ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଖୋଲା

ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ବରେ ୧୧ଟି ଗେଟ୍ ଏବଂ ଡାହାଣ ପାର୍ଶ୍ବରେ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ପ୍ରତି ସେକେଣ୍ଡରେ ମୁଣ୍ଡଳୀରେ ୪ ଲକ୍ଷ ୧୦ ହଜାର ୨୪୮ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ମୁଣ୍ଡଳୀର ଅପ୍ ଷ୍ଟ୍ରିମରେ ଜଳସ୍ତର ୮୬.୭୦ ଫୁଟ୍ ରହିଛି। ମୁଣ୍ଡଳୀର ଡାଉନ୍ ଷ୍ଟ୍ରିମରେ ଜଳସ୍ତର ୮୩.୬୦ ଫୁଟ୍ ରହିଛି।

ପରକୀୟା ପ୍ରୀତି ସମ୍ପର୍କ ଜାଣି କାଟିଦେଲେ ସ୍ତ୍ରୀ’ର ବେକ, ପ୍ରେମିକର ଗୁପ୍ତାଙ୍ଗ

ଯାଜପୁର ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବୁଧବାର ମାଳହାଟ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଉଭୟଙ୍କ ଗଳାରେ ଗଭୀର କ୍ଷତ ଦେଖାଦେଇଥିବା ବେଳେ ପୁରୁଷଙ୍କ ଗୁପ୍ତାଙ୍ଗ ମଧ୍ୟ ଆଘାତ କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି।ମହିଳା ଜଣକ ଏକ ବର୍ଷ ହେବ ପ୍ରେମକଙ୍କ ସହ ରହୁଥିଲେ। ମହିଳା ଏବଂ ତାଙ୍କ ପ୍ରେମିକ ପ୍ରଶାନ୍ତ ନାଥଙ୍କୁ ଗୁରୁତର ଅବସ୍ଥାରେ […]

ଶରଧାବାଲି ଦଳଚକଟା ଘଟଣାରେ ତଦନ୍ତ, ଆଜି ପୁରୀରେ ସାକ୍ଷ ଗ୍ରହଣ

ଶରଧାବାଲିରେ ଦଳାଚକଟା ଘଟଣାରେ ତଦନ୍ତ ଆରମ୍ଭ । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ବର ସ୍ଥିତ ରାଜ୍ୟ ଅତିଥି ଭବନ-ଆନେକ୍ସରେ ଗତକାଲି ପ୍ରଥମ ସାକ୍ଷ ଗ୍ରହଣ କରିଥିଲେ ଅନୁ ଗର୍ଗ । ପ୍ରଥମ ଦିନ ୧୭ ଜଣ ପ୍ରତ୍ୟକ୍ଷଦର୍ଶୀ ସାକ୍ଷ ପ୍ରଦାନ କରିଥିଲେ । ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲେ ପ୍ରତ୍ୟକ୍ଷଦର୍ଶୀ । ଆଗ୍ରହୀ ବ୍ୟକ୍ତି ଘଟଣା ସଂପର୍କରେ ସାକ୍ଷ୍ୟ ଓ ତଥ୍ୟ ରଖିଛନ୍ତି ।ଗତ ଜୁନ୍‌ ୨୯ ତାରିଖରେ ରଥ […]

ଆଜିର ରାଶିଫଳ(୧୦ ଜୁଲାଇ, ୨୦୨୫)

ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]

ପେଟ୍ରୋଲ୍ ପମ୍ପ୍‌ରେ ତେଲ ସଙ୍କଟ ଆଶଙ୍କା ଟଳିଲା ।

ପେଟ୍ରୋଲ୍ ପମ୍ପ୍‌ରେ ତେଲ ସଙ୍କଟ ଆଶଙ୍କା ଟଳିଲା । ତରବରିଆ ହୋଇ ଆବଶ୍ୟକ ଠାରୁ ଅଧିକ ପେଟ୍ରୋଲ କିଣନ୍ତୁନି ବୋଲି ପେଟ୍ରୋଲିୟମ୍‌ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ।ଏହା ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ମହଜୁଦ ରହିଛି । କାଁ ଭାଁ ଜାଗାରେ ପେଟ୍ରୋଲ ସରିଛି । ଏହା ଏକ ସ୍ୱାଭାବିକ କଥା । ଏବେ ୨୦୦ ଟ୍ୟାଙ୍କର ଆସିଛନ୍ତି । ପେଟ୍ରୋଲକୁ ନେଇ କୌଣସି ସମସ୍ୟା ହେବନି । ସରକାରଙ୍କ ସହ […]

