ସ୍ତ୍ରୀକୁ ଗଳାକାଟି ହତ୍ୟା କଲା ପିଶାଚ ସ୍ବାମୀ

ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରିଛି ସ୍ବାମୀ। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣାସ୍ଥଳରୁ ସ୍ବାମୀ ନରେନ୍ଦ୍ର ପାଇକ ଫେରାର ହୋଇଯାଇଥିବା ବେଳେ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୋନିକାଙ୍କ ମୃତଦେହ ଘରେ ପଡ଼ିରହିଛି। ସୂଚନାମୁତାବକ ଗତ ୫ ବର୍ଷ ତଳେ ମୋନିକା କେରଡ଼ାଗଡ଼ର ନରେନ୍ଦ୍ରଙ୍କୁ ବିବାହ କରିଥିଲେ । ଉଭୟେ ଶ୍ବଶୁର ଘରେ ଗାଇବା ଗ୍ରାମରେ ରହୁଥିଲେ । ସ୍ବାମୀ ନରେନ୍ଦ୍ର ବାହାର […]

ଲାଞ୍ଚ ନେଇ ଗିରଫ ହେଲେ ଆଇଏଏସ ଅଫିସର

କଳାହାଣ୍ଡି ଜିଲାର ଧର୍ମଗଡ ଉପ-ଜିଲାପାଳ ଧୀମାନ ଚକ୍ମା, ଆଇଏଏସ (୨୦୨୧ ବ୍ୟାଚ), ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି। ଅଭିଯୁକ୍ତ ଉପ-ଜିଲାପାଳ ମୋଟ ୨୦ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିଥିଲେ ଏବଂ ଏହାର ପ୍ରଥମ କିସ୍ତି ଭାବେ ୧୦ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ଧରାପଡ଼ିଛନ୍ତି। ୨୦୨୧ ବ୍ୟାଚର ଆଇଏଏସ୍‌ ଅଫିସର ହେଉଛନ୍ତି ଧୀମାନ ଚକମା । ଆଇଏଏସ୍ ୪୮୨ […]

ହସ୍ପିଟାଲରେ ପ୍ରାଣ ହାରିଲେ ଅତିରିକ୍ତ ଏସପି

ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ଆଇଡି ବିସ୍ଫୋରଣ । ଆଡିଶନାଲ ଏସପି ସହିଦ୍। ଅନେକ ପୋଲିସ ଗୁରୁତର ହୋୌଇ ହସ୍ପିଟାଲରେ ଭର୍ତ୍ତି। ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଆକାଶ ରାଓ ଗିରପୁଞ୍ଜେଙ୍କ ସହିଦ ହେବା ପରେ ସମଗ୍ର ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ବିସ୍ଫୋରଣରେ କୋଣ୍ଟା ପୋଲିସ ଷ୍ଟେସନ ଇନଚାର୍ଜ (ଟିଆଇ) ଓ […]

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ ; ୫ ମୃତ

ମୁମ୍ବାଇ ଥାଣେ ରେଲୱେ ଷ୍ଟେସନରେ ଅଘଟଣ । ଲକ୍ଷ୍ନୌ ଯାଉଥିବା ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ । ଚଳନ୍ତା ଏକ୍ସପ୍ରେସ୍‌ରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ , ଏକାଧିକ ଆହତ । ଏହି ଦୁର୍ଘଟଣା ପରେ ରେଲୱେ ଓ ଜିଆରପିର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମିଳିଥିବା ସୂଚନାନୁସାରେ ୧୦ ରୁ ୧୨ ଯାତ୍ରୀ ଟ୍ରେନ୍‌ରୁ ଖସି ପଡିଛନ୍ତି । ଟ୍ରେନ୍‌ରେ ଅତ୍ୟଧିକ ଭିଡ କାରଣରୁ ଏଭଳି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉଦ୍ଧାରକାରୀ […]

