ଆସନ୍ତା ୨୮ ତାରିଖରେ ବିଜେଡିର ପୋଲାଭରମ ଆନ୍ଦୋଳନ।

ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ‌ ନେଇ ବିଜେଡିର ହେବ ପୋଲାଭରମ ଆନ୍ଦୋଳନ। ଦଳ ଅଭିଯୋଗ କରିଛିି,ଏହି ପ୍ରକଳ୍ପ ନେଇ କେନ୍ଦ୍ର ସରକାର ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି। କିନ୍ତୁ ଓଡି଼ଶାର କେତେ ଯେ କ୍ଷତି ହେଉଛି, ତାକୁ ଦେଖୁନାହାନ୍ତି। କେନ୍ଦ୍ରର ଭୁଲ ନିଷ୍ପତ୍ତି ଯୋଗୁଁ ମାଲକାନଗିରିର ଜିଲ୍ଲାର ବହୁ ଅଞ୍ଚଳ ବୁଡ଼ିଯିବ। ପୋଲାଭରମର ଉଚ୍ଚତା ବୃଦ୍ଧି କରାଯାଉଥିବାରୁ ଓଡ଼ିଶାର ବହୁତ କ୍ଷତି ହେବ । ତେଣୁ ମାଲକାନଗିରି ଓ ଓଡ଼ିଶାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଆନ୍ଦୋଳନ କରିବ […]

ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା

ଚାଷୀଙ୍କ ମୁହଁରେ ଖୁସିର ଲହରୀ । ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା । ବିହାରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ଓଡ଼ିଶାର ଚାଷୀମାନେ ବୃଦ୍ଧି ପାଉଛନ୍ତି, କାରଣ ସାମ୍ପ୍ରତିକ ପ୍ରୟାସ ଯୋଗୁଁ ଅଂଶଗ୍ରହଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି,” ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ୧୯ତମ କିସ୍ତି ବଣ୍ଟନ ସମୟରେ ପାଢୀ କହିଥିଲେ। ଗତ ବର୍ଷ ତୁଳନାରେ ୩.୪୩ ଲକ୍ଷରୁ […]

ରାଜଧାନୀକୁ ଜଗିବ ଏଆଇ କ୍ୟାମେରା।

ଟ୍ବିନ୍ ସିଟି ଜଗିବ ଏଆଇ କ୍ୟାମେରା । ଟ୍ବିନ୍ ସିଟି କଟକ ଏବଂ ଭୁବନେଶ୍ବରରେ ଏଆଇ କ୍ୟାମେରା ଲାଗିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ ।ଦୟା ବ୍ରିଜ୍, ଏୟାରଫିଲ୍ଡ ଥାନା ନିକଟବର୍ତ୍ତୀ ସୁନ୍ଦରପଦା-ଜଟଣୀ ରୋଡ୍, ପାତ୍ରପଡ଼ା ଛକ, ଚନ୍ଦକା ଛକ, ନନ୍ଦନକାନନ-ବାରଙ୍ଗ ଛକ, ହଂସପାଳ ଛକ, ପୁରୀ ବାଇପାସ୍‌ର ସାଇ ମନ୍ଦିର ଛକରେ ଏଆଇ କ୍ୟାମେରା ଲଗାଯିବ। ଆଡଭାନ୍ସ ଫେସିଆଲ ରିକୋଗନାଇଜ୍ ସିଷ୍ଟମ ଜରିଆରେ ଚିହ୍ନଟ ହେବେ ଅପରାଧୀ ଓ […]

ପ୍ରେମିକାର ଜୀବନ ନେଲା ହତାଶ ପ୍ରେମିକ !

ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟା। ସୋର ଥାନା ଲିଙ୍ଗାପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।ଯୁବତୀ ଜଣଙ୍କ ନାମ ହେଉଛି ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ। ଆଜି ଘରେ କେହି ନଥିବା ବେଳେ ଜ୍ୟୋତିର୍ମୟୀଙ୍କ ଗଳା କାଟି କେହି ହତ୍ୟା କରିଦେଇଥିଲା। କିଛି ସମୟ ପରେ ଘର ଲୋକ ଫେରି ଝିଅକୁ ରକ୍ତାକ୍ତ ଅବସ୍ଥାରେ ଦେଖି ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ। ହେଲେ […]

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଡେଡଲାଇନ୍ ପୂର୍ବରୁ ସରିବନି କାମ।

ମାର୍ଚ୍ଚ ସୁଦ୍ଧା ଶେଷ ହୋଇପାରିବ ନାହିଁ ରତ୍ନଭଣ୍ଡାର ଗଣତିମଣତି । ମରାମତି ପାଇଁ ଆହୁରି ମାସେ ଦୁଇମାସେ ସମୟ ଲାଗିବ । ଏଥିପାଇଁ ଗଣତିମଣତି କାର୍ଯ୍ୟ ବିଳମ୍ବ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ଏଏସଆଇକୁ ମନ୍ଦିର ପ୍ରଶାସନ ମରାମତି ପାଇଁ ସମୟ ଦେଉନଥିବା ଅଭିଯୋଗ ନେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ରୀତିନୀତି ସହିତ ମରାମତି ଚାଲୁଛି। ରୀତିନୀତିରୁ ଚାରିରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ […]

କାନ୍ଦି କାନ୍ଦି ପ୍ରେମିକର ପିଣ୍ଡ ଦେଲେ Rani Panda ।

କାନ୍ଦି କାନ୍ଦି ପ୍ରେମିକର ପିଣ୍ଡ ଦେଲେ Rani Panda । ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି ଯାହା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟମାନଙ୍କ ଭଳି ଦିନେ ସେ ମଧ୍ୟ ସତ ସତିକା ପ୍ରେମିକା ସାଜି ପ୍ରେମ କରିଥିଲେ, ସେଥିରେ ଉବୁଟୁବୁ ମଧ୍ୟ ହୋଇଥିଲେ । ହେଲେ ଧୋକାବାଜ ପ୍ରେମିକ ଅନେକ କିଛି ସ୍ୱପ୍ନ ଦେଖାଇ ସ୍ୱପ୍ନ ମହଲରେ ଘର କରାଇ ଶେଷରେ ରାଣୀଙ୍କୁ ଧୋକା ଦେଇ ଅନ୍ୟ କାହାର ହାତ ଧରୁଛି […]

ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ: ମୁଖ୍ୟମନ୍ତ୍ରୀ

ଶ୍ରୀରାମଲଲାଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରା ପରିବାର ସହ ଅଯୋଧ୍ୟା ଯାଇ ରାମ ଲଲାଙ୍କ ଦର୍ଶନ କରିବା ସହ ଆଳତି ମଧ୍ୟ କରିଥିଲେ । ପ୍ରଭୁଙ୍କ ଭବ୍ୟ ଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି ମୋହନ ମାଝୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଭୁଙ୍କୁ ଦର୍ଶନ କରିବାର ତାଙ୍କୁ ସୌଭାଗ୍ୟ ମିଳିଛି।ଆଗାମୀ ଦିନରେ ଅଯୋଧ୍ୟାରେ ଓଡ଼ିଶା ଭବନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ଜମି ଯୋଗାଇ ଦେବାକୁ […]

ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ହେଲିକପ୍ଟର

ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା ରଖିଛନ୍ତି ଓ ଏହାର ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ୧୧ ଦିନରେ ଏହି ନିଷିଦ୍ଧାଞ୍ଚଳରେ ୩ଥର ହେଲିକପ୍ଟର ଉଡାଣ କଲାଣି। ଗତକାଲି ହେଲିକପ୍ଟରଟି ଦିନ ସାଢେ ୧୦ଟା ସମୟରେ ଆଠମଲ୍ଲିକ ଅଞ୍ଚଳରୁ ଆକାଶ ମାର୍ଗରେ ଆସି ସାତକୋଶିଆ ଦେଇ ମହାନଦୀର ତଳ ଅଞ୍ଚଳକୁ ଯାଇଥିବା ସୂଚନା ମିଳିଛି।ବିମାନବନ୍ଦରକର୍ତ୍ତୃପକ୍ଷ ଓ ବନବିଭାଗ ଚିଠି ଦିଆନିଆରେ ତଦନ୍ତ ସୀମିତ ରଖୁଛନ୍ତି। ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା […]

ତୃତୀୟ ଥର ପାଇଁ ମା ହୋଇଛି ବାଘୁଣୀ ଅଙ୍କିତା

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିର ଖବର । ଗୋଟିଏ ଶାବକକୁ ଜନ୍ମ ଦେଇଛି ବାଘୁଣୀ ଅଙ୍କିତା । ତୃତୀୟ ଥର ପାଇଁ ମା ହୋଇଛି ବାଘୁଣୀ ଅଙ୍କିତା । ଯାହାଦ୍ୱାରା ନନ୍ଦନକାନନରେ ମୋଟ ବାଘ ସଂଖ୍ୟା୨୮କୁ ବୃଦ୍ଧି ପାଇଛି । ଗୋଟିଏ ଶାବକକୁ ଜନ୍ମ ଦେଇଛି ବାଘୁଣୀ ଅଙ୍କିତା । କିଛି ମାସ ତଳେ ନନ୍ଦନକାନନରେ ମହାବଳ ବାଘ ସେଫ ସହିତ କରାଯାଇଥିଲା ମିଳନ ।ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା […]

ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍‌ କିଷାନ ଟଙ୍କା ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅପେକ୍ଷାରେ ଥିବା କୃଷକମାନଙ୍କ ପାଇଁ ଖୁସିଖବର। ଆଜି ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍‌ କିଷାନ ଟଙ୍କା । ବିହାରରୁ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦି ।ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦି ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ […]

ଆଜି ରାଜ୍ୟର ଏହି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ରାଜ୍ୟରେ ଅଦିନିଆ ଝଡ଼ବର୍ଷା ଜାରି ରହିଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ବର୍ଷା ନେଇ ଅରେଞ୍ଜ ଏବଂ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଗଞ୍ଜାମ, ଗଜପତି, ଜଗତସିଂପୁର ଏବଂ […]

ନୟାଗଡ଼ ଜିଲା ସାମ୍ବାଦିକ ସଂଘ ସାଧାରଣ ବୈଠକ :ଏପ୍ରିଲରେ ପାଳନ ହେବ ରୌପ୍ୟ ଜୟନ୍ତୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ପାଣିପୋଇଲା ନିକଟସ୍ଥ ବୁଢ଼ୀଝରି ଶାଳବଣିରେ ନୟାଗଡ଼ ଜିଲା ସାମ୍ବାଦିକ ସଂଘର ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଛି। ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଜିଲା ପରିଷଦ ସଭ୍ୟ ତଥା ସାମ୍ବାଦିକ ରାମେଶ୍ବର ଶତପଥୀ, କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ନିଶିକାନ୍ତ ରଥ, ପ୍ରଭାକର ଶିରୋମଣୀ, ସାମ୍ବାଦିକ ସୁବାସ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଆଗାମୀ ଏପ୍ରିଲ ମାସରେ ତିନିଦିନ ଧରି ସଂଘ […]