କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ -୨୦୩୬ ଆୟୋଜନ ନେଇ ଭାରତ ସମେତ ୭ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଉକ୍ତ କ୍ରୀଡ଼ା ମହାକୁମ୍ଭ ଆୟୋଜନ ନେଇ ଦାବିଦାର ହାସଲ କରିଥିବା ଦେଶ ମାନଙ୍କ ତାଲିକା ଅନ୍ତର୍ଜାତୀୟ ଅଲିମ୍ପିକସ କମିଟି ପ୍ରକାଶ କରିଛି। ୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ୭ଟି ଦେଶ ଭାରତ ସମେତ ଜର୍ମାନୀ, ହଙ୍ଗେରୀ, କାତାର, ରିପବ୍ଲିକ ଅଫ କୋରିଆ, ଦକ୍ଷିଣ ଆଫ୍ରିକା ଓ ତୁର୍କୀ ରହିଛନ୍ତି। ଆୟୋଜନ ପାଇଁ ଦାବିଦାର ଦାଖଲ କରିଥିବା ୭ ଦେଶଙ୍କ […]
ରୟାସନ ବିଜ୍ଞାନ ପାଇଁ ବୁଧବାର ନୋବେଲ୍ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ରୟାଲ ସ୍ୱିଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ହେନରୀ ବି.କାଗନ୍ ଏବଂ କେନ୍ସୋ ସୋଆଇଙ୍କୁ “ଅସିମିତିକ ଜୈବ ସଂଶ୍ଳେଷଣରେ ନନ୍-ଲିନିୟର ପ୍ରଭାବ ଏବଂ ଅଟୋକ୍ୟାଟାଲିସିସ୍ ଆବିଷ୍କାର ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପ୍ରଦାନ କରାଯିବ । ହେନରୀ କାଗନ ପ୍ୟାରିସ୍ ବିଶ୍ୱବିଦ୍ୟାଳୟରେ ଏବଂ କେନ୍ସୋ ସୋଆଇ ଟୋକିଓ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ।ସେମାନଙ୍କର ଏହି ଗବେଷଣା ବର୍ତ୍ତମାନ ଔଷଧ ପ୍ରସ୍ତୁତି (Pharmaceutical […]
ଚେକ୍ ବାଉନ୍ସ ମାମଲାରେ ବୁଧବାର ସୁପ୍ରିମକୋର୍ଟରେ ହାଜର ହୋଇ ରାଜପାଳ ଯାଦବ ଋଣର କିଛି ଅଂଶ ପରିଶୋଧ କରିବା ସହ ୧ କୋଟି ୧୫ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ବାକି ୮୫ ଲକ୍ଷ ଟଙ୍କା ପରିଶୋଧ କରିବା ପାଇଁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ସମୟ ମାଗିଛନ୍ତି । କୋର୍ଟରେ ନିଜ ଦୁଃଖ ପ୍ରକାଶ କରି ରାଜପାଳ କହିଥିଲେ ଯେ, ସେ ବର୍ଷ ବର୍ଷ ଧରି ଲୋକଙ୍କୁ ମନୋରଞ୍ଜନ କରିଆସିଛନ୍ତି । କିନ୍ତୁ […]
ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତା ୯ ତାରିଖ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ କରାଯିବ ଏବଂ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ୧୦ରେ ପ୍ରାର୍ଥୀ ନାମ ପ୍ରତ୍ୟାହାର କରିପାରିବେ ଏବଂ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୪ରେ ‘WHY I STAND FOR’ ସଭା ହେବ […]
ଚୌଦ୍ୱାର ଜେଲ୍ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଜି ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୩୦ରେ କଟକ ଅତିରିକ୍ତ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ସେ କଟକ ଏସ୍.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଦୁଇ ବିହାରୀ କଏଦୀ ଜେଲ୍ରୁ ଫେରାର […]
ବିଜେଡିର ୟୁ ଟର୍ଣ୍ଣ। ଅଧା ଘଣ୍ଟା ତଳେ ଦଳ କହିଲା ଆମେ ଆସନ୍ତାକାଲି ଇଣ୍ଡି ମେଣ୍ଟ ଦ୍ଵାରା ଆହୂତ ଓଡ଼ିଶା ବନ୍ଦକୁ ସମର୍ଥନ ଦେବୁ। ହେଲେ ଏବେ ଦଳ ସ୍ପଷ୍ଟ କରିଛି ଯେ, ଓଡ଼ିଶା ବନ୍ଦ ଆନ୍ଦୋଳନକୁ ଦଳ ସମର୍ଥନ ଦେବ ନାହିଁ। ଏହାର ସୂଚନା ଦେଇଛନ୍ତି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସୂଚନାମୁତାବକ ନବୀନ ପଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସ ରେ ବୈଠକ ବସିଥିଲା । ବୈଠକରେ ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ, ଇପସିତା […]
ରାଜ୍ୟରେ IAS ସ୍ତରରେ ଅଦଳବଦଳ। ରାଜ୍ୟ ସରକାର ଦୁଇଟି ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ଵରେ ପରିବର୍ତ୍ତନ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଛନ୍ତି।ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ, ୧. ସିଏମଙ୍କ ଅତିରିକ୍ତ ସଚିବ ହେଲେ ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ।୨. ନୂଆପଡା ଜିଲ୍ଲାପାଳ ମଧୂସୁଦନ ଦାଶ ହେଲେ ଜିଏ ଆଣ୍ଡ ପିଜି ଅତିରିକ୍ତ ସଚିବ ।୩. ଅନ୍ୟା ଦାଶ ହେଲେ ନବରଙ୍ଗପୁର ଜିଲ୍ଲାପାଳ୪. ନୂଆପଡା ଜିଲ୍ଲାପାଳ ହେଲେ ମଧୁମିତା […]
ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ । ଗୋଟେ ଦିନ ବସ୍ ବନ୍ଦ ହେଲେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ । ବସ୍ ମାଲିକ ବଡ଼ କ୍ଷତିର ସମ୍ମୁଖୀନ ହେବ । ତେଣୁ ଆସନ୍ତାକାଲି ବସ୍ ସେବା ଚାଲିବ । ଏପଟେ କାଲି ଗଡିବନି କୌଣସି ଅଟୋ । ରାଜଧାନୀ ଅଟୋ ଚାଳକ ସଂଘର ଆହ୍ୱାନ । ଆସନ୍ତାକାଲି ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀ ସମେତ ରାଜ୍ୟର ସମସ୍ତ […]
୨୫ ବର୍ଷର ନିରନ୍ତର ସେବା ପୂରଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ଭବିଷ୍ୟତ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ”ବିକଶିତ ଭାରତ ସଂକଳ୍ପ ସଭା”ରେ ନିଜର ଜୀବନ ଯାତ୍ରା ସମ୍ପର୍କରେ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଆଜି ବି ଜଣେ ଛାତ୍ର ବୋଲି କହିଛନ୍ତି। ବୁଧବାର ଦିନ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଆୟୋଜିତ ଭବ୍ୟ ସମାରୋହରେ ଦେଶବାସୀଙ୍କୁ ‘ୱି କ୍ୟାନ୍ […]
ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆସନ୍ତା ୮ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯିବ । ବନ୍ଦ ସମୟରେ ରେଳ, ବସ୍ ଓ ଅନ୍ୟାନ୍ୟ ସରକାରୀ ବେସରକାରୀ ଯାନବାହନ ଚଳାଚଳ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ସମେତ ସମସ୍ତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ । ଏହାସହ ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ କୌଣସି […]
ଋଣ ନେଇଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଜ ହାରକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି ବୈଠକ ପରେ RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବ୍ୟାଜ ହାର ବୃଦ୍ଧି ଘୋଷଣା କରିଛନ୍ତି । ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଛି । ୪ ବର୍ଷ ପରେ ୫.୨୫%ରୁ ବୃଦ୍ଧି ପାଇ ୫.୫୦% ହୋଇଛି ରେପୋ । […]
ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ ସକାଳ ୮ଟାରୁ ଡହଡହ ଖରାରେ ଅତିଷ୍ଠ ହୋଇପଡୁଛନ୍ତି ଲୋକେ। ଏଥିସହ ଗୁଳୁଗୁଳି ମଧ୍ୟ ଦହଗଞ୍ଜ କରୁଛି।ବୁଧବାର ଓ ଗୁରୁବାର ଝଡ଼ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଆଉ ଦୁଇଦିନ ପରେ ତାପମାତ୍ରାରେ ସାମାନ୍ୟ ହ୍ରାସ […]
