ଆଜି ବିଶ୍ବ ପାଳୁଛି ରକ୍ତଦାତା ଦିବସ ।

ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା।ମନୁଷ୍ୟ ଶରୀରରେ ରକ୍ତର ଆବଶ୍ୟକତା କେତେ ରହିଛି ତାହା କହିବା ଅନାବଶ୍ୟକ। ବିଶେଷଭାବରେ ଗୁରୁତର ଦୁର୍ଘଟଣାର ଶିକାର ହୋଇଥିବା କିମ୍ବା ଅପରେଶନ ସମୟ ବ୍ୟତୀତ ଆହୁରି କେତେକ ସ୍ଥଳରେ ଆକ୍ରାନ୍ତ ବ୍ୟକ୍ତି ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ। ବ୍ଲଡ ଗ୍ରୁପ୍‌ ଅନୁସାରେ ଯୋଗାଡ କରାଯାଇଥିବା ରକ୍ତ ତାଙ୍କୁ ଯୋଗାଇ ଦିଆଯାଏ। […]

ଅଣସେବକ ରଥରେ ଚଢିଲେ ମୋକଦ୍ଦମା

ପୁରୀରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । କହିଛନ୍ତି ,ନିର୍ଧାରିତ ସମୟ ଅନୁସାରେ ରଥଟଣା ଉପରେ ମୋହର ଲାଗିଛି । କୌଣସି ସେବକ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ରଥ ଟଣାବେଳେ ଅଣ ସେବକ ରଥ ଉପରକୁ ଯାଇପାରିବେ ନାହିଁ । ଏପରିକି ସେବକଙ୍କ ସହାୟକ ମଧ୍ୟ ବସି ପାରିବେ ନାହିଁ । ଯଦି ଅଣସେବକ […]

ନୟାଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ! ସାଙ୍ଗ ଛାତିରେ ଛୁରୀ ଭୁସି ମାରିଲା ସାଙ୍ଗ

ଆଜି ନୟାଗଡ଼ ଜିଲ୍ଲା ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଂହା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୁରୁଷୋତ୍ତମ ପ୍ରଧାନ ଏବଂ ତାଙ୍କ ବନ୍ଧୁଙ୍କ ( ସନିଆ) ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ବନ୍ଧୁ ଉତକ୍ଷିପ୍ତ ହୋଇ ପୁରୁଷୋତ୍ତମଙ୍କୁ ଏକ ଧାରୁଆ ଛୁରିରେ ଛାତିକୁ ଭୁସି ଦେଇଥିଲେ। ଛାତିରେ ଛୁରୀ ଭୁସି ଦେଇ ଚମ୍ପଟ ମାରିଥିଲା ବନ୍ଧୁ (ସନିଆ)। ଗାଁ ଲୋକେ ଗୁରୁତର ଅବସ୍ଥାରେ ଜିତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନିକଟସ୍ଥ […]

୩ ଜିଲ୍ଲାପରେ ଏବେ କଟକ ଓ ରାଜଧାନୀରେ ମଧ୍ୟ ଝାଡାବାନ୍ତି ଭୟ

ଚାରି ଜିଲ୍ଲାକୁ ବ୍ୟାପିଲା ଝାଡାବାନ୍ତି । ଯାଜପୁର, ଭଦ୍ରକ, କେନ୍ଦୁଝର ପରେ କଟକ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ । କଟକ ସଦରର ଝିଙ୍କିରିଆ ଗ୍ରାମ ପଂଚାୟତରେ ବି କିଛି ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ତେବେ ଯାଜପୁରର ୮ ଜଣଙ୍କୁ ଛାଡ଼ି ଆଉ କୌଣସି ହଇଜା ରୋଗୀ ନାହାନ୍ତି । ଅନ୍ୟପଟେ ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଝାଡ଼ାବାନ୍ତିରେ ଶତାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । ସ୍ୱରେଜ ଜଳ ଓ ପାନୀୟ ଜଳ ମିଶିଯିବାରୁ ଏଭଳି ହେଉଥିବା ଅଭିଯୋଗ […]

