ନିବେଶ ମହାକୁମ୍ଭରୁ ଆସିଲା ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି । 

ଯେତିକି ଲକ୍ଷ୍ୟ ଥିଲା ତା’ର ଦୁଇ ଗୁଣା ପୁଞ୍ଜି ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦୁଇ ଦିନରେ ୧୪୫ MOU ସ୍ବାକ୍ଷର କରିଛନ୍ତି ସରକାର । ଯେଉଁଥିରେ ୧୩ ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସ୍ବପ୍ନ ସାକାର କରିବୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟ ସରକାର ଶିଳ୍ପ ମହାକୁମ୍ଭରେ ଶହେ ଏମଓୟୁ ସ୍ବାକ୍ଷର ସହ ୫ ଲକ୍ଷ […]

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବିଚାର ପ୍ରକ୍ରିୟା ବିଲମ୍ବନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ଚାରି ସପ୍ତାହ ମଧ୍ୟରେ ମାମଲା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ହାଇକୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଶୁଣାଣି ଶେଷ ପାଇଁ କହିଥିଲେ । ଆଉ ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ୪ ସପ୍ତାହରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ, ୨୦୧୮ ଫେବୃୟାରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ […]

ବଳରାମ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଋଣ ବୃଦ୍ଧି

ଏବେ ସରକାର ‘ବଳରାମ’ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ରିହାତି ଦରରେ ପ୍ରଦାନ କରୁଥିବା ଋଣର ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ଋଣ ପରିମାଣ ୧ଲକ୍ଷ ୬୦ହଜାର ଟଙ୍କା ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିର୍ଦ୍ଦେଶନାମା ପରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ‘ବଳରାମ’ ଯୋଜନାର ହିତାଧିକାରୀଙ୍କୁ ଦେଉଥିବା ଋଣ ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ୨୦୨୦ରେ ବଳରାମ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ […]

ଆସନ୍ତାକାଲି ଠାରୁ ଖରା ହେବ । ଏହାସହ ସବୁଠି ପାରଦ ବଢ଼ିବ ।

ହଠାତ୍ କୁଆଡ଼େ ଗାଏବ ହୋଇଗଲା ଶୀତ। ଜାନୁଆରୀ ମାସରେ ଶୀତର ପ୍ରକୋପ ଅଧିକ ରହୁଥିବା ବେଳେ, ଚଳିତ ବର୍ଷ କିନ୍ତୁ ଶୀତ ବଦଳରେ ଗରମ ବଢ଼ୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏବେ ସବୁଆଡ଼େ ଗରମର ଅନୁଭୂତି ହେବ। ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ । […]

ଖବର କାଗଜ ବିତରକ କଲ୍ୟାଣ ଟ୍ରଷ୍ଟ କାର୍ଯ୍ୟାଳୟ ଉଦଘାଟିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ୩୫ଜଣ ଖବର କାଗଜ ବିତରକ ମାନଙ୍କୁ ନେଇ ଖବର କାଗଜ ବିତରକ କଲ୍ୟାଣ ଟ୍ରଷ୍ଟ ନାମରେ ଏକ ସଙ୍ଘ ଗଠନ ପରେ ବୁଧବାର ଅପରାହ୍ନରେ କଲେଜ ପୁରୁଣା ଛାତ୍ର ବାସ ରୋଡ଼ ସ୍ଥିତ ଏକ ଭଡା ଘରେ ଟ୍ରଷ୍ଟର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ତଥା ଉକ୍ତ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ କାର୍ଯ୍ୟାଳୟ କୁ ଉଦଘାଟନ କରିବା ସଂଗେ ସଂଗେ ଖବର […]

ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ବଡ଼ ସୂଚନା। 

ସୁଭଦ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରାରେ ଆଉ ୩ଟି ପଦକ୍ଷେପ ଲାଗୁ ହେବା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି।ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ନେଇ ଦେଲେ ସୂଚନା। ‘ଶୁଣ ସୁଭଦ୍ରାରେ କିଛି ସନ୍ଦେହ ଥିଲେ ପଚାରି ପାରିବେ ବିଭାଗକୁ। ଯୋଗାଯୋଗ କରି ଋଣ କେମିତି ନେବେ ଜାଣି ପାରିବେ। କୁହ ସୁଭଦ୍ରାରେ ବିଭାଗ […]

ଭଦ୍ରକର ଧାମରା ଏୟାରଷ୍ଟ୍ରିପରେ ଓହ୍ଲାଇଲା ପ୍ରଥମ ବିମାନ

ଓଡିଶାର ଭଦ୍ରକ ଜିଲ୍ଲାର ଧାମରା ଏୟାରଷ୍ଟ୍ରିପରେ ମଙ୍ଗଳବାର ପ୍ରଥମ ବିମାନ ଅବତରଣ କରିଛି। ଯାହା ଏହି ଅଞ୍ଚଳରେ ବିମାନ ସଂଯୋଗ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଏୟାରଷ୍ଟ୍ରିପ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡାରେ ଅବସ୍ଥିତ।ପ୍ରଥମେ ଆଦାନୀ କମ୍ପାନୀର ଉପସଭାପତି ମହେନ୍ଦ୍ର ମେକୱାନ୍‌ ବିମାନବନ୍ଦରରେ ଓହ୍ଲାଇଥିଲେ । ଏହାପରେ ସେଠାରେ ଥିବା ଧାମରା ବନ୍ଦର କର୍ତ୍ତୃପକ୍ଷ ମେକୱାନ୍‌ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି […]

