ସିଙ୍ଗାପୁର ସହ ରାଜ୍ୟ ସରକାରଙ୍କ MoU ସ୍ୱାକ୍ଷରିତ ହେବ: ମୁଖ୍ୟମନ୍ତ୍ରୀ

ସିଙ୍ଗାପୁର ରାଷ୍ଟ୍ରପତି ଥର୍‍ମନ ସନ୍‍ମୁଗ୍‍ରତ୍ନମ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ।ଏହି ଦୁଇ ଦିନ ମଧ୍ୟରେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱରର ୱାର୍ଲ୍‍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବା ସହିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତ ଯେ, ମୋ ସହିତ, […]

ନବ ଦାସ ହତ୍ୟା: CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ରୁଜୁ ହୋଇଛି । ପୂର୍ବରୁ ଭାରତୀୟ ବିକାଶ ପରିଷଦ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । ମାମଲାରେ ସିବିଆଇ, ମୁଖ୍ୟ ସଚିବ, ଗୃହ ସଚିବ ଓ ପୋଲିସ ଡ଼ିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆଉ ମାତ୍ର କିଛି ଦିନ ପରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । ଠିକ ଏହା ପୂର୍ବରୁ […]

ବରିଷ୍ଠ ନାଗରିକଙ୍କୁ ଶିରିଡ଼ି ବୁଲା‌ଇବେ ଓଡ଼ିଶା ସରକାର।

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସ୍ପେଶାଲ୍ ଟ୍ରେନ୍‌ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ଵର ରେଳ ଷ୍ଟେସନରେ ଭୁବନେଶ୍ଵର – ଶିରିଡ଼ି – ନାସିକ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରୀ ଟ୍ରେନ୍ ର ଆଧ୍ୟାତ୍ମିକ ଯାତ୍ରା ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭୂତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ୮୦୦ ଜଣ ବରିଷ୍ଠ ନାଗରିକ […]

ପୁରୀ ସହରରେ ବେଆଇନ୍ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ସରକାରଙ୍କ ଟ୍ରାଇସିଟି ଯୋଜନାରେ ସାମିଲ ହେବ ପୁରୀ ସହର। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ ଭୁବନେଶ୍ବର ଓ କଟକ ସହ ଯୋଡ଼ିହେବ ଐତିହ୍ୟ ସହର ପୁରୀ। ପୁରୀ ସହରରେ ବେଆଇନ୍ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ବେଆଇନ୍ ଗୃହ ନିର୍ମାଣ ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ସ୍କ୍ବାଡ । ୨୪ ଜଣ ସେନାନିବୃତ୍ତ କର୍ମଚାରୀଙ୍କୁ ନେଇ ସମୁଦାୟ ୮ଟି ଟିମ୍ ଗଠନ ହୋଇଥିବା ବେଳେ ଆଗକୁ ଶୁଣାଣି କରାଯାଇ ଉଚ୍ଛେଦ ଅଭିଯାନ ଆରମ୍ଭ […]

ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା

ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ । ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ କଲେ କିମ୍ଭା ଅପ୍ଟ ଇନ କଲେ ଯୋଜନାରେ ସାମିଲ ହୋଇ ପାରିବେ ହହିତାଧିକାରୀ। ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛି ଦିନ ଭିତରେ ୩୧ ହଜାର ମହିଳା ଅପ୍‌ଟ ଆଉଟ୍ ହୋଇଥିଲେ । ସେଥିରୁ ପୁଣି ୧୭ ହଜାର ମହିଳା ମିଶିଛନ୍ତି । ବାକି ୧୪ ହଜାର […]