ରାସ୍ତା କାଦୁଅ ହୋଇଥିବାରୁ କାନ୍ଧରେ ବୁହା ହୋଇ ବାହା ହେବାକୁ ଗଲା ବର

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡ଼ଦିଆ ପଞ୍ଚାୟତ ଧ୍ରୁବପଲିପୁର ମଂଡଲସାହିରେ ଏମିତିକା ଦୃଶ୍ୟ ଦେଖିବାକୁ ମିଳିଛି । ଗତକାଲି ଧ୍ରୁବପଲିପୁରରୁ ବର ହୋଇ ଶତ୍ରୁଘନ ମଣ୍ଡଳ ବାହା ହେବାକୁ ଚାନ୍ଦବାଲି ଶ୍ରୀକୃଷ୍ଣ ମନ୍ଦିରକୁ ଆସିଥିଲେ । ହେଲେ ଗାଁ କୁ ପକ୍କା ସଡ଼କ ନଥିବାରୁ କାଦୁଅ ପଚ ପଚ ରାସ୍ତାକୁ ଆସିପାରିନଥିଲା ଚାରି ଚକିଆ ଗାଡ଼ି । ତେଣୁ ବାଧ୍ୟ ହୋଇ ବରର ସାଙ୍ଗମାନେ ବରକୁ ନିଜ କାନ୍ଧରେ ବସାଇ ଆଣିଥିଲେ । ସେହିପରି ବାହାଘର ପରେ […]

ପିଉସୀର ହାତ ଗୋଡ଼ ବାନ୍ଧି ସୁନା ଗହଣା ନେଇଗଲା ପୁତୁରା

ପିଉସୀର ହାତ ଗୋଡ଼ ବାନ୍ଧି ମୁହଁକୁ ପିଟି ପିଟି ଅଧମରା ପରେ ସୁନା ଗହଣା ଲୁଟିନେଇଥିଲା ପୁତୁରା। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ । ନାଁ ତାଙ୍କର ସୁଷମା ମିଶ୍ର । ଭୁବନେଶ୍ୱର ଶୈଳେଶ୍ରୀ ବିହାରର ବାସିନ୍ଦା। ସେଦିନ ଥିଲା ଶୁକ୍ରବାର ଜୁଲାଇ ୦୪ ତାରିଖ । ସମୟ ପ୍ରାୟ ସକାଳ ସାଢ଼େ ୫ଟା । ହଠାତ ଘର ଭିରକୁ ପଶିଗଲେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ । ସୁଷମାଙ୍କ ମୁହଁ […]

ଦୁଇ ଦଶନ୍ଧି ଧରି ଥିଲେ ଫେରାର୍; ଗିରଫ ହେଲେ ପଳାତକ ମୋନିକା କପୁର

CBIକୁ ମିଳିଛି ବଡ଼ ସଫଳତା। ଗିରଫ ହେଲେ ଦୁଇ ଦଶନ୍ଧି ଧରି ଫେରାର୍ ଥିବା ମୋନିକା କପୁର । ଆର୍ଥିକ ହେରଫେର୍ ମାମଲାରେ ଅଭିଯୁକ୍ତ ମୋନିକା କପୁରଙ୍କୁ ଆମେରିକାରେ ଗିରଫ କରାଯାଇଛି। ଏବେ ତାଙ୍କୁ ଭାରତ ପ୍ରତ୍ୟପର୍ଣ କରାଯାଇଛି । ସୂଚନା ଅନୁସାରେ, ୧୯୯୯ ମସିହାରେ ମୋନିକା ଓ ତାଙ୍କ ଦୁଇ ଭାଇଙ୍କ ସହ ମିଳିତ ଭାବେ ଗହଣା ବ୍ୟବସାୟ ପାଇଁ ନକଲି କାଗଜପତ୍ର ତିଆରି କରି ଭାରତ ସରକାରଙ୍କଠାରୁ ଡ୍ୟୁଟି ମୁକ୍ତ କଞ୍ଚାମାଲ ଆମଦାନୀ କରିଥିଲେ, […]

