ଏସଆଇ ପରୀକ୍ଷା ସ୍କାମ: ସିଲିକନକୁ କ୍ଲିନଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ

ପୁଲିସ ଏସଆଇ ପରୀକ୍ଷା ସ୍କାମ । ସିଲିକନ୍ ଟେକ୍ ଲ୍ୟାବ ପ୍ରାଇଭେଟ ଲିମିଟେଡ୍‌ ଏସଟିଏଲକୁ ପୂର୍ବରୁ କ୍ଲିନ୍ ଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କ୍ୟାରେକ୍ଟର ସାର୍ଟିଫିକେଟ ପାଇବା ପରେ ପୁଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା କରିଥିଲା ସିଲିକନ୍ ଟେକ୍ ତଥା ଏସଟିଏଲ । ଏପରିକି କମ୍ପାନିର ମୁଖ୍ୟ ସୁରେଶ ନାୟକଙ୍କୁ ମଧ୍ୟ କ୍ଲିନଚିଟ୍‌ ଦେଇଥିଲା କ୍ରାଇମବ୍ରାଞ୍ଚ । ଏପରିକି ଏ ଚିଠି ଦର୍ଶାଉଛି ସିଲିକନ୍ ଟେକ୍ ଲ୍ୟାବ ପୂର୍ବରୁ ଜେଲ ୱାର୍ଡର ଓ ହାଇକୋର୍ଟ ଏଏସଓ […]

ସମ୍ବଲପୁରରେ ଅତ୍ୟାଧୁନିକ ବସ ଟର୍ମିନାଲ ସହ ୨୫ ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁରବାସୀଙ୍କ ଗମନାଗମନକୁ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୫ଟି ନୂଆ ଇ-ବସ୍‌ର  ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି।ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ଇ-ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବସ ଗୁଡିକର ପରିଚାଳନାକୁ ସୁବ୍ୟବସ୍ଥିତ […]

ମନରେଗାକୁ ଦୁର୍ବଳ କରିବା ଓ ଟାଟା ପାୱାରର ଶୋଷଣ ବିରୋଧରେ କଂଗ୍ରେସର ଆନ୍ଦୋଳନ ଘୋଷଣା

ନୟାଗଡ଼, ୧୦/୧ : ସରକାରଙ୍କ ଜନବିରୋଧୀ ନୀତି ଓ କାର୍ଯ୍ୟକଳାପ ବିରୋଧରେ ଆଜି ନୟାଗଡ଼ରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ର ଉପାଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ କେନ୍ଦ୍ରର ମୋଦି ସରକାରକୁ କଟୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ମନରେଗା ଯୋଜନାର ମୂଳ ଉଦ୍ଦେଶ୍ୟକୁ ଅବହେଳା କରି ଯୋଜନାର ନାମ ପରିବର୍ତ୍ତନ କରାଯାଇ ମହାତ୍ମାଗାନ୍ଧୀଙ୍କ ନାମକୁ ହଟାଯାଇଛି। ଏହା ସହିତ ନିଶ୍ଚିତ କର୍ମଯୋଗାଣ ଗ୍ୟାରେଣ୍ଟିକୁ […]

ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୬ ଆହତ

ଶନିବାର ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବିମାନ vtkss ଜଳଦା କଂସର ପଡ଼ିଆରେ ଅପରାହ୍ନ ୧.୪୦ ମିନିଟ୍‌ରେ ଜରୁରୀ ଅବତରଣ କରିଛି। ସେଥିରେ ମୃତାହତର କୌଣସି ସୂଚନା ମିଳିନାହିଁ। କିନ୍ତୁ ଦୁର୍ଘଟଣାର ୬ ଜଣ ଆହତ ହୋଇଥିବା କହିଲେ ପରିବହନ ମନ୍ତ୍ରୀ ।  ୯ ସିଟର ବିମାନ ରାଉରେକଲାରୁ ଭୁବନେଶ୍ବର ଆସିଥିଲା ।  ୧୦ କିମି ଉଡାଣ ପରେ ଦୁର୍ଘଟଣା ହୋଇଥିବା କହିଲେ ମନ୍ତ୍ରୀ । ଭୁବନେଶ୍ବରରୁ ରାଉରକେଲା ଆସୁଥିଲା ଯାତ୍ରୀବାହୀ ବିମାନ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା […]

