ପୀତବାସ ହତ୍ୟାକାଣ୍ଡ ମାମଲା; ଖୁବଶୀଘ୍ର ସମସ୍ତେ ଗିରଫ ହେବେ: ଡିଜିପି

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ଖୁବୀଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ । ତଦନ୍ତବେଳେ ପୁଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁଲିସ ଡିଜି ୱାଇବି ଖୁରାନିଆ । ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଛି ପୋଲିସ । ଜଣେ ସାର୍ପ ସୁଟର, ଅନ୍ୟ ଜଣେ ରେକି ଟିମରେ ସାମିଲ ଅଛନ୍ତି । ପୀତବାସଙ୍କ ଘନିଷ୍ଠ ସହେଯାଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଜେରା କରାଯାଇଛି […]

 ଆଜି ପ୍ରାର୍ଥୀପତ୍ର ଦାଖଲ କରିବେନି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ନାମାଙ୍କନ ଭରିବେନି ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ଏନେଇ ଭାଜପାରୁ ଆସିଛି ବଡ଼ ଖବର। ଆଜି ଶୁଭ ମୁହୂର୍ତ୍ତ ନଥିବାରୁ ପ୍ରାର୍ଥୀପତ୍ର ଦାଖଲ କରିବେନି ଜୟ । ଏନେଇ ସୂଚନା ମିଳିଛି।ଗତ ୧୧ତାରିଖ ଦିନ ବିଜେପିରେ ସାମିଲ ହୋଇଥିଲେ ଜୟ ଢୋଲକିଆ । ଏହାପରେ ନୂଆପଡା ରାଜନୈତିକ ସମୀକରଣ ପୁରା ବଦଳି ଯାଇଥିଲା । ବିଜେଡିରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେବା ପରେ ହଠାତ୍‍ ଜୟ ଢୋଲକିଆ ବିଜେପି ଶିବିରରେ ଦେଖାଦେଇଥିଲେ । […]

ଫୋନ୍ ଯୋଗେ ନବୀନଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ଫୋନ୍ ଯୋଗେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇ ତାଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି।

ଦେଶୀ ଦୀପ ଅପେକ୍ଷା ବଢୁଛି କୋଲକାତା ଦୀପର ଚାହିଦା !

ଆଉ ମାତ୍ର ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପ ଲଗାଇବା ହେଉଛି ଆମର ପରମ୍ପରା । ବର୍ତ୍ତମାନ ବଜାରରେ ଖୁବ କମ୍ ଟଙ୍କାରେ ସୁନ୍ଦର ସୁନ୍ଦର କୋଲକାତା ଦୀପ ମିଳୁଥିବା ବେଳେ ଦେଶୀ ଦୀପରୁ ମୁହଁ ଫେରାଉଛନ୍ତି ଗ୍ରାହକ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କୁମ୍ଭାରମାନେ ଯଦିଓ ଦୀପ ପ୍ରସ୍ତୁତ କରୁଛନ୍ତି ତଥାପି କୋଲକାତା ଦୀପ ଲୋକଙ୍କୁ ବେଶ ଆକୃଷ୍ଟ କରୁଛି । ଅର୍ଥାତ ଦେଶୀ ମାଟିର ଦୀପଠାରୁ କୋଲକାତା ଦୀପକୁ […]

ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଦେଇଛନ୍ତି ନବୀନ । ଏଥର ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିବେ ବିରୋଧୀ ଦଳ ନେତା । ପ୍ରାୟ ୬ ମାସ ବ୍ୟବଧାନ ପରେ ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ଏକାମ୍ରନିର୍ବାଚନ ମଣ୍ଡଳୀରେ ଦଳୀୟ ପଦଯାତ୍ରାରେ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ । ୨୦୦୦ ମାର୍ଚ୍ଚ ୫ରୁ ୨୦୨୪ । ଓଡ଼ିଶାର ମୁଖ୍ୟମନ୍ତ୍ରୀ […]

ଆନ୍ତର୍ଜାତୀୟ ଚାରଣଗୋଷ୍ଠୀ ସାନଗୋରଡ଼ା ଶାଖାର ତ୍ରୟୋବିଂଶ ବାର୍ଷିକ ସମ୍ମିଳନୀ

ଶରଣକୁଳ ୧୫/୧୦():ଆଜି ଶରଣକୁଳ ନିକଟବର୍ତ୍ତୀ ସାନଗୋରଡ଼ା ଚାରଣ ଶାଖାର ଆଜି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି। ଏଥି ସହିତ ଉକ୍ତ ଗ୍ରାମରେ ସପ୍ତାହ ବ୍ୟାପୀ ଅନୁଷ୍ଠିତ ଭାଗବତ ସପ୍ତାହର ଉଦ୍ଯାପନ ହୋଇଯାଇଛି। ଆଜି ସକାଳୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ଚାରଣ ଶାଖାରୁ ପ୍ରାୟ ୨୦୦ ଚାରଣ ଯୋଗ ଦେଇ ନଗର କୀର୍ତ୍ତନରେ ବାହାରିଥିଲେ। ନଗର କୀର୍ତ୍ତନରୁ ଫେରିବା ପରେ ବ୍ୟାସ ଅଦ୍ୟ ଦିବସର କ୍ରମଶଃ ଭାଗବତ ପାରାୟଣ ପଠନର ପରିସମାପ୍ତି କରିଥିଲେ। ଦିବା ୧୧ଟା ସମୟରେ […]

ଆଗାମୀ ଦିନରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ନେଇ ଟିକେଟ ବ୍ୟବସ୍ଥା କରାଯିବ

ଭକ୍ତଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ହେବ ଟିକେଟ ବ୍ୟବସ୍ଥା । ଶ୍ରୀମନ୍ଦିର ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବ୍ କମିଟି ବୈଠକରେ ନିଷ୍ପତ୍ତି । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସରିବ ଶ୍ରୀଜଗନ୍ନାଥ ବଲ୍ଲଭ ପିଲଗ୍ରୀମ୍ ସେଣ୍ଟର କାମ । ୨୦୨୬ ରଥଯାତ୍ରା ପୂର୍ବରୁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିବ । ରଥଯାତ୍ରା ପରେ ପ୍ରକଳ୍ପର ଅନ୍ୟ ସବୁ କାର୍ଯ୍ୟ କରାଯିବ । ଶ୍ରୀଗୁଣ୍ଡିଚା ମନ୍ଦିରର ସମ୍ମୁଖ ଭାଗ ଉନ୍ନତୀକରଣ […]

ରାଜଧାନୀ ରାସ୍ତା ବାଣ ଫୁଟି ଜଳିଗଲା ସ୍କୁଟି… ୨ ଜଣ ଗୁରୁତର

ରାଜଧାନୀ ଭୁବନେଶ୍ବରରେ ବୁଧବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ସ୍କୁଟିରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ହେବାରୁ ସ୍କୁଟିଟି ସମ୍ପୂର୍ଣ୍ଣ ଜଳିଯାଇଛି। ବାଣ ନେଇ ଯାଉଥିବା ବେଳେ ହଠାତ ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଗଲା ସ୍କୁଟି । ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଉପରେ ସ୍କୁଟିରେ ଲାଗିଛି ନିଆଁ । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ରାସ୍ତାରେ ଯାଉଥିବା ଲୋକ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି । ଦୁଇ […]

ନଭେମ୍ବର 3ରୁ ରୋଟାରୀ କ୍ଳବ୍ ତରଫରୁ ମାଗଣା କୃତ୍ରିମ ଅଙ୍ଗରୋପଣ ଶିବିର

ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରି କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବିଜୁ ମହାବୀର ଫୁଟ୍ ସେଣ୍ଟର, ଖେlର୍ଦ୍ଧାଙ୍କ ସହଭାଗିତାରେ ନୟାଗଡ ରୋଟାରୀ କ୍ଲବ ପରିସରରେ ଭିନ୍ନକ୍ଷମଙ୍କ ପାଇଁ ମାଗଣାରେ କୃତ୍ରିମ ଅଙ୍ଗ ରୋପଣ ଶିବିର ଆୟୋଜନ କରାଯାଉଛି l ଏହି କ୍ରମରେ ନୟାଗଡଠାରେ ନଭେମ୍ବର 3 ରୁ 7 ପର୍ଯ୍ୟନ୍ତ ଆୟୋଜନ କରାଯିବ । ଏହି ଶିବିରରେ କୃତ୍ରିମ ଅଙ୍ଗ ଯଥା […]

ନୂଆପଡ଼ା ନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କଲା ବିଜେଡି

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଆଜି ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ ହୋଇଛନ୍ତି। ସୂଚନାମୁତାବକ ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ଆଜି କଂଗ୍ରେସର […]

ଅକ୍ଟୋବର ୧୮ରେ ଖୋଲିବ ଶିମିଳିପାଳ

ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର । ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ । ଆସନ୍ତା ୧୮ ତାରିଖରୁ ଏହି ଅଭୟାରଣ୍ୟ ଖୋଲିବ। ଜୁଲାଇ ୧ରୁ ଶିମିଳିପାଳ ଉପରେ କଟକଣା ଲାଗୁ ହୋଇଥିଲା କିନ୍ତୁ ଏବେ କଟକଣା ହଟିଯାଇଛି । ଏନେଇ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି । ଏବେ କଟକଣା ହଟିବା ପରେ ସହଜ ଏବଂ ସୁବିଧାରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲି ଏହାର ମଜା ନେଇପାରିବେ।

ଖବର କାଗଜ ହକରରୁ ମିସାଇଲ ମ୍ୟାନ ଆଉ ଦେଶର ରାଷ୍ଟ୍ରପତି 

ବାସ୍ତବକୁ ନେଇ ଜୀଉଁଥିବା ମଣିଷଟିଏ । ଜୀବନରେ କାହାକୁ ହରାଇବା ଯେତିକି କଷ୍ଟକର ..କାହାକୁ ଜିତିବା ଆହୁରି କଷ୍ଟସାଧ୍ୟ .. .ତାଙ୍କର ଉଦାର ମନୋଭାବ ସାଙ୍ଗକୁ ବଳିଷ୍ଠ ବ୍ୟକ୍ତିତ୍ୱ ଯୋଗୁ ଏବେ ବି ଝୁରୁଛି ତାଙ୍କୁ ସାରା ଦେଶ । ଏବେ ବି ସମସ୍ତଙ୍କ ହୃଦୟରେ ସେ ବିରାଜମାନ କରନ୍ତି । ଏବେ ବି ସେ ଲୋକଙ୍କ ପ୍ରେରଣାର ଉତ୍ସ। ସେ ଆଉ କେହିଁ ସେ ହେଉଛନ୍ତି ଭାରତର ମିସାଇଲ୍ ମ୍ୟାନ୍ ଏପିଜେ ଅବଦୁଲ କଲାମ୍ । […]