ଆସିବ କି ୫୦ ଟଙ୍କିଆ କଏନ୍‌?ଦିଲ୍ଲୀ ହାଇ କୋର୍ଟରେ କେନ୍ଦ୍ର ସରକାର ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ।

ଦିଲ୍ଲୀ ହାଇକୋର୍ଟରେ ଜଣେ ଆବେଦନକାରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଜନହିତକର ଆବେଦନର ଶୁଣାଣିର ରାୟ ସାମ୍ନାକୁ ଆସିଛି। ଆବେଦନରେ ଦୃଷ୍ଟିହୀନ ନାଗରିକଙ୍କ ପାଇଁ ୫୦ ଟଙ୍କିଆ ଏବଂ ତା’ଠାରୁ କମ ମୂଲ୍ୟର ନୋଟ୍‌ ଏବଂ ମୁଦ୍ରାକୁ ଅଧିକ ଚିହ୍ନଟ କରିବା ପାଇଁ ଆବେଦନ କରାଯାଇଥିଲା।ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ, ବଜାରରେ ୫୦ ଟଙ୍କା କଏନ୍ ଆଣିବାର କୌଣସି ଯୋଜନା ନାହିଁ । ୨୦୨୨ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା କରାଯାଇଥିବା […]

ଜୁଲାଇ ୧୪ ଓ ୧୫ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ୧୪ ଓ ୧୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି l ଜୁଲାଇ ୧୪ ତାରିଖ ସଂଧ୍ୟାରେ ମାନ୍ୟବର ରାଷ୍ଟ୍ରପତି ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ), ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ ଏବଂ ଜୁଲାଇ ୧୫ ତାରିଖ ପୂର୍ବାହ୍ନରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ପରେ ପରେ ସେ କଟକ ରେଭେନ୍ସା ବାଳିକା […]

ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ବାର୍ଷିକ ସାଧାରଣ ସଭା

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ବାର୍ଷିକ ସାଧାରଣ ସଭା ଆରସିଏମ୍‌ଏସ୍ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ପୁରେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସମବାୟ ସମିତି ମହାମଞ୍ଚ ସଭାପତି ଗୋଲଖ ପ୍ରସାଦ ମହାପାତ୍ର, ଅନ୍ୟତମ ଅତିଥି ଭାବେ ସଂଘର ଉପଦେଷ୍ଟା ପବିତ୍ର ମୋହନ ଦାସ, ଉପଦେଷ୍ଟା ସୈାଭାଗ୍ୟ ପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ୨୦୨୫ ମେ […]

ନୟାଗଡ଼ରେ ଟ୍ରେଡୟୁନିଅନ ଧର୍ମଘଟ

ନୟାଗଡ଼(ଓଡିଶା ଦର୍ପଣ): ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ଦାବିନେଇ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚର ଆହ୍ଵାନ କ୍ରମେ ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରି ନୟାଗଡ଼ ଜିଲ୍ଲା ସଦର ମହକୁମାରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ହରତାଳ ପାଳନ କରାଯାଇଛି। ଜୁଲାଇ ୦୯ର ଏହି ଆନ୍ଦୋଳନ ମୋଦି ସରକାରର ମନମାନି ତଥା ଶ୍ରମିକ -କୃଷକ ବିରୋଧୀ ପଦକ୍ଷେପ ବିରୋଧରେ ସାଧାରଣ ଜନତାର ଦୁର୍ବାର […]