ନୟାଗଡ଼,(ଓଡିଶା ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ମାଗଣା ଚଷମା ବଣ୍ଟନ କାର୍ଯ୍ୟକ୍ରମ ଓଡ଼ଗାଁ ବ୍ଲକ ଆରଡା ପଞ୍ଚାୟତ ର କେନ୍ଦୁପଲ୍ଲୀ ଗାଁ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଟି ରୋଟାରୀ କ୍ଲବ ର ପୂର୍ବତନ ସଭାପତି ରୋଟାରିଆନ ଶ୍ରୀକାନ୍ତ ଖଟେଇ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ […]
ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୈତ୍ରା ଝାରସୁଗୁଡ଼ାରେ ୪୨୧ ଜଣ ବେଙ୍ଗଲି ଶ୍ରମିକଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରି ଓଡ଼ିଶା ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ଏହି ଶ୍ରମିକମାନଙ୍କ ମଧ୍ୟରୁ ୨୩ ଜଣ ତାଙ୍କ ନିର୍ବାଚନ ମଣ୍ଡଳୀ କୃଷ୍ଣନଗରର ମିର୍ଜାପୁର ଗାଁର, ଯେଉଁମାନେ ଆଧାର କାର୍ଡ ଭଳି ବୈଧ ପ୍ରମାଣପତ୍ର ରଖିଥିଲେ ମଧ୍ୟ ଓରିଏଣ୍ଟ ପୋଲିସ ଷ୍ଟେସନରେ ବେଆଇନ ଭାବେ ଅଟକ ରଖାଯାଇଛି।ଏହାସହ ଆହୁରି କହିଛନ୍ତି […]
ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀ ଏବଂ ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ଝଟ୍କା ଲାଗିଛି। ଉଭୟଙ୍କ ପିଟିଶନ ଖାରଜ ହୋଇଯାଇଥିବାବେଳେ ହତ୍ୟା ମାମଲା ଚାଲୁ ରହିବ ବୋଲି ହାଇକୋର୍ଟ କହିଛନ୍ତି। ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ବି ଚାଲିବ ମାମଲା । ବର୍ତ୍ତମାନ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ କୋର୍ଟରେ ମାମଲା ରହିଛି । ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶରୁ ବିଦ୍ୟାଭାରତୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଟ୍ରାଏଲ କୋର୍ଟରେ ନିଜର ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଓକିଲ ସଙ୍ଘ ପାର୍କିଙ୍ଗ ସ୍ଥାନରେ ଆଜି ଜିଲ୍ଲା ଓକିଲ ସଙ୍ଘ, ରୋଟାରୀ କ୍ଲବ ନୟାଗଡ ଏକ୍ସଏଲେନ୍ସୀ ଏବଂ ନୟାଗଡ କେସି କ୍ଲବଙ୍କ ମିଳିତ ଆନୁକୂଲ୍ୟରେ ୭୬ ତମ ବନମହୋତ୍ସବକୁ ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ମହାରଣା ଆମ୍ରପଲ୍ଲୀ ଆମ୍ବ ଚାରା ରୋପଣ କରି ଉଦଘାଟନ କରିଥିଲେ l ଓକିଲ ସଙ୍ଘ ଉଦ୍ଧିଷ୍ଟ ପାର୍କିଂ ସ୍ଥାନରେ ଆୟୋଜିତ ଏହି ଚାରରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିବାର ଅଦାଲତ ଜଜ ଇନ୍ଦୁଶର୍ମା, ଅତିରିକ୍ତ ଜିଲ୍ଲାଜଜ […]
ଆଉ ନାହିଁ ସବୁ ଶ୍ରେଣୀରେ ପାସ୍ ବ୍ୟବସ୍ଥା । ବଦଳିଲା ସ୍କୁଲ ପରୀକ୍ଷା ନିୟମ । ନୂତନ ନିୟମ ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପୁନଃ ପରୀକ୍ଷା ଦେବାର ସୁଯୋଗ ମିଳିବ। ସ୍କୁଲ କର୍ତ୍ତୃପକ୍ଷ ଏହି ପୁନଃ ପରୀକ୍ଷା ୨ ମାସ ମଧ୍ୟରେ ଆୟୋଜନ କରିବେ। ଯଦି ଛାତ୍ରଛାତ୍ରୀ ପୁନଃ ପରୀକ୍ଷାରେ ପାସ୍ କରନ୍ତି, ତେବେ ସେମାନେ ଉତ୍ତୀର୍ଣ୍ଣ ହେବେ ଏବଂ ପରବର୍ତ୍ତୀ ଶ୍ରେଣୀକୁ ପ୍ରୋତ୍ସାହିତ ହେବେ। କିନ୍ତୁ ପୁନଃ ପରୀକ୍ଷାରେ […]
ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୫ କି.ମି. ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ନିକଟରେ ପଶ୍ଚିମବଙ୍ଗ ହାଓ୍ବଡ଼ାର ବିଧାୟକ ଗୌତମ ଚୌଧୁରୀଙ୍କ କାର୍(WB 12BK 8988) ଧକ୍କାରେ ରାଧାକାନ୍ତ ଲେଙ୍କା(୫୬)ନାମକ ଜଣେ ସ୍କୁଟି(OD 22H 1442) ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ସ୍ଥାନୀୟ ସୋର ଥାନା ସାଜନପୁର ଅଞ୍ଚଳରେ।ସୂଚନା ଅନୁସାରେ, ବିଧାୟକ ଗୌତମ ଚୌଧୁରୀ ତାଙ୍କ ସାନ ଭାଇ ଅପୂର୍ବ ସିହ୍ନାଙ୍କ କାର୍ ନେଇ ପୁରୀ ଯାଇଥିଲେ । ସେଠାରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ଦାବିନେଇ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚର ଆହ୍ଵାନ କ୍ରମେ ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରି ନୟାଗଡ଼ ଜିଲ୍ଲା ସଦର ମହକୁମାରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ହରତାଳ ପାଳନ କରାଯାଇଛି। ଜୁଲାଇ ୯ର ଏହି ଆନ୍ଦୋଳନ ମୋଦି ସରକାରର ମନମାନି ତଥା ଶ୍ରମିକ -କୃଷକ ବିରୋଧୀ ପଦକ୍ଷେପ ବିରୋଧରେ ସାଧାରଣ ଜନତାର ଦୁର୍ବାର ରଣହୁଙ୍କାର […]
ଆଇପିଏସ୍ ସ୍ତରରେ ଅଦଳ ବଦଳ ହୋଇଛି । ଆଇପିଏସ୍ ଅଧିକାରୀଙ୍କ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୧୯୪ ବ୍ୟାଚ୍ର ଆଇପିଏସ୍ ସଞ୍ଜୀବ ପଣ୍ଡାଙ୍କୁ ADG ନକ୍ସଲ ବିରୋଧୀ ଅପରେସନ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଅଖିଳେଶ୍ୱର ସିଂ ହେଲେ ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି, କନୱୀ ବିଶାଲ ସିଂ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ ହୋଇଛନ୍ତି ।ଅଖିଳେଶ୍ୱର ସିଂ ହେଲେ ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି, କନୱୀ ବିଶାଲ ସିଂ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ […]
ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା। ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ। । ସେ ଛତ୍ରପୁର ବ୍ୟାଙ୍କ କଲୋନୀ ଭଡ଼ା ଘରୁ ନିଜ ଘରୁ ଅଫିସ ଯାଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ୩ ଦିନ ଧରି ଭିଜିଲାନ୍ସ ଟିମ୍ ତାଙ୍କୁ ନଜରରେ ରଖିଥିବା ସୂଚନା ମିଳିଛି। ତାଙ୍କ ଗାଡ଼ିରୁ ୫୦୦ ଟଙ୍କିଆ […]
ପୁରୀରେ ପୁଣି ମାତିଲେ ମନ୍ଦିର ଲୁଟେରା । ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶି ହୁଣ୍ଡି ଲୁଟି ନେଇଛନ୍ତି ଦୁର୍ବୃତ୍ତ ।ପୁରୀ ରେଳ ଷ୍ଟେସନ ନିକଟ ରାମ ମନ୍ଦିରରୁ ହୁଣ୍ଡି ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ । ତେବେ ଲୁଟ୍ ସମୟର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।କିଛିଦିନ ତଳେ ଖବର ଆସିଥିଲା ଯେ, ଏଟିଏମ ତାଡି ଟଙ୍କା ନେଇଯାଉଛନ୍ତି ଦୁର୍ବୃତ୍ତ। ସିସିଟିଭି କ୍ୟାମେରାରେ ସ୍ପ୍ରେ ମାରି ଟଙ୍କା ଲୁଟୁଛନ୍ତି ଦୁବୃର୍ତ୍ତ। ଏହି ଘଟଣା […]
ଗୁଜୁରାଟର ଭଦୋଦରା ଜିଲାରୁ ଏକ ଚିନ୍ତାଜନକ ଏବଂ ଦୁଃଖଦ ଖବର ଆସିଛି। ବୁଧବାର ସକାଳେ ଭଦୋଦରା ଏବଂ ଆନନ୍ଦ ଜିଲାକୁ ସଂଯୋଗ କରୁଥିବା ଗମ୍ଭୀରା ସେତୁ ହଠାତ ନଦୀରେ ଭୁଶୁଡ଼ି ପଡ଼ିଲା। ତେବେ ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇବା ମାତ୍ରେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପୋଲ ଦୁଇ ଫାଳ ହେବା ସମୟରେ ଅନେକ […]
ଡେଲାଙ୍ଗରେ ବହୁ ସଂଖ୍ୟାରେ କୁକୁଡା ମଡକକୁ ନେଇ ବାର୍ଡଫ୍ଲ୍ୟୁ ରୋଗ ଆଶଙ୍କା କରାଯାଉଛି । ୨ ଦିନ ହେଲାଣି ଡେଲାଙ୍ଗ ଅଞ୍ଚଳରେ ଶହ ଶହ ସଂଖ୍ୟାରେ କୁକୁଡା ମରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । କିଛି ଦିନ ହେବ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅର୍ନ୍ତଗତ ବେଗୁନିଆପଡା, ତରଡା, ଶିଶୁଆପଡା, ସିଂହବ୍ରହ୍ମପୁର ଓ ବଡଆଙ୍କୁଲା ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି । ଆଂକୁଲା ଓ ଗୋଡ଼ିପୁଟ ମାଟିଆପଡା ଅଞ୍ଚଳର ଦୁଇଟି ଫାର୍ମରେ ଶହ ଶହ […]
