ଘରୋଇ LPG ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିର ଖବର। ଅନିବାର୍ଯ୍ୟ ଆଧାର ବାୟୋମେଟ୍ରିକ୍ e-KYC କରାଇବାର ସମୟସୀମା ବୃଦ୍ଧି ପାଇଛି। ପୂର୍ବରୁ ଏହାର ଶେଷ ତାରିଖ ୧୬ ଅଗଷ୍ଟ ଥିବା ବେଳେ ଏବେ ଏହାକୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଯାଇଛି।ତେବେ ଡେଡ୍ଲାଇନ୍ ବଢ଼ିଥିଲେ ମଧ୍ୟ ଗ୍ରାହକଙ୍କ ଭୂମିସ୍ତରୀୟ ସମସ୍ୟା କମିନାହିଁ। ସର୍ଭର ଡାଉନ୍, ମୋବାଇଲ୍ ଆପ୍ରେ ବୈଷୟିକ ତ୍ରୁଟି ଏବଂ ବାରମ୍ବାର ସିଷ୍ଟମ୍ ଫେଲ୍ ହେବା କାରଣରୁ e-KYC ପ୍ରକ୍ରିୟା ଗ୍ରାହକଙ୍କ ପାଇଁ ଚ୍ୟାଲେଞ୍ଜ୍ ହୋଇଛି।ଅନେକ କ୍ଷେତ୍ରରେ ଗ୍ରାହକମାନେ ପୂରା ଦିନ ଲାଇନ୍ରେ ରହିବା ପରେ ମଧ୍ୟ e-KYC ଅସମ୍ପୂର୍ଣ୍ଣ ରହିଯାଉଛି।ଗ୍ରାହକଙ୍କ ପାଇଁ ଏହା ଜାଣିବା ଜରୁରୀ ଯେ ୨୩ ଅଗଷ୍ଟ ସୁଦ୍ଧା e-KYC ନହେଲେ LPG କନେକ୍ସନ୍ ସିଧାସଳଖ ବ୍ଲକ୍ କିମ୍ବା ବାତିଲ୍ ହେବ ନାହିଁ। ତେବେ e-KYC ସମ୍ପୂର୍ଣ୍ଣ ନହେଲେ ମିଳୁଥିବା ସରକାରୀ LPG ସବ୍ସିଡି ବନ୍ଦ ହୋଇପାରେ। ଏଭଳି ସ୍ଥିତିରେ ଗ୍ରାହକଙ୍କୁ ସବ୍ସିଡି ବିନା ଦାମରେ LPG ସିଲିଣ୍ଡର କିଣିବାକୁ ପଡ଼ିପାରେ। ଫଳରେ ଘରୋଇ ବଜେଟ୍ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ।
