ସୋଲାର ଚାଳିତ ନଳକୂପ ଭିତରେ ସାପ ପଶି ମୃତ, ନଳକୂପ ପାଣି ବିଷାକ୍ତ , ଗାଁ ଲୋକେ ଭୟଭୀତ

ପାଟଣାଗଡ଼: ସୋଲାର ଚାଳିତ ନଳକୂପ ଭିତରକୁ ଏକ ବିଷାକ୍ତ ସାପ ପଶି ମରିଯାଇଥିବାରୁ ନୂଳକୂପ ରୁ ବାହାରୁଛି ଦୂର୍ଗନ୍ଧ ବିଷାକ୍ତ ପାଣି। ଫଳରେ ପାଣି ପିଇବେ କି ନାଇଁ ଭୟରେ ରହିଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେଙ୍ଗାଲଜୁରୀ ଗାଁ ରୁ । ଗାଁ ର କେତେ ଜଣ ମହିଳା ନୂଳକୁପ କୁ ପାଣି ଆଣିବାକୁ ଯାଇଥିବା ବେଳେ ଏକ ସାପ ନଳକୂପ ଉପରେ ବୁଲୁଥିବା […]

ଆଜିର ରାଶିଫଳ(୪ ଅଗଷ୍ଟ,୨୦୨୪)

*ମେଷ* *ଆଜି  ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ  କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି।* *ବୃଷ* *ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। […]

କାର ଦୁର୍ଘଟଣା ରେ ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ ଓ ଯାତ୍ରୀ

ନୂଆଗାଁ _ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ସୋରଡ଼ା ନିକଟରେ ବିଳମ୍ବିତ ରାତିରେ ଏକ ସ୍ଵିଫ୍ଟ ଡିଜାର ଗାଡି ନଂ ( ଓଡ଼ି- ୧୫ – ଏସ- ୦୮୭୪)ଭୁବନେଶ୍ୱରରୁ ବୀର ମହାରାଜ ପୁର ଅଭିମୁଖେ ଯାଉଥିବା ବେଳେ ଗାଡି ଚାଳକ ଭାରସାମ୍ୟ ହରାଇ ସୋରଡ଼ା ନିକଟରେ ଏକ ଗଛରେ ପିଟି ଦେଇଥିଲା। ଗାଡ଼ିରେ ବେଲୁନ ବାହାରିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଗାଡି ଚାଳକ ଓ ଯାତ୍ରୀ । ଘଟଣା ସ୍ଥଳରେ ନୂଆଗାଁ […]

ମମତାଙ୍କ ଇସ୍ତଫା ପରେ ବିଜେଡିର ଚେତା ପଶିଲା

ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତଙ୍କ ଅତର୍କିତ ଇସ୍ତଫା ପରେ ବିଜେଡିରେ ଛନ୍‌କା ପଶିଯାଇଛି। ଏପରି ଢଙ୍ଗରେ ବିଜେଡି ଉପରେ ହମ୍‌ଲା ହେବ ବୋଲି କେହି ସାମାନ୍ୟ ସୁରାକ୍‌ ବି ପାଇ ନଥିଲେ। ଏବେ ଦଳକୁ ଏକଜୁଟ୍‌ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ନେତାମାନଙ୍କୁ ଡକାଯାଇଥିଲା। ମୟୂରଭଞ୍ଜ ଜିଲ୍ଲାର ବୈଠକକୁ ଦଳୀୟ ମହଲରେ ଅଧିକ ଗୁରୁତ୍ବ ଦିଆଯାଉଛି। କାରଣ ଏହି ଜିଲ୍ଲାର ନେତ୍ରୀ ମମତା ମହାନ୍ତ ଇସ୍ତଫା […]

