ଏଣିକି ରାଜ୍ୟର ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । କର୍ମଚାରୀଙ୍କ ସମୟାନୁବର୍ତ୍ତିତା ଓ ଅଫିସରେ ଠିକ ସମୟରେ ଉପସ୍ଥାନକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଯେଉଁ ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ନାହିଁ ସେଠାରେ ତୁରନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରିବାକୁ କୁହାଯାଇଛି । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ […]
ଯାଜପୁରରେ ଗତ କିଛିଦିନ ଧରି ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଯାହାକି ବର୍ତ୍ତମାନ ମହାମାରୀର ରୂପ ନେଲାଣି। ବିଶେଷକରି ଯାଜପୁର ଜିଲାର ଧର୍ମଶାଳା, କୋରେଇ, ଯାଜପୁର ବ୍ଲକ ଓ ବ୍ୟାସନଗରରେ ଝାଡ଼ା ବାନ୍ତିରେ ବହୁ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ଘଟିଛି।ସୂଚନାଯୋଗ୍ୟ ଯେ ଜିଲାରେ ୨୮୫ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅଧିକ ଚିକିତ୍ସା ନିମନ୍ତେ ୧୦ଜଣ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଯେଉଁ ରୋଗୀ ଚିକିତ୍ସିତ ହେଉଥିଲେ […]
ରାୟଗଡ଼ା- ତା. ୧୨/୦୬/-କେନ୍ଦ୍ରରେ ସରକାରଙ୍କ ୧୧ବର୍ଷ ପୂର୍ତି ଓ ଓଡିଶା ସରକାରର ୧ବର୍ଷ ପୂର୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାରେ ଗୁରୁବାର ବିକାଶ ମେଳାର ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲାରେ ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକାଶ ବାହନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ପାରୁଲ ପଟାୱରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ । ଏହି ବିକାଶ ବାହନ ଗୁରୁବାର ଠାରୁ ଆସନ୍ତା ୨୧ତାରିଖ […]
ନୟାଗଡ଼,(ଓଡ଼ିଶା ଦର୍ପଣ) : ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନାରାୟଣ ପାର୍କ ନିକଟସ୍ଥ ନୟାଗଡ଼ ଉତ୍କଳ ବାଳାଶ୍ରମଠାରେ ବାଳାଶ୍ରମର ଅନ୍ତେବାସୀ ତଥା ଜନସାଧାରଣଙ୍କୁ ନେଇ ବିଶ୍ଵ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଆଇନରେ ଥିବା ବିଧି […]
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କଲା ଟାଟା ଗୃପ୍ । ଏନେଇ ଟାଟା ଗୃପ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଆହତଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପ୍ରତିଶୃତି ଦେଇଛି ଟାଟା ଗୃପ୍ । କ୍ଷତିଗ୍ରସ୍ତ ମେଡିକାଲ କଲେଜ କୋଠା ସଜାଡ଼ିବାକୁ ମଧ୍ୟ ପ୍ରତିଶୃତି ଦେଇଛି ।ଏୟାରଇଣ୍ଡିଆର ମାଲିକାନା ଟାଟା ଗ୍ରୁପ ହାତରେ ରହିଥିବାରୁ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆହତମାନଙ୍କ […]
ଯାଜପୁର ଜିଲ୍ଲାରେ ଲାଗି ରହିଛି ଝାଡାବାନ୍ତି ଆତଙ୍କ । ଗତ ଜୁନ 10ରୁ ଆଜି ପର୍ଯ୍ୟନ୍ତ ତିନି ଦିନ ମଧ୍ୟରେ ଡାଇରିଆ ବା ଝାଡାବାନ୍ତି ରୋଗରେ 800ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାର ବ୍ୟାସନଗର ଓ ଯାଜପୁର ଦୁଇ ମ୍ୟୁନିସିପାଲଟି ସମେତ ଯାଜପୁର ସଦର, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦି ଓ ବଡଚଣା ଆଦି 6ଟି ବ୍ଲକରେ ଏହାର ପ୍ରଭାବରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।ଏତେ ସଂଖ୍ୟକ ଆକ୍ରାନ୍ତଙ୍କୁ ନେଇ ଚିନ୍ତା ବଢିଛି । […]
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏକ ଅଲୌକିକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୨୪୨ ଯାତ୍ରୀ ଏବଂ କ୍ରିଉ ସଦସ୍ୟଙ୍କ ମଧ୍ୟରୁ ୨୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହେଲେ ସୌଭାଗ୍ୟବଶତଃ ଜଣେ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସେ ସିଟ୍ ନଂ 11 Aରେ ବସିଥିଲେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ବ୍ରିଟେନର ବିଶ୍ଵାସ କୁମାର ଏବଂ ତାଙ୍କ ବୟସ ୩୮ ବର୍ଷ। ଏ ସମ୍ପର୍କରେ ଅହମଦାବାଦ […]
ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ଫଳରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସ୍ପଷ୍ଟ ହୋଇଛି ।ରୁପାନୀ ଏୟାରଇଣ୍ଡିଆର ଉକ୍ତ ବିମାନରେ ଲଣ୍ଡନ ଯାତ୍ରା କରୁଥିଲେ। ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଲଣ୍ଡନ ଯାଉଥିଲେ। ତେବେ […]
ରେଳବାଇରେ ତତ୍କାଳ ଟିକେଟ୍ ବୁକିଂ ପାଇଁ ଆସିଲା ନୂଆ ନିୟମ। ଜୁଲାଇ ୧ ତାରିଖରୁ ତତ୍କାଳ ଟିକେଟ୍ ବୁକିଂ ପାଇଁ IRCTC ଓ୍ଵେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଆଧାର ପ୍ରାମାଣିକରଣ ବାଧ୍ୟତାମୂଳକ କରାଯାଇଛି। ୧୫ ଜୁଲାଇରୁ ଆଧାର-ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରକୁ ପଠାଯାଇଥିବା ଓଟିପି ଯାଞ୍ଚ ବି ଆବଶ୍ୟକ। AC ପାଇଁ ସକାଳ ୧୦ରୁ ୧୦. ୩୦ ଓ ନନ୍-ଏସି ଶ୍ରେଣୀ ପାଇଁ ୧୧ ଟା ୧୧ଟା ୩୦ ମଧ୍ୟରେ ତତ୍କାଳ ଟିକେଟ୍ ବୁକିଂ କରିପାରିବେ । […]
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ କ୍ର୍ୟୁ ମେମ୍ବରଙ୍କ ସହ ମୋଟ ୨୪୨ ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ଯାତ୍ରୀ ଓ ୫୩ ଜଣ ବ୍ରିଟିସ ନାଗରିକ ରହିଥିଲେ । ଏହି ଦୁର୍ଘଟଣା ପରେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଏୟାର ଇଣ୍ଡିଆ । ଯାତ୍ରୀମାନଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡ଼ା […]
ଉଡ଼ାଣ ଭରିବା ସମୟରେ କ୍ରାଶ୍ ହେଲା ବିମାନ । ବଡ଼ ଦୁର୍ଘଟଣାର ଶିକାର ହେଲା ଏୟାର ଇଣ୍ଡିଆର ବିମାନ AI171 । ତେବେ ଦୁର୍ଘଟଣାରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ମୃତହେଦକୁ ଅଧାରକରି ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ୧୭୦ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ବିମାନ […]
ଅହମ୍ମଦାବାଦ ବିମାନ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟାନାୟକ। ଏଥିସହ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ନବୀନ ‘ଏକ୍ସ’ରେ ଲେଖିଛନ୍ତି, ‘‘ଅହମ୍ମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଖବର ଶୁଣି ଗଭୀର ମର୍ମାହତ, ଯେଉଁଥିରେ ଶତାଧିକ ଲୋକ ଯାତ୍ରା କରୁଥିଲେ। ଏହି ଦୁଃଖଦ ଘଟଣାରେ ଗଭୀର ଭାବରେ ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଏବଂ ପ୍ରାର୍ଥନା।’’ ସୂଚନାମୁତାବକ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର […]
