ହାଇକୋର୍ଟରୁ ନିରାଶ ହେଲେ ହଂସିତାଙ୍କ ୨ୟ ସ୍ବାମୀ

ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସାଙ୍କ ସ୍ବାମୀ ମନୋଜ କୁମାର ଆଚାର୍ଯ୍ୟ ହାଇକୋର୍ଟରୁ ନିରାଶ । ମନୋଜଙ୍କ ଆଗୁଆ ଜାମିନ ଖାରଜ କଲେ ଜଷ୍ଟିସ୍ ଭି.ନରସିଂହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ । ୧୯୮୦ ମସିହାର ଗୁରୁବକ୍ସ ସିଂ ଶିବ୍ବା ବନାମ ପଞ୍ଜାବ ସରକାର ମାମଲା ଆଧାରରେ ଜାମିନ ଖାରଜ ହୋଇଥିବା ସୂଚନା ।ସୂଚନାଯୋଗ୍ୟ, ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଚୂନ ଲଗାଉଥିଲେ ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସା ଓ ତାଙ୍କ […]

ଥଇଥାନ କେନ୍ଦ୍ରରେ ଦୁଷ୍କର୍ମ ଓ ନିର୍ଯାତନା ଘଟଣାରେ ରିପୋର୍ଟ ତଲବ

ସମର୍ଥରେ ନିର୍ଯାତିତ ୪୨ ଜଣ ମାନସିକ ଅନଗ୍ରସରଙ୍କୁ ସ୍ଥାନାନ୍ତରିତ କଲେ ସରକାର। ଅନ୍ତେବାସୀଙ୍କ ମଧ୍ୟରେ ଅଛନ୍ତି ୧୫ ମହିଳା ଓ ୨୭ ଜଣ ପୁରୁଷ। ସମ୍ବଲପୁର ସମର୍ଥ ଅନୁଷ୍ଠାନରେ ଦିବ୍ୟାଙ୍ଗଙ୍କୁ ନିର୍ୟାତନା ପରେ ପ୍ରଶାସନର ତତ୍ତ୍ବାବଧାନରେ ୪୨ଜଣ ଅନ୍ତେବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଖୁବଶୀଘ୍ର ହେବ ବିଭାଗୀୟ ଅଧିକାରୀଙ୍କୁ ଜେରା ସହ କାହିଁକି ଏପରି ଘଟଣା ଘଟିଲା ? କାହିଁକି ବିଭାଗୀୟ ଅଧିକାରୀ ଉକ୍ତ ଅନୁଷ୍ଠାନକୁ ଯାଉନଥିଲେ? ସେନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । […]

ରତ୍ନଭଣ୍ଡାର କାର୍ଯ୍ୟ ବର୍ତ୍ତମାନ ୪ ଦିନ ବନ୍ଦ ରହିବ ।

ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବ୍ରୁଆରି ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି।ଏ ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଶ୍ରୀ ପଞ୍ଚମୀ, ବନକଲାଗି ଆଦି ବିଶେଷ ନୀତି ଯୋଗୁଁ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସ୍ଥଗିତ ରହିବ । ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ମରାମତି କାମ ଚାଲୁ ରହିବ।ସୂଚନାଯୋଗ୍ୟ […]

ସଂସଦର ମିିଳିତ ଅଧିବେଶନକୁ ସମ୍ବୋଧନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ଏହି ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଛି। ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ଘଟିଥିବା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି |ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି। ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ଵାମୀତ୍ଵ କାର୍ଡରେ ସାମିଲ କରାଯାଇଛି। ଆୟୁଷ୍ମାନ୍ ଯୋଜନାରେ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି। ସମସ୍ତଙ୍କୁ ଆବାସ […]

