ବିଶ୍ୱର ସୁଉଚ୍ଚ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ

ବିଶ୍ଵର ସର୍ବୋଚ୍ଚ ରେଳ ପୋଲ ଚେନାବ ସେତୁ ଉପରେ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ। ଶନିବାର ଭାରତୀୟ ରେଲୱେ ପକ୍ଷରୁ ଜାମ୍ମୁ-କାଶ୍ମୀରର ଚେନାବ ସେତୁ ଉପରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍‌ ବା ପରୀକ୍ଷାମୂଳକ ଚଳାଚଳ ଆରମ୍ଭ କରାଯାଇଛି। କଶ୍ମୀରର କଠିନ ପରିସ୍ଥିତି ଏବଂ ତୁଷାରପାତକୁ ବିଚାରକୁ ନେଇ ଏହି ଟ୍ରେନ୍‌କୁ ଅନେକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ସହ ସଜାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ ୧୦ ଡିଗ୍ରୀ […]

ହାତୀକୁ ବୋମାମାଡ଼,ରାସ୍ତାକଡ଼ କ୍ଷେତରେ ପଡିରହିଛି ମୃତ ଦନ୍ତା ।

ହାତୀକୁ ବୋମାମାଡ଼,ରାସ୍ତାକଡ଼ କ୍ଷେତରେ ପଡିରହିଛି ମୃତ ଦନ୍ତା । ବୋମାମାଡ଼ରେ ଦନ୍ତାହାତୀ ଗୁରୁତର ଆହତ ହୋଇ ପଡିରହିଥିଲା । ସୁନ୍ଦରଗଡ଼ ଉଜ୍ବଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବି କରୁଆବହାଲ ରାସ୍ତା କଡ଼ ଘର ନିକଟରେ ପିଡ଼ିଥିଲା । ଲୋକଙ୍କ କହିବା ଅନୁସାରେ ହାତୀର ଷୁଣ୍ଢ ରେ ବୋମା ମାଡ଼ ହୋଇଛି । ଅନ୍ୟପଟେ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଅନୁମାନ କରାଯାଉଛି ୭ରୁ ୮ ଦିନ ପୂର୍ବରୁ ଲାଗିଥିଲା ଆଘାତ କିନ୍ତୁ […]

ଆଜି ଜାତୀୟ ପର୍ଯ୍ୟଟନ ଦିବସ

ଆଜି ହେଉଛି ଜାତୀୟ ପର୍ଯ୍ୟଟନ ଦିବସ । ପ୍ରକୃତି ନିଜ କୋଳରେ ସଜାଇ ରଖିଥିବା ଦର୍ଶନୀୟ, ଆକର୍ଷଣୀୟ ମନଲୋଭା ସ୍ଥାନକୁ ଦେଖି ଆନନ୍ଦ ଉଠାଇବା ସକାଶେ ଭ୍ରମଣ କରିବା ପ୍ରୋତ୍ସାହନ ଦେବା ପାଇଁ ପାଳିତ ହୁଏ ଏହି ଦିବସ । ଏବେ ସାରା ବିଶ୍ୱରେ ପର୍ଯ୍ୟଟନ ହେଉଛି ଏକ ଦ୍ରୁତଗତିରେ ବିକଶିତ ହେଉଥିବା ବ୍ୟବସାୟିକ କ୍ଷେତ୍ର। ଓଡ଼ିଶାରେ ଏହି କ୍ଷେତ୍ରର ଭରପୂର ସୁଯୋଗ ରହିଛି। ସୁଦୀର୍ଘ ସମୁଦ୍ରତଟ ସହ ଐତିହାସିକ ସ୍ମାରକୀ, ପାହାଡ଼, ହ୍ରଦ, ନଦୀ, ବନ୍ୟଜନ୍ତୁଙ୍କ […]

