ପୁରୁଷଙ୍କୁ କେମିତି ମିଳିଲା ସୁଭଦ୍ରା ଟଙ୍କା ? -ବିଜେଡି

ସୁଭଦ୍ରା ଯୋଜନାରେ ୧୫୭ ଜଣ ପୁରୁଷ ଆବେଦନକାରୀଙ୍କୁ ଟଙ୍କା ମିଳିବା ନେଇ ବର୍ଷିଛି ବିଜେଡି । ପୁରୁଷଙ୍କୁ କେମିତି ଓ କେଉଁ ପରିସ୍ଥିତିରେ କେବଳ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନାରେ ହିତାଧିକାରୀ ଭାବେ ଟଙ୍କା ମିଳିଲା ବୋଲି ପ୍ରଶ୍ନ କରିଛି ବିଜେଡି । ପ୍ରମିଳା କହିଛନ୍ତି, ସୁଭଦ୍ରା ଯୋଜନାରେ ହେଉଁ ପୁରୁଷମାନେ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବଜେପି କର୍ମୀ। ପ୍ରକୃତରେ ୧୫୭ ନହଁନ୍ତି ବରଂ ହଜାରେରୁ ଅଧିକ ପୁଚରୁଷ ଏଥିର୍ପା ଆବେଦନ କରିଛନ୍ତି। ସେମାନଙ୍କ […]

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥଳୀରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ବିଧାନସଭା ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ପାଳିତ ହୋଇଛି । କାଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଅନ୍ୟ ଅତିଥିମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିଥିଲେ । ଭାରତମାତା ଆଜିର ଦିନରେ ଦୁଇ ଶ୍ରେଷ୍ଠ ସନ୍ତାନ ଜନ୍ମ ଦେଇଥିଲେ । ଜଣେ ବୀର ସୁରେନ୍ଦ୍ର ସାଏ ଏବଂ ଅନ୍ୟ ଜଣେ ନେତାଜୀ ସୁବାସଚନ୍ଦ୍ର ବୋଷ […]

ଶ୍ରୀମନ୍ଦିରକୁ ଜଗିବ ୱାଚ ଟାୱାର। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ

ଶ୍ରୀମନ୍ଦିରକୁ ଜଗିବ ୱାଚ ଟାୱାର। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗର୍ଭଗୃହର ଫଟୋ ଏବଂ ଭିଡିଓ ଭାଇରାଲ ପରେ ଏଭଳି ୱାଚ ଟାୱାର ପାଇଁ ନିଷ୍ପତ୍ତି ନେଉଛନ୍ତି ସରକାର।ଗର୍ଭଗୃହ ଫୋଟୋ ଭାଇରାଲ ହେବାର ତଦନ୍ତ କରୁଛି ପୋଲିସ । ଯିଏ ବି ଏହା କରିଛି, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରାଯିବ । ଚାରି ଦୁଆରରେ ସିସିଟିଭି ଜରିଆରେ କଡା ଚେକିଂ ହେଉଛି […]

ବାରବାଟୀ ଦିନିକିଆ: ମ୍ୟାଚ୍ ଦେଖିବେ ଧର୍ମେନ୍ଦ୍ର ପ୍ରଧାନ; କିଣିଲେ ଟିକେଟ୍‌

ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ପାଇଁ କ୍ରିକେଟ୍ ଫିଭର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଣିଛନ୍ତି ବାରବାଟୀ ଟିକେଟ୍। ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଏହାର ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ ଦିଆଯାଇଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ପୁରୀ ଯାଇ ମହାପ୍ରଭୁଙ୍କୁ ମ୍ୟାଚର […]

