ଘରୋଇ ବସ୍ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ପାଇଁ ବଡ଼ ଖବର । ଆସନ୍ତାକାଲି (ଶନିବାର) ଠାରୁ ଯାତ୍ରୀବାହୀ ଘରୋଇ ବସ୍ ଚଳାଚଳ କରିବ। ଘରୋଇ ବସ୍ଗୁଡ଼ିକ ପୂର୍ବ ଭଳି ପୁଣି ସ୍ବାଭାବିକ ଢଙ୍ଗରେ ଚାଲିବ।କଟକରେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହେବ। କଟକ ଘରୋଇ ବସ୍ ମାଲିକ ସଂଘ ଆଉ ଡ୍ରାଇଭର ମହାସଂଘ ଧର୍ମଘଟକୁ ସମର୍ଥନ ଜଣାଇବେ ନାହିଁ। ଧର୍ମଘଟର ସମାଧାନ ହେଉ ନ ଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବା ହେତୁ ମାଲିକ କ୍ଷତି ସହୁଛନ୍ତି। […]
ତୃଣମୂଳ କଂଗ୍ରେସ (TMC) ଏମପି ମହୁଆ ମୋଇତ୍ରାଙ୍କ ଏକ ମନ୍ତବ୍ୟକୁ ନେଇ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତୀବ୍ର ସମାଲୋଚନା କରିଛନ୍ତି। ପୂଜାରୀ କହିଛନ୍ତି ଯେ, ମହୁଆ ତାଙ୍କ ମନ୍ତବ୍ୟରେ କ’ଣ କହୁଛନ୍ତି ତାହା ନିଜେ ବୁଝି ପାରୁନାହାନ୍ତି। “ଓଡ଼ିଆ ପୁଅକୁ ବାହା ହୋଇଛନ୍ତି, ମାସେ ପୂରିନି ଶ୍ବଶୁର ଘରକୁ ଧମକ ଦେଉଛନ୍ତି।”ଶାଶୂ ଘର କଲେ ଓଡ଼ିଶାରେ କିନ୍ତୁ ମନ ଓ ଶରୀର ଅଛି ବଙ୍ଗଳାରେ । ପିନାକୀ ବାବୁ କ’ଣ କରୁଥିବେ ମୁଁ ବୁଝିପାରୁନାହିଁ […]
ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଭାଜପାକୁ କଡ଼ା ଟାର୍ଗେଟ୍ କରିଛନ୍ତି । ଏହାକୁ ନେଇ ଏବେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ଓଡ଼ିଶାର ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ଓଡିଶାର କଂଗ୍ରେସର କୌଣସି ସ୍ଥାନ ନାହିଁ । ସୁଯୋଗ ମିଳିଲେ ବି କଂଗ୍ରେସ କ୍ଷମତାକୁ ଆସି ପାରିବନି । ଭୁବନେଶ୍ୱର ଏମସ ବାଜପେୟୀ କରିଥିଲେ, ଦିଲ୍ଲୀ ପରେ ଏହା ଥିଲା ୨ୟ […]
ସର୍ବଦା ବିହାରରେ କୌଣସି ଏକ କାର୍ଯ୍ୟ କଳାପକୁ ନେଇ ବିହାର ଚର୍ଚାରେ ରୁହେ ତେବେ ମାଧେପୁରା ପୌର ପରିଷଦ ଅଞ୍ଚଳର ଜୟପାଲପଟ୍ଟି ଅଞ୍ଚଳର ଜଣେ ମହିଳାଙ୍କ ଭୋଟର ପରିଚୟପତ୍ରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫଟୋ ଛପାଯାଇଥିଲା। ଏହି ଗୁରୁତର ଅବହେଳା ପାଇଁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାନ୍ୟା କୁମାରୀ ପୂର୍ବତନ BLO ପାର୍ବତୀ କୁମାରୀଙ୍କ ବିରୋଧରେ ଏତଲା ଦିଆଯାଇଛି।ଆବେଦନରେ କୁହାଯାଇଛି ଯେ ପୂର୍ବତନ BLO ପାର୍ବତୀ କୁମାରୀ ଭୋଟରଙ୍କ ନାମ ଅନୁସାରେ ଫଟୋ ଯୋଡ଼ି ନଥିଲେ, […]
ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହୋଇସାରିଛି । କିନ୍ତୁ ଗଣତି ମଣତି ଲାଗି ଟିକିଏ ସମୟ ଲାଗିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଗୁରୁବାର ଆଇନ ମନ୍ତ୍ରୀ କହିଥିଲେ, ରତ୍ନଭଣ୍ଡାର ମଣତି ଗଣତି ବେଳେ ଉପସ୍ଥିତ ରହିବେ ରିଜର୍ଭ ବ୍ୟାଙ୍କର ଦୁଇ ଜଣ ଅଧିକାରୀ । ଏଥିପାଇଁ ଦୁଇ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।ସେଠାରୁ ସମ୍ମତି ମିଳିଲେ କାର୍ଯ୍ୟ ଆରମ୍ଭ ହେବ | […]
ବେଗୁନିଆ ବ୍ଲକ ଭାଟପଡ଼ାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ବ୍ରାଉନସୁଗର କାରବାର ଚାଲିଥିବା ନେଇ ଖବର ମିଳିବା ପରେ ଅବକାରୀ ବିଭାଗ ଚଢାଉ କରିଥିଲା। ଚଢାଉ ବେଳେ ମିକ୍ସଚର ଫ୍ୟାକ୍ଟ୍ରିରୁ ୧୫୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହି ଅଭିଯୋଗରେ ଜଣେ ବ୍ୟବସାୟୀ ସହ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗରର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ ଷଡ଼ଯନ୍ତ୍ର କରି ମିକ୍ସଚର ଫ୍ୟାକ୍ଟ୍ରିରେ ବ୍ରାଉନସୁଗର ରଖାଯାଇଥିବା […]
