ରାଜ୍ୟରେ ଆଉ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ।

ଗୁରୁବାର ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ରାଜ୍ୟରେ ଆଉ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ। ଏଥିସହିତ ୮୧୨ ବହୁମୁଖୀ ଆଶ୍ରୟସ୍ଥଳୀର ମରାମତି ହେବ । ଏଥିପାଇଁ ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି । ଏନେଇ ଖୁବଶୀଘ୍ର କାମ ହେବ । ଅନ୍ୟପକ୍ଷେ ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ […]

ଅସହାୟ ଶିକ୍ଷକ: ମଜୁରୀ ଲାଗିବାକୁ ମାଗିଲେ ଛୁଟି

ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାରେ, ଓଡ଼ିଶାର ବଲାଙ୍ଗୀର ଜିଲାର ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ଗତ ତିନି ମାସ ଧରି ଦରମା ନପାଇବାରୁ ଶ୍ରମିକ ଭାବରେ କାମ କରିବା ପାଇଁ ଗୋଟିଏ ଦିନ ପାଇଁ ଛୁଟି ମାଗିଥିବା ଜଣାପଡ଼ିଛି।ପ୍ରଧାନ ଶିକ୍ଷକ ବି ଦରଖାସ୍ତକୁ ଗ୍ରହଣ କରିଛନ୍ତି । ଶିକ୍ଷକ ପ୍ରଭୁଦତ୍ତ ସ୍କୁଲରେ ଶିକ୍ଷକତା କରି ଯାହା ରୋଜଗାର କରି ଆଣନ୍ତି ସେଥିରେ ପରିବାର ଚଳେ । କିନ୍ତୁ ଦରମା ଟଙ୍କା ମିଳିନଥିବାରୁ ନାହିଁ ନଥିବା ଅସୁବିଧାର […]

ସ୍ପାଇଡର ସତୀଶକୁ ନେଇ ସିନ୍ ରିକ୍ରିଏସନ୍

ସ୍ପାଇଡର ସତୀଶକୁ ନେଇ ସିନ୍‌ ରିକ୍ରିଏସନ୍‌ କରୁଛି ପୋଲିସ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି ଅଭିଯୋଗରେ ଗିରଫ ହୋଇଛି ସ୍ପାଇଡର ସତୀଶ । କିପରି ପାଚେରି ଡେଇଁ ଚୋରି କରିଥିଲା ଏବଂ ଚୋରି ପରେ କିପରି ସେଠାରୁ ଖସି ଯାଇଥିଲା ତାର ଡେମୋ ଦେଖାଇଛି । ସତୀଶକୁ କମିଶନରେଟ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି । ଆଜି ରିମାଣ୍ଡର ତୃତୀୟ ଦିନରେ ଡେମୋ ଦେଖାଇଛି ସ୍ପାଇଡର […]

ବାଣ ନିଆଁ ପଡ଼ି ଜଗନ୍ନାଥଙ୍କ ରଥରେ ଲାଗିଲା ନିଆଁ ।

ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଅଘଟଣ । ବାହାଘର ପ୍ରୋସେସନ୍ ବେଳେ ବାଣ ନିଆଁ ପଡ଼ି ଜଗନ୍ନାଥଙ୍କ ରଥରେ ଲାଗିଲା ନିଆଁ ।ବହୁ ପୁରାତନ ସୁକିନ୍ଦା ଗଡ଼ ଜଗନ୍ନାଥ ମନ୍ଦିରରେ ରଥଯାତ୍ରାରେ ବ୍ୟବହୃତ ରଥଟି ରଥଯାତ୍ରା ପରେ ମନ୍ଦିର ସମ୍ମୁଖରେ ରହିଥାଏ । ତେବେ ଗତକାଲି ବିଳମ୍ବିତ ରାତିରେ ଏକ ବାହାଘର ପ୍ରୋସେସନ୍ ଯାଉଥିବା ସମୟରେ ବାଣ ନିଆଁ ପଡ଼ି ହଠାତ୍ ରଥର ଅଗ୍ରଭାଗ ଜଳିବାକୁ ଲାଗିଥିଲା । ଏହାଦେଖି ଲୋକେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର […]

ବିଜାପୁରରେ ପୁଣି ମାତିଲେ ମାଓବାଦୀ

ପୁଣି ମାଓବାଦୀଙ୍କ ନୃଶଂସ କାଣ୍ଡ । ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ୨ ଜଣଙ୍କୁ ହତ୍ୟା କଲେ ଲାଲବାହିନୀ । ଜଣେ ଶିକ୍ଷକଙ୍କ ସମେତ ୨ ଜଣଙ୍କୁ ହତ୍ୟା କରିଛନ୍ତି । ସୂଚନା ଥାଉକି, ଛତିଶଗଡରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଏହି ଅବସରରେ ମାତିଛନ୍ତି ମାଓବାଦୀ । ନିର୍ବାଚନ ବେଳେ ହିଂସା କାଣ୍ଡ ଘଟାଇ ବିଜାପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି ମାଓବାଦୀ । ତେବେ ମାଓବାଦୀଙ୍କୁ ଉଚିତ୍ ଜବାବ୍ ଦେବା ଲାଗି […]

ନୟାଗଡ ଜଗନ୍ନାଥ ମନ୍ଦିରରୁ ଚୋରି ।

ନୟାଗଡ ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗି ଲୁଟିନେଲେ ୫୦ ହଜାର ଟଙ୍କା । ଏହାସହ ଠାକୁରଙ୍କର ୧୫ ଶହ ଗ୍ରାମର ନାକଚଣା ଓ ଚିତା ନେଇଗଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ନାଇଟ ୱାଚାର ଠାରୁ ମିଳିଥିବା ସୂଚନା ଅନୁସାରେ ରାତି ସାଢ଼େ ୨ଟା ବେଳେ ଘଟଣାଟି ଘଟିଥିବା ଅନୁମାନ କରାଯାଉଛି । ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଘଟଣାରେ ୨ ରୁ […]

ବଜାରରେ ଘୁରି ବୁଲୁଛି ଓମ୍ଫେଡ କମ୍ପାନୀର ନକଲି ଘିଅ

ଓମଫେଡ୍ ଡବା ଦେଖି ଘରକୁ ଘିଅ ନେଉଛନ୍ତି ଲୋକେ । କିନ୍ତୁ ସେମାନେ ଯେ ଠକାମିର ଶିକାର ହେଉଛନ୍ତି ତାହା ଜାଣିପାରୁନାହାଁନ୍ତି ।ରାଉରକେଲା ପୋଲିସ୍ 13 ଲିଟର ନକଲି ଘିଅ ଜବତ କରିଛି। ଓମ୍ଫେଡ୍ କମ୍ପାନୀ ରାଉରକେଲା ଏସ୍ପିଙ୍କୁ ନକଲି ଘିଅ ବିଷୟରେ ଜଣାଇବାରୁ ଏସ୍ପିଙ୍କ ନିର୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇଥିଲା । ସୂଚନା ଅନୁସାରେ, ରାଉରକେଲା ସହରରେ ନକଲି ଓମଫେଡ୍‌ ଘିଅର କାରବାର ଚାଲିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ […]

ଅଭିଯୁକ୍ତ ଥିବା ଅଦ୍ଭିକ୍‌ ଶ୍ରୀବାସ୍ତବକୁ ରିମାଣ୍ଡରେ ନେଇଛି ଇନ୍‌ଫୋସିଟି ପୋଲିସ ।

ରିମାଣ୍ଡରେ ବାହାରିବ ସତ । କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଅଦ୍ଭିକ୍‌ ଶ୍ରୀବାସ୍ତବକୁ ରିମାଣ୍ଡରେ ନେଇଛି ଇନ୍‌ଫୋସିଟି ପୋଲିସ । ଗୁରୁବାରଠୁ ଅଭିଯୁକ୍ତ ଅଦ୍ଭିକ୍‌ ଶ୍ରୀବାସ୍ତବକୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ପ୍ରକ୍ରିତି ଓ ଆଦଭିକ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାରି ଭିତରେ ପ୍ରକ୍ରିତିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଆଦଭିକ୍‌ ମୋବାଇଲରେ ରଖିଥିଲେ। […]

