ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ

କୋଟପାଡର ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ନାୟକ ଜଣେ ଦକ୍ଷ ସଂଗଠକ, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ କୋରାପୁଟ ଜିଲ୍ଲାରେ ଲୋକପ୍ରିୟତା ଅର୍ଜନ କରିଥିଲେ । ୧୯୯୦ ରୁ ୯୫ ପର୍ଯ୍ୟନ୍ତ କୋଟପାଡର ବିଧାୟକ ଭାବେ ନିର୍ବାଚିତ ହୋଇ ନିର୍ବାଚନ ମଣ୍ଡଳୀର ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗମନାଗମନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ । […]

ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ

ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ଏହା ପଛରେ କିଏ ଅଛି କହିଲେ DCP। ରସୁଲଗଡ଼ରେ ବୁଧବାର ସକାଳେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି।ବିଚ୍ ରାସ୍ତାରେ ଯୁବକଙ୍କୁ କରାଯାଇଥିଲା ବିଭତ୍ସ ଭାବେ ହତ୍ୟା । ରସୁଲଗଡ଼ ପ୍ଲାଏଓଭରେ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ନାରଙ୍ଗି ରଙ୍ଗର ସ୍କୁଟି ଏବଂ ହେଲମେଟ୍ ପଡ଼ିଥିଲା ।ପ୍ରାଣହରାଇଥିବା ଯୁବକଜଣକ ହେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ […]

ବିଶ୍ୱ ସମ୍ମିଳନୀରେ ଶୁଭିଲାନି ଜାତୀୟ ସଂଗୀତ

ବିଶ୍ୱସ୍ତରୀୟ ସମ୍ମିଳନୀରେ ଶୁଭିଲାନି ଜାତୀୟ ସଂଗୀତ। ବିଶ୍ୱବାସୀଙ୍କୁ ସ୍ୱାଗତ ପାଇଁ ଭବ୍ୟ ବ୍ୟବସ୍ଥା। ହେଲେ ବିଶ୍ୱବାସୀଙ୍କ ଆଗରେ ଭୁଲିଗଲେ ଜାତୀୟ ସଂଗୀତ ପରିବେଷଣ। ଆମେ କହୁଛୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ତିନି ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ କଥା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ସମ୍ମେଳନର ଶୁଭାରମ୍ଭ କରିଛନ୍ତି। ମାତ୍ର ଦୁଃଖର ବିଷୟ କାର୍ଯ୍ୟକ୍ରମ ଆରମ୍ଭରୁ […]

ଆୟକର ପଞ୍ଝାରେ ହଂସିତାଙ୍କ ପ୍ରକୃତ ସ୍ବାମୀ ଶରୋଜ

ଆୟକର ପଞ୍ଝାରେ ହଂସିତାଙ୍କ ପ୍ରକୃତ ସ୍ବାମୀ । ଖଣ୍ଡଗିରି ନିକଟରୁ ହଂସିତାଙ୍କ ପ୍ରଥମ ସ୍ବାମୀଙ୍କୁ ଧରିଲା ଆୟକର ବିଭାଗ । ହଂସିତାଙ୍କ ପ୍ରଥମ ସ୍ବାମୀ ଶରୋଜ ସାହୁ । ହଂସିତା ଗିରଫ ଖବର ପରେ ଭୁବନେଶ୍ବରରେ ପହଞ୍ଚିଥିଲେ ଶରୋଜ । ହଂସିତାଙ୍କୁ ଜେଲରେ ମଧ୍ୟ ଭେଟିଥିଲେ ଶରୋଜ । ଶରୋଜ ଗଞ୍ଜାମର ଜଣେ ବ୍ୟବସାୟୀ ହୋଇଥିବା ସୂଚନ ରହିଛି । ହଂସିତାଙ୍କ ଠକେଇ କାରବାରର ମୁଖ୍ୟ ନାୟକ ଥିଲେ ଶରୋଜ ।ଏକଥା ଜାଣିବା ପରେ ହତବାକ ହୋଇଛି […]

