ରାୟଗଡ:ତା.୦୯/୦୬/୨୫-ଜିଲ୍ଲାପାଳଙ୍କ ଦ୍ଵାରା ସରକାରଙ୍କ ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ହେବାକୁ ଥିବା ବିକାଶ ମେଳା ର କର୍ଯ୍ୟନ୍ଵୟନ ବିଷୟ ରେ ଆଲୋଚନା ହୋଇଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପସ୍ତୁତିରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ଉପଲଭଧି ବିଶେଷ କରି ଏକ ବର୍ଷ ଭିତରେ ବିଭିନ୍ନ ଯୋଜନାରେ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଂଚାଇବା ଉଦେଶ୍ୟରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭlବରେ କରାଯିବ l ଆସନ୍ତା ଜୁନ ୧୨ ତାରିଖରୁ […]
ଆଜି ଉଭୟ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ନୟାଗଡ଼ ରେ ପୁରୀ ସାଂସଦ ସମ୍ବିତ୍ ପାତ୍ର ଙ୍କୁ ବିରୋଧ କରାଯାଇଛି। ସାଂସଦଙ୍କ ଗତକାଲିର ଗସ୍ତ ରେ ନୟାଗଡ଼ ର ପବିତ୍ର ମାଟି ଅପବିତ୍ର ହୋଇଥିବା ଏବଂ ନୟାଗଡ଼ ମାଟିକୁ ପୁଣି ପବିତ୍ର କରିବା ଉଦ୍ଦେଶ୍ଯରେ କଂଗ୍ରେସ ପକ୍ଷରୁ ଗୋବର ଓ ଗଙ୍ଗାଜଳ ସିଞ୍ଚନ କରାଯାଇ, ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ବିଶାଳ ରାଲି ରେ […]
ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ଏହି ପର୍ବରେ ସାମିଲ ହେବାକୁ କାହିଁ ଦେଶ-ବିଦେଶରୁ ଲୋକେ ପୁରୀ ଧାଇଁ ଆସନ୍ତି। ଏଥିପାଇଁ ସରକାର ଉତ୍ତମ ବ୍ୟବସ୍ଥା କରିଛନ୍ତି। ସୂଚନା ମୁତାବକ, ରଥଯାତ୍ରାରେ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ । ଏଥିସହ ରଥଯାତ୍ରାରେ ୩୦୦ରୁ ଅଧିକ ଡାକ୍ତର ନିୟୋଜିତ ହେବେ। ଏଆଇ କ୍ୟାମେରାରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରାଯିବ। ଅଂଶୁଘାତ ମୁକାବିଲା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।ମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ ପାଇଁ […]
ବାରବାଟୀକୁ ପୁଣି ଫେରିଛି ଟି-୨୦। ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ସୂଚନାମୁତାବକ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସୋମବାର ୨୦୨୫ ପାଇଁ ଅନ୍ତର୍ଜାତୀୟ ଘରୋଇ ସିଜିନ୍ ଏବଂ ଦକ୍ଷିଣ ଆଫ୍ରିକା ‘ଏ’ର ଭାରତ ଗସ୍ତ ପାଇଁ ସଦ୍ୟତମ କାର୍ଯ୍ୟସୂଚୀ ଘୋଷଣା କରିଛି ଏବଂ ବିସିସିଆଇ ଦ୍ୱାରା ଘୋଷଣା କରାଯାଇଥିବା ଅନୁସାରେ, ଭାରତ ଗସ୍ତ ସମୟରେ, ଦକ୍ଷିଣ ଆଫ୍ରିକା ୫ଟି ଟି-୨୦ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ ସାଧାରଣତଃ ବନ୍ୟଜନ୍ତୁ ଆକ୍ରମଣର ନଜିର ଅଧିକ ରହିଥାଏ। ବନ୍ୟଜନ୍ତୁ ଆକ୍ରମଣରେ ଧନଜୀବନ ନଷ୍ଟ ହୋଇଥାଏ। ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି।ବନ୍ୟଜନ୍ତୁ ଘର ଭାଙ୍ଗିଲେ ଅନ୍ତ୍ୟୋଦୟ ଘର ବା ସମାନ ଆର୍ଥିକ ରାଶି ମିଳିବ। […]
ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ସୋମବାର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରଥଯାତ୍ରା ଲାଗି ପ୍ରାୟ ୮୦% ପ୍ରସ୍ତୁତି ଶେଷ ହୋଇ ସାରିଲାଣି। ଗୁଣ୍ଡିଚାରର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦% ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯିବ। ଅନ୍ୟପଟେ ପୁରୀ ମେଡିକାଲରେ ୧୫ଟି ସ୍ବତନ୍ତ୍ର ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଉଛି । ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି […]