ନୟାଗଡ଼: ବିବାହ ପାଇଁ ପ୍ରେମିକ ରାଜି ନହେବାରୁ ଥାନା ସମ୍ମୁଖରେ ପ୍ରେମିକାର ଆତ୍ମହତ୍ୟା ଉଦ୍ୟମ

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଆଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକ ବିବାହ କରିବା ପାଇଁ ରାଜି ନ ହେବାରୁ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।ଫତେଗଡ଼ ଥାନା ଆଗରେ ଯୁବତୀ ଜଣକ ପୋକମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପ୍ରେମିକର ବାପା ଏବଂ ଫତେଗଡ଼ ଥାନା ପୁଲିସ ଯୁବତୀଙ୍କୁ ଅଟକାଇ ଥିଲେ। ଚୁକ୍ତି ଅନୁଯାୟୀ ଦୁହେଁ ପ୍ରେମିକ ଏବଂ ପ୍ରେମିକାଙ୍କର ଆଜି କୋର୍ଟରେ […]

ଆଜିଠୁ ଏକ ମାସ ଯାଏଁ ଆକାଶରେ ଝଲସିବ ବୃହସ୍ପତି

ମହାକାଶ ବିଜ୍ଞାନ ପ୍ରେମୀଙ୍କ ପାଇଁ ଏକ ବିରଳ ତଥା ଚିତ୍ତାକର୍ଷକ ଖବର । ଆଜିଠାରୁ ଆକାଶରେ ସୌର୍ଯ୍ୟମଣ୍ଡଳର ସବୁଠାରୁ ବୃହତ୍ତମ ଗ୍ରହ ‘ବୃହସ୍ପତି’ ଅଧିକ ଉଜ୍ଜ୍ବଳ ଓ ବଡ଼ ଦେଖାଯିବ ।ବୃହସ୍ପତିକୁ ଚିହ୍ନଟ କରିବା ଅତ୍ୟନ୍ତ ସହଜ। ତାରାପରି ବୃହସ୍ପତି ଝିଲ୍‌ମିଲ୍‌ କରେ ନାହିଁ, ବରଂ ଏକ ସ୍ଥିର, ଉଜ୍ଜ୍ୱଳ ହଳଦିଆ-ଧଳା ଆଲୋକ ବିନ୍ଦୁ ଭାବେ ଦେଖାଯାଏ। ଶନିବାରଠାରୁ ସୂର୍ଯ୍ୟାସ୍ତ ପରେ ପୂର୍ବ ଆକାଶରେ ଏହାକୁ ଦେଖିବାକୁ ମିଳିବ। ରାତି ବଢ଼ିବା ସହିତ ବୃହସ୍ପତି ଉପରକୁ ଗତି […]

ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି:୭ ଦିନ ଅନୁପସ୍ଥିତ ରହିଲେ ଛାତ୍ରଛାତ୍ରୀଙ୍କ ଘରକୁ ଯିବେ ଶିକ୍ଷକ

ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଛାତ୍ରୀଛାତ୍ର ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ। କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ବୁଝିବେ ସ୍କୁଲ କର୍ତ୍ତୃପକ୍ଷ । ଏନେଇ ସମସ୍ତ ଡିଇଓ ଓ ବିଇଓଙ୍କୁ ଚିଠି ଲେଖିଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ।ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ରାଜ୍ୟରେ ଡ୍ରପ୍‌ଆଉଟ୍‌ ପିଲାଙ୍କ ସଂଖ୍ୟା ବଢୁଥିବା ନେଇ ଏକ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଥିଲା । ଅନେକ […]

ଭାରତକୁ ଭେନେଜୁଏଲାର ତେଲ ବିକ୍ରୟ କରିବାକୁ ଆମେରିକା ପ୍ରସ୍ତୁତ କିନ୍ତୁ ..

