ଯାଜପୁରରେ ଡାଇରିଆ ସ୍ଥିତି ପରଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ରାଜ୍ୟରେ ଅଣାୟତ୍ତ ଡାଇରିଆ ସ୍ଥିତି । ଡାଇରିଆ ପ୍ରବଣ ୩ ଜିଲ୍ଲା ଉପରେ ଦିଆଯାଉଛି ଅଧିକ ଫୋକସ୍ । ଯାଜପୁର ଜିଲ୍ଲା ମଧ୍ୟ ଫୋକସ୍‌ରେ ରହିଛି । ଯାଜପୁର ଜିଲ୍ଲା ଧର୍ମଶାଳା ମେଡିକାଲରେ ପହଞ୍ଚି ସ୍ଥିତି ପରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ହଇଜା ଝାଡାବାନ୍ତି ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଲେ ମନ୍ତ୍ରୀ । ପରେ ମେଡିକାଲ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ହଇଜା ସ୍ଥିତିକୁ ଗୁରୁତ୍ୱ […]

ଶ୍ରୀଜଗନ୍ନାଥଙ୍କ କରୁଣା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଅଛି: ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ।

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭିକାଲ୍ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ନବୀନ । ୨୨ ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ । ନବୀନ ନିଜେ ‘ଏକ୍ସ’ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି । ଦଳମତ ନିର୍ବିଶେଷରେ ତାଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି । ଦେଶର ଅନେକ ରାଜନୈତିକ ଦଳ ତାଙ୍କୁ ସମ୍ମାନ କରନ୍ତି । ନେତାମାନେ ତାଙ୍କ […]

ଶୁକ୍ରବାର ଦ୍ବିତୀୟାର୍ଦ୍ଧରେ ଭୁବନେଶ୍ବରରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ବର ଗସ୍ତ ସମୟରେ ବ୍ୟାପକ ଜନସମାଗମ ଏବଂ ଟ୍ରାଫିକ୍ ଭିଡ଼ର ଆଶଙ୍କା କରି, ଓଡ଼ିଶା ସରକାର ଜୁନ୍ ୨୦ରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ଅଧା ଦିନ ଛୁଟି ଘୋଷଣା କରିଛନ୍ତି।ରାଜସ୍ବ ଓ ମାଜିଷ୍ଟ୍ରେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ) ଛୁଟି ରହିବ। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

କାନାଡା ଗଭର୍ଣ୍ଣର ଜେନେରାଲଙ୍କୁ ରୂପା ତାରକସି କଳାରେ ନିର୍ମିତ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଅବସରରେ କାନାଡାର ଗଭର୍ଣ୍ଣର ଜେନେରାଲ ମେରୀ ସାଇମନଙ୍କୁ ଓଡ଼ିଶାର ପ୍ରସିଦ୍ଧ ରୂପା ତାରକସି (ସିଲଭର ଫିଲିଗ୍ରୀ) କଳାରେ ନିର୍ମିତ ଏକ ଚମତ୍କାର କ୍ଲଚ୍ ପର୍ସ ଉପହାର ଦେଇଛନ୍ତି। ଏହି ଉପହାର ଓଡ଼ିଶାର କଟକ ସହରରେ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ, ଯାହା ରାଜ୍ୟର ୫୦୦ ବର୍ଷରୁ ଅଧିକ ପୁରାତନ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି। ସେହିପରି କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ପଟ୍ଟଚିତ୍ର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ […]

ଆଜି ପୁଣି ସୁନା ଦର ବଢିଲା

ଲକ୍ଷେ ଟଙ୍କା ପାର୍‌ ହୋଇ ସାରିଛି ସୁନା ଦର । ଏବେ ନିୟମିତ ବଢି ଚାଲିଛି ପୁଣି ଦାମ୍‌ । ଯାହା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୦୧, ୦୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୨ ହଜାର ୬୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୧, ୦୮୦ […]

କାର୍ଯ୍ୟରେ ଅବହେଳା ପାଇଁ ଡାକ୍ତର ସସ୍‌ପେଣ୍ଡ

ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ଏଭଳି ସ୍ଥିତିରେ କାର୍ଯ୍ୟରେ ଅବହେଳା ଲାଗି ଜଣେ ଡାକ୍ତରଙ୍କୁ ସସପେଣ୍ଡ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏବେ ସେ ଯାଜପୁର ସଦର ମହକୁମାରେ ରହିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନନେଇ କୁଆଡେ ଯାଇପାରିବେ ନାହିଁ। ତେବେ ସେ ହେଲେ ଡା. ହେମନ୍ତ କୁମାର ମହାରଣା। ତାଙ୍କ ବିରୁଦ୍ଧରେ ଏକ ଶୃଙ୍ଖଳାଗତ […]

ଡାଇରିଆ ସ୍ଥିତି ଅଣାୟତ ଥିଲେ ସ୍କୁଲ ବନ୍ଦ ରହିବ: ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି । ଶୁକ୍ରବାର ସ୍କୁଲ ଖୋଲୁଥିବାରୁ ସରକାରଙ୍କୁ ଚିନ୍ତା ଘାରିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଡାଇରିଆ ପ୍ରବଣ ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ ।ମଧ୍ୟାହ୍ନ ଭୋଜନରେ ପିଲା ମାନଙ୍କୁ ଗରମ ଖାଦ୍ୟ ଦିଆଯିବ। ଏବଂ ଫୁଟା ପାଣି ପିଇବାକୁ ପିଲା ମାନଙ୍କୁ ନିର୍ଦେଶ ରହିଛି। ସ୍କୁଲରେ ଥିବା ପାଣି ଟାଙ୍କିକୁ ସଫା କରିବା ଉପରେ ମଧ୍ୟ ଗୁରୁତ୍ଵ […]