ଜିନ୍ନତ୍‌ ଆସିଲା ପରେବି କମୁନି ରାଜନୀତି

ଯମୁନା ପଶ୍ଚିମବଙ୍ଗ ଚାଲିଯିବା ଗୁଜବ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଆମ ସମ୍ପତ୍ତି ଆମ ପାଖରେ ଅଛନ୍ତି, ଶିମିଳିପାଳ ଭିତରେ ଅଛନ୍ତି । ପୂର୍ବରୁ ଆସିଥିବା ଯମୁନା ଶିମିଳିପାଳ ଓ କୁଲଢ଼ିଆ ଅଭୟାରଣ୍ୟ ମଧ୍ୟରେ ଯିବାଆସିବା କରୁଛି । ଯମୁନା ପଶ୍ଚିମବଙ୍ଗ ଯିବା ଏକ ଗୁଜବ ବୋଲି ସେ କହିଛନ୍ତି । ସେମାନଙ୍କ ବିଷୟରେ ମୁଁ ବରିଷ୍ଠ ବନ ଅଧିକାରୀମାନଙ୍କ ସହ ନିୟମିତ କଥା ହେଉଛି।ତେବେ ମହାରାଷ୍ଟ୍ରରୁ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ […]

କାନ୍ଥ ଭାଙ୍ଗି କୋଟିଏରୁ ଅଧିକ ଟଙ୍କାର ମୋବାଇଲ ଚୋରି

କାନ୍ଥରେ କଣା କରି ମୋବାଇଲ ଦୋକାନରୁ କୋଟିଏରୁ ଅଧିକ ଟଙ୍କାର ମୋବାଇଲ ଫୋନ୍‌ ନେଇଗଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ଚୋରି ପୂରା ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି |ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗିବା ପରେ ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ଦାମୀ ଦାମୀ ମୋବାଇଲ ଚୋରି କରି ନେଇଛି । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସର […]

ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷରେ ଖଲାସ

ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ପ୍ରଦୀପଙ୍କୁ ବ୍ରହ୍ମପୁର JMFC ରୁରାଲ କୋର୍ଟ ଦୋଷମୁକ୍ତ କରିଛନ୍ତି।ଟାଟାରେ ଚାକିରି ନାଁରେ ହୋଇଥିବା ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ମାମଲା ଦାଏର କରିଥିଲେ। ୪ଟି ମାମଲାରେ ପ୍ରଦୀପ ପାଣିଗ୍ରାହୀ […]

ସାହାଯ୍ୟ କରିବା ବାହାନାରେ ଅସଦାଚରଣ କଲେ ASI

ବର୍ବରତାର ସୀମା ଟପିଲେ ASI । ପ୍ଲାଟଫର୍ମରେ ଯୁବତୀଙ୍କୁ ଏକା ପାଇଁ ସାଥିରେ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ଏଏସଆଇ । ସୁରକ୍ଷା ସ୍ଥାନରେ ଅସୁରକ୍ଷିତ ହୋଇଗଲେ ଯୁବତୀ । ଏପରି ଲଜ୍ଜାଜନକ କାଣ୍ଡ ଘଟାଇ ଗିରଫ ହୋଇଛନ୍ତି ଭୁବନେଶ୍ୱର ଆରପିଏଫ ଏଏସଆଇ ନିରଞ୍ଜନ ଜେନା।ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘର ଜଗତସିଂପୁରରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ହଷ୍ଟେଲରେ ରହୁଥିଲେ। ଦୁଇ ଦିନ ତଳେ ଟ୍ରେନ୍‌ରେ ଆସି ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ। ମାତ୍ର […]