ବଡ ସୂଚନା ଦେଲେ ମନ୍ତ୍ରୀ । ଜାନୁଆରୀ ୩୧ ରେ ଇ କେୱାଇସି ଶେଷ ହେବ

ରାସନ କାର୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଜାନୁଆରୀ ୩୧ ତାରିଖରେ କେୱାଇସି ଶେଷ ହେବ । ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ୍ କଲେ ମନ୍ତ୍ରୀ । ବୋଧେ ଭୟରେ କେୱାଇସି ପାଇଁ ଆସୁନାହାନ୍ତି । କିନ୍ତୁ ଶୀଘ୍ର ସରେଣ୍ଡର କଲେ ଭଲ । ଏଥିସହିତ ମନ୍ତ୍ରୀ ଏହା ବି ସୂଚନା ଦେଇଛନ୍ତି ଯେ, ଇ-କେଓ୍ବାଇସି ଯାଞ୍ଚ ଜାରି […]

ବିକଟାଳ ଶବ୍ଦ କରୁଥିବା ଗାଡି ବିରୋଧରେ ଆକ୍ସନ ।

ବାଣୀବିହାର ଛକରେ ବିକଟାଳ ହର୍ଣ୍ଣ ଟ୍ରାଫିକ ପୋଲିସ ଯାଞ୍ଚ କରୁଛି। ଏହି ଯାଞ୍ଚ ସମୟରେ ଟ୍ରାଫିକ ପୋଲିସ ବସ୍‌ରେ ଲାଗିଥିବା ପ୍ରେସର ହର୍ଣ୍ଣ କାଢିଛି। ଏଥିସହ ବାଇକରେ ଲାଗିଥିବା ମୋଡିଫାଏଡ୍ ହର୍ଣ୍ଣର ମଧ୍ୟ ଯାଞ୍ଚ କରୁଛି ଟ୍ରାଫିକ୍ ପୋଲିସ। ଏପରି ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କମିଶନରେଟ ପୋଲିସ ।ଛକ ଛକରେ ଜଗଛି ପୋଲିସ୍ । କେଉଁ ସମୟରେ ବି ଝାମ୍ପି ନେବ ପୋଲିସ । ତେଣୁ ରୁହନ୍ତୁ […]

ଶିମିଳିପାଳ ଅଭୟାରଣ୍ୟରେ ପୁଣି ଶିକାରୀଙ୍କୁ ଧରାଇ ଦେଲା AI କ୍ୟାମେରା ।

ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜାଯାଇଥିବା ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଫଟୋକୁ ଆଧାର କରି ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ସ୍ବତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରେ ଶିକାର ପାଇଁ କିଛି ଶିକାରୀ ଉଦ୍ୟମ କରୁଥିଲେ । ଏହି ସମୟରେ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡରୁ ୩ ଶିକାରୀଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ । ସେମାନଙ୍କ ନିକଟରୁ ୨ ଟି ଦେଶୀ ବନ୍ଧୁକ,ଧନୁ ତୀର ଓ ଶିକାର ପାଇଁ […]

ଶ୍ରୀମନ୍ଦିର ଭିତରକୁ ହ୍ବିଲଚେୟାର ଉପରେ ନିର୍ଭରଶୀଳ ଦିବ୍ୟାଙ୍ଗଙ୍କ ପ୍ରବେଶ ପ୍ରସଙ୍ଗ,ଜବାବ ମାଗିଲେ ହାଇକୋର୍ଟ

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ପ୍ରସଙ୍ଗକୁ ନେଇ ଏବେ ମୁଖ୍ୟ ପ୍ରଶାସକଙ୍କୁ ଜବାବ ମାଗିଛନ୍ତି, ହାଇକୋର୍ଟ । ହ୍ବିଲ ଚେୟାର ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରି କିଛି ଏପରି କହିଛନ୍ତି କୋର୍ଟ ।ଫେବ୍ରୁଆରି ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ତେବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ବିଶେଷ କରି ଯେଉଁମାନେ ହ୍ବିଲ୍ ଚେୟାର […]

IASହେମନ୍ତ ଶର୍ମା ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଓଡିଶା ସରକାର ପଦୋନ୍ନତି ଦେଇଛନ୍ତି । ୧୯୯୫ ବ୍ୟାଚର ଆଇଏଏସ ଅଧିକାରୀ ଶ୍ରୀ ଶର୍ମାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ପଦୋନ୍ନତି ମିଳିଛି ।ଏହି ପଦୋନ୍ନତି ପରେ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ଶର୍ମା ଏବେ ଗୁରୁତ୍ୱପୂର୍ଣ ଶିଳ୍ପ ବିଭାଗ ସହ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । […]

ଶୀତରେ ଗ୍ରୀଷ୍ମ ଅନୁଭୂତ, କୋରାପୁଟରେ ସର୍ବୋଚ୍ଚ ତାପମତ୍ରା ୩୩ ଡିଗ୍ରୀ ରେକର୍ଡ

ରାଜ୍ୟରେ କମିଛି ଶୀତ କିନ୍ତୁ କଲବଲ କରୁଛି କୁହୁଡି। ଆଜି ସକାଳୁ ସକାଳୁ ଟ୍ଵିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏପରିକି ଦୃଶ୍ୟମାନ ଦୂରତା ୧୦ ରୁ ୨୦ ମିଟର ରହିଛି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସ୍ୱାଭାବିକଠାରୁ ସାଢ଼େ ୫ ଡିଗ୍ରୀ ଉପରକୁ ଡେଇଁ ବୁଧବାର କୋରାପୁଟରେ ଦିନ ତାପମାତ୍ରା ୩୩.୨ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି । ଜାନୁଆରୀ ମାସରେ କୋରାପୁଟରେ କେବେ ଏମିତି ଗରମ […]

ଯବାନଙ୍କୁ ବଡ଼ ସଫଳତା,ବନ୍ଧୁକ କାରଖାନା ଠାବ, ସାବୁନ କେସରୁ ୨୧ଟି IED ଜବତ

ସରିଲା ସର୍ଚ୍ଚ ଅପରେସନ। ଓଡିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଚାଲିଥିବା ମାଓଦମନ ଅଭିଯୋଗ ଶେଷ ହୋଇଛି । ସର୍ଚ୍ଚ ଅପରେସନ ପରେ ବାହୁଡିଲେ ଯବାନ । ୪ ଦିନ ଧରି ଚାଲିଥିବା ଅପରେସନରେ ୨୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ଯେଉଁଥିରେ ଟପ୍‌ ମାଓ କମାଣ୍ଡର ଜୟରାମ ମଧ୍ୟ ରହିଥିଲେ। ସୁରକ୍ଷାବାହିନୀଙ୍କ ଏହି ଅପରେସନ ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।ତେବେ ଏହାରି ଭିତରେ ଓଡିଶା ଛତିଶଗଡ଼ ସୀମାରୁ ଆଉ ଏକ ବନ୍ଧୁକ ତିଆରି କାରଖାନା […]

ଭିତରକନିକାରେ ସରିଲା କୁମ୍ଭୀର ଗଣନା,ବଢିଛି କୁମ୍ଭୀର ସଂଖ୍ୟା

ସରିଲା ଭିତରକନିକାରେ କୁମ୍ଭୀର ଗଣନା। ଚଳିତବର୍ଷ ବୃଦ୍ଧି ପାଇଛି କୁମ୍ଭୀର ସଂଖ୍ୟା। କୁମ୍ଭୀର ଗଣନା ପାଇଁ ଗତ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା । ଚଳିତବର୍ଷ ଭିତରକନିକା ନଦୀ ନାଳରେ କରାଯାଇଥିବା କୁମ୍ଭୀର ଗଣନା ଅନୁଯାୟୀ ଭିତରକନିକା ରେ ୧୮୨୬ ଟି କୁମ୍ଭୀର ଗଣନା କରାଯାଇଛି ।ଏହି କୁମ୍ଭୀର ଗଣନା ୪ଟି ରେଞ୍ଜରେ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା। କନିକା, ରାଜନଗର […]