ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହେବା ପରେ ପୁରୀ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ମନ୍ଦିର ଚତୁଃପାର୍ଶ୍ଵରେ ପୋଷ୍ଟର ମାରିଲା ପୁରୀ ପୋଲିସ।ପରିକି ମନ୍ଦିର ପରିସରରେ ମୋବାଇଲ ଫୋନ୍ ମଧ୍ୟ ନିଷେଧ କରାଯାଇଛି। ନିୟମ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ସୂଚନା ମୁତାବକ, ଜାନୁଆରୀ ୧୯ ତାରିଖରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଏବଂ ଭିଡିଓ ଭାଇରାଲ ହେଇଥିଲା। ଭାଇରାଲ ଭିଡିଓରେ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା ।ବର୍ତ୍ତମାନ […]
ଓଡିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହେବା ପରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଅନୁଯାୟୀ ସ୍କୁଲ ଛାତ୍ରଛାତ୍ରୀ ୧୦ ଦିନ ବିନା ବ୍ୟାଗରେ ଯିବେ ସ୍କୁଲ। ରାଜ୍ୟର ସମସ୍ତ ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ସବୁ ଛାତ୍ରଛାତ୍ରୀଙ୍କୁ ଏକ ଫନ୍ କୋର୍ସ (Fun Course) ଅର୍ଥାତ୍ ଏକ ମଜାଳିଆ ପାଠ୍ୟକ୍ରମ ନେବାକୁ ପଡିବ।ଏହା ମୂଖ୍ୟତଃ ଧନ୍ଦାମୂଳକ କାରିଗରିର ଅଂଶବିଶେଷ ହୋଇଥିବ। ଏହି କୋର୍ସରେ କାଠ କାମ, ବୈଦ୍ୟୁତିକ କାମ, ଧାତୁ […]
ଗତ କିଛିଦିନ ଧରି କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଡାଇରିଆ ହଟସ୍ପଟ୍ ପାଲଟିଛି ପୁରୀ କଣାସର ୨ଟି ଗାଁ। ଆଗାଁ, ଜାଗୁଳାଇପଦରରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି। ଏଯାବତ ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି।ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଦୟାନଦୀ ପାଣି ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରାଉଛି ପ୍ରଶାସନ । ଏପରିକି ସାମୁହିକ ଭୋଜି ଭାତ ବନ୍ଦ କରିବାକୁ ଲୋକଙ୍କୁ ନିବେଦନ କରାଯାଉଛି । ତେବେ କଣାସ ନୁଆ ଦୋକନ୍ଦା ଗାଁର ବିଜୟ […]
ଆସନ୍ତା ଜାନୁଆରୀ ୨୧ରୁ ୩୧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ସୌର ଜଗତରେ ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହାଜାଗତିକ ଦେଖାଯିବ। ଏକ ସରଳ ରେଖାରେ ଦୃଶ୍ୟମାନ ହେବେ। ମଙ୍ଗଳ, ଶୁକ୍ର, ବୃହସ୍ପତି ଓ ଶନିକୁ ଲୋକେ ଖାଲିଆଖିରେ ଦେଖିପାରିବେ। ସେହିପରି ଦୂରବୀକ୍ଷଣ ଏବଂ ଟେଲିସ୍କୋପ ମାଧ୍ୟମରେ ନେପଚୁନ ଓ ୟୁରେନସ ଦୃଶ୍ୟମାନ ହେବେ। ସାଧାରଣ ଲୋକେ ଯେପରି ଏହି ବିରଳ ଦୃଶ୍ୟକୁ ଦେଖିପାରିବେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ କବି ପ୍ରଭାତ ମିଶ୍ରଙ୍କ କବିତା ସଂକଳନ ‘ପ୍ରହରୀ’ ଉନ୍ମୋଚିତ ହୋଇଯାଇଛି । ନୟାଗଡ଼ ସିରିଅସ୍ ଜୋନ୍ ଆନୁକୂଲ୍ୟରେ ଆୟୋଜିତ ଏହି ପାଠକାର୍ପଣ କାର୍ଯ୍ଯକ୍ରମରେ ବହୁ ବୁଦ୍ଧିଜୀବୀ ଯୋଗଦେଇ ‘ପ୍ରହରୀ’ର ପାଠକୀୟ ପ୍ରସାରଣ ପ୍ରତି ଆଶାବାଦୀ ହୋଇଥିଲେ । ସଂପ୍ରତି ପ୍ରକାଶନ ସଂସ୍ଥାଗୁଡ଼ିକ ପୁସ୍ତକର ଗୁଣାତ୍ମକ ମାନକୁ ଗୁରୁତ୍ୱ ଦେଉନଥିବା ବେଳେ ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ପ୍ରକାଶିତ କରି ଆଦିତ୍ୟ ଭାରତ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି, ଏହା ସାଧାରଣରେ […]
ଅସ୍ତରଙ୍ଗ ବନାଞ୍ଚଳ ଅଞ୍ଚଳରେ ଚାଲିଛି ଡଲଫିନ ଗଣନା । ସମୁଦ୍ର ଓ ନଦୀ ମଧ୍ୟରେ ରହୁଥିବା ଡଲଫିନଙ୍କ ଗଣନା କରୁଛି ବନ ବିଭାଗ । ସୋମବାରଠାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଏହା ତିନି ଦିନ ଧରି ଚାଲିବ । ଏହି ଟିମ ମଧ୍ୟରୁ ଦେବୀ ନଦୀର ଶାଖା ନଦୀ କାଦୁଆ ନଦୀ ମଧ୍ୟରେ ଗୋଟିଏ ଟିମ ,ଦେବୀ ମୁହାଣ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଗୋଟିଏ ଟିମ , ଯାହାନିଆ ଠାରୁ ଗଙ୍ଗା ଦେବୀ […]