ଭେନେଜୁଏଲା ଉପରେ ଆକ୍ରମଣ ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ଦେଶର ତେଲ ବିକ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛି ଯେ ଏହା ଭାରତକୁ ଭେନେଜୁଏଲାର ଅଶୋଧିତ ତେଲ ମଧ୍ୟ ବିକ୍ରୟ କରିବ। ହେଲେ ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ତେବେ ଫକ୍ସ ବିଜନେସ ସହିତ ଏକ ସାକ୍ଷାତକାରରେ, ରାଇଟ୍ କହିଛନ୍ତି ଯେ ଆମେରିକା ଭେନେଜୁଏଲାର ତେଲକୁ ବିଶ୍ୱ ବଜାରକୁ ଫେରିବାକୁ ଅନୁମତି ଦେଉଛି । କିନ୍ତୁ […]

ଘୋଡ଼ାହାଡ଼ ଡ୍ୟାମ୍‌ରେ ୯୫ କୁମ୍ଭୀର

ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେ କୁମ୍ଭୀର ଗଣନା ଶେଷ ହୋଇଛି । ଦିଗପହଣ୍ଡି ବ୍ଳକ ଖମାରି ଗାଁ ପଞ୍ଚାୟତ ସଂଲଗ୍ନ ଘୋଡ଼ାହାଡ଼ ଡ୍ୟାମରେ ୪ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି।ବିଗତ ୪ ବର୍ଷରେ ବ୍ରହ୍ମପୁର ବନଖଣ୍ଡରେ କୁମ୍ଭୀର ସଂଖ୍ୟା ୭୬ରୁ ବୃଦ୍ଧି ପାଇ ୯୫ରେ ପହଞ୍ଚିଥିବା ଜଣାପଡ଼ିଛି । ଘୋଡ଼ାହାଡ଼ ଜଳ ଭଣ୍ଡାର ମଧ୍ୟରେ ୧୦ଟି ସେଗମେଣ୍ଟ ସହ ପାଖ ଗାଁରେ ଥିବା ୧୬ଟି […]

ପ୍ରଭାସଙ୍କ ଫିଲ୍ମ ଚାଲିଥିବାବେଳେ ଫ୍ୟାନ୍ସମାନେ କରୁଥିଲେ ଆଳତି ! ସିନେମା ହଲ୍‌ରେ ହଠାତ୍ ଲାଗିଗଲା ନିଆଁ

ସିନେମା ହଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ରାୟଗଡ଼ା ସହରରେ ଥିବା ଅଶୋକା ସିନେମା ହଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଶତାଧିକ ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।ରାୟଗଡ଼ା ସହର ସ୍ଥିତ ଅଶୋକ ଟକିଜ୍ ସିନେମା ହଲ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ‘ରେବେଲ ଷ୍ଟାର’ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ରାଜା ସାବ୍” ରିଲିଜ୍ ଉପଲକ୍ଷେ ଫ୍ୟାନମାନେ ହଲ୍ ଭିତରେ ଉତ୍ସବ ମନାଉଥିବା ବେଳେ ଏହି ଅଘଟଣ ଘଟିଛି।ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟାରେ ତେଲୁଗୁ ସିନେ […]

ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଉଠାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପାରିତ ହୋଇଛି ୮ଟି ବିଭାଗର ୧୧ଟି ପ୍ରସ୍ତାବ । ଶିଳ୍ପ ବିଭାଗ, ଗୃହ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ଵ ଆଦି ବିଭାଗର ପ୍ରସ୍ତାବ ଆଗତ ହୋଇଥିଲା ।ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମରେ ସଂଶୋଧନ କରାଯାଇଛି । ସମସ୍ତ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ, […]

ପ୍ରଶାସନିକ ସ୍ତରରେ ହେବ ବଡ଼ ସଂସ୍କାର: ପ୍ରତି ମାସରେ କରିବେ ସରକାରୀ କାମର ସମୀକ୍ଷା

ପ୍ରଶାସନିକ ସ୍ତରରେ ବଡ଼ ସଂସ୍କାର ଲାଗି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବଡ଼ ପଦକ୍ଷେପ । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳ ମାନଙ୍କୁ ନେଇ ବସିବ ଉଚ୍ଚ ସ୍ତରୀୟ ବୈଠକ । ଛୁଟି ଦିନ ଓ ସୋମବାର ବାଦ୍ ଏହି ବୈଠକ ସବୁ ମାସ ୧୬ ତାରିଖରେ ବସିବ । ଭିସି ଜରିଆରେ ଯୋଡ଼ି ହେବେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ।ବୈଠକରେ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକ୍ଷମ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମର […]