ଆଜି ସୁନା ଦର କମିଛି ।

ଆଜି ସୁନା ଦର କମିଛି । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ତେବେ ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୨୯୦ ଟଙ୍କା ରହିଛି । ଗତକାଲି ୯୮,୮୩୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦,୧୦୦ ଟଙ୍କା ରହିଛି । ଗତକାଲି […]

୪୪ ବର୍ଷରେ ପାଦ ଥାପିଲେ ଧୋନୀ

ଆଜି କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ୪୪ ବର୍ଷରେ ପାଦ ଦେଲେ ମାହି । କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଏମଏସ ଧୋନୀ ମ୍ୟାଚର ବେଷ୍ଟ ଫିନିସର । କୌଣସି ବି ମ୍ୟାଚ୍ ଆପଣ ଦେଖିବେ ଯଦି ଧୋନୀ ଶେଷ ଯାଏଁ ଥିବେ ତାହାଲେ ସିଏ ଦଳକୁ ବିଜୟ ସହ ଏକ ସୁନ୍ଦର ଛକା, ଚୌକା ସହ ଫିନିସ୍ କରିଥିବାର ଅନେକ ନଜିର ରହିଛି । ଧୋନୀଙ୍କର ଇଚ୍ଛା କ୍ରିକେଟରେ ନଥିଲା । […]

ଆଜି ଏସବୁ ଜିଲାକୁ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା

ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ସୋମବାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି।ସେହିପରି ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୟାଗଡ, କଟକ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା […]

ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଯୁକ୍ତ ହେବେ ଅତିରିକ୍ତ ୧୬ ହଜାର ଅଧ୍ୟାପକ

ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ବେଶ୍‌ ଗୁରୁତ୍ୱ ଦେଉଛନ୍ତି । ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ତେବେ ପାଠପଢ଼ା ଗୁଣାତ୍ମକ, ସୁନିଶ୍ଚିତ କରିବା ଲାଗି ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ବଢ଼ାଯିବ । ଶିକ୍ଷକ-ଛାତ୍ର ଅନୁପାତ ସବୁ ସମୟରେ ଯେପରି ଠିକ୍‌ ରହିବ ତାକୁ ଦୃଷ୍ଟି ଦିଆଯିବ । ଏଥିଲାଗି ଅତିରିକ୍ତ ଭାବେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନେ ଯେପରି ପିଏଚ୍‌ଡି କରିବେ ତାକୁ ବାଧ୍ୟତାମୂଳକ କରାଯିବ […]

ଆଜିଠୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା

ଆଜି ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ । ୪ ଦିନ ପର୍ଯ୍ୟନ୍ତ ମାଗଣାରେ ରୋଗୀ ଦେଖିବେ ଅଭିଜ୍ଞ ଡାକ୍ତର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ୯୩୮ ଜଣ ରୋଗୀ ସ୍ବାସ୍ଥ୍ୟ ଶିବିରରେ ଉନ୍ନତମାନର ଚିକିତ୍ସା ପାଇପାରିବେ। ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବାକୁ କଟକ ଏସସିବିର ସୁପର ସ୍ପେସାଲିଷ୍ଟ […]

ହୀରାକୁଦ ଡ୍ୟାମ୍‌କୁ ପ୍ରବେଶ ଅଧିକ ନିଷ୍କାସନ କମ୍, ଆହୁରି ଗେଟ୍ ଖୋଲିବାର ସମ୍ଭାବନା

ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ଅଧିକ, ନିଷ୍କାସନ କମ୍। ହୀରାକୁଦ ଜଳଭଣ୍ଡାରକୁ ଏବେ ପ୍ରତି ସେକେଣ୍ଡରରେ ଜଳଭଣ୍ଡାରକୁ ୨ ଲକ୍ଷ ୮୯ ହଜାର ୯୪୩ କ୍ଯୁସେକ ପାଣି ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୫୨୮କ୍ୟୁସେକ୍‌ ପାଣି ଛଡାଯାଉଛି। ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରରୁ ୩୫ ହଜାର ୩୫୨ କ୍ୟୁସେକ୍‌ ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର, କେନାଲରେ ୩୨୨୩ କ୍ୟୁସେକ୍‌ ଏବଂ କଳକାରଖାନା ପାଇଁ ୨୩୪ […]

ବିଜେପି ରାଜ୍ୟ ସଭାପତି ପଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ

ଆଜି ବିଜେପି ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ।  କାଲି ନିର୍ବାଚନ ।ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।  କିଏ ହେବେ ନୂଆ ସଭାପତି ଆଜି ଚିତ୍ର ସ୍ପଷ୍ଟ ହୋଇଯିବ। ଓଡ଼ିଶା ବିଜେପି ସାଂଗଠାନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଆଜି ଓଡ଼ିଶା ଆସିବେ ।ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମତଦାତା ସୂଚୀ ପ୍ରକାଶ ପାଇଛି ।  ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୩ଟା ୩୦ […]

