ମେଷ:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।* *ବୃଷ:-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ […]
ଉତ୍ତର ପ୍ରଦେଶରୁ ୫ ଟ୍ରକ ଆଳୁ ଆଶି ଓଡ଼ିଶାରେ ପହଞ୍ଚିଛି। ଆହୁରି ୧୦ ଟ୍ରକ ପାଇଁ ଅର୍ଡର ଦିଆଯାଇଛି। ଧୀରେ ଧୀରେ ୩୦-୪୦ ଆଳୁ ଟ୍ରକ ଉତ୍ତର ପ୍ରଦେଶରୁ ଓଡ଼ିଶା ଆସିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହିତ ଆଳୁ ବେପାର ବନ୍ଦ ହେବ। ଉତ୍ତର ପ୍ରଦେଶରୁ ଆଳୁ ଆସିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପଶ୍ଚିମବଙ୍ଗରୁ ଆଳୁ ବେପାର ବନ୍ଦ କରିବା ପାଇଁ ବେପାରି ମହାସଂଘକୁ ଅନୁରୋଧ […]
ନୂଆଗାଁ – ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ ଆଜି ଅନୁଷ୍ଠାନିକ ଭାବରେ ଅବସର ନେଇଛନ୍ତି l ଚାକିରୀର ୩୫ଵର୍ଷ ଧରି ନିରବଛୀର୍ଣ୍ଣ ଭାବରେ ବିଦ୍ୟାଳୟ ଓ ଛାତ୍ର ଛାତ୍ରୀଙ୍କ ପାଈଁ ଅକ୍ଲାନ୍ତ ପରିଶ୍ରମ କରି ଏହି ବିଦ୍ୟାଳୟକୁ ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରରେ ପରିଚୟ କରାଇଛନ୍ତି l ନିଜ କର୍ମମୟ ଜୀବନରେ ନିଜ ପାଈଁ ଚିନ୍ତା ନ କରି […]
ମମତା ବ୍ୟକ୍ତିଗତ ସ୍ବାର୍ଥ୍ୟ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି। ଅନ୍ୟପଟେ, ମମତା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଭିତ୍ତିହୀନ ବୋଲି ସରେଜିନୀ ହେମ୍ବ୍ରମ କହିଛନ୍ତି। ସେ କହିଛନ୍ତି, ମୟୁରଭଞ୍ଜବାସୀଙ୍କୁ ମମତା ଧୋକା ଦେଇଛନ୍ତି, ଲୋକ ଏହାର ଜବାବ ଦେବେ। ଯଦି ସମାଜର ମଙ୍ଗଳ ଚାହୁଁଥିଲେ ତା’ହେଲେ ଖାଲି ଦଳରୁ ଇସ୍ତଫା ଦେଇଥାନ୍ତେ। ତେବେ ବୁଧବାର ସନ୍ଧ୍ୟା ବେଳକୁ ସମସ୍ତଙ୍କୁ ଚମକାଇ ଦେଇଥିଲେ ମମତା। ରାଜ୍ୟସଭା ସାଂସଦ ପଦରୁ ସେ ଇସ୍ତଫା […]
କଟକ ଜିଲା ଆଠଗଡ଼ର ଖୁଣ୍ଟୁଣୀ ମେଡିକାଲ ପରିସରରୁ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ୪ ମାସର ପୁଅକୁ ଆଣି ଖୁଣ୍ଟୁଣୀ ମେଡିକାଲ ଆସିଥିଲେ ଝିଆରୀ। ତେବେ ଝିଆରୀଙ୍କୁ ଔଷଧ ପାଇଁ ପଠାଇ ଶିଶୁପୁତ୍ରକୁ ନେଇ ପଳାଇଥିଲେ ମାଉସୀ। ବହୁ ଖୋଜାଖୋଜି ପରେ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ ମହିଳା । ଖୁଣ୍ଟୁଣୀ ଥାନାରେ ଅଭିଯୋଗ ପରେ ଢେଙ୍କାନାଳ ପିଙ୍ଗୁଆ ଅଞ୍ଚଳରୁ ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ସମ୍ପର୍କୀୟ ମାଉସୀ ସହିତ ଦ୍ବିତୀୟ ସ୍ବାମୀକୁ […]
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମଏଫବିଓ୍ବାଇ)ରେ ଆବେଦନ ଅବଧି ବୃଦ୍ଧି କରାଯାଇଛି। କେବଳ ଓଡ଼ିଶାର ଚାଷୀମାନଙ୍କ ପାଇଁ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ ସମୟୀସୀମା ବଢ଼ାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ ଅବଧି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଷୀ ଏହି ଯୋଜନାରେ ନିଜ ନାମ ପଞ୍ଜୀକରଣ କରିପାରିବେ ।ଚଳିତ ଖରିଫ ରୁତୁ ଚାଷ ପାଇଁ କଟ ଅଫ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ ” ଇଟାମାଟି, ଏବଂ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା “ବ୍ୟଙ୍ଗ କଲମ” ନୟାଗଡ଼ଙ୍କ ଆନୁକୁଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ମୁଥାଗାଡ଼ିଆ ଗ୍ରାମ ପଞ୍ଚାୟତର ମୁକ୍ତାପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଆ ଶାଳଭଞ୍ଜ ଠାକୁରାଣୀଙ୍କ ପୀଠରୁ ବୃକ୍ଷ ରୋପଣ ସହ ଶୁଭାରମ୍ଭ ହୋଇଅଛି । ଏହା ସହ ମୁକ୍ତାପୁର, ମୁଥାଗାଡ଼ିଆ, ଓ କାଳୁଚୁଆପଲ୍ଲୀ ଗ୍ରାମରେ ପ୍ରତି […]
ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଏବଂ ବିଜେଡି ଛାଡ଼ିବାର ଦିନକ ପରେ ନୂଆଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ମମତା ମହାନ୍ତ । ଦିଲ୍ଲୀ ସ୍ଥିତି ପାର୍ଟି ମୁଖ୍ୟାଳୟରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ଏବଂ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅନୁଣ ସିଂହ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା । ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଦେଇଥିଲେ ଇସ୍ତଫା । […]
ଜୁନ୍ ୯ରେ ଖଣ୍ଡଗିରି ଅଞ୍ଚଳରେ ଘଟିଥିବା ହତ୍ୟା କାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସଂଜିତ ଦାସକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଏସଡିଜେଏମ୍ କୋର୍ଟ। ପାରିବାରିକ ଅଶାନ୍ତିକୁ କେନ୍ଦ୍ର କରି ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ଦୋଷୀ ସଂଜିତ।।୩୩ ଥର ଛୁରୀ ଭୁସି ଅତି ବୀଭତ୍ସ ଭାବେ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ । ଖବର ଅନୁଯାୟୀ, ୨୦୨୨ ମସିହାରେ ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ଏହି ଅଞ୍ଚଳରେ ବାସ କରୁଥିବା ସଞ୍ଜୀବ ଦାସ […]
ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲାରେ ଛାନଭିନ ଜାରି ରଖିଛି ଧଉଳି ଥାନା ପୁଲିସ । ମଧୁମିତା ରହୁଥିବା ବାପୁଜୀନଗର ଭଡା ଘରୁ ସୁଇସାଇଡ ନୋଟ୍ ଜବତ କରିଛି ପୁଲିସ ।ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଭଞ୍ଜନଗରର ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ୫ ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ଗତ ମାର୍ଚ୍ଚ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମୃତ୍ୟୁ ପୂର୍ବରୁ […]
ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସରକାର ସମୟରେ ନୂତନ ପାର୍ଲିଆମେଣ୍ଟ ବିଲ୍ଡିଂର ନିର୍ମାଣକୁ ଏକ ବଡ଼ ଉପଲବ୍ଧି କୁହାଯାଉଥିଲା ବେଳେ ଏଥିରୁ ବର୍ଷା ପାଣି ଗଳିବା ଆରମ୍ଭ ହୋଇଛି। ଯାହାକୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଭାଜପାକୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି। ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ନୂଆ ସଂସଦ ଭବନ ଛାତରୁ ପାଣି ଗଳୁଛି ଓ ତଳେ ପାଣିକୁ ଧରି ରଖିବାକୁ ଏକ ବାଲଟିର ବ୍ୟବସ୍ଥା କରାଯାଇଛି ।ମଣିକମ୍ […]
ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ଦୁଇଟି ଗେଟ୍ ବନ୍ଦ ହେବା ପରେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପଟରୁ ୮ଟି ଓ ଡାହାଣ ପଟରୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାପଡିଛି ।ସୂଚନାନୁଯାୟୀ, ଜୁଲାଇ ୩୧ରେ ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ବନ୍ଦ କରାଯାଇଥିଲା। ଫଳରେ ୧୪ଟି ଗେଟ ମଧ୍ୟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା। ଡ୍ୟାମର […]