୩୦ ଜିଲ୍ଲା ବୁଲି ସାଧାରଣ ଲୋକଙ୍କ ସହ ବରିଷ୍ଠ ମନ୍ତ୍ରୀ କରିବେ ଆଲୋଚନା

ବିଜେପି ସରକାର କ୍ଷମତାକୁ ଆସିବାକୁ ଏହା ଭିତରେ ଦେଢ଼ ମାସ ବିତିଗଲାଣି । ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ନୂଆ ସରକାର ପୂରଣ ବି କଲେଣି । ଆଉ କିଛି ପ୍ରତିଶ୍ରୁତି ପୂରଣ ପାଇଁ ବଜେଟରେ ବ୍ୟୟ ବରାଦ ମଧ୍ୟ କରିଛନ୍ତି ।ମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରିବେ । ବଜେଟ୍‌ର ବିଭିନ୍ନ ଦିଗ ବାବଦରେ ସାଧାରଣ ଲୋକଙ୍କ ସହ ଚର୍ଚ୍ଚା ଓ ଆଲୋଚନା କରିବେ । ଏହାକୁ ନେଇ ଯୋଜନା ହୋଇଛି । ସରକାରଙ୍କ ବିଭିନ୍ନ […]

କାଠଯୋଡ଼ି ନଦୀରେ କୁମ୍ଭୀର ଆତଙ୍କ

କଟକ କାଠଯୋଡ଼ିରେ କୁମ୍ଭୀର ଦେଖିବାକୁ ଭିଡ଼। ହଠାତ୍ ନଦୀ ପଠାରେ କୁମ୍ଭୀରକୁ ଦେଖି ଅଟକି ଯାଇଥିଲେ ଲୋକେ। ଶନିବାର ଦିନ ପାଖାପାଖି ୨ଟା ସମୟରୁ କୁମ୍ଭୀରଟି ସେହି ଅଞ୍ଚଳରେ ବୁଲୁଥିବା ବେଳେ ବାଲି ପଠାରେ ଶୋଇଥିବା ଦେଖିବାକୁ ମିଳିଥିଲା । କୁମ୍ଭୀରଟି କେଉଁଠାରୁ ଆସିଛି ତାହା ଜଣାପଡି ନଥିବା ବେଳେ କୁମ୍ଭୀରଟିକୁ ଦେଖିବା ପାଇଁ ନାହିଁ ନଥିବା ଭିଡ଼ ଜମିଛି । ସେହିଭଳି ସେତୁ ଉପରେ ପୋଲିସ ଓ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚିଥିବା ଦେଖିବାକୁ […]

ବୁଲା କୁକୁରଙ୍କୁ ଟୀକା, ଓଡିଶା ହେବ ଜଳାନ୍ତକ ମୁକ୍ତ

ରାଜ୍ୟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ କିଏ ନା କିଏ ବୁଲା କୁକୁରଙ୍କ କାମୁଡାର ଶିକାର ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ ଶୀଘ୍ର ‘ବୁଲା କୁକୁର ବନ୍ଧ୍ୟାକରଣ’ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।ଦିନକୁ ଦିନ ରାଜ୍ୟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢିଚାଲିଛି । ଯେଉଁଥିପାଇଁ ଜଳାନ୍ତକ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି […]

ହାତୀ ସହ ରାତି କାଟିଲେ ପରିବାର

ଓ୍ବାୟନାଡ ଭୂସ୍ଖଳନରେ ବର୍ତ୍ତିଯାଇଥିବା ପୀଡିତଙ୍କ ମୁହଁରେ ବିଭୀଷିକାର ଚିତ୍ର । ମରଣ ମୁହଁରୁ ଜୀବନ ବଞ୍ଚାଇଥିବା ଚୁରାଲମାଲ ଗାଁର ସୁଜାତା ଆନିନଚିରା ବଖାଣିଛନ୍ତି ସେ ଦିନ କାଳରାତ୍ରୀର କାହାଣୀ । ଚୁରାଳମାଳାରେ ଥିବା ନିଜର ଘର ଭୁଶୁଡ଼ି ପଡ଼ିବା ପରେ କୌଣସି ପ୍ରକାରେ ତା’ର ଭଗ୍ନା‌ବଶେଷରୁ ବାହାରିବା ପରେ ତିନିତିନିଟା ଜଙ୍ଗଲୀ ହାତୀ ସହ ସେମାନଙ୍କୁ ରାତି କାଟିବାକୁ ପଡ଼ିଥିଲା କିନ୍ତୁ ହାତୀମାନେ ତାଙ୍କର କିଛି କ୍ଷତି କରି ନ ଥିଲେ। ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିବା ନିଜ […]