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ୧୦୦ରୁ ୧୫୦ ଗାଁକୁ ମହାପୁରୁଷ ଆଦର୍ଶ ଗାଁ କରିବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଜଡିତ ଗ୍ରାମଗୁଡ଼ିକୁ ବିକଶିତ କରାଯିବ । ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଅବହେଳିତ ଏହି ଅଞ୍ଚଳଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ସ୍ବରୂପ ରାସ୍ତା, ପାନୀୟ ଜଳ, ଜଳସେଚନ, ଶିକ୍ଷା […]
ରଥଯାତ୍ରାରେ ହିଟ୍ ଷ୍ଟ୍ରୋକ ବା ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ CHC ଓ PHC ରେ ହିଟ୍ ଷ୍ଟ୍ରୋକ୍ ପାଇଁ FAC ବ୍ୟବସ୍ଥା କରାଯାଇଛି । ଯେଉଁ ସ୍ଥାନରେ AC ନାହିଁ ସେଠାରେ କୁଲର୍ ବ୍ୟବସ୍ଥା କରାଯାଇଛି । ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ORS କର୍ଣ୍ଣର୍ କରାଯାଇଛି । ପୁରୀ ମୁଖ୍ୟ ଚିକିତ୍ସାଳୟରେ ୬ ବେଡେଡ୍ ,ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ୬ ବେଡେଡ,ଜଗନ୍ନାଥ ବଲ୍ଲଭ ପାର୍କିଂରେ ୧୦ ବେଡେଡ୍, ଅବକାଶ ପୋଲିସ […]
ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ଓଡ଼ିଶାର ପୁରୀରେ ବସ୍ଷ୍ଟାଣ୍ଡରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ମାଗଣା ଅଟୋ ରିକ୍ସା ସେବା ଯୋଗାଇ ଦିଆଯିବ। ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଯାଞ୍ଚ କରିବା ପାଇଁ ପୁରୀରେ ଚାଲିଥିବା ଦ୍ୱିତୀୟ ସମନ୍ୱୟ ବୈଠକ ସମାପ୍ତ ହେବା ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ରଥଯାତ୍ରା, ବାହୁଡା଼ ଓ ସୁନାବେଶ ପାଈଁ ତାଳ ବଣିଆରେ ହେବ ଅସ୍ଥାୟୀ ବସଷ୍ଟାଣ୍ଡ । ମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସମୟରେ ପୁରୀକୁ […]
ଆସନ୍ତା ବୁଧବାର ମହାପ୍ରଭୁଙ୍କ ସ୍ନାନପୂର୍ଣ୍ନିମା। ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। 108 ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ତେଣୁ ଆଜି ତ୍ରୟୋଦଶ ତିଥିରେ ଦଇତାପତି ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପାଦିତ କରିବେ। । ଆଜି ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଛି ଗୋଷ୍ଠୀଗତ ସେବା । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରକ୍ଷକ ଭାବେ ପରିଚିତ ଦଇତାପତି ସେବକ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନବଯୌବନ […]
ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି । ଦୁର୍ନୀତିଖୋରଙ୍କୁ ମନ୍ତ୍ରୀ କହିଛନ୍ତି ସମୟ ଅଛି ସତର୍କ ହୋଇଯାଅ । ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ । ଯିଏ ଦୁର୍ନୀତି କରିବ ସିଏ ଜେଲ୍ ଯିବ । ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି ବନ୍ଧାହେବେ । ଆମକୁ ସହଯୋଗ କରନ୍ତୁ, କେହି ବି ଲାଞ୍ଚ ଦିଅନ୍ତୁ ନାହିଁ । ଲାଞ୍ଚ ନେବା ଯେତେ ବଡ଼ ଅପରାଧ ଦେବା […]
ରାଜଧାନୀରେ ଡ୍ରଗସ କଣ୍ଟ୍ରୋଲ ଟିମର ରେଡ୍ । ବିକ୍ରି ହେଉଛି ବେଆଇନ ଗର୍ଭପାତ କିଟ। ବିନା ଡାକ୍ତରୀ ପ୍ରେସକ୍ରିପସନରେ ମେଡ଼ିସିନ ଷ୍ଟୋରରେ ଏହା ବିକ୍ରି ହେଉଛି। ଯାହାକୁ ନେଇ ମେଡ଼ିସିନ ଷ୍ଟୋରରେ ଚଢ଼ାଉ ହୋଇଛି।ନୟାପଲ୍ଲୀରେ ତିନୋଟି ଟିମର ରେଡ୍ ଚାଲିଛି । ରୋଜ ଡ୍ରଗ ହାଉସ ସମେତ ବିଭିନ୍ନ ମେଡ଼ିସିନ ଷ୍ଟୋରରେ ଯାଞ୍ଚ କରୁଛି ଡ୍ରଗସ୍ କଣ୍ଟ୍ରୋଲ ଟିମ୍ ।ଆଜିକା ସମୟରେ ଗର୍ଭପାତ କରିବା ଏକ ସାଧାରଣ କଥା ହୋଇ ଗଲାଣି। ଲୋକେ ଛୁଆ ଆବଶ୍ୟକ କରୁନଥିଲେ […]
