ଚଳିତ ରଥଯାତ୍ରା ପାଇଁ ହେବ ସ୍ବତନ୍ତ୍ର ‘ଆପ୍‌’ 

ରଥଯାତ୍ରା ପାଇଁ ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ ଶେଷ ହେବାପରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । ଆସନ୍ତା ରଥଯାତ୍ରା ପାଇଁ ହେବ ସ୍ବତନ୍ତ୍ର ‘ଆପ୍‌’ ବ୍ୟବସ୍ଥା । ପ୍ରଥମ ପ୍ରସ୍ତୁତି ବୈଠକ ପରେ ସବୁ ବିଭାଗର ତଥ୍ୟକୁ ନେଇ ‘ଆପ୍‌’ ପ୍ରସ୍ତୁତ ହେବ କହିଲେ ଜିଲ୍ଲାପାଳ ।ଏହାସହ ଚଳିତ ବର୍ଷ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ବ୍ୟବହାର ହେବ AI କ୍ୟାମେରା ।ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ […]

ବିଦ୍ୟୁତଜନିତ ସମସ୍ୟାର ପ୍ରତିକାର ପାଇଁ ଆଗୁଆ ବ୍ୟବସ୍ଥା କର- ମୁଖ୍ୟମନ୍ତ୍ରୀ

ଗତ ସୋମବାର ଲୋକସଭା ଭବନଠାରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମୀକ୍ଷା ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ୍‍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏବଂ ପିଏମ୍‍ ସୂର୍ଯ୍ୟଘର ଯୋଜନାରେ ରାଜ୍ୟରେ ଅଧିକ ଲୋକଙ୍କୁ ସାମିଲ୍‍ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା ବୈଠକରେ ଶକ୍ତି ବିଭାଗର ବଜେଟ୍‍ ଖର୍ଚ୍ଚ ଅତିକମ୍‌ରେ ୮୫% କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖରାଦିନେ ସାଧାରଣତଃ ଓଭରଲୋଡିଂ ସମସ୍ୟା ଯୋଗୁ ବିଦ୍ୟୁତ୍‍ କାଟ […]

ଖରା ପାଇଁ ବିଏମସିର ନୂଆ ଗାଇଡ ଲାଇନ

ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଗତକାଲି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଏମସିର ନିଷ୍ପତ୍ତି ଅନୁସାରେ, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ କାମ ବନ୍ଦ ରହିବ । ଏହି ସମୟରେ ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ । ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ସମସ୍ତ ରାଜସ୍ୱ […]

ରାଗ ଜର୍ଜରିତ ହୋଇ ବାପାର ମୁଣ୍ଡ କାଟିଦେଲା ପୁଅ

ମୟୂରଭଞ୍ଜ ଜିଲା ଚାନ୍ଦୁଆଁ ଥାନା ଅଧିନ ଠାରୁଆସାହି ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅ ଉତ୍ୟକ୍ତ ହୋଇ ବାପାକୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରି ମୁଣ୍ଡକୁ କାଟିନେଇ ଥାନାରେ ଆତ୍ମସମର୍ପଣ କରିଛି । ତେବେ ଖବର ଅନୁସାରେ, ଅଧରାତିରେ ବାପା ପୁଅ ମଧ୍ୟରେ ବଚସା ହୋଇଥିଲା । ଏହାପରେ ନିଜ କ୍ରୋଧକୁ ସମ୍ଭାଳିପାରିନଥିବା ପୁଅ । ରାଗ ଜର୍ଜରିତ ହୋଇ ବାପାକୁ […]

ମାର୍ଚ୍ଚ ୫ରେ ପାଳନ ହେବନି ପଞ୍ଚାୟତିରାଜ ଦିବସ

ମାର୍ଚ୍ଚ ୫ ତାରିଖରେ ପାଳନ ହେବନି ପଞ୍ଚାୟତିରାଜ ଦିବସ। ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଏପ୍ରିଲ ୨୪ରେ ମଧ୍ୟ ପାଳନ ହେବ ଲୋକସଭା ଦିବସ । ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାର୍ଚ୍ଚ ୫କୁ ବିଜୁ ପଟ୍ଟନାୟକ ଜୟନ୍ତୀ ଭାବେ ପାଳନ ହେବ । କିନ୍ତୁ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବନି । ୨୦୨୦ରୁ […]

ଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ନବମ ପାଳି ।

ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୋମବାର ଥିଲା ନବମ ପାଳି। ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ଅଭିଯାନ । ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ପାଇଁ ପୁରୀ ଜିଲ୍ଲାର ନିମାପଡ଼ାରୁ ଆସିଥିବା ପକ୍ଷାଘାତ ଆକ୍ରାନ୍ତ […]

ରାଜ୍ୟସ୍ତରୀୟ ନାଟ୍ୟମେଳାର ୨ୟ ସଂଧ୍ୟା: ବିମୋହିତ କଲା ବାସ୍ତବଧର୍ମୀ ସାମାଜିକ ନାଟକ ‘ଭିନ୍ନ ଏକ ସହଯାତ୍ରୀ’

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟମେଳାର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଭିନ୍ନ ସ୍ୱାଦର ଏକ ବାସ୍ତବଧର୍ମୀ ସାମାଜିକ ନାଟକ ‘ଭିନ୍ନ ଏକ ସହଯାତ୍ରୀ’ । ସୋମବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ  ବିଶିଷ୍ଟ ନାଟ୍ୟକାର ପଞ୍ଚାନନ ଦାଶ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ମଳୟ କୁମାର ମହାନ୍ତି । ପଞ୍ଚଧ୍ୱନି […]

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l

ରାୟଗଡ : ତା ୦୩/୦୩/୨୦୨୫ ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଆରୋକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲାପରିଷଦ, ରାୟଗଡ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ରାୟଗଡ, […]

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ OSD ହେଲେ କୌଶିକ ପଟ୍ଟନାୟକ।

ଓଡ଼ିଶା ସରକାର ସୋମବାର ଦିନ ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। କୌଶିକ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀ (ଓଏସଡି) ଭାବରେ ନିଯୁକ୍ତି ମିଳିଛି।ପୂର୍ବରୁ କେନ୍ଦୁଝର ଏଡିଏମ ଥିବା ଆଲୋକ ପ୍ରଧାନଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି କେନ୍ଦୁଝର ଉପଜିଲ୍ଲାପାଳ ଥିବା ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ୧୮ ଓଏଏସ୍‌ ଅଧିକାରୀଙ୍କ ବଦଳି ହୋଇଛି।

ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ ଆଙ୍କି ବିଦେଶିନୀ ଅଡୁଆରେ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ । ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ ପରେ ଚାରିଆଡୁ ଘୋର ନିନ୍ଦା । ମହାପ୍ରଭୁଙ୍କୁ ଅପମାନ ନେଇ ଥାନାରେ ମାମଲା । ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଜଗନ୍ନାଥ ପ୍ରେମୀ ।ଟାଟୁ ଆଙ୍କିଥିବା ଭୁବନେଶ୍ୱର ରକି ଟାଟୁଜ୍ ଷ୍ଟୁଡିଓ ମାଲିକ ରକି ରଞ୍ଜନ ବିଶୋଇଙ୍କ ନାଁରେ ସହିଦନଗର ଥାନାରେ ମାମଲା ହୋଇଛି । ସେପଟେ ମହାପ୍ରଭୁଙ୍କୁ ଅପମାନିତ କରିଥିବାରୁ ନିଜଆଡ଼ୁ କ୍ଷମା ପ୍ରାର୍ଥନା କରିଛନ୍ତି ରକି । ଅନ୍ୟପଟେ ଟାଟୋ ଆଙ୍କିଥିବା ବିଦେଶିନୀ ମଧ୍ୟ […]

ନୟାଗଡ଼ ବଜେନ୍ଦ୍ର ହାଇସ୍କୁଲର ୧୯୬୮ ବ୍ୟାଚ ବନ୍ଧୁ ମିଳନ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ବଜେନ୍ଦ୍ର ହାଇସ୍କୁଲ ର ୧୯୬୮ ବ୍ୟାଚ ସହପାଠୀ ମାନଙ୍କ ର ଏକ ବନ୍ଧୁମିଳନ ବୁଢାବୁଢିଆଣୀ ଜଳଭଣ୍ଡାର ଠାରେ ଗତ ୨ ତାରିଖ ମଧ୍ୟାହ୍ନରେ ଆନନ୍ଦ ଉଲ୍ଲାସ ମଧ୍ୟ ରେ ଅନୁଷ୍ଠିତ ହୋଇଛି। ବିଦାୟୀ ବନ୍ଧୁ ମାନଙ୍କର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ପରେ ସହପାଠୀ ମାନଙ୍କ ମଧ୍ୟରେ  ଆଲୋଚନା, ଛାତ୍ର ଜୀବନ ଅନୁଭୁତି, ସମ୍ପର୍କେ ଏବଂ ଅନେକ ସ୍ମରଣୀୟ କଥାକୁ ନିଜ ଭିତରେ ବାଣ୍ଟି ଥିଲେ,ମଉଜ ମଜଲିସ ମଧ୍ୟରେ ସାଙ୍ଗ ମନେ ସେମାନଙ୍କର […]

ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ ।

ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ । ଏନେଇ ରାଜସ୍ବ ବିଭାଗକୁ ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ଦେଇଛି । ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଷ କରି ଏହାକୁ ଏପ୍ରିଲରୁ କାର୍ଯ୍ୟକାରୀ କରାଯିବ । ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।ଯେଉଁମାନେ ପ୍ଲଟ କିଣିବେ ସେମାନେ ରାସ୍ତା ଓ ଆନୁଷଙ୍ଗୀକ ସୁବିଧା ପାଇବେ । ଡ୍ରାଫ୍ଟକୁ ଅଧ୍ୟୟନ କରିବ ବିଭାଗ । ଯଦି ଦରକାର ପଡେ […]