ଅଭାବନୀୟ ଦୃଶ୍ୟ! ପ୍ରଭୁ ଯଦି କିଛି ଭୁଲ୍ ହେଇଛି କ୍ଷମା କର ।

ଭାଙ୍ଗିଲା ଭୁବନେଶ୍ବରର ଖଣ୍ଡଗିରି ସ୍ଥିତ ବୈକୁଣ୍ଠ ଧାମ ଆଶ୍ରମ । ବିଡିଏ ପକ୍ଷରୁ ଆଶ୍ରମ ଉପରେ ଚାଲିଲା ବୁଲ୍‌ଡୋଜର୍ । ନିର୍ଦ୍ଧାରିତ ସମୟ ୧୨ଟାରେ ଚାଲିଲା ବୁଲଡୋଜର୍ ।ଆଜି ସୁରକ୍ଷା କର୍ମୀଙ୍କ ସହ ଠିକଣା ସ୍ଥାନରେ ପହଞ୍ଚିଥିଲା ବିଡିଏ ଟିମ୍।ଆଜି ଆଶ୍ରମ କୋଠାକୁ ଭାଙ୍ଗିବା ଆରମ୍ଭ କରିଛି ବୁଲଡୋଜର । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ କାମ ଶେଷ କରିବା ଚେଷ୍ଟା କରାଯିବ । ଯଦି କିଛି ବାକି ରୁହେ ତେବେ ଆସନ୍ତା କାଲି ଏହାକୁ […]

ଚଳିତ ମହାକୁମ୍ଭରେ ୧୨ ହଜାର ନାଗାସାଧୁ ନେବେ ଦୀକ୍ଷା

ମହାକୁମ୍ଭ-୨୦୨୫ରେ ବଛାବଛା ପ୍ରାଚୀନ ହିନ୍ଦୁ ଆଖଡ଼ା ଦ୍ୱାରା ପ୍ରାୟ ୧୨,୦୦୦ ନୂଆ ନାଗା ସାଧୁଙ୍କୁ ସନ୍ନ୍ୟାସ ଦୀକ୍ଷାରେ ଦୀକ୍ଷିତ କରାଯିବ । ଗଙ୍ଗାରେ ୧୦୮ ଥର ସ୍ନା କରିବା ପରେ ସେମାନେ ଜଙ୍ଗଲକୁ ଯାଇ କରିବେ କଠୋର ସାଧନା । ମୋଟ ୧୩ଟି ସ୍ୱୀକୃତିପ୍ରାପ୍ତ ହିନ୍ଦୁ ମଠ ମଧ୍ୟରୁ ମାତ୍ର ୭ଟି ଆଖଡ଼ାରେ ନାଗା ସାଧୁ ଅଛନ୍ତି। ଏମାନଙ୍କ ମଧ୍ୟରେ ଜୁନା ଆଖଡ଼ା, ନିରଞ୍ଜନୀ ଆଖଡ଼ା, ମହାନିର୍ବାଣୀ ଆଖଡ଼ା, ଅଟଳ ଆଖଡ଼ା, ଅଗ୍ନି ଆଖଡ଼ା, ଆନନ୍ଦ ଆଖଡ଼ା […]

ଦୟାନଦୀ ଜଳ ସମ୍ପୂର୍ଣ୍ଣ ଦୂଷିତ,ଦୟାନଦୀ ଜଳ ଆଉ ବ୍ୟବହାର ଉପଯୋଗୀ ନୁହେଁ।

କଣାସରେ ଦୟାନଦୀ ଜଳ ସମ୍ପୂର୍ଣ୍ଣ ଦୂଷିତ ହୋଇଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଦୟାନଦୀ ଜଳର ରିପୋର୍ଟ । ଏହି ନଦୀର ଜଳରେ ଭୟଙ୍କର ଭୂତାଣୁ ଥିବା ରିପୋର୍ଟରୁ ଜଣାପଡିଛି ।ଖୋଦ୍ ସ୍ବାସ୍ଥ୍ୟ ବିଭାଗ ଏହି ପ୍ରସଙ୍ଗରେ ଲୋକଙ୍କୁ ସତର୍କ କରାଇବା ସହ ଦୟା ଜଳକୁ ବ୍ୟବହାର ନ କରିବା ଲାଗି ପରାମର୍ଶ ଦେଇଛି। ଏହି ନଦୀଜଳ ବ୍ୟବହାର କରି ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। […]