ଓଡ଼ିଶାରେ ସମସ୍ତ ସରକାରୀ ସେବା ପାଇଁ ଆଧାର ବାଧ୍ୟତାମୂଳକ

ସରକାରୀ ସେବା ବିତରଣକୁ ସୁବ୍ୟବସ୍ଥିତ କରିବା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଓଡ଼ିଶା ସରକାର ବିଭିନ୍ନ ରାଜ୍ୟସ୍ତରୀୟ ସେବା ଏବଂ ଆଧିକାରିକ ପ୍ରମାଣପତ୍ର ପାଇବା ପାଇଁ ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ଜାତି, ଆୟ, ଆଇନଗତ ଉତ୍ତରାଧିକାରୀ, ଜମିଜମା ରେକର୍ଡ ଓ ରେଜିଷ୍ଟ୍ରେସନ ନିମନ୍ତେ ଆଧାର ନମ୍ବର ଦେବା ଅବା ଆଧାର ସତ୍ୟପାଠ କରିବା ବାଧ୍ୟତାମୂଳକ ହେବ । ଏହାଛଡା ସରକାରଙ୍କ ବିଭିନ୍ନ ଯୋଜନାରେ ସବସିଡି ଓ ଡିବିଟି ସୁବିଧାର ହିତାଧିକାରୀଙ୍କ […]

ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ

ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ । NEET ୱେବସାଇଟରେ ପରୀକ୍ଷାଫଳ ଇପଲବ୍ଧ ।ରାଜସ୍ଥାନର ମହେଲ କେଶୱାନୀ ଟପ୍ପର। ସେହିପରି ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର। ସର୍ବଭାରତୀୟ ରାଙ୍କର ୬୦ତମ ସ୍ଥାନରେ ସ୍ନେହାଶିଷ।ପରୀକ୍ଷାର୍ଥୀଙ୍କୁ ଇ-ମେଲ୍‌ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି। neet.nta.nic.inରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ ପରୀକ୍ଷାର୍ଥୀ।ପ୍ରାୟ 22.7 ଲକ୍ଷ ପିଲା ଦେଇଥିଲେ ପରୀକ୍ଷା। ଦେଶରେ 500 ସହରରେ ହୋଇଥିଲା ପରୀକ୍ଷା । 13ଟି ଭାଷାରେ ହୋଇତିଲା ପରୀକ୍ଷା ।NEET UG ପରୀକ୍ଷା 04 ମଇ […]

ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଏଏସଆଇକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି । ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଏଏସଆଇକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ।ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ମିଳୁଥିବା ଅବଧି ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।ସେହିପରି ରଥଯାତ୍ରା ସମୟରେ କରାଯାଉଥିବା ଗର୍ଭଗୃହ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟର ତଦାରଖ ଏଏସଆଇ […]

ଜୁନ୍ ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ହବ ରିହାର୍ସଲ- DGCA ।

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ ।ଜରୁରିକାଳୀନ ରିହର୍ସାଲ କରିବାକୁ ନିର୍ଦ୍ଦେଶ ଦେଇଛି DGCA । ଫୁଲସ୍କେଲ ରିହର୍ସାଲ ସମୟରେ ପୋଲିସ, ମେଡିକାଲ ଟିମ ଓ ଅଗ୍ନିଶମବାହିନୀ ଉପସ୍ଥିତ ରହିବେ । ବେଆଇନ କୋଠା ଉଚ୍ଛେଦ ଓ ଗଛ କାଟିବାକୁ ବିଏମସିକୁ କୁହାଯିବ ।ଏହି ରିହାର୍ସଲ ଜୁନ୍ ୩୦ରେ ହେବ । ଅହମ୍ମଦାବାଦ ପ୍ଲେନ କ୍ରାସ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଏଭଳି ସିକ୍ୟୁରିଟି ପ୍ରୋଗ୍ରାମ କରାଯିବ । ବିମାନ ବନ୍ଦର ଆଖପାଖରେ ସର୍ଭେ […]

ଦେଶରେ ବଢୁଛି କରୋନା ମାମଲା, ୨୪ ଘଣ୍ଟାରେ ୯ ମୃତ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ ମୁତାବକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୪ ଶହ ପାର କରିଛି । ରାଜସ୍ଥାନରେ ଜଣେ ୭୦ ବର୍ଷୀୟା ଏବଂ କେରଳରେ ଜଣେ ୮୨ ବର୍ଷୀୟ ବୃଦ୍ଧ କୋଭିଡ୍ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ତେବେ ଗତ ୨୪ ଘଣ୍ଟାରେ ୯ ଜଣଙ୍କର ଜୀବନ ଯାଇଥିବା ଖବର ମିଳିଛି । ପଞ୍ଜାବରେ […]

ମାତ୍ର ୪୨ ଦିନରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ କଲେଣି ବାବା କେଦାରନାଥଙ୍କ ଦର୍ଶନ

ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଜୋରସୋରରେ ଚାଲିଛି। ଯେଉଁଥିରେ ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି। ଏଥର ଯାତ୍ରାରେ କେବଳ କେଦାରନାଥ ଧାମରେ ୪୨ ଦିନରେ ୧୦ ଲକ୍ଷରୁ ଅଧିକ ଭକ୍ତ ବାବା କେଦାରଙ୍କ ଦର୍ଶନ କରି ରେକର୍ଡ ଭାଙ୍ଗିଛନ୍ତି।ପୁଷ୍କର ଧାମି ସରକାର ମଧ୍ୟ ଏଥର ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଯେଉଁଥିପାଇଁ ତୀର୍ଥଯାତ୍ରୀଙ୍କ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ଖବର ମୁତାବକ, ମେ’ ୨ରେ ବାବା କେଦାରନାଥଙ୍କ କପାଟ ଖୋଲାଯାଇଥିଲା । କପାଟ […]

ଚାଷୀଙ୍କ ୨୦ତମ ପିଏମ-କିସାନ କିସ୍ତିକୁ ନେଇ ଆସିଲା ବଡ଼ ଖବର

ଚାଷୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (ପିଏମ-କିସାନ) ଅଧୀନରେ ଚାଷୀମାନେ ପ୍ରତିବର୍ଷ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ପାଇଥାନ୍ତି, ଯାହା ତିନୋଟି ୨,୦୦୦ ଟଙ୍କାର ସମାନ କିସ୍ତିରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ। ଏପର୍ଯ୍ୟନ୍ତ ସରକାର ୧୯ଟି କିସ୍ତି ଜାରି କରିଛନ୍ତି, ଯାହାର ଶେଷ କିସ୍ତି (୧୯ତମ) ୨୦୨୫ ଫେବୃଆରୀରେ ଚାଷୀଙ୍କ ଆକାଉଣ୍ଟକୁ ପହଞ୍ଚିଛି। ଏବେ ଚାଷୀମାନେ ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଏକ ରିପୋର୍ଟ ଅନୁସାରେ, ୨୦୨୫ ଜୁନ […]

କମ୍ବିଂ ଅପରେସନ ବେଳେ ଆଇଇଡି ବ୍ଲାଷ୍ଟ, ଜଣେ ସିଆରପିଏଫ୍ ଯବାନ ଗୁରୁତର

କମ୍ବିଂ ଅପରେସନ ବେଳେ ଆଇଇଡି ବ୍ଲାଷ୍ଟ । ଜଣେ ଯବାନ ଗୁରୁତର । ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ବାଙ୍କୋ ସଂଲଗ୍ନ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି ।ଗୁରୁତର ସିଆରପିଏଫ୍ ଯବାନଙ୍କୁ ଏଆରଲିଫ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ରାଉରକେଲା ଏସପି ପହଞ୍ଚିଛନ୍ତି । ବିସ୍ଫୋରକ ସାମଗ୍ରୀ ଲୁଟ୍‌ ହେବା ପରଠାରୁ ଲଗାତର ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ଏପର୍ଯ୍ୟନ୍ତ ସମସ୍ତ ଲୁଟ୍ ସାମଗ୍ରୀକୁ ଉଦ୍ଧାର କରାଯାଇପାରିନାହିଁ । ଏହାରି ଭିତରେ […]