ଦାୟିତ୍ୱ ନେଲେ ରାଜ୍ୟ ନିର୍ବାଚନ କମିଶନର

ରାଜ୍ୟ ନିର୍ବାଚନ କମିଶନର ଭାବେ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି ମଧୁସୂଦନ ପାଢ଼ୀ। ତୋଶାଳୀ ଭବନରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ଆଦିତ୍ୟ ପାଢ଼ୀଙ୍କ ଅବସର ପରେ କମିଶନର ପଦ ଖାଲି ପଡ଼ିଥିଲା । ଏବେ ଦାୟିତ୍ୱର ଭାର ମଧୁସୂଦନ ପାଢୀଙ୍କ ହାତକୁ ହସ୍ତାନ୍ତର କରାଯାଇଛି।ମଧୁସୂଦନ ପାଢ଼ୀ ହେଉଛନ୍ତି ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର, ଯିଏ କି ପୂର୍ବରୁ ଓଡ଼ିଶା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିଲେ।ଦୀର୍ଘ ବର୍ଷର କ୍ୟାରିୟରରେ ମଧୁସୂଦନ ପାଢ଼ୀ ସୂଚନା ପ୍ରଯୁକ୍ତି ବିଦ୍ୟା ଓ […]

ଫିଟନେସ୍ ନଥିଲେ ରାସ୍ତାରେ ଗଡ଼ିପାରିବନି ଗାଡ଼ି ।

ମୋଟର ଯାନ ଫିଟନେସ୍ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା (ଏଟିଏସ)।ପ୍ରଥମ ଦିନରେ ୭୩ ଗାଡ଼ି ଯାଞ୍ଚ କରାଯାଇଛି । ରାଜ୍ୟରେ ପ୍ରଥମ ଥର କଟକରେ ଆରମ୍ଭ ହୋଇଥିବା ଏଟିଏସ୍ ବ୍ୟବସ୍ଥାରେ ଗତକାଲି ଠାରୁ ତ୍ରୁଟିଶୂନ୍ୟ ପରୀକ୍ଷା କରାଯାଇଛି । ଚାରି ଚକିଆରୁ ଦଶ ଚକିଆ ଗାଡ଼ି ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ପ୍ରଥମ ଦିନରେ ପରିବହନ କମିଶନର ଅମିତାଭ ଠାକୁର […]

ଗଣିତ ଖାତା ନଦେଖାଇବାରୁ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଶିକ୍ଷୟତ୍ରୀଙ୍କ ଅମାନୁଷିକ ମାଡ଼ ।

ନିର୍ଦ୍ଦୟତାର ସବୁ ସୀମା ପାର୍ କଲେ ଶିକ୍ଷୟିତ୍ରୀ । ଗଣିତ ଖାତା ନଦେଖାଇବାରୁ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ଅମାନୁଷିକ ମାଡ଼ । ଅଭିଯୋଗ ନେଇ ଯାଇଥିବା ଅଭିଭାବକଙ୍କୁ ସ୍କୁଲ ଗେଟରୁ ଫେରାଇଦେଲେ ସ୍କୁଲ ପ୍ରିନ୍ସିପାଲ୍ । ଜଣେ ତୃତୀୟ ଶ୍ରେଣୀର ଛାତ୍ର ଗଣିତ ଖାତା ନଦେଖାଇବାରୁ ଶିକ୍ଷୟିତ୍ରୀ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବା ସହ ଲହୁଲୁହାଣ କରିଛନ୍ତି । ଏନେଇ ପରିବାର ଲୋକେ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ଛାତ୍ର ଜଣକର […]

ଦିନିକିଆ ମ୍ୟାଚ୍ ପୂର୍ବରୁ ଆଜି ବାରବାଟି ଷ୍ଟାଡିୟମ୍ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ବାରବାଟୀ ଷ୍ଟାଡିୟମ୍‌ ଠାରେ ଆସନ୍ତା ଫେବ୍ରୁଆରୀ ୯ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଖେଳାଯିବ । ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ ଆଜି ବାରବାଟି ଷ୍ଟାଡିୟମ୍ ପରିଦର୍ଶନରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମ୍ୟାଚ୍ ପ୍ରସ୍ତୁତି ନେଇ କରିବେ ଅନୁଧ୍ୟାନ । ପୂର୍ବାହ୍ନ ସାଢେ଼ ଏଗାରଟା ସମୟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ଫେବୃୟାରୀ ମାସ ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ।ବିଗତ କିଛି ବର୍ଷ ହେବ ବାରବାଟୀରେ […]

ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍ ଘଟଣା । ୧୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।

ବରଗଡ଼ ଜିଲ୍ଲା ବରପାଲିରେ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଢିଲା ଗିରଫଦାରି । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ୧୦ ଜଣ ଛାତ୍ର, ଜଣେ କମ୍ପ୍ୟୁଟର ଦୋକାନୀ ଓ କିରାଣୀଙ୍କୁ ବାନ୍ଧିଛି ବରପାଲି ପୋଲିସ। ସୂଚନା ଅନୁସାରେ, ଏକ କମ୍ପ୍ୟୁଟର ଦୋକାନରେ ପ୍ରଶ୍ନପତ୍ର ଜେରକ୍ସ କରାଯାଇ ଲିକ କରାଯାଇଥିଲା । ସ୍ୱାର୍ଡ ଟିମ ଆସି ପରୀକ୍ଷା ସମୟରେ ଯାଞ୍ଚ କରିବା ପରେ କିଛି ଛାତ୍ର ଧରାପଡିଥିଲେ । ଏହି ଘଟଣାକୁ ନେଇ ଅଧ୍ୟକ୍ଷା ଜାଣିବା […]

ବାରବାଟୀରେ ହେବ ହାଇସ୍କୋରିଂ ମ୍ୟାଚ !

ବାରବାଟୀ ଦିନିକିଆକୁ ଆଉ ଦିନ କେଇଟା ସମୟ ବାକିଥିବା ବେଳେ ମ୍ୟାଚର ସଫଳ ପରିଚାଳନା ପାଇଁ ଚାଲିଛି ପ୍ରସ୍ତୁତି । ତେବେ ଆସନ୍ତା ୯ ତାରିଖ ଦିନ ହେବାକୁ ଥିବା ମ୍ୟାଚଟି ଯେମିତି ହାଇସ୍କୋରିଂ ମ୍ୟାଚ ହେବ ସେଥିପାଇଁ ପ୍ରସ୍ତୁତ ହେଉଛି ବାରବାଟୀ ।ତାକୁ ଆଖିରେ ରଖି ବାରବାଟୀର ପିଚ ପ୍ରସ୍ତୁତ କରାଯାଉଛି। ଯଦିଓ ପଡିଆ ମଝିରେ ୫ ଟି ପିଚ ପ୍ରସ୍ତୁତ ହୋଇ ରହିଛି । କିନ୍ତୁ ଫେବୃୟାରୀ ୯, ୱାନ ଣ୍ଡେ ପାଇଁ ୨ […]

ଫେବୃୟାରୀ ୩ ରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ

ଆଗାମୀ ଫେବୃୟାରୀ ୩ ତାରିଖ (ସୋମବାର)ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ।ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ । ତେବେ ସର୍ବାଧିକ ଏକ ହଜାର ଜଣ ପଞ୍ଜୀକରଣ କରିପାରିବେ । ଏଥିନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା […]

ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ସୁନା ଚେନ୍ ଲୁଟ

ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ସୁନା ଚେନ୍,କାନ ଫୁଲ ସହ ଟଙ୍କା ଓ ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ | ଲୁଟର ଶିକାର ହେଲେ କରଞ୍ଜିଆ ଥାନା ପାଟବିଲ ରାଜସ୍ବ ନୀରିକ୍ଷକ( ମହିଳା ଆର ଆଇ) ନିରୂପମା ନାଏକ | ଗୁରୁବାର ଦିନ ୨ଟାରେ ପାଖାପାଖି ଦୁଇ ଜଣ ବ୍ୟକ୍ତି ଏକ ବାଇକ୍ ଯୋଗେ ଅଫିସ୍ ଆସି ଜାଗା ବିଷୟରେ ବିଭିନ୍ନ କଥା ହେବା ପରେ ହଠାତ୍ ବନ୍ଧୁକ ବାହାର କରି RIଙ୍କୁ ଡରାଇ […]