ଓଡ଼ିଶାରେ ବ୍ୟାପିଲାଣି ପାରଭୋ ଭାଇରସ୍ । କରୋନା, ବ୍ଲାଡ ଫ୍ଲୁ ଭଳି ଏହା ଚିନ୍ତା ବଢ଼ାଇଛି ।ଏହି ରୋଗ ଏବେ ଗୃହପାଳିତ ପ୍ରାଣୀଙ୍କୁ ବିପଦରେ ପକାଇଛି । ଫଳରେ ଗୃହକର୍ତ୍ତାମାନେ ନିଜ ନିଜର ପୋଷା ଜୀବଜନ୍ତୁଙ୍କୁ ନେଇ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଧାଡ଼ି ଲଗାଇଛନ୍ତି । ଏହିଭଳି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି |ଏହି ରୋଗ ହେଲେ ପଶୁପକ୍ଷୀଙ୍କୁ ଜ୍ୱର, ଥଣ୍ଡା, ବାନ୍ତି, ଝାଡ଼ା ଏବଂ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ନାହିଁ । କୁକୁର, ବିଲେଇ […]
ବରଗଡ଼ ଜିଲ୍ଲା ଅତାବିରା ଥାନା ଅଂଚଳରେ ଏକ ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି। ୩୬ ବର୍ଷୀୟ ବାପା ନିଜ ଜନ୍ମ କଲା ୧୨ ବର୍ଷିୟା ଝିଅକୁ ଦୁଷ୍କର୍ମ କରିବା ଭଳି ଘଟଣା ଦେଖିବାକୁ ମିଳିଛି।ପୀଡିତାଙ୍କ ମାଆଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ ଅତାବିରା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ‘ବିବାଦ’ ହେତୁ ଅଭିଯୁକ୍ତଙ୍କ ସ୍ତ୍ରୀ ସମ୍ବଲପୁର ଜିଲାରେ ତାଙ୍କ ବାପାମାଙ୍କ ଘରେ ଅଲଗା ରୁହନ୍ତି। ବେଳେ ବେଳେ ୧୨ […]
ନୟାଗଡ଼, (ଓଡ଼ିଶା ଦର୍ପଣ):ଓଡ଼ିଶା ବିଜ୍ଞାନ ଏକାଡେମୀ ଓ ମଡେଲ ଡିଗ୍ରୀ କଲେଜ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ସଭାରେ ପୌରୋହିତ୍ୟ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଜ୍ଞାନ ଏକାଡେମୀ ସଭାପତି ପ୍ରଫେସର୍ ବିଭୁତି ଭୂଷଣ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ବୌଦ୍ଧିକ ବିକାଶ ନିମନ୍ତେ ନିଜକୁ ନିଜେ ପ୍ରଶ୍ନ କରି ଉତ୍ତର ଖୋଜିବା ପାଇଁ ପ୍ରବର୍ତ୍ତାଇଥିଲେ। ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ […]
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ଆଜି ପ୍ରାକ୍ ବଜେଟ୍ ବୈଠକ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଆଗାମୀ ଆର୍ଥିକ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବ୍ୟବସାୟ ଆଦି ପ୍ରମୁଖ ଦିନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତିଦେଢ଼ ଲକ୍ଷ ନିଯୁକ୍ତି ନେଇ ସରକାର ପ୍ରତିଶ୍ରୁତି ରଖିଥିଲେ । ଚଳିତ ବର୍ଷ […]
ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ ଘର । କୌଣସି ବି ହିତାଧିକାରୀ ଏଥିରୁ ବଞ୍ଚିତ ହେବେ ନାହିଁ । ଆବାସ ପ୍ଲସ ମୋବାଇଲ୍ ଆପ୍ ଜରିଆରେ ସର୍ଭେ କରାଯିବ । ପିପିଲିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଆରମ୍ଭ କରି ଏପରି କହିଲେ ମନ୍ତ୍ରୀ ରବିନାରାୟଣ ନାୟକ। ମନ୍ତ୍ରୀ କହିଛନ୍ତି, ଯୋଗ୍ୟତାର ମାନ କୋହଳ କରାଯାଇଛି । ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ନାହିଁ। ମାସିକ ୧୫ ହଜାରରୁ କମ ଆୟ […]
ହଂସିତା-ଅନିଲ ଗିରଫ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନିଲ । ଯୁବତୀ ଚାଲାଣ କରିଥିବା ନେଇ ତଥ୍ୟ ପାଇଛି ପୋଲିସ । ଏନେଇ ପୋଲିସ ଖୋଳତାଡ଼ କରିବ । ଝାଡ଼ଖଣ୍ଡରୁ କଲଗାର୍ଲ୍ ଆଣି କାହାକୁ ଯୋଗାଇଥିଲେ ହଂସିତା, ତାର ଛାନଭିନ କରିବ କମିଶନରେଟ ପୋଲିସ । ଗତ ଜାନୁଆରୀ ୧୯ ତାରିଖରେ ଇନଫୋସିଟି ଥାନାରେ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ର ଇନ୍ସପେକ୍ଟର […]