ଜାତିସଂଘ ସାସାକାୱା ପୁରସ୍କାର ଜିତିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ଆଜି ସାରା ବିଶ୍ବରେ ଦେଶକୁ ଗର୍ବିତ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଲା ୨୦୨୫ ମସିହାରେ ଜାତିସଂଘ ସାସାକାୱା ପୁରସ୍କାର ।୨୦୨୫ ପୁରସ୍କାରର ବିଷୟବସ୍ତୁ—“ବିଜ୍ଞାନକୁ ଜନସାଧାରଣ ସହ ସଂଯୋଗ କରିବା: ଦୁର୍ବିପାକ-ସହଣଶୀଳ ସମୁଦାୟ ପାଇଁ ନବସୃଜନ ଓ ପ୍ରଯୁକ୍ତିବିଦ୍ୟାରେ ପ୍ରବେଶାଧିକାରକୁ ଗଣତାନ୍ତ୍ରିକ କରିବା”—ଡକ୍ଟର ମହାପାତ୍ରଙ୍କର ଉତ୍ତର ଭାରତ ମହାସାଗର ଅଞ୍ଚଳରେ ଘୂର୍ଣ୍ଣିଝଡ଼ ଜନିତ ମୃତ୍ୟୁହାର ହ୍ରାସ କରିବାରେ ଅଗ୍ରଣୀ କାର୍ଯ୍ୟକୁ ଆଲୋକପାତ କରେ। […]

ଜନନାୟିକା ନନ୍ଦିନୀ ଶତପଥୀ ଜନ୍ମ ଜୟନ୍ତୀ

ଲୌହମାନବୀ ଭାବେ ପରିଚିତ ନନ୍ଦିନୀ ଶତପଥୀ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଥିଲେ। ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର କନ୍ୟା ନନ୍ଦିନୀ ୧୯୩୧ ଜୁନ୍ ୯ରେ ଜନ୍ମଗ୍ରହଣ କରିଥିଲେ।କେବଳ ଓଡ଼ିଶା ନୁହେଁ ଭାରତୀୟ ରାଜନୀତିର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟିକା। ଯାହାଙ୍କ ଅବଦାନରେ ଉଭୟ ରାଜନୀତି ଏବଂ ସାହିତ୍ୟ ବିଭିନ୍ନ ଭାବେ ପରିପୁଷ୍ଟ। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀଙ୍କର ସ୍ବପ୍ନ ଥିଲା ରାଜ୍ୟର ସାମଗ୍ରିକ ବିକାଶ। ସ୍ବପ୍ନକୁ ବାସ୍ତବ ରୂପ ଦେବା […]

ଭଦ୍ରକ ଜିଲ୍ଲା ଧାମରା ବେଳାଭୂମିରେ ହେବ ପର୍ଯ୍ୟଟନ କ୍ଷେତ୍ର

ଭଦ୍ରକ ଜିଲ୍ଲା ଧାମରା ବେଳାଭୂମିରେ ହେବ ପର୍ଯ୍ୟଟନ କ୍ଷେତ୍ର । ଧାମରା ଉପକୂଳ ଚନ୍ଦନିପାଳରେ ଏହି ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ହେବ । ଏନେଇ କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ହେଲେ, ଧାମରା ଅଞ୍ଚଳ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ସହ ଉକ୍ତ ଅଞ୍ଚଳର ଉଭୟ ସାମାଜିକ ଓ ଅର୍ଥନୈତିକ ବିକାଶ ହେବ ।ଆବଶ୍ୟକତାକୁ ଦୃଷ୍ଟିରେ ରଖି ବେଳାଭୂମି ଓ ଅନ୍ୟାନ୍ୟ ପ୍ରକଳ୍ପ ସକାଶେ ଅଧିକ […]

ଏଥର ରଜରେ ପ୍ରବଳ ବର୍ଷିବ

ଏଥର ରଜରେ ପ୍ରବଳ ବର୍ଷିବ । ଦକ୍ଷିଣ ପୂର୍ବ ଓ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେଧୀରେ ଏହା ଘନୀଭୂତ ହୋଇ ଆସନ୍ତା ୧୩ ତାରିଖ ଭିତରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ସୋମବାର ଓ ମଙ୍ଗଳବାର (୯ ତାରିଖରେ) ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ୪୨ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା […]

ଗୋଳଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର

ନୂଆଗାଁ: ନୂଆଗାଁ ବ୍ଲକ୍ ରେ ଥିବା ଗୋଳଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଡଃ.ବାସନ୍ତୀ ବେହେରା ବିଦ୍ୟାଳୟକୁ ପ୍ଲାଷ୍ଟିକ ମୁକ୍ତ ,ବୃକ୍ଷ ରୋପଣ କରିବା ସହ ଛାତ୍ର ଛାତ୍ରୀ ଲୋକମାନଙ୍କୁ ସଚେତନତା କରିବା ଏବଂ ପରିବେଶ ର ସୁରକ୍ଷା ଆଦି ଉପରେ ଅହରହ ପ୍ରଚେଷ୍ଟା ଜାରି ରଖିଥିଲେ।ଯାହାଫଳରେ ତାଙ୍କ ପ୍ରଚେଷ୍ଟା,ଅକ୍ଲାନ୍ତ ପରିଶ୍ରମ ର ମୂଲ୍ୟ ମିଳିଛି।ଚଳିତ ବର୍ଷ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଓଡ଼ିଶା ତରଫରୁ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ଫାଇନାଲ ମ୍ୟାଚରେ ମା ବାଗଦେବୀ କ୍ରିକେଟ୍ ଟିମ୍ ଖାଲମଡ଼ା ବିଜୟୀ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରବିବାର ଦିନ କନ୍ଧଖାଲମଡା ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ୨୦୨୫ ମା ବାଗଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବ ସମାଜସେବୀ ତଥା ଯୁବ ସାମ୍ବାଦିକ ଦିଲ୍ଲୀପ କୁମାର ଜାନି ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡ଼ାକୁ ଉଦଘାଟନ କରିଥିଲେ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୂମଧାମରେ ଖେଳ ଅନୁଷ୍ଠିତ ହୋଇଯାଇଛି। ତା ୦୧. ୦୬. ୨୦୨୫ ରିଖ ଠାରୁ ତା ୦୬. […]

ମାନ୍ୟବର ପ୍ରଭାରୀ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନାଙ୍କ ଦିନିକିଆ ରାୟଗଡ ଗସ୍ତ”ବିକାଶ ମେଳାର ଆୟୋଜନ ସମ୍ବଦ୍ଧରେ ବୈଠକରେ ସମୀକ୍ଷା”

lରାୟଗଡ଼ :-ତା.୭/୦୬- ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ବାଣିଜ୍ୟ ଓ ପରିବହନ, ଖଣୀ ଓ ଇସ୍ପାତ ମନ୍ତ୍ରୀ ଓଡିଶା ତଥା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଦିନିକିଆ ରାୟଗଡ଼ ଜିଲ୍ଲା ଗସ୍ତରେ ଆସି ଆଜି ପହଂଚିଥିଲେ l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ସ୍ଥାନୀୟ ଜିଲ୍ଲା ପରିଷଦ ସମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ l ଏହା ସହିତ ଆସନ୍ତା ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ୧୨/୦୬/୨୦୨୫ରିଖ ରୁ ୧୮/୦୬/୨୦୨୫ରିଖ […]

ହଠାତ୍‌ ବିଗିଡିଲା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ , ହସ୍ପିଟାଲରେ ହେଲେ ଭର୍ତ୍ତି

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସ୍ୱାସ୍ଥ୍ୟ ହଠାତ୍‌ ବିଗିଡ଼ି ଯାଇଛି। ଯେଉଁଥି ପାଇଁ ତାଙ୍କୁ ଶିମଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ସ୍ଵତନ୍ତ୍ର ଡାକ୍ତରୀଦଳ ସୋନିଆଙ୍କ ଚିକିତ୍ସା କରୁଛନ୍ତି। ଅସୁସ୍ଥ ହେବାର କାରଣ କ’ଣ ତାହା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ସୋନିଆ ଛୁଟି କାଟିବାକୁ ଚାରବ୍ରାସ୍ଥିତ ଝିଅ ପ୍ରିୟଙ୍କାଙ୍କ ଘରକୁ ୩ ଦିନ ତଳେ ଯାଇଥିଲେ। ତେବେ ହସ୍ପିଟାଲ ପ୍ରଶାସନ ଅନୁସାରେ, ତାଙ୍କର ସ୍ୱତନ୍ତ୍ର ଅନୁଧ୍ୟାନ କରାଯାଉଛି। ରୋଗର କାରଣ ସଠିକ୍‌ ଭାବେ ଜାଣିବା ପାଇଁ […]