ରସୁଲଗଡ଼ ହତ୍ୟା ଘଟଣାରେ ଆଇନ୍‌ମନ୍ତ୍ରୀଙ୍କ ସୂଚନା, ଦୋଷୀଙ୍କୁ ନିଶ୍ଚିତ ଧରାଯିବ

ରସୁଲଗଡ଼ ଓଭରବ୍ରିଜ୍‌ରେ ଯୁବକଙ୍କୁ ହତ୍ୟା ଘଟଣା । ଏହି ହତ୍ୟାକାଣ୍ଡ ନେଇ ପୋଲିସ ତଦନ୍ତ କରୁଛି । ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଛନ୍ତି ଆଇନ୍‌ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କେବଳ ଆଜିର ଘଟଣା ନୁହେଁ, କିଛି ଦିନ ହେବ ଏଭଳି ଘଟଣା ବିଭିନ୍ନ ଅଞ୍ଚଳରୁ ନଜରକୁ ଆସୁଛି । ଗତ ୨୪ ବର୍ଷ ସରକାରରେ ଅପରାଧ ଘଟାଇ ଦୋଷୀ ପଳାଉଥିଲେ । ପୋଲିସ ଧରି ପାରୁନଥିଲା । କିନ୍ତୁ ଆମ ସରକାରର ନିଷ୍ପତ୍ତି କୌଣସି ବି […]

ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ

ସମ୍ବଲପୁରର ବଜାରଘାଟରେ ଏପରି ଏକ ପୋଷ୍ଟର ମାରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୋଜୁଛି ଜିଲ୍ଲା ପୁଲିସ। ଏଥିସହ ଏ ସମ୍ପର୍କରେ କୌଣସି ସୂଚନା ଦେଇ ଅଭିଯୁକ୍ତଙ୍କୁ ଧରାଇଦେଲେ ପୁରସ୍କାର ରାଶି ସମ୍ପର୍କରେ ବି ଘୋଷଣା କରିଛି |ଏ ସମ୍ପର୍କରେ ସୂଚନା ଦେବା ଲାଗି ପୋଲିସ ପକ୍ଷରୁ ୮୯୨୬୯-୮୭୬୯୫ ଏବଂ ୮୯୨୬୯-୮୭୬୯୩ ନଂ ବିଶିଷ୍ଟ ଦୁଇଟି ମୋବାଇଲ୍ ନମ୍ବର ଜାରି କରାଯାଇଛି। ସୂଚନାଦାତାଙ୍କୁ ପୁରସ୍କାର ରାଶି ମିଳିବା ସହ ତାଙ୍କ ପରିଚୟ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନ ରଖାଯିବ ବୋଲି […]

ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା ଆବଶ୍ୟକ।: ମାଣ୍ଡଭିୟ

ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା ଆବଶ୍ୟକ। ଆଜି ପ୍ରବାସୀ ଭାରତୀୟ ସମ୍ମେଳନରେ ଉଦବୋଧନ ଦେଇ ଏଭଳି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ। ବର୍ତ୍ତମାନ ଦେଶରେ ୨୦ ନାଗରିକରୁ ୧୩ ଜଣ ଯୁବକ । କୋଭିଡ୍ ସମୟରେ ଯୁବ ବୈଜ୍ଞାନିକଙ୍କ ଅବଦାନକୁ ଭୁଲି ହେବନାହିଁ। ୧ ଲକ୍ଷ ଯୁବ ନେତୃତ୍ଵ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ […]

ରାଜ୍ୟରେ ଆସନ୍ତା ୩ ଦିନ ମଧ୍ୟରେ ବୃଦ୍ଧି ପାଇବ ତାପମାତ୍ରା

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଭୁବନେଶ୍ବର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ୯ ତାରିଖ ପର୍ଯ୍ୟନ୍ତ ଘନକୁହୁଡି ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୯ ତାରିଖରେ ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଗଞ୍ଜାମ ଏବଂ କଳାହାଣ୍ଡିରେ ହାଲୁକା କୁହୁଡି ନେଇ ସତର୍କତା ଜାରି କରାଯାଇଛି। ବିଶେଷ କରି ରାତି ୨ ଟାରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ […]