କ୍ୟାବିନେଟ୍ ବୈଠକରେ ୫ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପର ମୋହର, ଭୁବନେଶ୍ବର ନ୍ୟୁ ସିଟି ମାଷ୍ଟର ପ୍ଲାନକୁ ମଞ୍ଜୁରୀ

କ୍ୟାବିନେଟ୍‌ ବୈଠକରେ ୫ ପ୍ରସ୍ତାବରେ ଲାଗିଲା ମୋହର। ବୁଧବାର ରାଜ୍ୟ ସରକାର ଭିନ୍ନ ଭିନ୍ନ ୫ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଯେଉଁଥିରେ ରହିଛି ଭୁବନେଶ୍ବର ନ୍ୟୁ ସିଟି ମାଷ୍ଟର ପ୍ଲାନକୁ ମଞ୍ଜୁରୀ ସହ ବିଡିଓ ମାନଙ୍କର କ୍ଷମତା ବୃଦ୍ଧି ଭଳି ନିଷ୍ପତ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏନେଇ ସୂଚନା ଦେଇଛନ୍ତି।ଓଡ଼ିଶା ରାଜ୍ୟ କ୍ୟାବିନେଟ ଭୁବନେଶ୍ବର ଉନ୍ନୟନ ଯୋଜନା ଅଞ୍ଚଳ (ବିଡିପିଏ) ମଧ୍ୟରେ ଏକ ଆଧୁନିକ ଏବଂ ସମାବେଶୀ ସହରୀ କେନ୍ଦ୍ର ସୃଷ୍ଟି […]

ସମଗ୍ର ଦେଶରେ ଭୋଟର ତାଲିକାର ହେବ SIR

ଅକ୍ଟୋବର ମାସରୁ ଦେଶବ୍ୟାପୀ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ଆଇଡି ସଂଶୋଧନ (SIR) ଆରମ୍ଭ ହେବ। ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକରେ ଏହି ପ୍ରସ୍ତୁତି ଆଲୋଚନା ହୋଇ ଅନୁମୋଦନ ପାଇଛି।ଅଧିକାରୀମାନେ ସେପ୍ଟେମ୍ବର ସୁଦ୍ଧା ପ୍ରାଥମିକ ପ୍ରସ୍ତୁତି ସମାପ୍ତ କରି ଅକ୍ଟୋବରରେ SIR ଆରମ୍ଭ କରିବେ ବୋଲି କମିଶନକୁ ଆଶ୍ୱାସନା ଦେଇଛନ୍ତି। ଏହି ସଂଶୋଧନର ଲକ୍ଷ୍ୟ ହେଉଛି ମୃତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ଦୁଇଟି ଆଇଡି ଏବଂ ଅଣ-ନାଗରିକଙ୍କ ନାମ […]

୧୫ ଦିନ ଭିତରେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ-ଉପମୁଖ୍ୟମନ୍ତ୍ରୀ

ଆଜି ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରାରୁ ବଞ୍ଚିତ ହୋଇଥିବା ହିତାଧିକାରୀମାନଙ୍କ କାରଣ ବିଷୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ବାଣିଜ୍ୟ ଓ ପରିବହନ ବିଭାଗ ଅଧିକାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ, ସ୍ଵାସ୍ଥ୍ୟ […]

ବଣ୍ଡାଘାଟିର ବିକାଶ ଓ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ପଞ୍ଚାୟତ ବଣ୍ଡାଘାଟି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ବୁଧବାର ଗସ୍ତ କରିଛନ୍ତି। ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୋବିନ୍ଦପାଲି ଠାରେ ପହଁଚିବା ପରେ ତାଙ୍କୁ ଜିଲ୍ଲାପାଳ ସୋମେଶ ଉପାଧ୍ୟୟ , ଏସପି ବିନୋଦ ପାଟିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ଡିଏଫଓ ସାଇ କିରନ ସ୍ୱାଗତ କରିଥିଲେ। ପରେ ଖଇରପୁଟ ବ୍ଲକସ୍ଥିତ ମୁଦୁଲିପଡା ବଣ୍ଡାଘାଟି ରାଜ୍ୟପାଳ ଗସ୍ତ କରିଥିଲେ ।ରାଜ୍ୟପାଳ ପବିତ୍ର ସୀତାକୁଣ୍ଡ ପରିଦର୍ଶନ […]

ଜାତୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୫ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ନୟାଗଡ଼,(ଓଡ଼ିଶା ଦର୍ପଣ):ଅଜିମ୍ ପ୍ରେମଜି ୟୁନିଭରସିଟି, ବାଙ୍ଗାଲୋର ଠାରେ ପାଞ୍ଚ ଦିନ ବ୍ୟାପି ଚାଲିଥିବା ଦ୍ଵିତୀୟ ପର୍ଯ୍ୟାୟ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ  ନୟାଗଡ଼ ଜିଲ୍ଲାରୁ ପାଞ୍ଚ ଜଣ ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ। ରଣପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହତପଲାର ପ୍ରଧାନ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ, ଗୋଳଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ନୂଆଗାଁ ବ୍ଲକର ପ୍ରଧାନ ଶିକ୍ଷୟିତ୍ରୀ ଡ.ବାସନ୍ତୀ ବେହେରା,ମଶାବାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ବ୍ଲକର ଭାବଗ୍ରାହୀ ମହାପାତ୍ର […]

ନୂଆପଡ଼ାରେ ହେବ ଉପ-ନିର୍ବାଚନ ! ଅଣ୍ଟା ଭିଡ଼ିଲେ ୩ ଦଳ

୨୦୨୪ ନିର୍ବାଚନ ପରେ ପ୍ରଥମ ଉପନିର୍ବାଚନ ଦେଖିବ ଓଡ଼ିଶା । ଏହି ନିର୍ବାଚନ ଫଳାଫଳ ସରକାର ଭାଙ୍ଗିବନି କି ଗଢ଼ିବନି । ହେଲେ ୩ ରାଜନୈତିକ ଦଳର ଲୋକପ୍ରିୟତାର ଏସିଡ୍‌ ଟେଷ୍ଟର ପ୍ରମାଣ ଦେବ ଉପ-ନିର୍ବାଚନ ।ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଉପ-ନିର୍ବାଚନ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ନୂଆପଡ଼ାର ଫଳାଫଳ ଓଡ଼ିଶାବାସୀଙ୍କ ମୁଡକୁ ସାମ୍ନାକୁ ଆଣିବ । ନୂଆପଡ଼ା ରାଜନୀତିରେ ଦୀର୍ଘ ୨୫ ବର୍ଷ ହେବ ବିଜେଡି-ବିଜେପି ମଧ୍ୟରେ ସାପଶିଡ଼ି […]

ରାୟଗଡ଼ା ଜିଲ୍ଲା ବିଜେଡିର ପ୍ରେସମିଟ୍ଭାସ୍କର ଥିଲେ ଗୁରୁଦ୍ରୋହି ଓ ଦଳଦ୍ରୋହି – ସୁଧିର ଦାସ

ରାୟଗଡ଼ା ତା ଗତକାଲିର ଭାସ୍କରଙ୍କ ଇସ୍ତଫା ପତ୍ର କୁ ନେଇ ଆଜି ପ୍ରେସମୀଟ କରି ଖୁସି ଜାହିର କରିଛି ସୁଧିର ଗୋଷ୍ଠୀ। ଏହି ଅବସରରେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ରାୟଗଡ଼ା ସ୍ଥିତ ହୋଟେଲ କୈଳାସରେ ପ୍ରେସ ମୀଟ କରି ଦଳରୁ ଭାସ୍କରଙ୍କ ଇସ୍ତଫା ଜିଲ୍ଲା ପାଇଁ ମଙ୍ଗଳ ହେବ ବୋଲି କହିଛନ୍ତି । ଗତକାଲିର ଯେଉଁ ମନ୍ତବ୍ୟ ଦଳ ଓ ପଦବୀରେ ରହି କୌଣସି ସରକାରୀ ସୁବିଧା ନେଇ ନଥିବା କଥାକୁ ଖଣ୍ଡନ କରିବା […]

ପରକୀୟା ପ୍ରୀତି;ପତ୍ନୀଙ୍କୁ ମାଡ଼ ମାରି ରାସ୍ତାରେ ଚଲାଇ ନେବା ଘଟଣାରେ ସ୍ବାମୀ ଗିରଫ

ଶିକ୍ଷୟିତ୍ରୀ ପତ୍ନୀଙ୍କ ପରକୀୟା ପ୍ରୀତିରେ ନୂଆ ମୋଡ଼ । ପତ୍ନୀଙ୍କ ପାଲଟା ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ଵାମୀ ଗିରଫ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାକଟପୁର ଥାନା ଅନ୍ତର୍ଗତ ବଡକଣ ଗ୍ରାମରେ । ଶିକ୍ଷୟିତ୍ରୀ ପତ୍ନୀଙ୍କୁ ସନ୍ଦେହ କରି ମାଡ଼ ମାରି ରାସ୍ତାରେ ଚଲାଇ ଥାନାକୁ ଆଣିଥିଲେ । ଆଉ ଜଣେ ଶିକ୍ଷକଙ୍କୁ ମଧ୍ୟ ମାଡ଼ ମାରି ଉଲଗ୍ନ କରି ବେକରେ ମାଳ ପକାଇ ଥାନାକୁ ଭିଡ଼ି ଆଣିଥିଲେ । ଆଇନକୁ ହାତକୁ ନେଇଥିବାରୁ […]

ସ୍ୱତନ୍ତ୍ର ଟ୍ରେନ୍‌ରେ ଅଯୋଧ୍ୟା ଓ ବାରଣାସୀ ଯାତ୍ରା କଲେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ

ସ୍ୱତନ୍ତ୍ର ଟ୍ରେନ୍‌ରେ ଅଯୋଧ୍ୟା ଓ ବାରଣାସୀ ଯାତ୍ରା କଲେ ତୀର୍ଥଯାତ୍ରୀ । ୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ଯାତ୍ରା କରିଛନ୍ତି । ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ପର୍ଯ୍ୟାୟରେ ତୀର୍ଥଯାତ୍ରୀମାନେ ଭୁବନେଶ୍ୱରରୁ ଅଯୋଧ୍ୟା ଓ ବାରଣାସୀ ବୁଲି ଦେଖିବେ । ଆଜି ଭୁବନେଶ୍ବର ରେଳ ଷ୍ଟେସନରୁ ପ୍ଲାଟ୍‌ଫର୍ମ ନଂ-୧ ଠାରେ ସ୍ୱତନ୍ତ୍ର ଟ୍ରେନ୍‌କୁ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ପତକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।ତୀର୍ଥଯାତ୍ରାରେ କଟକ, […]

ପକ୍ଷୀ ଗଣନା ଶେଷ, ଚଳିତ ବର୍ଷ ଭିତରକନିକାକୁ ଆସିଛନ୍ତି ୬୭୩ଟି ଅଧିକ ସଂଖ୍ୟକ ପକ୍ଷୀ

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଶେଷ । ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷ ଠାରୁ ବୃଦ୍ଧି ପାଇଛି । ଗତ ବର୍ଷ ଠାରୁ ଚଳିତ ବର୍ଷ ୬୭୩ ଟି ଅଧିକ ସଂଖ୍ୟକ ପକ୍ଷୀ ଭିତରକନିକାକୁ ଆସିଛନ୍ତି । ଚଳିତବର୍ଷ ୧୪ଶହ ୯ଟି ଗଛରେ ୨୭ ହଜାର୬୪୬ଟି ବସାରେ ଏହି ପକ୍ଷୀଙ୍କୁ ଗଣନା କରାଯାଇଛି । ୩ ଦିନ ଧରି ଚାଲିଥିଲା ଗଣନା । ୩ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ ଥିଲେ। କିନ୍ତୁ ପୂର୍ବ […]

 ମାସ ଶେଷ ସୁଦ୍ଧା ନୂଆ ଅବକାରୀ ନୀତି

ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି । ବଡ଼ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଅନ୍ୟ ରାଜ୍ୟଗୁଡ଼ିକ ଭ୍ରମଣ କରିଛନ୍ତି ଅବକାରୀ ଅଧିକାରୀ । ଦୁଇ ରାଜ୍ୟକୁ ଗସ୍ତ କରି ଫେରିଛନ୍ତି ପ୍ରତିନିଧି ଦଳ । ଦିନେ , ଦୁଇଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଦିଆଯିବ । ବର୍ତ୍ତମାନ ପୁରୁଣା ଅବକାରୀ ନୀତି ବଳବତ୍ତର ରହିଛି । ନୂଆ ନୀତିରେ ଚୋରା ମାଦକ ଦ୍ରବ୍ୟ ବିକ୍ରି […]

କ୍ଷୀର ଅପମିଶ୍ରଣବେଳେ ମାଡ଼ି ବସିଲା ପୋଲିସ

ଲୋକଙ୍କ ସ୍ବାସ୍ଥ୍ୟକୁ ଅଣଦେଖା । ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ |। ଗତକାଲି କଟକ ଜିଲ୍ଲା ଆଠଗଡ଼ରେ ଗୁରୁଡ଼ି ଝାଟିଆ ଆନା କୁଷ୍ପଙ୍ଗୀ ନିକଟ ହୋଟେଲ ପଛରେ ୟକ୍ଷୀର ଅପମିଶ୍ରିତ ଚାଲିଥିଲା । ଖବର ପାଇ ଚଢାଉ କରିଥିଲା ଗୁରୁଡିଝାଟିଆ ପୋଲିସ୍ । ଦୀର୍ଘ ଦିନ ଧରି ଅପମିଶ୍ରିତ ଚାଲିଥିବା ନେଇ ଖବର ମିଳିଥିଲା । ମେସିନ୍ ଦ୍ଵାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ , […]