ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ସବୁଜ ବାଣ ବ୍ୟବହାରକୁ ଦେଲେ ଅନୁମତି

ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ସବୁଜ ବାଣ ବ୍ୟବହାରକୁ ଅନୁମୋଦନ କରିଛନ୍ତି। କୋର୍ଟ ବୁଧବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ କେବଳ ଅକ୍ଟୋବର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ଅନୁମତି ପ୍ରଦାନ କରିଛନ୍ତି। ସିଜେଆଇ ବିଆର ଗଭାଇ କହିଛନ୍ତି ଯେ ଆମକୁ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ । ପରିବେଶକୁ କ୍ଷତି ନ ପହଞ୍ଚାଇ ସଂଯମତାର ସହିତ ଅନୁମତି ପ୍ରଦାନ କରାଯିବା ଉଚିତ । CJI ୧୪ ଅକ୍ଟୋବର, ୨୦୨୪ ର ନିର୍ଦ୍ଦେଶକୁ ଉଦ୍ଧୃତ […]

ଅନୁଗୁଳରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ସହ ଯୌନ ନିର୍ଯାତନା ଅଭିଯୋଗରେ ସ୍କୁଲ ମାଲିକଙ୍କୁ ଗିରଫ 

ଅନୁଗୋଳ ସଦର ସ୍ଥିତ ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଘରୋଇ ସ୍କୁଲ ପ୍ଲେ ସ୍କୁଲ ମାଲିକଙ୍କ ବଳାତ୍କାର ଅଭିଯୋଗ। ଥାନାରେ ଅଭିଯୋଗ ପରେ ମାଲିକ ସଙ୍କେତ କୁମାର ଶର୍ମାଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଅନୁଗୁଳ ସହରର ଗାନ୍ଧୀ ମାର୍ଗରେ ଅବସ୍ଥିତ ସ୍କୁଲର ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ଘରୋଇ ପ୍ଲେ ସ୍କୁଲର ମାଲିକ ପ୍ରେମ ପ୍ରସ୍ତାବ ଦେଇଥିଲେ। କିନ୍ତୁ, ସେ ତାଙ୍କ ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ, ଯେତେବେଳେ ସ୍କୁଲରେ କେହି ନଥିଲେ, ସଙ୍କେତ […]

ଆରପାରିରେ ମହାଭାରତର ‘କର୍ଣ୍ଣ ’ ପଙ୍କଜ ଧୀର୍

ଟିଭି ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଆରପାରିକୁ ଚାଲିଗଲେ ଲୋକପ୍ରିୟ ଅଭିନେତା ପଙ୍କଜ ଧୀର୍ , ଆଜି ତାଙ୍କର ଦେହାନ୍ତ ହୋଇଛି ।ବି.ଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ପଙ୍କଜ । । ତାଙ୍କର ଘନିଷ୍ଠ ବନ୍ଧୁ ଅମିତ ବହଲ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ଏହି ଖବରକୁ ନିଶ୍ଚିତ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା। ସେ କିଛି ବର୍ଷ […]

ନୂଆପଡା ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ

ନୂଆପଡା ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ନୂଆପଡା ଏନଏସି ଚେୟାରମ୍ୟାନ ମହମ୍ମଦ ଆଦମ ସୂଚନା ଦେଇଛନ୍ତି । ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ   ମହମ୍ମଦ ଆଦମ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ନବୀନ ନୀବାସ ଯାଇ ନବୀନଙ୍କ ସହ ଆଲୋଚନା କରିଛନ୍ତି ।  ସୂଚନାଥାଉକି, କଂଗ୍ରେସ, ବିଜେପି ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ  କାହାକୁ […]

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପାରେଟର

ବେଗୁନିଆ ତହସିଲରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ ତହସିଲଦାରଙ୍କ ନାମରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାହୋଇଛନ୍ତି ସ୍ମୃତି।୩ ଡିଏସ୍‌ପି, ୨ ଇନ୍ସପେକ୍ଟର ଚଢ଼ାଉରେ ସାମିଲ ହୋଇଛନ୍ତି। ଏହି ସମୟରେ  ଖୋର୍ଦ୍ଧା  ଓ ଭୁବନେଶ୍ୱର ମିଳିତ  ଭିଜିଲାନ୍ସ ଟିମ ଚଢାଉ କରି ୮ ହଜାର ଟଙ୍କା ଜବତ କରିଥିଲେ।

ରାଶନକାର୍ଡ ହିତାଧୀକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଲେଖାଏଁ ଚାଉଳ

ରାସନ କାର୍ଡ ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଲେଖାଏଁ ଚାଉଳ । ଆଶା ଦେଖାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚୂଡାନ୍ତ ନିଷ୍ପତ୍ତି ହୋଇନି , ଚିନ୍ତା କରାଯାଉଛି । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଦେବାକୁ ଚିନ୍ତା କରାଯାଉଛି। ଆମେ ଚାହୁଁଛୁ ଗରିବ ଲୋକମାନେ ଅଧିକ ଚାଉଳ ପାଆନ୍ତୁ। ରାଜ୍ୟ ସରକାର ନିଜସ୍ବ ଖର୍ଚ୍ଚରେ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ବୋଲି କୃଷ୍ଣ […]

ପୁଣି ଅନଲାଇନ୍‌ରେ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ

ଅନଲାଇନରେ ଅନ୍ନପ୍ରସାଦ ବା ଅବଢା ମିଳିବା ନେଇ ବିଜ୍ଞାପନ ଜାରି। ଅବଢା ବିଜ୍ଞାପନ ସୋସିଆଲ ମିଡିଆରେ ହେଲା ଭାଇରାଲ । ଏକ ଫୁଡ ଆପ୍ଲିକେସନ ପକ୍ଷରୁ ବିଜ୍ଞାପନ ନେଇ ଭାଇରାଲ ହେଉଛି । ମାତ୍ର ୪୯ ଟଙ୍କାରେ ଅବଢା ଉପଲବ୍ଧ ଥିବା ବିଜ୍ଞାପନରେ କୁହାଯାଇଛି । ତେବେ ୪୯ ଟଙ୍କା ଦେଇ ଖାଇବା ଡେଲିଭରି ଆପ୍ଲିକେସନରେ ଅର୍ଡର କଲେ ଆପଣଙ୍କ ଘରେ ଏହି ଚାରୋଟି ମନ୍ଦିରର ଅନ୍ନପ୍ରସାଦ ପହଞ୍ଚିବ ବୋଲି କୁହାଯାଇଛି । ପୂର୍ବରୁ ଶ୍ରୀମନ୍ଦିରର ଅବଢା […]

ନୂଆପଡା ଉପନିର୍ବାଚନ ପାଇଁ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ

ନୂଆପଡା ଉପନିର୍ବାଚନ ପାଇଁ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ। ନବୀନ ନିବାସରେ ପହଞ୍ଚଛନ୍ତି ବିଜେଡିର ବରିଷ୍ଠ ନେତା। ବବି ଦାସ, ସ୍ନେହାଙ୍ଗୀନୀ ଛୁରିଆଁ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି।ଏହାରି ଭିତରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ୩ ଆଶାୟୀଙ୍କୁ ନବୀନ ନିବାସରୁ ଡାକରା ଆସିଛି । ଏମାନେ ସିଧାସଳଖ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବେ । ବୁଧବାର ଅପରାହ୍ନରେ ନବୀନ ନିବାସରେ ନବୀନଙ୍କୁ ଭେଟି ଆଲୋଚନା କରିବେ ବୋଲି ଜଣାପଡିଛି […]

ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ବିଜେପି

ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ବିଜେପି । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜୟ ଢୋଲକିଆ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି । ଏନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଗତ ୧୧ ତାରିଖରେ ବିଜେପିରେ ମିଶିଥିଲେ।ଆସନ୍ତାକାଲି ନାମାଙ୍କନ ଭରିବେ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିବେ ଜୟ ।ସେପଟେ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ। ନବୀନ ନିବାସରେ ପହଞ୍ଚଛନ୍ତି ବିଜେଡିର ବରିଷ୍ଠ ନେତା। ବବି ଦାସ, ସ୍ନେହାଙ୍ଗୀନୀ […]

ଶ୍ୱଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର

ଚମ୍ପୁଆ ଥାନା ମଙ୍ଗଳପୁର ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି।ଶ୍ୱଶୁର ଘରେ ପଶି ପରିବାର ଲୋକଙ୍କୁ ବାହାରୁ ଶିକୁଳି ପକାଇଲା । ପରେ ଘରେ ନିଆଁ ଲଗାଇଲା । ଏଭଳି ଅମାନୁଷିକ କାଣ୍ଡ ଭିଆଇ ଫୋରାର ହେଲା ଜ୍ୱାଇଁ।ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲେ ହେଁ ନିଆଁରେ ପଡ଼ି ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି। ପ୍ରକାଶ ଯେ, ବଂଶପାଳ ବ୍ଲକର ଅଙ୍କୁର ସନଗି ତିନି ବର୍ଷ ତଳେ ମଙ୍ଗଳପୁର ଗ୍ରାମର […]

ଦୀପାବଳି ଓ ପୟାଶ୍ରାଦ୍ଧ ଦ୍ଵନ୍ଦ୍ଵକୁ ଦୂର କଲେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ମହାସଭା

ପୟାଶ୍ରାଦ୍ଧକୁ ନେଇ ଦୂର ହେଲା ଦ୍ଵନ୍ଦ୍ଵ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଦିଆଗଲା ସ୍ପଷ୍ଟୀକରଣ। ୨୦ ନା ୨୧ ତାରିଖ ନେଇ ଦ୍ଵନ୍ଦ୍ଵ ଥିଲା । ତେବେ ୨୦ ତାରିଖ ଦୀପାବଳିରେ ହେବ ପୟାଶ୍ରାଦ୍ଧ ଦୀପାବଳି ଅମାବାସ୍ୟାର ଦ୍ୱନ୍ଦ୍ୱ ଦୂରୀକରଣ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ କରିଛନ୍ତି ।୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ। ୨୧ରେ ପାଳନ କରନ୍ତୁ ନାହିଁ, ଏହା […]

ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ଘଟଣାରେ ନୂଆମୋଡ଼: ପୋଲିସର ଗଣବଳାତ୍କାର ଅଭିଯୋଗକୁ ଖଣ୍ଡନ

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସ। ଛାତ୍ରୀଙ୍କୁ ରାତିରେ ହଷ୍ଟେଲରୁ ବାହାରକୁ ଆସିବା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କମିଶନର ସୁନୀଲ ଚୌଧୁରୀ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଓ୍ବାସିଫ ଅଲ୍ଲୀ ଘଟଣାର ମୁଖ୍ୟ ଖଳନାୟକ ବୋଲି ପୋଲିସ ଜାଣିବାକୁ ପାଇଛି।ଗିରଫ ୬ […]