ବିଜେପି ରାଜ୍ୟ ସଭାପତିଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ, ଅବସରରେ ଏକ ପ୍ରେସମିଟ

ବିଜେପି ରାଜ୍ୟ ସଭାପତିଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ, ଅବସରରେ ଏକ ପ୍ରେସମିଟ ସହିତ ଜିଲ୍ଲା ବିଜେପି କର୍ମକର୍ତା ସମ୍ମିଳନୀ ରେ ଯୋଗଦେଇ ଦଳୀୟ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା, ରାୟଗଡା ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ରାଷ୍ଟ୍ରୟ ଆଦିବାସୀ ମୋର୍ଚା ସାଧାରଣ ସମ୍ପାଦକ କାଳୀରାମ ମାଝୀ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ରାୟଗଡା, ବିଷମକଟକ, ଗୁଣୁପୁରୁ […]

ବିଏସକେଓ୍ବାଇକୁ ନେଇ ଆସିଲା ବଡ଼ ଅପଡେଟ୍‌

BSKY କୁ ନେଇ ଆସିଲା ବଡ଼ ଅପଡେଟ୍‌। ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ବିଏସକେଓ୍ବାଇ କାର୍ଡ ଏବେ ଜାରି ରହିବ। ଏହାପରେ ସେପ୍ଟେମ୍ବର ୧୦ ତାରିଖ ପରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ, ତା ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ । ପରବର୍ତ୍ତୀ ସମୟରେ ଯୋଜନା ଆଣିଲେ ତାହା ଲାଗୁହେବ, ଏବେ ବିଏସକେୱାଇ ଯେମିତି ଚାଲିବା […]

କେରଳର ଓ୍ବାୟନାଡରେ:୫ ଦିନ ପରେ ମାଟି ତଳୁ ଉଦ୍ଧାର ହେଲେ ୪ ଶିଶୁ

କେରଳର ଓ୍ବାୟନାଡରେ ଘଟିଥିବା ବିଧ୍ବଂସକାରୀ ଭୂସ୍ଖଳନରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ହାନି ଘଟିଛି। ୨୦ରୁ ଅଧିକ ଲୋକଙ୍କ ପତ୍ତା ମିଳିନାହିଁ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଅଲୌକିକ ଘଟଣା। କଲପେଟ୍ଟା ରେଞ୍ଜର ବନାଧିକାରୀଙ୍କ ନେତୃତ୍ୱରେ ୪ ଜଣିଆ ରେସ୍କ୍ୟୁ ଟିମ୍ ବାହାରିଥିଲେ ୱାୟନାଡ ଅଭିମୁଖେ, ଉଦ୍ଧାର କାର୍ଯ୍ୟ ପାଇଁ । ରାସ୍ତା ଥିଲା ଭାରି ବିପଜ୍ଜନକ । ଘଞ୍ଚ ଜଙ୍ଗଲ ଭିତରେ ଖସଡା ପଥର […]

କ’ଣ ହେବ ଅର୍ପଣ ଚାଉଳ: ଏମିତି କହିଲେ ଆଇନମନ୍ତ୍ରୀ

ଜଗନ୍ନାଥ ପ୍ରେମୀ ଦେଇଥିବା ‘ଅର୍ପଣ ଚାଉଳ’ ଖତ ଖାଉଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏଫସିଆଇ ଗୋଦାମରେ ହଜାର ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ଗଦା ହୋଇଛି । ଏହା ବାବଦରେ ସ୍ପଷ୍ଟ ନିଷ୍ପତ୍ତି ହେବା ଆବଶ୍ୟକ ରହିଛି । ସେ ଚାଉଳ ଖରାପ ହେବା ଆରମ୍ଭ ହେଲାଣି । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମତି ହେବ, ପରିଚାଳନା କମିଟି ନିଷ୍ପତି ନେଇସାରିବା […]

Odisha Darpan Digital