ମାସେ ହୋଇଗଲା । କେନ୍ଦ୍ରାପଡା ଅଟୋନୋମସ କଲେଜ ପଡିଆରେ ଅଟକି ରହିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଜଗି ରହିଛନ୍ତି ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ । ସେପଟେ ଯାନ୍ତ୍ରିକ ତ୍ରୁଟି ଓ ପଙ୍ଖା ନଷ୍ଟ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ, ଆଗକୁ ସେଠାରେ ସ୍ବାଧୀନତା ଦିବସ ପରେଡ୍ କାର୍ଯ୍ୟକ୍ରମ କିପରି ଆୟୋଜିତ ହେବ, ତାକୁ ନେଇ ଚିନ୍ତା ବଢ଼ିଛି। ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ରାପଡା ଗସ୍ତରେ ଆସି କଲେଜ […]
ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି। ଆଉ କିଛି ଦିନ ପରେ ସୁଭଦ୍ରାର ୩ୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ । ସରକାରଙ୍କ ଘୋଷଣା ଅନୁସାରେ ରାଖୀ ପୂର୍ଣ୍ଣିମା ଅର୍ଥାତ୍ ଅଗଷ୍ଟ ୯ ତାରିଖରେ ୩ୟ କିସ୍ତି ଟଙ୍କା ମିଳିବ। ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, […]
ରାୟଗଡ଼ା – ଅବୈଧ ପ୍ରେମକୁ ନା, ପ୍ରେମୀ ଯୁଗଳଙ୍କୁ ବଳଦ ସଜେଇ ହେଲା ଯୁଝିଲେ ଗ୍ରାମବାସୀ । ରାୟଗଡ ଜିଲ୍ଲା ରେ ପୁଣି ସାମାଜିକ କଳଙ୍କ ଦେଖାଦେଇଛି।ଅବୈଧ ପ୍ରେମ କୁ ଗ୍ରାମବାସୀ ଙ୍କ ତୀବ୍ର ବିରୋଧ କରିଛନ୍ତି। ପ୍ରେମୀ ଯୁଗଳ ବେକ ରେ ହଳ ଯୁଝି ଦଣ୍ଡ ଦେଇଛନ୍ତି ଗ୍ରାମବାସୀ ।କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ର କଂଜମଯୋଡି ଗ୍ରାମରେ ଘଟିଛି ଏହି ଘଟଣା l ନିଜ ପିୟୁସିଙ୍କୁ ପ୍ରେମ ବିବାହ କରିଥିବା ପୁତୁରା କୁ […]
ଭୁବନେଶ୍ୱର (ଓଡିଶା ଦର୍ପଣ )ଭୁବନେଶ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ। ବିମାନବନ୍ଦରରୁ ବାହାରି ସିଧା ବରମୁଣ୍ଡା ପଡ଼ିଆ ସମାବେଶରେ ଯୋଗଛନ୍ତି। ସେଠାରେ ସମ୍ବିଧାନ ବଞ୍ଚାଅ ମହାସମାବେଶକୁ ସମ୍ବୋଧନ କରି ଭାଜପାକୁ ଟାର୍ଗେଟ୍ କରିଛନ୍ତି।ମହାସମାବେଶରେ ସେ ଯୋଗ ଦେଇ କହିଥିଲେ ଯେ ଆମ କର୍ମୀମାନେ ହିଁ ଓଡ଼ିଶାର ରକ୍ଷା କରୁଛନ୍ତି | ବର୍ତ୍ତମାନର ସରକାର ଓଡ଼ିଶାର ଗରିବ ଲୋକଙ୍କର ସମ୍ପତ୍ତି ଲୁଟିବାରେ ଲାଗିଛନ୍ତି | ରାହୁଲ କହିଛନ୍ତି ଯେ […]
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାଇଥିବା ଆକ୍ସମ୍-୪ ମିସନର ଅବଧି ୪ ଦିନ ବୃଦ୍ଧି ପାଇଛି। ଫଳରେ ଶୁଭାଂଶୁ ଶୁକ୍ଳା ଓ ତାଙ୍କ ସହକର୍ମୀମାନେ ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ପୃଥିବୀକୁ ଫେରିବେ ନାହିଁ। ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ) ଅନୁଯାୟୀ ମହାକାଶଚାରୀମାନେ ଅତିକମ୍ରେ ଜୁଲାଇ ୧୪ ପର୍ଯ୍ୟନ୍ତ ଅଭିଯାନ ଜାରି ରଖିବେ। ତେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ଳାଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ନେଇ କୌଣସି ସୂଚନା ଦେଇନାହିଁ। ଶୁଭାଂଶୁ ଶୁକ୍ଲାଙ୍କ ସହିତ, ଏହି ମିଶନରେ […]
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୦,୨୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୯୮,୪୧୦ ଟଙ୍କା ରହିଛି । ଗତକାଲି ଅର୍ଥାତ ଗୁରୁବାର ଅପେକ୍ଷା ଶୁକ୍ରବାର ଦର ବୃଦ୍ଧି ପାଇଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୨୦୦ […]