+୨ ନାମଲେଖା ପାଇଁ ଆଜି ଆସିବ ପ୍ରଥମ ମେଧା ତାଲିକା

୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟ ଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଶେଷ ହୋଇଛି। ଆଜି ପୂର୍ବାହ୍ଣ ୧୧ଟା ୪୫ ମିନିଟ୍‌ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ତେବେ ମନୋନୀତ ଛାତ୍ରଛାତ୍ରୀ ୮ରୁ ୧୪ ତାରିଖ ମଧ୍ୟ‌ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବେ।୨୧ ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ନାମଲେଖା ୨୩ରୁ […]

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ ଓ ଚଣ୍ଡୀ ଚାମୁଣ୍ଡା । ଦ୍ବାଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ଅଧର ଛୁଉଁଥିବା ତୁମ୍ଭାକାର ମାଟିହାଣ୍ଡିରେ ପଣା ଭୋଗ ପରେ ଅଶରୀରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ । ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହେବା ପରେ ସମସ୍ତ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗା ଯିବାର ବିଧି ରହିଛି । ବଡଓଡ଼ିଆ ମଠ, […]

ରାୟଗଡା -ସଫେଇ ନହୋଇ ଆବର୍ଜନା ମୟ ମୁନିଗୁଡ଼ା

Dtd -6/7/25-ରାୟଗଡା ଜିଲ୍ଲା ମୁନିଗୁଡ଼ା ସହରର ସାହି ସାହିରେ ସଫେଇ ନହୋଇ ଚାରିଆଡେ ଆବର୍ଜନା ମୟ ହୋଇଯାଇଛି। ଗୌଡ଼ ସାହି ଶିବମନ୍ଦିର ସାମ୍ନା ଗୌଡ଼ ସାହିରୁ ସିନେମା ହଲ ରାସ୍ତା ପର୍ଯ୍ୟନ୍ତ ଆଉ ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ପରିବେଶ ବିପର୍ଯ୍ୟସ୍ତ ହୋଇପଡିଛି। ସେହିଭଳି ଗୌଡ଼ ସାହି ଓ ଦୁବେ ସ୍କୁଲ ରାସ୍ତାରେ ପାଦ ପକେଇବାକୁ ଡର ଲାଗୁଥିବା ବେଳେ ପିଲା ମାନେ କାଦୁଅରେ ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି। 30000 ଜନସାଧାରଣଙ୍କୁ ନେଇ ଗଠିତ ମୁନିଗୁଡା ପଞ୍ଚାୟତ […]

ଏବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ କିନ୍ତୁ ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍

ଛତିଶଗଡ଼ରେ ଡ୍ୟାମ୍ ଓ ବ୍ୟାରେଜଗୁଡ଼ିକରେ ପାଣି ଭର୍ତ୍ତି ହେବା ପରେ ଖୋଲାଯାଇଛି କଲମା ଡ୍ୟାମ୍। ଏଥିଯୋଗୁଁ ବଢୁଛି ହୀରାକୂଦର ଜଳସ୍ତର। ତେଣୁ ରବିବାର । ପୂଜାର୍ଚ୍ଚନା ପରେ ଏ ବର୍ଷ ପ୍ରଥମ ଥର ପାଇଁ ଖୋଲାଯିବ ହୀରାକୁଦ ବନ୍ଧର ୬ଟି ଦ୍ବାର। ତେବେ ହୀରାକୁଦେରେ ବିପଦ ସଂକେତ ଠାରୁ ଜଳ ସ୍ତର ତଳେ ଥିବାରୁ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ସେ ଆହୁରି କହିଛନ୍ତି ଯେ ଦକ୍ଷିଣ ଓଡ଼ିଶାର ଋଷିକୂଲ୍ୟା […]

ମୌସୁମୀ ସକ୍ରିୟ: ପୁଣି ଆସୁଛି ଆଉ ଏକ ଲଘୁଚାପ

ପାଣିପାଗକୁ ନେଇ ବଡ଼ ଖବର । ଚାଷୀଙ୍କୁ ସତର୍କ ସୂଚନା । ପୁଣି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖରେ ସୃଷ୍ଟି ସମ୍ଭାବନା ରହିଛି।ରବିବାର ବିଭିନ୍ନ ଜିଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କ କରାଯାଇଛି।ଏହି […]