ଘନ କୁହୁଡ଼ି ପାଇଁ ଆଜି ୬ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗର ପୂର୍ବାନୁମାନ ଏବଂ ସତର୍କ ସୂଚନା ଜାରି କରାଯାଇଛି।। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପାମତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କେତେକ ଜିଲ୍ଲାରେ ତାପମାତ୍ରା କମିବା ସମ୍ଭାବନା ରହିଛି । ବିଶେଷକରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ଏହାସହ ଉତ୍ତରପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହିତ ହୋଇପାରେ । ଏହା […]

ନବ ଦାସଙ୍କ ଭାଇଙ୍କ ଘରେ ଆଇଟି ରେଡ୍

ବଢିଲା ଦିବଂଗତ ବିଜେଡି ନେତା ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଅଡୁଆ । ସକାଳୁ ସକାଳୁ ତାଙ୍କ ଘରେ ପଶିଛି ଆୟକର ବିଭାଗ । ଆୟକର ଫାଙ୍କିବା ଅଭିଯୋଗରେ ଆଇଟି ରେଡ୍ କରାଯାଉଛି । ତାଙ୍କ ଉପରେ କେତେ ଟଙ୍କାର ବକେୟା ଟିକସ୍ ରହିଛି , କେବଳ ସମ୍ବଲପୁର କି ଅନ୍ୟ କେଉଁ ଠିକଣାରେ ରେଡ ଚାଲିଛି ସେସବୁ ଏଯାଏଁ ଜଣାପଡିନାହିଁ । ତେବେ ୧୦ଟି ଗାଡିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ […]

ରାତି ଅଧରେ ମହିଳା କନଷ୍ଟେବଳଙ୍କୁ ପ୍ରେମ ନିବେଦନ କଲେ ଆଇଆଇସି

କୋଣାର୍କ ବେଳାମାର୍ଗସ୍ଥିତ ରାମଚଣ୍ଡୀ ଥାନାର ଜଣେ ମହିଳା କନେଷ୍ଟବଳ ନିଜକୁ ଅସୁରକ୍ଷିତ ମନେ କରି ଏସ୍‌ପିଙ୍କୁ ନ୍ୟାୟ ପାଇଁ ଲିଖିତ ଭାବେ ନିବେଦନ କରିଛନ୍ତି । ମହିଳା କନେଷ୍ଟେବଲଙ୍କୁ ରାତି ଅଧରେ ଆଇଆଇସି ପ୍ରେମ ନିବେଦନ କରିବା ଘଟଣା ସାମ୍ନାକୁ ଆସିଛି । ମହିଳା କନଷ୍ଟେବଲ ଏବଂ ଆଇଆଇସି ଉଭୟ ପୁରୀ ରାମଚଣ୍ଡୀ ଥାନାରେ ଚାକିରି କରନ୍ତି ।ବିଳମ୍ବିତ ରାତିରେ ସୁରେଶ କନଷ୍ଟେବଲଙ୍କ ଘରେ ପହଞ୍ଚିଥିଲେ । ଘରପଛପଟ କବାଟ ବାଡ଼େଇ ତାଙ୍କୁ ଡାକିଥିଲେ । କନଷ୍ଟେବଲ […]

ସମ୍ପତ୍ତି ତାଲିକା ଦିଅ ନହେଲେ ପ୍ରମୋସନ ବନ୍ଦ

ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଜାରିହେଲା ନୂଆ ଗାଇଡଲାଇନ । ୫ ସୂତ୍ରୀ ଗାଇଡଲାଇନ ଜାରିକଲା ଶ୍ରୀମନ୍ଦିର ପ୍ରଶାସନ । । ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟ ସମୀକ୍ଷା ପରେ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ ତଥା କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ୟ୍ୟ ସମୀକ୍ଷା କରାଯିବ । ସମସ୍ତ […]