ସୁନା କିଣିବା ପୂର୍ବରୁ ଜାଣନ୍ତୁ ଆଜିର ମୂଲ୍ୟ

ଶିବରାତ୍ରୀ ଅବସରରେ ସୁନା କିଣିବାକୁ ଭାବୁଛନ୍ତି। ତେବେ କିଣିବା ପୂର୍ବରୁ ଜାଣନ୍ତୁ ଆଜି କେତେ ଅଛି ସୁନା ମୂଲ୍ୟ |ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ହଜାର ୮୨୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦ ହଜାର ୫୦୦ ଟଙ୍କା ଛୁଇଁଛି । ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୮୦ ହଜାର ୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର […]

ମାଓ ଡମ୍ପରୁ ବିପୁଳ ପରିମାଣର ମେଡ଼ିକାଲ ସାମଗ୍ରୀ ଜବତ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଗୋମଗୁଡ଼ା ଠାରେ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ଏହି କ୍ୟାମ୍ପର ସୁରକ୍ଷା କର୍ମୀ ସର୍ଚ୍ଚ ଅପରସନ ବେଳେ ମିନ୍ନଗଟ୍ଟା ଜଙ୍ଗଲରେ ମାଓ ଡମ୍ପ ଉଦ୍ଧାର କରିଥିଲେ। ଏହି ମାଓ ଡମ୍ପରୁ ବିପୁଳ ପରିମାଣର ମେଡ଼ିକାଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଚକ୍ଷୁ ପରୀକ୍ଷଣ ମେସିନ ମଧ୍ୟ ଜବତ କରାଯାଇଛି। ଯାହା କେବଳ ବଡ ବଡ ଡାକ୍ତରଖାନାରେ ଉପଲବ୍ଧ ହୋଇଥାଏ। ଏହି ଚଢ଼ାଉରେ ସିଆରପିଏଫ ଓ କୋବ୍ରା ଯବାନ […]

ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଟାୱାର ଉପରେ ୬ ଘଣ୍ଟା ଧରି ଯୁବକଙ୍କ ହାଇଡ୍ରାମା । ୧୦୦ ଫୁଟ ଇଲେକ୍ଟ୍ରି ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଲେ ଯୁବକ । ସୂଚନାମୁତାବକ ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅର୍ନ୍ତଗତ ଖମାରମୁଣ୍ଡା ଗାଁ ନିକଟ ଏକ ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାଓ୍ବାର ଉପରକୁ ଗାଁର ସିଦ୍ଧେଶ୍ୱର ଭୋଇ (୩୨) ସକାଳ ୮ ରେ ଚଢ଼ି ଯାଇଥିଲେ। ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ, ଦମକଳବାହିନୀ, ଜଙ୍ଗଲ ବିଭାଗ ଓ ପୁଇନ୍ତଳା […]

ଯୌନ ଶୋଷଣ ଅପରାଧରେ ଆଇଆଇସି ତପନ କୁମାର ନାହାକ ସସପେଣ୍ଡ ।

ପୁଲିସକୁ ପ୍ରେମ କଲା ପୁଲିସ, ପୁଣି ପୁଲିସକୁ ବାନ୍ଧିଲା ପୁଲିସ ଆଉ ଆଜି ପୁଲିସକୁ ନିଲମ୍ବନ କଲା ପୁଲିସ। ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି । ତପନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଜଣେ ମହିଳା ହୋମଗାର୍ଡ।୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ତପନ […]

ପୁଅ ବୋହୂଙ୍କ ପାଖକୁ ଫେରିଲେ ଦୁଃଖି ମାଆ

ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶାନୁସାରେ ଆଇନ ସେବା ପ୍ରାଧ‌ିକରଣ ନୟାଗଡ଼ର ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ଦୁଃଖି ପାତ୍ର ଏବଂ ଚାରିପୁଅବୋହୁଙ୍କୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ଇଟାମାଟିର ଦୁଃଖି ପାତ୍ର ନିଜ ବାସଗୃହକୁ ପୁଅବୋହୂଙ୍କ ସହିତ ଫେରିଛନ୍ତି। ଦୁଃଖି ପାତ୍ର ଏବଂ ପୁଅବୋହୂଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇ ଦୁଃଖି ପାତ୍ର ଆଜକୁ ଦୀର୍ଘ ୧ବର୍ଷ ହେବ ନୟାଗଡ଼ ନିକଟସ୍ଥ ଲେଖନପୁର ଠାରେ ଅବସ୍ଥିତ ସମର୍ପଣ ବୃଦ୍ଧା […]

ରାଜ୍ୟସଭା ସାଂସଦ ମହୁଆ ମାଂଝୀଙ୍କ କାର ଦୁର୍ଘଟଣାଗ୍ରସ୍ତ ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟସଭା ସାଂସଦ ମହୁଆ ମାଝୀ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମହାକୁମ୍ଭରୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ବୁଧବାର ଭୋର ପ୍ରାୟ ୪ଟା ସମୟରେ ଜାତୀୟ ରାଜପଥ-୩୯ ରେ ଏହି ଘଟଣା ଘଟିଥିଲା । ଏହି ସମୟରେ ତାଙ୍କ ପୁଅ ଏବଂ ବୋହୂ ମଧ୍ୟ ତାଙ୍କ ସହ ଥିଲେ। ଜାତୀୟ ରାଜପଥ -39 ର ଲାଟେହାରର ହଟୱାଗ ଗ୍ରାମରେ ତାଙ୍କ କାର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। […]

ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତୀକରଣ ଲାଗି ୧୦ କୋଟି ଟଙ୍କାର ଅନୁଦାନ ଘୋଷଣା

ବାବା ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟିର ପାଣ୍ଠି ଘୋଷଣା। ବାବା ଆରଡ଼ିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ମିଳିଲା ୧୦ କୋଟି ଟଙ୍କାର ଅନୁଦାନ। ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ପାଣ୍ଠିରୁ ୧୦ କୋଟି ଟଙ୍କା ମନ୍ଦିରକୁ ପ୍ରଦାନ କରିଛନ୍ତି। ଆଜି ପବିତ୍ର ମହାଶିବରାତ୍ରିରେ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଆଜି ସକାଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚ ଶିକ୍ଷା, କ୍ରୀଡ଼ା, […]

ବାଲୁକା କଳାରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ସହ ୧୪୪ଟି ଶିବ ଲିଙ୍ଗ ନିର୍ମାଣ

ବାଲୁକା କଳାରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି । ଶିବଙ୍କର ପ୍ରତିମୂର୍ତ୍ତି ସହ ଶିବ ଲିଙ୍ଗ, ଶିବଙ୍କ ବାହନ ସାପ ମଧ୍ୟ ଏଥିରେ ସ୍ଥାନ ପାଇଛି । କେବଳ ସେତିକି ନୁହେଁ ଏହି ବାଲୁକା କଳାରେ ୧୪୪ଟି କୁମ୍ଭ ସହିତ ୧୪୪ଟି ଶିବ ଲିଙ୍ଗ ମଧ୍ୟ ସ୍ଥାନ ପାଇଛି । ମହାଶିବରାତ୍ରୀରେ ମହାକୁମ୍ଭ ଶେଷ ହେବାକୁ ଯାଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ସୁଦର୍ଶନ ଏଭଳି ବାଲୁକା କଳା ନିର୍ମାଣ କରିଥିବା କହିଛନ୍ତି ।ଏହି ବାଲୁକା […]

ମହାଶିବରାତ୍ରି ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆଜି ପବିତ୍ର ମହାଶିବରାତ୍ରୀ। ଓମ୍ ନମଃ ଶିବାୟ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ରାଜ୍ୟର ସବୁ ଶିବାଳୟ। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’ରେ ଲେଖିଛନ୍ତି, ମହାଶିବରାତ୍ରି ପବିତ୍ର ଅବସରରେ ମୁଁ ମୋର ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୁଁ ପ୍ରାର୍ଥନା କରୁଛି ଯେ ପରମ ଭଗବାନ ମହାଦେବଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ ଏବଂ ଆମ ଦେଶ ପ୍ରଗତି ପଥରେ ଆଗକୁ ବଢ଼ୁ। […]

ପ୍ରେମିକାର ବେକ କାଟି ହତ୍ୟା ଘଟଣା- ପୋଲିସକୁ ଦେଖି ଭୟରେ ବିଷ ଖାଇଦେଲା ଅଭିଯୁକ୍ତ

ପ୍ରେମିକାଙ୍କୁ ଗଳାକାଟି ବିଭତ୍ସ ହତ୍ୟା ଘଟଣାରେ ଧରାପଡ଼ିଲା ଅଭିଯୁକ୍ତ । ଜଙ୍ଗଲରୁ ଉଠାଇ ଆଣିଲା ପୋଲିସ। ଏକତରଫା ପ୍ରେମକୁ ନେ ଇ ସୋରରେ ଘରେ ପଶି ଯୁବତୀଙ୍କ ଗଳାକାଟି ହତ୍ୟା କରିଥିଲା ଅଭିଯୁକ୍ତ । ପୁଲିସକୁ ଦେଖି ଭୟରେ ଅଭିଯୁକ୍ତ ଯୁବକ ଜଣକ ବିଷ ଖାଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁରରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ଅନୁସାରେ ସୋମବାର ଜ୍ୟୋତିର୍ମୟୀ ରାଣା ନାମକ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ […]

ହିଟ୍ ୱେଭ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସତର୍କତା ଜାରି କଲା – ଗଣଶିକ୍ଷା ବିଭାଗର

ବଢ଼ୁଥିବା ଖରାକୁ ଦେଖି ସତର୍କ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ବିଭାଗ। ହିଟ୍ ୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଚିଠିରେ କୁହାଯାଇଛି । ସ୍କୁଲରେ ଯେପରି ପାନୀୟ ଜଳ ସୁବିଧା ରହିବ, ତାହା ସୁନିଶ୍ଚିତ କରାଇବାକୁ କୁହାଯାଇଛି। ଏହାସହ ସ୍କୁଲ ପରିସରରେ ଥିବା ନଳକୂପ ଯଦି ଖରାପ ହୋଇଥାଏ, ତାହେଲେ ତାକୁ ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ କର୍ତ୍ତପକ୍ଷ ଯଥେଷ୍ଟ […]

ଆଜି ଜାଗର : ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ

ଆଜି ଜାଗର । ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ। ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ। ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି । କେତକୀ ଫୁଲରେ ସଜେଇ ହୋଇ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ବଲାଙ୍ଗୀରର ହରିଶଙ୍କର, ଢେଙ୍କାନାଳର କପିଳାସ, ଆରଡ଼ିର ଆଖଣ୍ଡଳମଣି, […]