ପୁରୀ ଶରଧାବାଲିରେ ଘଟିଥିବା ଦଳଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଶରଧାବାଲି ଦଳାଚକଟାର ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗଙ୍କ ଏହି ଅପିଲ କରିଛନ୍ତି। ଲୋକଙ୍କ ପାଖରେ ତଥ୍ୟ ଏବଂ ଭିଡିଓ ଥିଲେ puritragedy.inquiry@odisha.gov.in ମେଲ୍ରେ ପଠାଇବାକୁ ଅନୁରୋଧ କରିଛନ୍ତି।ଅନେକ ଲୋକ ଦଳାଚକଟା ସମୟରେ ଭିଡ଼ିଓ କରିଥିଲେ। ଯାହାକି ତଦନ୍ତରେ ସହାୟତା କରିବ। ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି। କିଛି ଲୋକଙ୍କୁ ପଚରା ଉଚରା କରିଛି। ଆଗକୁ […]
ଆଜି ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ତେବେ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ ୯୮,୭୩୦ ଟଙ୍କା ରହିଛି । ଗତକାଲି ୯୯,୩୩୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି । ସେହିପରି ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୦,୫୦୦ ଟଙ୍କା ରହିଛି । ଗତକାଲି ୯୧,୦୫୦ ଟଙ୍କା ଥିଲା […]
ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର । ଆପତ୍ତି ଉଠାଇଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ । ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ । ୫ହଜାର କୋଟିରୁ ଅଧିକ ଖର୍ଚ୍ଚରେ ଏହାର ନିର୍ମାଣ ହେବାକୁ ଥିବାବେଳେ ଏବେ ଏଥିରେ ରୋକ ଲାଗିଛି । ଜଙ୍ଗଲ ଜମି ସାଙ୍ଗକୁ ବିଦେଶୀ ପକ୍ଷୀ ଓ ଅଲିଭ୍ରିଡଲେଙ୍କ ସୁରକ୍ଷାକୁ ନଜରରେ ରଖି ଆପତ୍ତି ଉଠାଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ମେ ୫ ରେ ବିମାନବନ୍ଦର […]
ପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି । ଆଜି ନବମୀ ସନ୍ଧ୍ୟା ଦର୍ଶନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ ।ଜନସମୁଦ୍ର ହୋଇଯାଇଛି ଶରଧାବାଲି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବଡ଼ଶଙ୍ଖ ଯାଏଁ ଲମ୍ବା ଲାଇନ୍। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବେ । ସନ୍ଧ୍ୟା ୬ଟା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ଆସନ୍ତାକାଲି ବାହୁଡା […]
କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଭୀମଦାଶପୁର ପଞ୍ଚାୟତର କୁସୁପୁର ଗାଁର ଦେବପ୍ରସାଦ ଦାସଙ୍କ ଘରୁ ୫ଫୁଟର ଏକ ନାଗଶାପ ସହ ୮ଟି ନାଗଛୁଆକୁ ଉଦ୍ଧାର କଲେ Snake Rescue ର ଶୁଭେନ୍ଦୁ ସ୍ୱାଇଁ ।ତାଙ୍କ ସିଡ଼ି ଘରର ଏକ କୋଣରେ ଏକ ନାଗସାପ ଓ ଛୁଆ ବୁଲୁଥିବା ଦେଖି ଭୟଭୀତ ହୋଇ ଯାଇଥିଲେ ପରିବାର ଲୋକେ । ଦୁଇ ଗୋଟି ନାଗଛୁଆକୁ ଦେବ ପ୍ରସାଦ ନିଜେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । […]
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି। ଚଳିତ ରଥଯାତ୍ରାରେ ଦଳଚକଟା ଟ୍ରାଜେଡି ପାଇଁ ରାଜ୍ୟ ପୁଲିସ ଢ଼େର୍ ବଦନାମ ମୁଣ୍ଡାଇଥିଲା । ବାହୁଡ଼ା ଓ ସୁନାବେଶରେ ଟ୍ରାଫିକ୍ ସୁପରିଚାଳନା ପାଇଁ ପୁଲିସ ସବୁ ଜୋର୍ ଲଗାଇଛି । ବଲ୍କ ମେସେଜ୍ ଭଳି ଅଭିନବ ଉପାୟରେ ଟ୍ରାଫିକ୍ ଭିଡ଼ ପରିଚାଳନା ପାଇଁ ଯୋଜନା କରିଛି । ପୁଲିସ ପକ୍ଷରୁ ପୁରୀ ସମେତ ଖୋର୍ଦ୍ଧା, କଟକ, […]
ଭୁବନେଶ୍ୱରକୁ ପଣସର ମୁଖ୍ୟ ପେଣ୍ଠସ୍ଥଳ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏଥିପାଇଁ ରାଜଧାନୀ ଉପକଣ୍ଠ ଡେରାସ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମୋଟ ୫ ହେକ୍ଟର ଜମିରେ ୨ ହଜାର ଉନ୍ନତମାନର ପାଲୁର-୧ ପ୍ରଜାତିର ପଣସ ଗଛ ଲାଗିଛି । ସେହିପରି ଖଣ୍ଡଗିରି ଓ ଏକାମ୍ର ଉଦ୍ୟାନରେ ମଧ୍ୟ ୫୦ଟି ଲେଖାଏଁ ସଙ୍କର ଓ ସିଦ୍ଦୁ ଜାତୀୟ ପଣସ ଗଛ ଲାଗିଛି । ଏବର୍ଷ ଏହି ସବୁ ସ୍ଥାନରେ ପଣସ ଫଳିଛି […]
BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜେଲ୍ ଗଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପୋଲିସ ଗିରଫ କରିଛି । ତେବେ ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଷଷ୍ଠ ଅଭିଯୁକ୍ତ ଭାବେ ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି । ଏବେ ଝାରପଡ଼ା ଜେଲରେ ଜଗନ୍ନାଥ ପ୍ରଧାନ ଅଛନ୍ତି। ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ୧୧ଟି ଦଫା ଲାଗିଛି । ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଦଫା- ୩୩୩ […]
ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା । ୭ ତାରିଖ ଯାଏଁ ଲାଗି ରହିବ ବର୍ଷା । ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତିନି ଦିନ ଯାଏ ବର୍ଷା ସମ୍ଭାବନା ରହିଛି ।ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକରେ ହାଲୁକାରୁ ମଧ୍ୟମ ବର୍ଷା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାସହ ପବନର ବେଗ ୩୦ରୁ ୫୦ କିଲୋମିଟର ପ୍ରତି […]
ଜଗା ପ୍ରଧାନଙ୍କ ଗିରଫ ସହ ଆନ୍ଦୋଳନ ପ୍ରତ୍ୟାହାର କଲା OAS ସଂଘ । ଏନେଇ ସୂଚନା ଦେଇଛନ୍ତି OAS ସଂଘ ସଭାପତି ଜ୍ୟୋତି ମିଶ୍ର । ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗତ ୩ ଦିନ ହେଲା ଆନ୍ଦୋଳନ କରୁଥିଲା ସଂଘ । ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଡ଼ି ବସିଥିଲା । ରାଜ୍ୟ ସରକାରଙ୍କ ଉପରେ ଭରସା ଥିଲା ବୋଲି ସଂଘ କହିଛି । ତେବେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ […]
ଲଗାଣ ବର୍ଷା ପାଇଁ ପ୍ରଭାବିତ ହୋଇଛି ପରିବା ବଜାର। ଆବଶ୍ୟକ ଅନୁସାରେ ପରିବା ଆସି ପାରୁନାହିଁ । ଆଉ ଯାହା ଆସୁଛି ସେସବୁ ପଚି ସଢି ଯାଉଛି। ଯାହା ଫଳରେ ଆକାଶ ଛୁଆଁ ହୋଇଛି ପନି ପରିବା ଦର। ବଜାରରେ ଏବେ ପୋଟଳ 70 ଟଙ୍କାକୁ ବାଇଗଣ 80 , ବିଲାତି 50କୁ କାଙ୍କଡ଼ 80 , ଜହ୍ନି 60 , କଖାରୁ 50 , କଲରା 80 ଟଙ୍କା ରହିଛି । କଟକରେ ବି ସମାନ […]
ଭୁବନେଶ୍ୱରସ୍ଥ ଆଇଆରସି ଭିଲେଜ ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଗଣଶିକ୍ଷାମନ୍ତ୍ରୀ ତଥା ଶବରୀ ସାଂସ୍କୃତିକ […]