ଗ୍ରୀନ୍ ପାୱାର ବ୍ୟାଙ୍କିଂ ପ୍ରଦାନ ପାଇଁ ଏମଓୟୁ

ଗ୍ରୀଡ୍‌କୋ ବିଦ୍ୟୁତ୍‌ ନିୟାମକ ଆୟୋଗ ଗ୍ରୀନ୍‌ ଏନର୍ଜି ଓପନ ଆକ୍ସେସ୍‌ ରେଗୁଲେଶନ୍ସ, ୨୦୨୩ ଅଧୀନରେ ମେସର୍ସ ଅଭାଡା ଗ୍ରୀନ୍‌ ଏଚ୍‌ ୨ ପ୍ରାଇଭେଟ୍‌ ଲିମିଟେଡ୍‌୍‌ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ୨୫ ବର୍ଷ ପାଇଁ ଗଞ୍ଜାମର ଗୋପାଳପୁରରେ ବାର୍ଷିକ ୦.୫ ମେଟ୍ରିକ ଟନ୍‌ ବିଶିଷ୍ଟ ଗ୍ରୀନ୍‌ ଆମୋନିଆ ପ୍ଲାଣ୍ଟ ପାଇଁ ୩୦୦ ମେଗାୱାଟର ସବୁଜ ପାୱାର ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କରିବ।ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ […]

ଅଂଶୁଘାତ ଆଶଙ୍କା: ଶ୍ରମିକଙ୍କ କାର୍ଯ୍ୟ ସମୟ ସୀମିତ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଚଳିତ ବର୍ଷ ଖରାର ଉତ୍ତାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଉଥିବାରୁ ଅପ୍ରେଲ ମାସରେ ରୌଦ୍ରତାପ ବୃଦ୍ଧି ଯୋଗୁଁ ଅଂଶୁଘାତ ଆଶଙ୍କା ବଢ଼ିଯାଇଛି। ଏଣୁ ସମ୍ପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକଙ୍କୁ ଚଳିତ ଅପ୍ରେଲ ୧ ତାରିଖରୁ ଜୁନ ୧୫ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପ୍ରଚଣ୍ଡ ଖରାରେ କାର୍ଯ୍ୟ କରିବାକୁ ବାରଣ କରାଯାଇଛି।ଏହି ପରିପ୍ରେକ୍ଷୀରେ, ଶ୍ରମ ଏବଂ ଇଏସଆଇ ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ଆରଡିସି/କଲେକ୍ଟର/ବିଭାଗ/ଶ୍ରମ କମିଶନର, […]

ଘଡ଼ଘଡ଼ି ସହ ଝିପଝିପ ବର୍ଷା, ୩ ଘଣ୍ଟା ପାଇଁ ସତର୍କ କଲା ପାଣିପାଗ କେନ୍ଦ୍ର

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା। ୩ ଘଣ୍ଟା ପାଇଁ ୫ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଢେଙ୍କାନାଳ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର। ହାଲୁକାରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରାଯାଇଛି। ରାଜଧାନୀ ବ୍ୟତୀତ ରାଜ୍ୟର ଅନେକ ସ୍ଥାନରେ ଏହି ବର୍ଷା ଦେଖିବାକୁ ମିଳିଛି। ନିମ୍ବଚାପ ରେଖା ପ୍ରଭାବରେ ଏହି ବର୍ଷା ଜାରି ରହିଛି। ଆଜି ୩ ଜିଲ୍ଲାକୁ ଅରେଞ୍ଜ […]

ପ୍ରକାଶ ପାଇଲା ଓଡିଶା ହାତୀ ଗଣନା ରିପୋର୍ଟ,ନୟାଗଡ଼ରେ ୫୬ଟି ହାତୀ

୨୦୨୪ ନଭେମ୍ବରରେ ରାଜ୍ୟରେ ହୋଇଥିବା ହାତୀ ଗଣନା ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ୨,୧୦୩ ହାତୀ ଅଛନ୍ତି।ଗତ ତିନି ବର୍ଷରେ ସଂଗୃହିତ ତଥ୍ୟ ଅନୁଯାୟୀ, ରାଜ୍ୟରେ ପ୍ରତିବର୍ଷ ହାରାହାରି ୮୧ଟି ହାତୀ ମୃତ୍ୟୁବରଣ କରନ୍ତି। ଶିକାର, ବିଦ୍ୟୁତ ଆଘାତ, ଟ୍ରେନ୍ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ବିଭିନ୍ନ ରୋଗ, ମଣିଷ-ହାତୀ ସଂଘର୍ଷ ଏବଂ ଝଗଡ଼ା, ପାହାଡ଼ରୁ ପଡ଼ିବା, ବୁଡ଼ିଯିବା ଏବଂ ବାର୍ଦ୍ଧକ୍ୟ ଭଳି ପ୍ରାକୃତିକ କାରଣଗୁଡ଼ିକ ହେଉଛି ଓଡ଼ିଶାରେ ହାତୀ ମୃତ୍ୟୁର ମୁଖ୍ୟ କାରଣ। ତେବେ ରିପୋର୍ଟରୁ ଜଣାପଡିଛି […]