ସୁନା ଚୋରା ଚାଲାଣ ମାମଲାରେ ୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କଲା (ଇଡି)

ସୁନା ଚୋରା ଚାଲାଣ ଘଟଣାରେ ସମ୍ପୃକ୍ତ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ (ହର୍ଷବର୍ଦ୍ଧିନୀ ରାନ୍ୟା)ଙ୍କୁ ୩୪.୧୨ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି । ଇଡି ପକ୍ଷରୁ ମନି ଲଣ୍ଡରିଂ ଆଇନ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜବତ କରାଯାଇଥିବା ସମ୍ପତ୍ତି ମଧ୍ୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ରାନ୍ୟା ରାଓଙ୍କ ବିରୋଧରେ ସିବିଆଇ ନିକଟରେ ହୋଇଥିବା ଏକ ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିଲା । ଏହି ଅଭିଯୋଗ […]

ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତରେ ! ଏମିତି ପତ୍ରରେ ଖାଇ କଣ କହିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତରେ ଅଛନ୍ତି। ରାତ୍ରୀଭୋଜନ ସମୟରେ, ପ୍ରଧାନମନ୍ତ୍ରୀ ରାଣା ମୋହିପଙ୍କୁ ଭେଟିଥିଲେ। ସେ କିଛି ବର୍ଷ ପୂର୍ବେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀରେ ‘ବୈଷ୍ଣବ ଜନ ତୋ’ ଭଜନ ଗାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ରାଣା ମୋହିପଙ୍କର ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତି ପ୍ରତି ଗଭୀର ପ୍ରେମ ଅଛି। ରାତ୍ରୀ ଭୋଜନ ସମୟରେ ସେ ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କୁ ଅଯୋଧ୍ୟାର ରାମ ମନ୍ଦିରର ଏକ […]

ଏବେ ଟ୍ରେନ ଭିତରେ ୮୦ଟଙ୍କା ଓ ଷ୍ଟେସନରେ ୭୦ ଟଙ୍କାରେ ମିଳିବ ଶାକାହାରୀ ଭୋଜନ

ରେଳଗାଡ଼ିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସିଖବର | ଭାରତୀୟ ରେଳପଥ ଏଣିକି ଟ୍ରେନ ଭିତରେ ୮୦ ଟଙ୍କାରେ ଶାକାହାରୀ ମିଲ୍ ଓ ଷ୍ଟେସନରେ ୭୦ ଟଙ୍କାରେ ଶାକାହାରୀ ମିଲ୍ ଯୋଗାଇ ଦେବ । ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦିଆଯାଇଛି । ଯଦି ଟ୍ରେନ ଭିତରେ ପାଣ୍ଟ୍ରି କର୍ମଚାରୀ କିମ୍ବା ଷ୍ଟେସନରେ ଏହି ଦରଠାରୁ ଅଧିକ ଅର୍ଥ ନିଆଯାଏ ତେବେ ଲୋକମାନେ ସେମାନଙ୍କୁ ଏହି ଟ୍ବିଟ୍ ଦେଖାଇପାରିବେ […]

ଋଣ ଗ୍ରହୀତାଙ୍କ ଲାଗି ଖୁସିଖବର : ଅବଧି ଆଗରୁ ଲୋନ୍‌ ସୁଝିଲେ ଲାଗିବନି ଚାର୍ଜ

ଋଣ ଗ୍ରହୀତାଙ୍କୁ ଖୁସି ଖବର ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) । ଏଣିକି ନିର୍ଦ୍ଧିଷ୍ଟ ଅବଧି ଆଗରୁ ଯଦି କୌଣସି ବ୍ୟକ୍ତି ବିଶେଷ ଋଣ ସୁଝନ୍ତି ତେବେ ତାଙ୍କ ଉପରେ ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନ ଚାର୍ଜ ଲଗାଇବେ ନାହିଁ । ଫ୍ଲୋଟିଂ ସୁଧହାର ଭିତ୍ତିକ ଋଣ ଉପରେ ଲାଗୁଥିବା ଆଗୁଆ ଋଣ ସୁଝିବା (ପ୍ରିପେମେଣ୍ଟ)ଚାର୍ଜକୁ ବାଦ ଦେବାକୁ କେନ୍ଦ୍ରିୟ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ନୂଆ ନିୟମ ୨୦୨୬ ଜାନୁଆରି ପହିଲାରୁ କାର୍ଯ୍ୟକାରୀ […]

ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ି ଆସିବେ ଦାରୁବ୍ରହ୍ମ

ସରିଲା ଆଡ଼ପମଣ୍ଡପ ଲୀଳା । ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିବେ କାଳିଆ ସାଆନ୍ତେ । ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତିନି ରଥ । ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ଲାଗିଛି । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହେବ। । ଏପଟେ ଶରଧା ବାଲିରେ ଝିପି ଝିପି ବର୍ଷା । ଝିପି ଝିପି ବର୍ଷାରେ ଭକ୍ତଙ୍କ ମହାପ୍ରଭୁଙ୍କ ପ୍ରତି ବଢ଼ି ଚାଲିଛି […]

ଔପନିବେଶୀୟ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବ ଜାତୀୟ ଶିକ୍ଷାନୀତି (ଏନ୍. ଇ. ପି) -୨୦୨୦: ଉଚ୍ଚଶିକ୍ଷା ମନ୍ତ୍ରୀ

ରାୟଗଡ଼ା, ୪/୭ ଆଜି ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା , ଖେଳ ଓ ଯୁବସେବା , ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରି , ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର, ମହାବିଦ୍ୟାଳୟ ପରିଚାଳନା କମିଟି ସଭପତି ତଥା ଅତିରିକ୍ତ […]

ମେଣ୍ଟ ନୁହେଁ ଏକାକୀ ଲଢିବ ଥାଲାପତି ବିଜୟଙ୍କ ପାର୍ଟି ଟିଭିକେ

୨୦୨୬ ତାମିଲନାଡ଼ୁ ନିର୍ବାଚନକୁ ନେଇ ଟିଭିକେ(ତାମିଲଗା ଭେଟ୍ଟ୍ରି କାଝାଗମ୍‌) ଦଳ ଶୁକ୍ରବାର ବଡ଼ ଘୋଷଣା କରିଛି। ଅଭିନେତା ଥଲପତି ବିଜୟ ହୋଇଛନ୍ତି ଦଳର ମୁଖ୍ୟମନ୍ତ୍ରୀ ଚେହେରା। ଚେନ୍ନଇରେ ବସିଥିବା ଟିଭିକେ ଦଳୀୟ ବୈଠକରେ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍‌ ବିଜୟ ଚନ୍ଦ୍ରଶେଖର ଓରଫ୍‌ ଥଲପତି ବିଜୟଙ୍କୁ ୨୦୨୬ ତାମିଲନାଡ଼ୁ ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ଗତବର୍ଷ ପ୍ରଥମାର୍ଦ୍ଧରେ ଲୋକପ୍ରିୟ ଅଭିନେତା ବିଜୟ ଟିଭିକେ ଦଳ ଗଠନ କରିଥିଲେ । ସମଗ୍ର ରାଜ୍ୟରେ ଥିବା […]

ପ୍ରଥମ ମହିଳା ଭାବେ ନୌସେନାର ଯୁଦ୍ଧ ବିମାନ ଉଡ଼ାଇବେ ଆସ୍ଥା

ପ୍ରଥମ ଥର ପାଇଁ ଜଣେ ମହିଳା ଭାରତୀୟ ନୌସେନାରେ ଜଣେ ଫାଇଟର ପାଇଲଟ ହୋଇଛନ୍ତି। ସବ-ଲେଫନାଣ୍ଟ ଆସ୍ଥା ପୁନିଆଙ୍କୁ ନୌସେନାରେ ଜଣେ ଫାଇଟର ପାଇଲଟ କରାଯାଇଛି। ସେ ଏପରି କରିବାରେ ପ୍ରଥମ ମହିଳା। ଦେଶ ସୁରକ୍ଷାରେ ନୌସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଆସ୍ଥାଙ୍କ ଦାୟିତ୍ୱ ଆହୁରି ବଢିଯିବ। ଆସ୍ଥାଙ୍କୁ ଫାଇଟର ପାଇଲଟ ନିଯୁକ୍ତ କରାଯିବା ନେଇ ନୌସେନା ସୋସିଆଲ ମିଡିଆ ପୋଷ୍ଟରେ ସୂଚିତ କରିଛି। ପୋଷ୍ଟରେ ନେଭି ଉଲ୍ଲେଖ କରିଛି ଯେ ‘ନାଭାଲ ଏଭିଏସନରେ ଏକ ନୂଆ […]

୮ ତାରିଖରେ ମିଳିବ ରାଜ୍ୟ ବିଜେପିକୁ ନୂଆ ମୁଖିଆ

ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ। ତେଣୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆଉ ୭ ତାରିଖରେ ନାମାଙ୍କନ ଭରିବେ ସଭାପତି ଆଶାୟୀ ପ୍ରାର୍ଥୀ।ଜୁଲାଇ ୮ରେ ରାଜ୍ୟ ସଭାପତି ପାଇଁ ଭୋଟ୍‌ ହେବ। ଏନେଇସହ ନିର୍ବାଚନ ଅଧିକାରୀ ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ତେବେ ବିଜେପିର ସାଂଗଠନିକ ନିର୍ବାଚନ ପାଇଁ ୨୦୨୪ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଏହାର ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ସଭାପତି […]

ପୁରୀ ପୌରପାଳିକା ହେବ ମହାନଗର ନିଗମ

ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ । ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ପୁରୀ ସହରକୁ ନୂଆ ଢାଞ୍ଚାର ଆବଶ୍ୟକତା ରହିଛି । କ୍ରମବର୍ଧିତ ଜନସଂଖ୍ୟା ଓ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ପୁରୀ ପୌରପାଳିକା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଅସମର୍ଥ ହେବ । ନିକଟବର୍ତ୍ତୀ ପଞ୍ଚାୟତଗୁଡିକ ସହରର ଅଂଶବିଶେଷ ହେବ […]

ଆସନ୍ତା ୨୦ରେ ସ୍ପେସାଲ୍‌ ଓଟିଇଟିଲ

ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି) ଆସନ୍ତା ୨୦ ତାରିଖରେ ହେବ । ପୂର୍ବ ବର୍ଷ ଅପେକ୍ଷା ଏଥର ବହୁ ଅଧିକ ଆବେଦନକାରୀ ଥିବାରୁ ପରୀକ୍ଷା ପରିଚାଳନା ବୋର୍ଡ ପାଇଁ ଆହ୍ୱାନମୂଳକ ହେବ ବୋଲି କୁହାଯାଉଛି । ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ସ୍ପେସାଲ୍‌ ଓଟିଇଟି ନିଜ ବ୍ଲକ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ହେଲେ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ରହିବ ନାହିଁ ବୋଲି ଆଶଙ୍କା ଥିବାରୁ କେବଳ ଜିଲ୍ଲା ମୁଖ୍ୟାଳୟରେ […]

ତେଲେଙ୍ଗାନା ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ

ତେଲେଙ୍ଗାନାର ଫାର୍ମାସିଟିକାଲ କମ୍ପାନି ବିସ୍ପୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ଏହାସହ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ତେବେ ତେଲେଙ୍ଗାନା ମେଡାକରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା ସେଥିମଧ୍ୟରୁ ୪୦ […]