ଆଇଟମ୍ ଡାନ୍ସ ହେଲେ ବାଜିବ ଠେଙ୍ଗା ପାହାର ।

ଆଇଟମ୍ ଡାନ୍ସ ହେଲେ ବାଜିବ ଠେଙ୍ଗା ପାହାର । ୧୦୦ ଠେଙ୍ଗା କିଣା ହୋଇ ଥୁଆ ହୋଇଛି ।କିଛି ଏପରି ଏବେ ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ।ଯାତ୍ରାରେ ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବିଶେଷ କରି ଆଗକୁ ଖଣ୍ଡଗିରି ଯାତ୍ରା ଆସିଥିବାରୁ ଏହାକୁ ନେଇ ଯାତ୍ରା କମିଟି ମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ଆଗରୁ ସତର୍କ କରିଛନ୍ତି। ଯାତ୍ରାରେ ଦିନକୁ ଦିନ ଅଶ୍ଲିଳତା ବଢି ବଢି ଚାଲିଛି […]

ଓଡ଼ିଶାର ୧୯ ଜଣ ‘ପୋଲିସ ପଦକ’ରେ ହେବେ ସମ୍ମାନିତ

ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତିଙ୍କ ପୁରସ୍କାର ଘୋଷଣା । ଓଡିଶାରୁ ୧୯ ପୋଲିସ ପାଇବେ ରାଷ୍ଟ୍ରପତି ପୁରସ୍କାର । ସାହସିକତା ପାଇଁ ୬ ପୋଲିସକୁ ମିଳିବ ପୁରସ୍କାର । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପୁରସ୍କାର। ସୁପରିଣ୍ଟେଣ୍ଡେଣ୍ଟ ପୋଲିସ ସରୋଜ ସାମଲ ପାଇବେ ରାଷ୍ଟ୍ରପତି ପୁରସ୍କାର। କନଷ୍ଟେବଳ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର।

ଓଡ଼ିଶାରେ ପ୍ରଥମ ଥର ପାଇଁ ୧୦ଟି ଦ୍ବୀପରେ ହେବ ଗଣତନ୍ତ୍ର ଦିବସ ।

ଓଡ଼ିଶାରେ ପ୍ରଥମ ଥର ୧୦ ଦ୍ୱୀପରେ ପାଳନ ହେବ ଗଣତନ୍ତ୍ର ଦିବସ । ଏ ନେଇ ସୂଚନା ଦେଲେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ସିନିୟର୍ ଅଫିସର ସବୁ ଦ୍ୱୀପକୁ ଯାଇ ସର୍ଭେ ସହ ଫଟୋଗ୍ରାଫି କରିବେ ।ସେପଟେ ଚଳିତବର୍ଷ ପରେଡ୍‌ରେ ଆର୍ମି, ବିଏସ୍‌ଏଫ୍ ଓ ପୋଲିସ ସାମିଲ ହେବେ । ଭୁବନେଶ୍ବରରେ ମୋଟ ୪୮-୪୯ କଣ୍ଟିଜେଣ୍ଟ ପରେଡ୍‌ରେ ସାମିଲ ହେବେ । ସେପଟେ ସୁରକ୍ଷା […]

ବଢ଼ିଲା ବିବାଦୀୟ ଆଇପିଏସ୍ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି ।

ପୁଣି ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି । ଆଜି ତାଙ୍କର ନିଲମ୍ବନ ଅବଧି ଶେଷ ହେଉଥିବାବେଳେ ଏହାକୁ ଆହୁରି ୬୦ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗତକାଲି ତାଙ୍କର ୧୨୦ ଦିନିଆ ନିଲମ୍ବନ ଅବଧି ଶେଷ ହେଉଥିଲା । ଏହାପୂର୍ବରୁ ଗତ ୨୨ ତାରିଖରେ ଏକ ସ୍ବତନ୍ତ୍ର ରିଭ୍ୟୁ କମିଟି ଏହି ନିଲମ୍ବନକୁ ନେଇ ସମୀକ୍ଷା କରିଥିଲେ। ପୂର୍ବରୁ ମଧ୍ୟ ୨ଥର ତାଙ୍କ ନିଲମ୍ବନ ଅବଧି ବୃଦ୍ଧି କରାଯାଇଥିଲା । […]

ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ସକାଳୁ ସକାଳୁ ଟ୍ଵିନସିଟିରେ ଘନ କୁହୁଡ଼ି । ଭୁବନେଶ୍ବର, ପୁରୀ, କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଦେଖାଯାଉନି ରାସ୍ତାଘାଟ । ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ତେବେ ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ । ରାତିରେ ପୁଣି ଶୀତ ଅନୁଭୂତ ହେବ । ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ ୧ ତାରିଖ ବେଳକୁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ସୋଆ ଜଳବାୟୁ […]

ମାନ୍ୟବର ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଓଡିଶାଙ୍କ ରାୟଗଡ ଜିଲ୍ଲା ଗସ୍ତ ଓ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା

ରାୟଗଡ:-ତା.୨୪/୦୧/୨୦୨୫ ରିଖ, ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ତଥା ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ତିନି ଗୋଟି ବିଭାଗର ବିଭିନ୍ନ ସରକାରୀ ଯୋଜନାର ପ୍ରଗତି ବିଷୟରେ ସମୀକ୍ଷା କରିଥିଲେ l ପ୍ରାଣୀ ସମ୍ପଦ ବିକାଶ ବିଭାଗର – ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ଗୋପାଳନ, ଘାସ ଚାଷ ତଥା ପ୍ରାଣୀ ସମୃଦ୍ଧି ଯୋଜନା ମାଧ୍ୟମରେ […]

ଆଇଟିଇଆର ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ପ୍ରଥମ ଟାଇମ୍ସ ବିଜିନେସ୍ ଆୱାର୍ଡ-ଝାଡ଼ଖଣ୍ଡ ୨୦୨୫ରେ ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି ।  ଗତ ଜାନ୍ରୁଆରୀ ୧୭ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ସମେତ ୩୬ ଟି କ୍ୟାଟେଗୋରୀରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲିଉଡ୍ ତାରକା ସୋନୁ […]

କ୍ଷୀର ମୂଲ୍ୟ କମାଇଲା ଅମୁଲ

ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ହ୍ରାସ କରାଯାଇଛି। ସାରା ଦେଶରେ ୧ ଲିଟର କ୍ଷୀର ପିଛା କମ୍ପାନୀ ୧ ଟଙ୍କା କମାଇଛି। ଅମୁଲ ଗୋଲ୍ଡ, ଅମୁଲ ତାଜା ଏବଂ ଅମୁଲ ଟି ସ୍ପେଶାଲ ୧ କେଜି ପ୍ୟାକ୍‌ କ୍ଷୀରରେ ଏହି ଦର ହ୍ରାସ ଲାଗୁ କରାଯାଇଛି।ଏହି ନିଷ୍ପତ୍ତି ଉତ୍ପାଦନ ବ୍ୟୟ ହ୍ରାସ ଓ ବଜାରରେ ଦୁଗ୍ଧର ଚାହିଦାକୁ ଦୃଷ୍ଟିରେ ରଖି ନିଆଯାଇଛି। ନୂଆ ମୂଲ୍ୟ ଅନୁସାରେ ଏବେ ୧ ଲିଟର ଅମୂଲ ଗୋଲ୍ଡ ପ୍ୟାକେଟ୍ ୬୬ ଟଙ୍କାରେ […]

ବେଟି ବଚାଓ ବେଟି ପଢ଼ାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ପାଳନ ଉତ୍ସବ

ରାୟଗଡ଼ ୨୪ ଜାନୁଆରୀ ୨୦୨୫: ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା କରାଯାଇଛି I ଅଙ୍ଗନବାଡି କେନ୍ଦ୍ର ସ୍ତରରେ, ଗ୍ରାମ ସ୍ତରରେ, ବିଦ୍ୟାଳୟ ସ୍ତରରେ, ଗ୍ରାମ ସଭା ଆୟୋଜନ ମାଧ୍ୟମରେ ଓ ଜିଲ୍ଲା ସ୍ତରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରିବା ନିମନ୍ତେ ସ୍ଥିର କରାଯାଇଛି I କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଆଜି ୫ଟି କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା କରାଯାଇଥିଲା I […]