ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ବନ୍ଧା ହୋଇଛନ୍ତି। ତେବେ ତାଙ୍କ ଲାଇନ୍ରେ ଆଉ ୪୯ ଜଣ ଥିବା ଜଣାପଡ଼ିଛି। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାସ କରିଛନ୍ତି।ନିଜକୁ ଗୁଇନ୍ଦା ଇନ୍ସପେକ୍ଟର ବୋଲି ବାୟୋଡାଟାରେ ଦର୍ଶାଇ ଯୁବତୀମାନଙ୍କୁ ଫସାଇ ଠକି ଚାଲିଥିଲେ ଏହି ବ୍ୟକ୍ତି। ଫୋନ ଯୋଗେ ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲେ। ଲାଇନରେ ଥିଲେ ଆହୁରି ୪୯ଜଣ ମହିଳା। ହେଲେ ଗୋଟିଏ ଭୁଲ ପାଇଁ ପୁଲିସ ହାତରେ ଧରାପଡିଗଲେ। […]
ମାଲକାନଗିରି ଜିଲାରେ ବନ୍ଦ ହୋଇଛି ୬ଟି ଲକ୍ଷ୍ମୀ ଏସି ବସ ଚଳାଚଳ। ଅଗଷ୍ଟ ପହିଲାରୁ ବସ ଚଳାଚଳ ବନ୍ଦ ରହିଥିବା ସୂଚନା ମିଳିଛି। ଆରଟିଓ ବସ ଚଳାଚଳ ପରମିଟ ବାତିଲ କରିଛନ୍ତି। ସବୁ ବସ ଅପରେଟର ଏହାକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ସବୁ ବସ ବାତିଲ ହୋଇଛି। ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା। ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ […]
ଭିଜିଲାନ୍ସ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଛି। ଶ୍ରୀ ପ୍ରଧାନଙ୍କୁ ଗତକାଲି ଠାରୁ ଦୀର୍ଘ ସମୟ ଧରି ମାରାଥନ ଜେରା କରିବା ପରେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ଭିଜିଲାନ୍ସ ସୂଚନା ମୁତାବକ, ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏଯାବତ ୮୫ ପ୍ଲଟ ଠାବ ହେଲାଣି। ଏକ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ ଠାବ ହୋଇଛି। ୧୧ […]
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଲଘୁଚାପ କ୍ଷେତ୍ର ଓଡ଼ିଶାଠାରୁ ଯଥେଷ୍ଟ ଦୂରରେ ସକ୍ରିୟ ରହିଥିବାରୁ ଏବଂ ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବାରୁ ରାଜ୍ୟରେ ଆଜି(ଶନିବାର)ଠାରୁ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୬ତାରିଖ […]
ମହାନଦୀରୁ ଉଦ୍ଧାର ହେଲେ ନିଖୋଜ ବ୍ୟକ୍ତି । ଉଦ୍ଧାର ବ୍ୟକ୍ତି ଜଣଙ୍କ ହେଲେ ସୁନାପାଲି ଅଞ୍ଚଳର ମନ୍ତୋଷ ତାଣ୍ଡି । ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ମନ୍ତୋଷଙ୍କୁ ଉଦ୍ଧାର କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ଚାଉଁରପୁର ପୋଲ ଉପରୁ ଡେଇଁ ନିଖୋଜ ହୋଇଯାଇଥିଲେ। ପରେ ଭାସି ଆସି ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସ ବୁଦାରେ ଲାଗିଥିଲେ। ବହୁ ଖୋଜାଖୋଜି ପରେ ଅଗ୍ନିଶମ କର୍ମଚାରୀ ମାନେ ପହଁଚିଥିଲେ କିନ୍ତୁ ଅଗ୍ନିଶମ ବାହିନୀ […]
କେନ୍ଦ୍ରରୁ ଫେରିଲେ ଆଇପିଏସ ୱାଇ.ବି ଖୁରାନିଆ । ବିଏସଏଫ ସ୍ପେଶାଲ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରଛନ୍ତି । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଅନୁମୋଦନ କରିଛି । ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।। ୧୯୯୦ ବ୍ୟାଚ ଓଡ଼ିଶା କ୍ୟାଡରର ଏହି ଆଇପିଏସ ଅଫିସର, ବର୍ତ୍ତମାନ ବିଏସଏଫ ସ୍ପେଶାଲ ଡିଜି (ଅପରେସନ) ଅଛନ୍ତି । ସୂଚନାଥାଉକି, ଓଡ଼ିଶାରେ ଥିବା ସମୟରେ ସେ ନୟାଗଡ଼, ଯାଜପୁର, ରାଉରକେଲା, […]
ରାୟଗଡ:-ତା.୦୨/୦୮- ଆଜି ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ପ୍ରକଳ୍ପ ପ୍ରଶାସିକା ଆଇଟିଡିଏ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ ଦୁଇଜଣ ସହକାରୀ ମଙ୍ଗଳ ଅଧିକାରୀ ଯଥା ପ୍ରଶାନ୍ତ କୁମାର ବାଉରୀ ଏବଂ ଧୀରେନ୍ଦ୍ର ସାହୁଙ୍କ ସହିତ ଅଚାନକ ଭାବରେ ମଙ୍ଗଳ ବିଭାଗ ଅଧୀନରେ ଚାଲୁଥିବା ପିତାମହଲ, ବଡ଼ରାଇସିଂ, ଅତଡ଼ା ଏବଂ କେରଡା ଆଶ୍ରମ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ l ଏହି ପରିଦର୍ଶନ ବେଳେ ଅତଡ଼ା ଆଶ୍ରମ ବିଦ୍ୟାଳୟରେ ସାନ୍ଧ୍ୟ ପ୍ରାର୍ଥନା ସମୟରେ କିଛି ଛାତ୍ର ବାହାରେ ବୁଲୁଥିବା ଦେଖିବାକୁ […]
ନୂଆଗାଁ,ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷା ମଧୁଲତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦ୍ଵିତୀୟ ବର୍ଷ ଛାତ୍ର ଛାତ୍ରୀ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ଙ୍କୁ ଫୁଲ ,ଚନ୍ଦନ ଦେଇ ସ୍ଵାଗତ କରିଥିଲେ। ଅଧ୍ୟକ୍ଷା ମଧୁଲତା ପଟ୍ଟନାୟକ ଶିକ୍ଷା ଅନୁଷ୍ଠାନ ର ଇତିହାସ ,ପ୍ରଶାସନିକ ଶୃଙ୍ଖଳା , […]
ଖୁବଶୀଘ୍ର ପୁରୀ ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା ଓ ଦଲାଲ ମୁକ୍ତ ହେବ ଆନନ୍ଦ ବଜାର । ବିଶୃଙ୍ଖଳା କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ସୁଆର ମହାସୁଆର ନିଯୋଗ ସଭାପତି ଓ ସମ୍ପାଦକ ସୂଚନା ପ୍ରଦାନ କରିଛି । ଆନନ୍ଦ ବଜାର ଭିତରେ ପୋଲିସ ସହାୟତା କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଦର ତାଲିକା ଲଗାଯିବା ପାଇଁ ମଧ୍ୟ […]
ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ହେଉଛନ୍ତି ଜଣେ ଏଭଳି ସ୍ବଭାବର ବ୍ୟକ୍ତି, ଯିଏକି ତାଙ୍କର ଚାକିରି ଜୀବନରେ ୮୫ଟି ପ୍ଲଟ ଅକ୍ତିଆର କରିସାରିଛନ୍ତି। ଭିଜିଲାନ୍ସର ଚଢ଼ାଉ ପରେ ଏହା ଜଣାପଡ଼ିଛି।ଏକ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ ଠାବ ହୋଇଛି। ୧୧ ଲକ୍ଷ ଟଙ୍କା, ୨୧୮ ଗ୍ରାମ ସୁନା, ଗୋଟିଏ କାର୍ ଠାବ କରାଯାଇଛି। ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନାରୁ ମିଳିଛି।ଯନ୍ତ୍ରୀଙ୍କ ଆଖି ଖୋସି ହୋଇଯିବା ପରି ସମ୍ପତ୍ତି […]
ପାରାଦୀପ ନେହେରୁବଙ୍ଗଳା ମହାନଦୀ ମୁହାଣରେ ଅଘଟଣ । ଭାସିଗଲା ଶ୍ରୀକ୍ଷେତ୍ର ନାମକ ବୋଟ୍ । ବୋଟ୍ରେ ୭ରୁ ୮ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି । ବୋଟ୍ଟି ମଝି ସମୁଦ୍ରରେ ଖରାପ ହୋଇଯାଇଥିଲା । ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଶ୍ରୀକ୍ଷେତ୍ର-୩ ବୋଟ୍ଟି ମାଛ ଧରି ଫେରୁଥିବା ବେଳେ ଏହାର ଇଞ୍ଜିନରେ ହଠାତ ତ୍ରୁଟି ଦେଖା ଯାଇଥିଲା। ପାଖରେ ଥିବା ବୋଟ୍ ଗୋପାଳଜୀଉ ବୋଟ୍ ତାକୁ ଏକ ଦଉଡ଼ି ସାହାଯ୍ୟରେ ବାନ୍ଧି ଟାଣି ଆଣିଥିବା ବେଳେ ମୁହାଣ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା ସୋମବାର ଅଗଷ୍ଟ ୫ ତାରିଖ ପୂର୍ବାହ୍ନ ୧୧ରୁ ୟୁନିଟ୍–୫, ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ।ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ସେହିଦିନ ସକାଳ ୮ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ହେବ। ଏଥିନିମନ୍ତେ ଆଗ୍ରହୀ ଜନସାଧାରଣ ଉକ୍ତ ଅଭିଯୋଗ ଶୁଣାଣି ସ୍ଥାନରେ ଉପରୋକ୍ତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ପଞ୍ଜୀକରଣ କରାଇ ଅଭିଯୋଗଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ।ଏ ସଂପର୍କରେ ରାଜ୍ୟର ସମସ୍ତ […]