ଓଡ଼ିଶାର ନୂଆପଡ଼ା ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିଆର୍ପିଏଫ୍ କର୍ମଚାରୀଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ଼ ମିଳିତ ଅପରେଶନରେ ପ୍ରାୟ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ୨ ମହିଳା ମାଓବାଦୀ ମଧ୍ୟ ଅଛନ୍ତି |ଘଟଣାସ୍ଥଳରୁ ବିପୁଳ ପରିମାଣର ମାରାଣାସ୍ତ୍ର, ଆଇଡି ଓ ଗୋଟେ SLR ବନ୍ଧୁକ ଜବତ କରାଯାଇଛି। ଓଡ଼ିଶା-ଛତିଶଗଡ଼ ପୋଲିସର ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି। ଓଡ଼ିଶାର SOG ଓ ଛତିଶଗଡ଼ E-30 ଫୋର୍ସ […]
ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି, ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ ବୟସ ହେଲେ ନାମଲେଖାଇବା ନିୟମକୁ ଦେଇ କୁ ସଂଶୋଧିତ କରିଛନ୍ତି। ଆଗାମୀ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତେବେ ୨୦୨୪ ସେପ୍ଟେମ୍ବର ୧ ସୁଦ୍ଧା ପିଲାର ବୟସ ୬ ବର୍ଷ ହୋଇଥିବା ଜରୁରୀ ବୋଲି ବିଜ୍ଞପ୍ତିରେ […]
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବସୁନ୍ଧରା ବରପାଲିରେ ଘଟିଛି ବଡ ଧରଣର ଲୁଟ । ନିଖିଲ ଅଗ୍ରୱାଲଙ୍କ ଘରୁ ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର ସହ ଦୁଇ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ନିଖିଲ ଓ ତାଙ୍କ ପରିବାର ଲୋକଙ୍କୁ ଘରେ ଭିତରେ ବାନ୍ଧି ଦେଇଥିଲେ ଲୁଟେରା । ଏହା ପରେ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ନିଖିଲ ଭୟରେ ଆଲମିରା ଚାବି ଦେଇଥିଲେ । ଲୁଟେରାମାନେ ଟଙ୍କା […]
ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ସହରରୁ ଓଡ଼ଗାଁକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କୋଏନା ଢାବାଠାରୁ ଲେଙ୍କୁଡ଼ିପଡ଼ା ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ଦୀର୍ଘ ଦୁଇ ବର୍ଷ ହେବ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବର୍ଷା ଦିନରୁ ଏହି ରାସ୍ତା ସମସ୍ୟା ନେଇ ସ୍ଥାନୀୟ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ପୂର୍ତ୍ତ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ଯାହାକୁ ନେଇ ଆଜି ଉତ୍ୟକ୍ତ ଲୋକେ ୨୧ନଂ ରାଜ୍ୟ ରାଜପଥକୁ ଅବରୋଧ […]
ଗରିବ କଲ୍ୟାଣ ଯୋଜନା ନାଁ କେନ୍ଦ୍ର ସରକାର ଯୋଗାଇ ଆସୁଛନ୍ତି ମାଗଣା ରାସନ୍ । ହେଲେ ସରକାରୀ ଚାକିରୀରେ ଥାଇ ମଧ୍ୟ ଏହାର ଲାଭ ଉଠାଉଛନ୍ତି କିଛି ଲୋଭୀ ସରକାରୀ ବାବୁ । ବର୍ତ୍ତମାନ ରାଜ୍ୟରେ ରାସନ କାର୍ଡରେ ଇ-କେୱାଇସି ଜଡିତ ହେଉଥିବା ବେଳେ ଏଭଳି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । କାର୍ଡ ଫେରାଇବାକୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ତୁରନ୍ତ କାର୍ଡ ନ ଫେରାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ମନ୍ତ୍ରୀ […]
ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିବା ଯୁବତୀ ଜଙ୍ଗଲରୁ ଉଦ୍ଧାର ମାମଲାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସର୍ଜନ ଡନସନା, ପ୍ରହଲ୍ଲାଦ ଦାସ ଓ ଜୟକୃଷ୍ଣ ଡନସନା । ସର୍ଜନ ଓ ପ୍ରହଲ୍ଲାଦ ବିଜେପୁର ବ୍ଲକ ପୁଟକା ଗାଁର ହୋଇଥିବା ବେଳେ, ଜୟକୃଷ୍ଣ ଜଗଦଳପୁର ଡ଼ୁମାଭଟା ଗାଁର ବୋଲି ପୋଲିସ କହିଛି ।ତେବେ ଏଯାଏ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଧରିବାରେ ଅସଫଳ ହୋଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି ଏବଂ ଏହି ମାମଲାରେ […]
