ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ଦୁଇଦିନ ମଧ୍ୟରେ ବିଦର୍ଭ, ଛତିଶଗଡ ଏବଂ ଓଡିଶାର ଆହୁରି କିଛି ଅଞ୍ଚଳକୁ ଅଗ୍ରସର ହେବ । ଏଥି ପାଇଁ ପାଗ ଅନୁକୂଳ ରହିଛି । ତେବେ ରଜ ୩ଦିନରେ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ରହିଛି। ସମସ୍ତ ୩୦ ଜିଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଆସନ୍ତା […]
ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ହେବା ସହ ଏହା ମଧ୍ୟରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି। ୪୧ଟି ନମୂନା ପରୀକ୍ଷଣରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ ହୋଇଛି । ଏହା ସହ ଜିଲ୍ଲାର ଚାରୋଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଅତିକ୍ରମ କରିଛି । ଏହାରି ଭିତରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ହୋଇଛି । ସମୀକ୍ଷା […]
ଏଣିକି ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ ଅଭିଭାବକ। ସ୍କୁଲରେ ରହିବ ମାନ ପରୀକ୍ଷଣ ରେଜିଷ୍ଟର। ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବ। ତେବେ ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନକୁ ନେଇ ସତର୍କ ହୋଇଛି ରାଜ୍ୟ ପିଏମ୍ ପୋଷଣ ୟୁନିଟ୍। ଶିଶୁବାଟିକାରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ଆଉ ଏହି ଭୋଜନ ନିୟମିତ ଭାବେ ଅଭିଭାବକମାନେ ଖାଇ ମାନ ପରଖିବେ। ଯେପରି ପିଲାଙ୍କ ମଧ୍ୟାହ୍ନ ଭୋଜନର ଗୁଣବତ୍ତାରେ ହ୍ରାସ ନହୁଏ ସେଥିଲାଗି […]
ରାଜ୍ୟ ସରକାର ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୧୧ ଜିଲ୍ଲାରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ପ୍ଲାଷ୍ଟିକ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ହେବ ।ଫଳରେ ୧୭ଟି ପ୍ରକଳ୍ପ ନିର୍ମାଣ ହେଲେ ୧୦ ହଜାର ୫୮୪ ନିଯୁକ୍ତି ସୃଷ୍ଟି ହେବ।ରାଜ୍ୟରେ କଳକାରଖାନା ଗଢ଼ି ଉଠିଲେ ଯୁବପିଢ଼ିଙ୍କୁ ରୋଜଗାର ମିଳିପାରିବ। ବାହାର ରାଜ୍ୟକୁ ଯାଇ ସେଠାକାର ମାଲିକମାନଙ୍କ ଠାରୁ ଓଡ଼ିଆ ଯୁବକଯୁବତୀଙ୍କୁ ନିର୍ଯାତନାର ଶିକାର ହେବାକୁ […]
ମୁନିଗୁଡ଼ା:ତା୧୩-୬ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ସୁଭଦ୍ରା ଉଦ୍ଧବ ମଙ୍ଗଳ ଭବନ ପରିସରରେ ଆଜି ପୂର୍ବାହ୍ନରେ ମୁନିଗୁଡ଼ା ପ୍ରେସ କ୍ଲବର ଏକ ସ୍ବତନ୍ତ୍ର ଅଧିବେଶନ ସଭାପତି ରାଜୀବ ଲୋଚନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ଉପ ସଭାପତି ମନୋରଞ୍ଜନ ଦଳାଇ,ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ା ଜିଲ୍ଲାର ଉପସଭାପତି ଶିମାଞ୍ଚଳ ପଣ୍ଡା,ଉପଦେଷ୍ଟା ରାମଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ।ପ୍ରଥମେ ଉତ୍କଳ ସାମ୍ବାଦିକ ସଂଘର ସଂପାଦକ ସ୍ବର୍ଗତ ରାଜିବଲୋଚନ […]
ପୁରୀ ଜିଲ୍ଲା ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ୩୦ ଯାତ୍ରୀ ଓ ୧୫ଟି ଗାଡ଼ିକୁ ନେଇ ଉକ୍ତ ଡଙ୍ଗାଟି ଯାଉଥିଲା। ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଥିବା ସୂଚନା ମିଳିଛି।ସାତପଡ଼ାରୁ ଆଜି ଅପରାହ୍ଣ ୪ଟା ୪୫ରେ ଏକ ଘରୋଇ ଯାତ୍ରୀବାହୀ ଡଙ୍ଗା ଜହ୍ନିକୁଦା ଘାଟ ଅଭିମୁଖେ ବାହାରିଥିଲା। ଏହି ଡଙ୍ଗାରେ ୮ ଜଣ ମହିଳାଙ୍କ ସମେତ ୩୦ ଜଣ ଯାତ୍ରୀ ଥିଲେ। ଏଥି ସହିତ ଡଙ୍ଗାରେ […]
ଯାଜପୁର ଛଡା ଭଦ୍ରକ ଓ କେନ୍ଦୁଝରରୁ ଆସିଛି ଝାଡ଼ାବାନ୍ତି ବ୍ୟାପିବା ଖବର । ଭଦ୍ରକରେ ପହଞ୍ଚିଛି ସ୍ୱାସ୍ଥ୍ୟ ବିଭାଗର ଟିମ । କେନ୍ଦୁଝରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାର ଯାଞ୍ଚ କରାଯାଉଛି । ତେବେ ପାଣିରୁ ଝାଡ଼ାବାନ୍ତି ବ୍ୟାପି ଥିବା ସନ୍ଦେହ କରୁଛି ସ୍ବାସ୍ଥ୍ୟ ବିଭାଗ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ସୋଲମପୁର ବିରୋଳି ସ୍ଵାସ୍ଥ୍ୟକେନ୍ଦ୍ର ଅଧିନ ଦାଣ୍ଡକୁଳ ଓ ତିଖିଲିଆ ଗ୍ରାମରେ ୧୦ରୁ ୧୨ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କଟକ […]
ଓଡିଶାର ଗଣ ପର୍ବ ରଜ । ପ୍ରତିବର୍ଷ ଓଡ଼ିଶାର ଘରେଘରେ ପାଳନ ହୁଏ ରଜ । ଦୋଳି ଲାଗେ, ଘରେ ପିଠା ପଣା ହୁଏ । ଝିଅ ମାନେ ନୂଆ ପୋଷାକ ପିନ୍ଧିଥାନ୍ତି । ଆଉ ବେଶ ଆନନ୍ଦ ଉଲ୍ଲାସର ସହ ରଜ ପର୍ବକୁ ପାଳନ କରାଯାଇଥାଏ । ତେବେ ରାତି ପାହିଲେ ରଜ । ଆଜି ହେଉଛି ସଜବାଜ । ପହିଲି ରଜର ପହିଲି ସ୍ପର୍ଶରେ ପୁଲକ୍କିତ ହୋଇଉଠିବ ଧରା । ରଜକୁ ନେଇ ଉତ୍ସବମୁଖର […]
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଁଳାକଟା ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ୱାମୀର ପରକୀୟା ପ୍ରୀତିକୁ ସ୍ତ୍ରୀ ବାରଣ କରିବାରୁ ତଣ୍ଟିଚିପି ହତ୍ୟା କଲା ପିଶାଚ ସ୍ୱାମୀ । ଯାହାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ପରଜଙ୍ଗ ଥାନା କୁମୁସି ପଞ୍ଚାୟତ ଅନ୍ତର୍ଗତ ଅଁଳାକଟା ଗାଁର ଅଞ୍ଜଳି ବେହେରା । ଅଞ୍ଜଳିଙ୍କ ବାପଘର କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁରେ ହୋଇଥିବା ସୂଚନା। […]
ଜଳିଗଲା ପୁରା ପ୍ଲେନ୍ । ଜଳିଗଲେ ଶହ ଶହ ଯାତ୍ରୀ । ବିମାନର ଲୁହା ଖଣ୍ଡ ବିସ୍ଫୋରଣରେ ତରଳି ଗଲା । କିନ୍ତୁ ପ୍ଲେନରେ ଥିବା ଶ୍ରୀମଦ ଭାଗବତ ଗୀତା କିଛି ବି ହୋଇନି । ଅବିଶ୍ବସନୀୟ, ଅକଳ୍ପନୀୟ । ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣଙ୍କର ଧର୍ମ ଉପରେ ବିଶ୍ବାସ ଅଧିକ ବଢ଼ିଯିବ । ଶ୍ରୀମଦ ଭାଗବତ ଗୀତାର ମହତ୍ତ୍ବ କଥା କିଏ ବା ନଜାଣେ । […]
ମଝି ରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ସୋସିଆଲ ମେଡିଆରେ ଭାଇରାଲ୍ ହେଲା ଭିଡିଓ । ସାଲେପୁର ପାଗା ଛକ ନିକଟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ନିଶ୍ଚିନ୍ତକୋଇଲି ଜିଗ୍ନିପୁର ଗାଁର ପ୍ରଦ୍ୟୁମ୍ନ ଓରଫ୍ ଶିବୁ ଅସୁସ୍ଥ ହେବା ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ ପହଞ୍ଚିବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିଲା । କିନ୍ତୁ ପାଗା ଛକ ନିକଟରେ […]
ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି। ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ।ଏମାନେ ମାଓବାଦୀଙ୍କ ଏଓବି ଅର୍ଥାତ୍ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଗିରଫ ଦୁଇ ମାଓବାଦୀଙ୍କ ନିଜ ଘର ଛତିଶଗଡ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ବୋଲି ଜଣାପଡିଛି । ସେମାନଙ୍କ ପାଖରୁ ଦୁଇଟି ରିଭଲଭର ସହ […]