ପରଲୋକରେ ଗୀତିକବି ବୃନ୍ଦାବନ ଜେନା।

ଗୀତିକବି ବୃନ୍ଦାବନ ଜେନାଙ୍କ ପରଲୋକ । ୮୭ ବର୍ଷ ବୟସରେ ଆଖି ବୁଜିଲେ ବୃନ୍ଦାବନ ଜେନା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଥିବା ସୂଚନା ।କିଛି ଦିନ ପୂର୍ବରୁ ତାଙ୍କର ବ୍ରେନଷ୍ଟ୍ରୋକ ହେବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା । ପାଖାପାଖି ୩୦ଟି ଚଳଚିତ୍ରରେ ଗୀତ ରଚନା କରିବା ସହ ୮ଟି ସିନେମାରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଦୁଇଟି ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶନା […]

କେଉଁଦିନ ପାଳିବେ ସରସ୍ୱତୀ ପୂଜା । ୨ ନା ୩ ତାରିଖରେ ପାଳିବେ ଦେଖାଦେଲାଣି ଦ୍ୱନ୍ଦ୍ୱ । 

ସରସ୍ବତୀ ପୂଜା ପାଳନକୁ ନେଇ ଦ୍ବନ୍ଦ୍ବ। ୨ ନା ୩ ତାରିଖ କେଉଁ ଦିନ ପାଳିବେ ସରସ୍ବତୀ ପୂଜା ଉଠିଲାଣି ପ୍ରଶ୍ନ।କେଉଁ ପାଞ୍ଜିରେ ୨ ତାରିଖରେ ଶ୍ରୀପଞ୍ଚମୀ ଉଲ୍ଲେଖ ଅଛି ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମୀ। ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ ଫେବ୍ରୁଆରି ୨ ତାରିଖ ଚତୁର୍ଥୀରେ ହେବ ନା ୩ ତାରିଖ ପଞ୍ଚମୀରେ ହେବ ଏହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ପୂର୍ବରୁ ମଧ୍ୟ ପର୍ବ […]

ନବ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦୋହରାଇଲେ ଦୀପାଳି ଦାସ

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଏହାରି ମଧ୍ୟରେ ଦୁଇ ବର୍ଷ ବିତି ଗଲାଣି । ହେଲେ ଏବେ ମଧ୍ୟ ଏହି ମାମଲାର ସମାଧାନ ହୋଇ ପାରୁ ନାହିଁ । ଏହାରି ମଧ୍ୟରେ ନବ ଦାସଙ୍କ ହତ୍ୟା ମାମଲାରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଖୁବଶୀଘ୍ର ସିବିଆଇ ତଦନ୍ତ ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦାବି କରିବୁ ବୋଲି କହିଛନ୍ତି ଦୀପାଳି । ସେ ଆହୁରି ମଧ୍ୟ କହିଛନ୍ତି ଯେ, […]

ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ : ମୁଖ୍ୟମନ୍ତ୍ରୀ

ଚାଲିଛି ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ-୨୦୨୫। ତେବେ ଆଜି ଦ୍ବିତୀୟ ଦିନ ମହିଳା ନିବେଶକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ୍ ପାର୍କ କରିବେ ରାଜ୍ୟ ସରକାର। ମହିଳା ନିବେଶକଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ମହିଳା ଶିଳ୍ପ ଉଦ୍ୟୋଗୀଙ୍କୁ ନେଇ ରାଉଣ୍ଡ ଟେବୁଲ ବୈଠକରେ ରାଜ୍ୟ ତଥା ଦେଶର ସଫଳ ମହିଳା […]

ପିପିଲି ପୋପରଙ୍ଗ ସ୍କୁଲର ଛାତ୍ରକୁ ସାପ କାମୁଡିବା ଘଟଣା । ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ

ପିପିଲି ପୋପରଙ୍ଗ ସ୍କୁଲର ଛାତ୍ରକୁ ସାପ କାମୁଡିବା ଘଟଣା। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଶିକ୍ଷାଧିକାରୀ ରବିନାରାୟଣ ନନ୍ଦ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସୂଚନା ଅନୁସାରେସୂଚନା ଅନୁସାରେ ଗତ ସୋମବାର ଦିନ ପୋପୋରଙ୍ଗା ପଂଚାୟତ ସରକାରୀ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟରେ ବିଷାକ୍ତ ନାଗ ସାପ କାମୁଡ଼ିଦେଇଥିଲା । ପାଠ ନଆସିବାରୁ ଶିକ୍ଷୟତ୍ରୀ ଦଣ୍ଡ ଦେଇଥିଲେ । ବିଦ୍ୟାଳୟର ଚାଉଳ ଘର ସଫା କରିବାକୁ […]