଳ ବାବଦକୁ ଦେୟ ପ୍ରଦାନ […]

ମାର୍ଚ୍ଚ ୫ ବୁଧବାର ଦିନ ରାଜ୍ୟର ସମସ୍ତ ସ୍କୁଲ ଖୋଲା ରହିବ ।

ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୫ରେ ଛୁଟି ନ ହୋଇ ସମସ୍ତ ସ୍କୁଲ ଖୋଲା ରହିବ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଖୋଲା ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି କରାଯାଇଛି ।ସୂଚନାଯୋଗ୍ୟ, ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବରୁ ମାର୍ଚ୍ଚ ୫କୁ ଛୁଟି କରାଯାଉଥିଲା । ମାତ୍ର ଗତକାଲି ସରକାର ଏପି୍ରଲ ୨୪ରେ […]

ଇମ୍ଫା ଥେରୁବାଲୀ ରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

ଥେରୁବାଲୀ -ତା ୪ ମାର୍ଚ୍ଚ ୨୦୨୫ କାରଖାନା ପରିସରରେ ଓ ପରିସର ବାହାରେ ସୁରକ୍ଷା ପ୍ରତି ପ୍ରାଥମିକତା ଦେଇଆସୁଥିବା ଇମ୍ଫା ଥେରୁବାଲି ତରଫରୁ ଆନୁଷ୍ଠାନିକ ଭାବେ ଆଜି କାରଖାନା ପରିସରରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ର ଶୁଭାରମ୍ଭ ହୋଇଛି, ଯାହା ସ୍ଥାନୀୟ କାର୍ଯ୍ୟସ୍ଥଳରରେ ସୁରକ୍ଷା ଦିଗରେ ଏହାର ଏକନିଷ୍ଠ ପ୍ରତିବଦ୍ଧତାକୁ ପରିପ୍ରକାଶ କରିଥିଲା। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶ୍ରୀମାନ୍ ବିନୀତ ଷଡଙ୍ଗୀ , ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପିତ ବିଭଗ , […]

ସିଂହଛୁଆ ସଙ୍ଗେ ଖେଳିଲେ , କ୍ଷୀର ପିଆଇଲେ ମୋଦୀ

ପ୍ରଧାନମନ୍ତ୍ରୀଙ୍କ ପଶୁପ୍ରେମର ଉଦାହରଣ ଅନେକ ସମୟରେ ଦେଖିବାକୁ ମିଳେ । ମୋଦୀ କେତେବେଳେ ବାସଭବନରେ ବାଛୁରୀଙ୍କ ସହ ଖେଳୁଥିବାର ନଜର ଆସନ୍ତି ତ ଆଉ କେତେବେଳେ ସଫାରୀ ବୁଲି ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମନଗରରେ ଅବସ୍ଥିତ ବନତାରା ବନ୍ୟଜୀବ ଉଦ୍ଧାର କେନ୍ଦ୍ର ପରିଦର୍ଶନ କରିଥିଲେ ।ବନତାରାରେ ପ୍ରଧାନମନ୍ତ୍ରୀ ମୋଦି ଏସିଆ ସିଂହ, ଧଳା ସିଂହ, ଚିତାବାଘ ଏବଂ ଅନ୍ୟ ପ୍ରଜାତିର ଜନ୍ତୁ ପିଲାଙ୍କ ସହିତ ଖେଳୁଥିବାର ଭିଡିଓ […]

ବିଶ୍ବ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ବାଣ୍ଟିବେ ସୁଭଦ୍ରା ଟଙ୍କା

ଆସନ୍ତା ୮ତାରିଖ ଦିନ ବିଶ୍ବ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି। ଏଥିପାଇଁ ବ୍ରହ୍ମପୁର ସ୍ଥିତ ଆମ୍ବପୁଆ ବିବେକ ବିହାରଠାରେ ଆୟୋଜିତ ବିରାଟ ଜନସଭାରେ ଯୋଗଦେବେ । ତେବେ ଏବେ ପର୍ଯ୍ୟନ୍ତ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ବେଳେ, ୧ କୋଟି ଟପିସାରିଛି ଆବେଦନ ସଂଖ୍ୟା । ପ୍ରଥମ କିସ୍ତିର ୪ଟି ପର୍ଯ୍ୟାୟରେ ମୋଟ ୯୮ ଲକ୍ଷ ମହିଲାଙ୍କ ଖାତାକୁ ସୁଭଦ୍ରା ଯାଇଥିବା […]

ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନକରିବା ନେଇ ମୋହନ ସରକାର ଉପରେ ବର୍ଷିଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ରାଜ୍ୟ ସରକାର ଓ ବିଜେପିକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଏଭଳି ନିଷ୍ପତ୍ତି ବିଜୁ ପଟ୍ଟନାୟକଙ୍କ ଅପମାନିତ । ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିବା ହୀନ ମାନ୍ୟତାର ପରିଚୟ । ବିଜୁ ପଟ୍ଟନାୟକଙ୍କୁ ଅପମାନ କରିବା ଅସ୍ମିତାକୁ ଅପମାନ କରିବା ସଦୃଶ ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେ […]