ଆଜିଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ପାଗ ଅନୁକୁଳ ଥିବାରୁ ମାଘ ମେଳାକୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବ। ବିଶେଷ କରି ନେପାଳ, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ, ବେଙ୍ଗଲ ସମେତ ନେପାଳରୁ ହଜାର ହଜାର ସଂଖ୍ୟାରେ ମହିମା ସାଧୁ ଆସିବେ ।ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ଜ୍ୱଳନ କରିବେ । ସନ୍ଧ୍ୟା ୫ଟା […]
ରାଜ୍ୟରେ କମିବ ଶୀତ, ବଢିବ ରାତି ତାପମାତ୍ରା। ଆସନ୍ତା ଦୁଇ ଦିନରେ ରାତିରେ ପାରଦ ଆଉ ୨ରୁ ୩ ଡିଗ୍ରୀ ବଢ଼ିବ। ଏହାପରେ ପୁଣି ୩ ଡିଗ୍ରୀ ଖସିଯିବ । ସୋମବାର ୪ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଛି। ଅଧିକାଂଶ ସ୍ଥାନରେ ରାତିବେଳା ପାରଦ ବି ଉପରମୁହାଁ ହେଉଛି । ପାରାଦୀପରେ ୨୦.୪ ଓ ପୁରୀରେ ୨୨.୬ ଡିଗ୍ରୀ ସେଲସିୟସ୍ ରହିଥିଲା। ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଥିଲା। ସୁନ୍ଦରଗଡ଼ରେ ୩୫.୪, ବଲାଙ୍ଗୀର […]
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ NCC ଡିଜି ଲେଫ୍ଟନନାଣ୍ଟ ଜେନେରାଲ ଗୁରୁବୀର ପାଲ୍ ସିଂହ। ଓଡ଼ିଶାରେ ଏନସିସିର ସଂପ୍ରସାରଣ ସମ୍ପର୍କରେ କଲେ ଆଲୋଚନା। କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ହେବ ଟ୍ରେନିଂ ସେଣ୍ଟର। କୋରାପୁଟରେ ହେବ ଏନସିସି ଗ୍ରୁପ୍ ହେଡକ୍ବାର୍ଟର୍ସ ପ୍ରତିଷ୍ଠା।ବର୍ତ୍ତମାନ ଓଡ଼ିଶାରେ ଏନସିସି କ୍ୟାଡେଟ ସଂଖ୍ୟା ୬୦ ହଜାର ରହିଛି। ଯାହାକୁ ୯୦ ହଜାରକୁ ବୃଦ୍ଧି କରାଯିବ। ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନସିସି ଶାଖା ପ୍ରତିଷ୍ଠା କରାଯିବ।କଟକ ଓ […]
ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଜାତୀୟ ମହିଳା ଆୟୋଗ ‘ଜାତୀୟ ମହିଳା କମିଶନ- ଆପଣଙ୍କ ଦ୍ୱାରରେ’ ଶୀର୍ଷକ ନାମକ ଏକ ଜନ ଶୁଣାଣି ଆୟୋଜିତ ହେବ।ଏହି କାର୍ଯ୍ୟକ୍ରମରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ଉପସ୍ଥିତ ରହିବେ । ସମସ୍ୟାରେ ପୀଡ଼ିତ ମହିଳା ଜନ ଶୁଣାଣିକୁ ଆସି ଭାଗ ନେଇ ପାରିବେ ବୋଲି କୁହାଯାଇଛି । ତେବେ ପଡ଼ି ରହିଥିବା ଅଭିଯୋଗଗୁଡ଼ିକର ସମାଧାନ କରିବା ଏବଂ […]
ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ବରଗଡ ଏମପି ପ୍ରଦୀପ ପୁରୋହିତ । ଗନ୍ଧମାର୍ଦ୍ଧନ ପର୍ବତକୁ ଜାତୀୟ ସମ୍ପତ୍ତିର ମାନ୍ୟତା ଦାବି କରିଛନ୍ତି । ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ନିମନ୍ତ୍ରଣ କରିଥିବା ଜଣାପଡିଛି ।ଓଡ଼ିଶାର ପଶ୍ଚିମାଞ୍ଚଳର ୧୧ଟି ଜିଲାର ଲୋକଙ୍କ ସମ୍ବଲପୁରୀ-କୋଶଲି ଭାଷା ମାତୃଭାଷା ହୋଇଥିବା ବେଳେ ଓ ଭାଷାର ଏକ ସମୃଦ୍ଧ ସାହିତ୍ୟ ବ୍ୟାକରଣ ଥିବାରୁ ସମ୍ବଲପୁରୀ – କୋଶଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା […]
କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ୍ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହରୁ ପୁଅର କାଠଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ସୂଚନାମୁତାବଳକ ବିକାଶ ଜଣେ ଝିଅକୁ ଭଲ ପାଉଥିଲେ। ତାଙ୍କୁ ବିବାହ କରିବାକୁ ଘରେ ଜିଦ୍ କରୁଥିଲେ। ମାତ୍ର ଘରେ ବିକାଶଙ୍କ ଜଣେ ଭଉଣୀ ଓ ଭାଇ ରହିଥିବାରୁ ଘରଲୋକ ତାଙ୍କୁ କାମଧନ୍ଦା କରି ନିଜ ଗୋଡ଼ରେ ଛିଡ଼ା ହେବାକୁ କହୁଥିଲେ। ଏହି ଘଟଣାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ସବୁବେଳେ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନେତୃତ୍ବରେ ଷ୍ଟାଣ୍ଡିଂ କମିଟିର ନୟାଗଡ଼ ଖୁଣ୍ଟୁବନ୍ଧଠାରେ ଅବସ୍ଥାପିତ ଜିଲ୍ଲା କାରାଗାର ପରିଦର୍ଶନ ସହ କାରାଗାର ଅନ୍ତେବାସୀଙ୍କୁ ନେଇ ଦାଦନ ଶ୍ରମିକ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଷ୍ଟାଣ୍ଡିଂ କମିଟି ଜିଲ୍ଲା କାରଗାରର ସ୍ଵଚ୍ଛତା ଏବଂ କାରାଗାର ଅନ୍ତେବାସୀଙ୍କ ଭଲମନ୍ଦ ବୁଝିବା ସହିତ ଜାତିପ୍ରଥା ବିଷୟରେ ଅନ୍ତେବାସୀମାନଙ୍କୁ ବୁଝାଇଥିଲେ। ଷ୍ଟାଣ୍ଡିଂ କମିଟି ସଭ୍ୟ ନୟାଗଡ଼ […]
ରାୟଗଡ / ଚନ୍ଦ୍ରପୁର ୧0/0୨/୨୦୨୫-ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚନ୍ଦ୍ରପୁର ବ୍ଲକସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ଅକ୍ଷୟ ଖେମୁଣ୍ଡୁ, , ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ତ୍ୟ ଅଧିକାରୀ ଲାଲ […]
ଆସନ୍ତ ୨୧ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଆଡମଟି କାର୍ଡ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ www.bseodisha.ac.in ୱେବସାଇଟକୁ ଯାଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଆସନ୍ତା ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାୟ ୫ ଲକ୍ଷ ୧୦ ହଜାର […]
ବାରବାଟୀରେ ଫ୍ଲଡ୍ ଲାଇଟ୍ ବିଭ୍ରାଟକୁ ନେଇ ସବୁଠି ଚର୍ଚ୍ଚା। ଏହାରି ଭିତରେ ବାରବାଟୀରେ ବ୍ୟବହାର ହେଉଥିବା ଜେନେରେଟରକୁ ନେଇ ଆସିଛି ଚାଞ୍ଚଲ୍ୟକର ଖବର।ବାରବାଟୀ ବିଭ୍ରାଟ ପାଇଁ ଏବେ ସେଠାରେ ଠିଆ ହୋଇଥିବା ବସ୍ କର୍ମଚାରୀଙ୍କୁ ଦାୟୀ କରାଯାଉଥିବା ବେଳେ ବସ୍ କର୍ମଚାରୀ ଏହାକୁ ଖଣ୍ଡନ କରିଛନ୍ତି। ବସ କର୍ମଚାରୀ ଖେଳ ଦେଖିବାକୁ ଯାଇନଥିଲେ, ୱେଟିଂ ରୁମରେ ବସିଥିଲେ, ଘଟଣା ଘଟିବା ପରେ ଖବର ପାଇ ଦୁଇ ମିନିଟରେ ପହଞ୍ଚିଥିଲୁ। ଗାଡି ସାଇଡ୍ କରିଥିଲୁ। ଖେଳାଳି ବସରୁ ବାହାରି […]
ସାବଧାନ ହୋଇଯାଆନ୍ତୁ ଅମାନିଆ ଗାଡି ଚାଳକ । ହେଲମେଟ୍ ପିନ୍ଧିନଥିଲେ, ଗାଡିର କାଗଜପତ୍ର ଠିକ୍ ନଥିଲେ, ଗାଡିର ଇନ୍ସୁରାନ୍ସ ନଥିଲେ କିମ୍ବା ମଦ ମିଇ ଟ୍ରାଫିକରେ ଧରାପଡିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ । କେବଳ ଏତିକି ନୁହେଁ ନାବାଳକ କିମ୍ବା ନାବାଳିକା ଗାଡି ଚଲାଉଥିବାର ଧରାପଡିଲେ ମଧ୍ୟ ଲାଗିବ ମୋଟା ଅଙ୍କର ଫାଇନ୍ । ରାଜଧାନୀ ଭୁବନେଶ୍ୱରର ପ୍ରତିଟି ସ୍ଥାନରେ ହେବ କଡାକଡି ଚେକିଂ । କଳାକାଚ, ବିକଟାଳ ହର୍ଣ୍ଣ, ଫିଲ୍ମ ଆଦି ଚେକିଂ […]
ଆସୁଛି ଖରା, ସରକାର ସତର୍କ । ଖରା ପୂର୍ବରୁ ସରକାରଙ୍କୁ ଘାରିଛି ପାଣି ଚିନ୍ତା । ରାଜ୍ୟରେ ପୁଣି ଥରେ ଖୋଳାଯିବ ଟ୍ୟୁବୱେଲ୍ ବା ନଳକୂପ । ୭୦ ଜନସଂଖ୍ୟା ବିଶିଷ୍ଟ ଗାଁରେ ୨ଟି ନଳକୂପ ଖୋଳିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଳକୂପ ଖୋଳିବା ପାଇଁ ପୂର୍ବ ସରକାର ପ୍ରକ୍ରିୟା ବନ୍ଦ କରିଥିଲେ। ଉପକୂଳ ଅଞ୍ଚଳରେ ସାଲାଇନ ପାଣି ଥିବାରୁ ଦଶ ବର୍ଷ ପରେ ମଧୁର ପାଣି […]
