ନୀଳାଦ୍ରି ବିଜେ ପରେ ଆଜିଠାରୁ ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ହେଲେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ ବିଭ୍ରାଟ ଅଭିଯୋଗ ହୋଇଛି । ଗଳାବାଟ ଦେଇ ଶ୍ରୀମନ୍ଦିର ଭିତରକୁ ପଶିଗଲେ କିଛି ଯୁବକ ।ନୀଳାଦ୍ରିବିଜେରେ ମାଳ ମାଳ ସୁରକ୍ଷା କର୍ମୀ ଶ୍ରୀମନ୍ଦିର ବାହାରେ ଜଗିଥିବା ବେଳେ, ଶ୍ରୀମନ୍ଦିର ଭିତରେ ମଧ୍ୟ ମାଳ ମାଳ ପୋଲିସ ମୁତୟନ ରହିଥିଲେ। ଏହାରି ଭିତରେ ଦକ୍ଷିଣ ଦ୍ୱାର ମେଘନାଦ ପାଚେରୀ ଭିତରେ ୪ଜଣ ସନ୍ଦିଗ୍ଧ ଯୁବକ ଚଢ଼ିଥିଲେ । କେଉଁ […]
ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଜାମିନ ଆବେଦନ ଶୁଣାଣୀ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଜଗନ୍ନାଥ ପ୍ରଧାନଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ କରିଥିଲେ ଜାମିନ ଆବେଦନ । ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ଙ୍କ ନିକଟରେ ସମସ୍ତେ ଆବେଦନ କରିଥିଲେ । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚଲିକାରେ ଜାମିନ ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଜଗନ୍ନାଥ ପ୍ରଧାନଙ୍କ ଓକିଲ । […]
ଦୁଇଦିନ ଧରି ହୀରାକୁଦ ବନ୍ଧର ୨୦ଟି ଗେଟ୍ ଖୋଲା ରହିବା ପରେ ମଙ୍ଗଳବାର ସନ୍ଧ୍ୟାରେ ୪ଟି ଗେଟ୍କୁ ବନ୍ଦ କରାଯାଇଛି। ବର୍ତ୍ତମାନ ୧୬ ଗେଟ୍ ଦେଇ ମହାନଦୀକୁ ପାଣି ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୦୬.୧୫ ଫୁଟକୁ ହ୍ରାସ ପାଇଛି। ହୀରାକୁଦ ଡ୍ୟାମ୍ ବାମପଟର ୧୧ ଗେଟ୍ ଖୋଲା ରହିଛି । ଡାହାଣ ପଟର ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୯ ହଜାର ୧୦ କ୍ୟୁସେକ୍ ଜଳ […]
ରାଜ୍ୟରେ ଗତ କିଛିଦିନ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଥିବାବେଳେ ବୁଧବାରଠାରୁ କମିବ। ତେବେ ୧୫ଟି ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଶଙ୍କା ରହିଛି । ଗୁରୁବାର (୧୦ ତାରିଖ)ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପରିମାଣ କମ୍ ରହିବ । ୧୩ରୁ ପୁଣି ବର୍ଷା ବଢ଼ିବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବୁଧବାର କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, […]
ଆଜି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନ ଶୁଣାଣୀ ହେବ । ଜାମିନ ଆବେଦନ ଶୁଣାଣୀ କରିବେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଜଗନ୍ନାଥ ପ୍ରଧାନଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ ଜାମିନ ଆବେଦନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ଙ୍କ ନିକଟରେ ସମସ୍ତେ ଆବେଦନ କରିଛନ୍ତି । ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ଲଗାଇଥିଲା ପୁଲିସ ।ଦଫା ୩୩୩, ୧୨୧(୧), ୧୨୧(୨), ୩୫୧(୨), […]
ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିରେ ପର୍ଯ୍ୟଟକଙ୍କୁ ଅସଦାଚରଣ ଅଭିଯୋଗ ।ଯୁବତୀଙ୍କ ଏତଲା କ୍ରମେ ବାଲିଆପାଳ ପୁଲିସ ଏକ ମାମଲା ରୁଜୁ କରି ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ମୁତାବକ ଗତ ରବିବାର ପଶ୍ଚିମବଙ୍ଗରୁ ଡଗରା ବେଳାଭୂମିକୁ ବୁଲିବାକୁ ଆସିଥିବା ଦୁଇ ଜଣ ଯୁବକ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ଆକ୍ରମଣ କରିବା ସହିତ ଯୁବତୀଙ୍କୁ ଅସାଦାଚରଣ କରିଥିଲେ । ଏଥିରେ ବଙ୍ଗୀୟ ପର୍ଯ୍ୟଟକ ପ୍ରତିବାଦ କରିବାରୁ ସେମାନଙ୍କୁ […]
କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ଅନୁବନ୍ଧିତ ସଂଗଠନମାନଙ୍କ ଦ୍ୱାରା ଡକାଯାଇଥିବା ଦେଶବ୍ୟାପୀ ବନ୍ଦ ପାଇଁ ଆଜି ଭୁବନେଶ୍ୱରରେ ବସ ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଏହି ବନ୍ଦ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଓ କର୍ପୋରେଟ ଅନୁକୂଳ ନୀତିକୁ ବିରୋଧ କରି ଆହୱାନ ଦିଆଯାଇଛି। ଓଡ଼ିଶା ରାଜ୍ୟ ପରିବହନ ନିଗମ (OSRTC) ଓ ଘରୋଇ ବସ ଅପରେଟରମାନେ ବନ୍ଦକୁ ସମର୍ଥନ କରିଥିବାରୁ ଅଧିକାଂଶ ରୁଟରେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବନ୍ଦ ସମୟରେ […]
ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ । ଫଳରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନରତ ଡ୍ରାଇଭର ମହାସଂଘ ସହ ପରିବହନ ମନ୍ତ୍ରୀଙ୍କ ୪ଘଣ୍ଟା ଧରି ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।ଡ୍ରାଇଭର ସଙ୍ଘ ସହ ବୈଠକ ପରେ ପରିବହନ ମନ୍ତ୍ରୀ କହିଛନ୍ତି, ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ । ଗତକାଲି ଦିନ ତମାମ୍ ରାଜ୍ୟବ୍ୟାପୀ ଅଲ ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଥିଲା । […]
ଆଜି ଦେଶବ୍ୟାପୀ ଏକ ହଡ଼ତାଳ ବା ‘ଭାରତ ବନ୍ଦ’ ଡାକରା ହୋଇଛ। ଯାହାକୁ ବିଭିନ୍ନ ଟ୍ରେଡ଼ ୟୁନିଅନ ଏବଂ କୃଷକ ସଂଗଠନମାନେ ସମର୍ଥନ କରୁଛନ୍ତି। ଏହି ହଡ଼ତାଳ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୁଦ୍ଧରେ ଆହୱାନ କରାଯାଇଛି। ଧର୍ମଘଟ ଯୋଗୁଁ ବ୍ୟାଙ୍କିଙ୍ଗ, ଡାକ ସେବା, ପରିବହନ, ଶିଳ୍ପ ଉତ୍ପାଦନ ଏବଂ ବିଦ୍ୟୁତ୍ ଯୋଗାଣ ଭଳି ଅତ୍ୟାବଶ୍ୟକୀୟ ସାର୍ବଜନୀନ ସେବାରେ ବ୍ୟାପକ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ଟ୍ରେଡ୍ ୟୁନିଅନ କହିଛନ୍ତି ଯେ […]
୧୨ ଦିନର ଲୀଳାଖେଳା ସାରି ମଙ୍ଗଳବାର ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମହାପ୍ରଭୁ । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ା ବିଜେ କରିଛନ୍ତି। ଏଥିସହ ଚଳିତବର୍ଷର ଘୋଷଯାତ୍ରା ସମ୍ପନ୍ନ ହୋଇଛି। ତେବେ ଭକ୍ତମାନେ ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ନୀଳାଚଳ ଅବଢା ପାଇ କୃତାର୍ଥ ହେବେ।
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ନୟାଗଡ଼ କେ.ସି କ୍ଲବ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଓଡିଶା ଦାୟିତ୍ୱ ରେ ଥିବା ଅଖିଳ ଭାରତ କଂଗ୍ରେସ କମିଟି ପ୍ରଭାରୀ ଅଜୟ କୁମାର ଲଲୁ ଯୋଗ ଦେଇ ଓଡ଼ିଶାରେ ବିଜେପି ସରକାର ଶାସିତ ସମୟରେ ନାରୀ ନିର୍ଯାତନା, […]
ରଥ ଉପରେ ମୋବାଇଲ ଫୋନ ବ୍ୟବହାର ନେଇ କଟକଣା ଥିବା ସତ୍ତ୍ବେ ଏହାକୁ କିଛି ସେବାୟତ ମାନିନାହାନ୍ତି। ରଥ ଉପରର ଭିଡିଓ ଏବଂ ଫଟୋ ବିଭିନ୍ନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ତେବେ ସମ୍ପୃକ୍ତ ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସିଂହଦ୍ୱାର ଥାନାକୁ ଚିଠି ଲେଖିଲା ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ । ରଥ ଉପରକୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା । କିଛି ସେବାୟତ ମୋବାଇଲ ନେଇଥିବା ନଜର ଆସିଥିଲେ ।ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଦାୟିତ୍ୱରେ […]