ଏବେ ମାତ୍ର ୧୫ ଦିନ ମଧ୍ୟରେ ପହଞ୍ଚିବ ଭୋଟର ପରିଚୟ

ଭୋଟରମାନେ ଯେଭଳି ଶୀଘ୍ର ଫଟୋ ପରିଚୟ ପତ୍ର ପାଇପାରିବେ, ସେ ନେଇ ନିର୍ବାଚନ କମିଶନ ଭୋଟରମାନଙ୍କୁ ପରିଚୟ ପତ୍ର ପଠାଇବା କାର୍ଯ୍ୟ ଦ୍ରୁତ ଗତିରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ଭୋଟର ପରିଚୟ ପତ୍ର (ଇପିଆଇସି) ୧୫ ଦିନ ମଧ୍ୟରେ ଭୋଟରଙ୍କୁ ପହଞ୍ଚାଇ ଦିଆଯିବ, ଯାହା ପୂର୍ବରୁ ଲାଗୁଥିବା ସମୟକୁ ପ୍ରାୟ ଅଧା କରିଦେଇଛି। ଅଧିକାରୀମାନେ ଜଣାଇଛନ୍ତି ଯେ ଏହା ପୂର୍ବରୁ ଭୋଟର ଫୋଟୋ ପରିଚୟ ପତ୍ର (ଇପିଆଇସି) ଭୋଟରଙ୍କୁ ପହଞ୍ଚାଇବାକୁ ଏକ ମାସରୁ ଅଧିକ ସମୟ […]

ମାଛ କରିଦେଲା ଲକ୍ଷପତି । ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରଳ ତେଲିଆ ମାଛ ।

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରଳ ତେଲିଆ ମାଛ । ଦାମିକିଆ ମାଛ ଦେଖିବା ପାଇଁ ଲାଗିଲା ଲୋକଙ୍କ ଗହଳି । କାହିଁକି ନା ଗୋଟେ ମାଛର ଓଜନ ପାଖାପାଖି ୨୦ କିଲୋରୁ ଅଧିକ ।୨ ମାସର ସାମୁଦ୍ରିକ କଟକଣା ହଟିବା ପରେ ଏବେ ସମୁଦ୍ରରୁ ମାଛ ଧରା ଆରମ୍ଭ ହୋଇଛି। ତେବେ ଲଘୁଚାପ ଜନିତ ବର୍ଷା ପାଇଁ ଓଡ଼ିଶାରେ ମାଛ ଧରା ବନ୍ଦ ରହିଛି। ମାତ୍ର ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇ ବେଶ ମାଲାମାଲ ହୋଇଥିବା […]

ନନ୍ଦନକାନନରେ ଖୁସି ଖବର । ଜନ୍ମ ନେଲେ ୫ ଇଗୁଆନ ।

ନନ୍ଦନକାନନ ପାଇଁ ଖୁସି ଖବର । 33 ବର୍ଷ ପରେ ନନ୍ଦନକାନନରେ ଜନ୍ମ ନେଲା 5ଟି ଇଗୁଆନା । ଏଠାରେ ଥିବା ସରୀସୃପ ପାର୍କରେ ଆଜି ପାଞ୍ଚଟି ଇଗୁଆନା ଜନ୍ମଗ୍ରହଣ କରିଛନ୍ତି ।ଏହାକୁ ମିଶାଇ ନନ୍ଦନକାନନରେ ଇଗୁଆନ ସଂଖ୍ୟା ୧୭ରେ ପହଂଚିଛି । ୩ଟି ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କୁ ସରୀସୃପ ଉଦ୍ୟାନର ଖୁଆଡ଼ରେ ସ୍ଵତନ୍ତ୍ର ଯତ୍ନ ନିଆଯାଉଛି । ଅନ୍ୟ ଦୁଇଟି ଶାବକଙ୍କୁ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି।ଏହି ପ୍ରାଣୀ ଉଦ୍ୟନରେ ଇଗୁଆନା ଶେଷ […]

୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିବାବେଳେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୫ଦିନ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିବ |ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁରର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବରଗଡ଼, ସୋନପୁର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ ।୨୦ ତାରିଖ (ଶୁକ୍ରବାର) ଠାରୁ ବର୍ଷା […]

ଚାରି ଜଣ ଦୁର୍ବୃତ୍ତ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲାରେ ବୁଧବାର ରାତିରେ ଏକ ଏଭଳି ଘଟଣା ରାଜ୍ୟରେ ଘଟିଛି।ବାରିପଦା ସହରର ରାଜବାସା ଅଞ୍ଚଳରେ ଚାରି ଜଣ ଦୁର୍ବୃତ୍ତ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସ୍ୱାମୀ ଏ ସମ୍ପର୍କରେ ବାରିପଦା ସଦର ଥାନାରେ ଏକ ମାମଲା ଦାଏର କରିଛନ୍ତି।ଏତଲା ଆଧାରରେ ବାରିପଦା ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ରାତିରେ ଦୁର୍ବୃତ୍ତମାନେ ମହିଳାଙ୍କୁ ତାଙ୍କ ଘରୁ ଅପହରଣ କରି ନିକଟସ୍ଥ ଏକ ଘରକୁ ‌ଜୋର ଜବରଦସ୍ତ […]