ମହିଳାଙ୍କ ପାଇଁ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବାଲ୍ୟ ବିବାହ ରୋକିବା ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ସହିତ ପିଲାଙ୍କ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବାକୁ ସ୍ଥିର ହୋଇଛି।ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ସେମାନଙ୍କ ପାଠ୍ୟକ୍ରମରେ ବାଲ୍ୟ ବିବାହ ଉପରେ ଏକ ବିଷୟ ଅନ୍ତର୍ଭୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି।ପ୍ରସ୍ତାବିତ ଯୋଜନା ଅନୁସାରେ ଏଣିକି ସବୁ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ […]
ଆଜିଠୁ ଆବାସ ସର୍ଭେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ଆଜିଠୁ ଆରମ୍ଭ ହେବ ଆବାସ ସର୍ଭେ। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ସର୍ଭେ ହେବ। ଉଭୟ ଅଫ୍ଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ।ଏଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯୋଗ୍ୟତା ମାପଦଣ୍ଡରେ କୋହଳ କରିଛନ୍ତି ସରକାର। ପୂର୍ବରୁ ଥିବା ହିତାଧିକାରୀଙ୍କ ପରିବାରର ମାସିକ ଆୟ ସୀମା ୧୦ ହଜାରରୁ ୧୫ […]
ପ୍ରଖ୍ୟାତ ଓଡ଼ିଆ ଯାତ୍ରା କଳାକାର ରାଣୀ ପଣ୍ଡା, ଯିଏ ତାଙ୍କ ସାମାଜିକ କାର୍ଯ୍ୟ ଏବଂ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଜଣା, ତାଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ଆଜିକୁ ୫ ଦିନ ହେବ ମେଡିକାଲରେ ଥିଲେ । କାନ ରୋଗ ଜନିତ ସମସ୍ୟା ସହ ଶ୍ବାସ ଓ ମାନସିକ ଚାପ ପୀଡିତ ଥିଲେ ବୋଲି ସୂଚନା । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ରାଣୀଙ୍କ […]
ମହାତ୍ମାଗାନ୍ଧି ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଛି । ଆଜି ରାଜ୍ୟସ୍ତରୀୟ ପରେଡ୍ ପାଇଁ ଫୁଲ୍ ଡେସ୍ ରିହଲର୍ସଲ କରାଯାଇଛି। ଚଳିତଥର ଝାଡ଼ଖଣ୍ଡ ପୁଲିସର ଏକ ଦଳ ପରେଡ୍ରେ ଭାଗ ନେବେ । ଅଭ୍ୟାସରେ ୪୩ଟି କଣ୍ଟିଜେଣ୍ଟ ସାମିଲ୍ ହୋଇଥିବା ବେଳେ ସାଧାରଣତନ୍ତ୍ର ଦିବସ ଦିନ ମୋଟ ୪୯ଟି ଦଳ ଭାଗ ନେବେ । ସେଥିରୁ ୨୦ଟି ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ଅଛନ୍ତି । ୧୨୦ ଇନ୍ଫାଣ୍ଟ୍ରି ବାଟାଲିୟନ, ସୀମା ସୁରକ୍ଷା […]
ଆଗକୁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ସ୍ନାତକ ପଢିବେ। ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି।ଉଚ୍ଚଶିକ୍ଷା ବିଭାଗରେ ସ୍ନାତକ(+୩) କ୍ଷେତ୍ରରେ ଏହା ଲାଗୁ ହୋଇ ସାରିଥିବାବେଳେ ଛାତ୍ରଛାତ୍ରୀ ଯେଭଳି ଭାବେ ନିଜ ମାତୃଭାଷାରେ ପାଠ ପଢ଼ିବେ ସେ ଦିଗରେ କାମ ଚାଲିଛି। ପୁସ୍ତକ ଲେଖା ପାଇଁ ରାଜ୍ୟରେ ପ୍ରାୟ ୫୦ ଲେଖକଙ୍କୁ ମନୋନୀତ କରାଯାଇଛି । ଖୁବ୍ଶୀଘ୍ର ପୁସ୍ତକ ଲେଖା କାମ ଆରମ୍ଭ ହେବ।ପ୍ରଚଳିତ ପୁସ୍ତକ ଲେଖା ପାଇଁ ୫୦ […]
ସମ୍ମାନଜନକ ଓସ୍କାର-୨୦୨୫ ଦୌଡ଼ରେ ‘ଅନୁଜା’ ସାମିଲ ହୋଇଛି। ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରା ପ୍ରଯୋଜିତ ‘ଅନୁଜା’ ଚଳଚ୍ଚିତ୍ର ବେଷ୍ଟ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ମନୋନୀତ ହୋଇଛି। ୮୦ଟି ସିନେମା ମଧ୍ୟରେ ତୀବ୍ର ପ୍ରତିଯୋଗିତା ପରେ ୫ଟି ସିନେମା ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୟନ କରାଯାଇଛି। ଏମାନେ ଏବେ ଟ୍ରଫି ପାଇଁ ପ୍ରତିଯୋଗିତା କରିବେ । ଏହି ବର୍ଗରେ ଚୟନ ହୋଇଥିବା ଅନ୍ୟ ସିନେମାଗୁଡ଼ିକ ହେଲା ଆଲିଏନ, ଆଇ ଆମ୍ ନଟ୍ ଏ ରୋବଟ୍, ଦ […]
