ଭୋଟ ଚୋରି ଅଭିଯୋଗ, ଅକ୍ଟୋବର 10ରୁ କଂଗ୍ରେସର ଦେଶବ୍ୟାପୀ ଅଭିଯାନ

ଭୋଟ ଚୋରି ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବ କଂଗ୍ରେସ । ଆସନ୍ତା ଅକ୍ଟୋବର 10ରୁ ବିଭିନ୍ନ ପର୍ଯ୍ୟାୟରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହେବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ସାଧାରଣ ସମ୍ପାଦକ, ପ୍ରଭାରୀ, ପିସିସି ସଭାପତି ଏବଂ ସମ୍ମୁଖ ସଂଗଠନର ମୁଖ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି […]

ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ହେବେ ପରବର୍ତ୍ତୀ ବାୟୁସେନା ମୁଖ୍ୟ

ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ହେବେ ପରବର୍ତ୍ତୀ ବାୟୁସେନା ମୁଖ୍ୟ । ୨୯ତମ ବାୟୁସେନା ମୁଖ୍ୟ ଭାବେ ଅକ୍ଟୋବର ୩୧ ତାରିଖରେ ସେ ଦାୟିତ୍ବ ନେବେ। ତାଙ୍କ କାର୍ଯ୍ୟକାଳ ୩୧ ଡିସେମ୍ବର ୨୦୨୮ ଯାଏ ରହିବ। ଆଶୁତୋଷ ଦୀକ୍ଷିତ ବର୍ତ୍ତମାନ ଭାରତୀୟ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ୍ ସିଂହଙ୍କ ଅବସର ପରେ ଦାୟିତ୍ବ ନେବେ ଆଶୁତୋଷ ଦୀକ୍ଷିତ।୧୯୬୬ ମସିହା ଡିସେମ୍ବର ୯ ତାରିଖରେ ଜନ୍ମଗ୍ରହଣ […]

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, ଅକ୍ଟୋବର ୨୬ରୁ ଘରକୁ ଘର ଭୋଟର ସର୍ଭେ

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ।  ଅକ୍ଟୋବର ୨୬ରୁ ଘରକୁ ଘର ଭୋଟର ସର୍ଭେ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତିକୁ ନେଇ ତତ୍ପର ହୋଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ସଠିକ୍, ଅଦ୍ୟତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଅକ୍ଟୋବର ୨୬ରୁ ରାଜ୍ୟରେ ଘରକୁ ଘର ସର୍ଭେ ଆରମ୍ଭ ହେବ । ସର୍ଭେରେ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ଅଛି କି […]

ରାୟଗଡ଼ା ଯୁବକ ନାଗାଲାଣ୍ଡରେ ଶହୀଦ

ରାୟଗଡ଼ା, ୬/୧୦: ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ଶହୀଦ ହୋଇଛନ୍ତି ରାୟଗଡ଼ା ସହରର କତୁର ଅଞ୍ଚଳର ଯୁବ ଯବାନ ଭି. ତେଜା। ଆସାମ ରାଇଫଲସ୍‌ରେ ଯବାନ ଭାବେ କାର୍ଯ୍ୟରତ ଥିବା ତେଜାଙ୍କୁ ସୋମବାର ସକାଳେ ଡ୍ୟୁଟି ସମୟରେ ଗୁଳି ବାଜିଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।୨୦୨୨ରେ ସେନାରେ ଯୋଗ ଦେଇଥିବା ତେଜାଙ୍କ ବୟସ ୩୦ ବର୍ଷ ଥିଲା। ଆସନ୍ତା ୭ ତାରିଖରେ ସେ ତାଙ୍କ ୩୧ତମ ଜନ୍ମଦିନ ପାଳିଥାନ୍ତେ। ଏହାର ଦୁଇ […]

ଗୁଜରାଟରେ ଉଦ୍ଧାର ହେଲା ଦୁଇମୁଣ୍ଡିଆ ବିରଳ ଉଲ୍ଫ ସ୍ନେକ୍

ଗୁଜରାଟର ଦାହୋଦରୁ ଆସିଛି ଏକ ଅଦ୍ଭୁତ ଖବର। ଏକ ସାପ, ହେଲେ ମୁଣ୍ଡ ଦୁଇଟି ଏବଂ ଆଖି ଚାରିଟି। ଏହି ବିରଳ ସାପକୁ ଉଦ୍ଧାର କରିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଗୁଜୁରାଟର ଦାହୋଦ ଜିଲ୍ଲାରେ ଏକ ବିରଳ ଦୁଇ ମୁଣ୍ଡିଆ ଉଲ୍ଫ ସାପ ଛୁଆକୁ ଉଦ୍ଧାର କରାଯାଇଛି, ଯାହା ରାଜ୍ୟରେ ଦୁଇ ମୁଣ୍ଡିଆ ସାପର ପ୍ରଥମ ରିପୋର୍ଟ ହୋଇଥିବା ମାମଲା ଏବଂ ଭାରତରେ ପଞ୍ଚମ ମାମଲା। ‘ପ୍ରକୃତି ମିତ୍ର ମଣ୍ଡଳ’ର ସଦସ୍ୟମାନେ ଧନପୁର […]

ନୟାପଲ୍ଲୀ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଘରୁ ଖେଳନା ବନ୍ଧୁକ, ୬ ଚୋରା ମୋବାଇଲ ଜବତ

ଦୁଷ୍କର୍ମୀର ଘରୁ ମିଳିଲା ସାଙ୍ଘାତିକ ପ୍ରମାଣ ।  ଦୁଷ୍କର୍ମ ସମୟରେ ପିନ୍ଧିଥିବା କପଡା ଜବତ କଲା ପୋଲିସ ।ନୟାପଲ୍ଲୀ ଦୁଷ୍କର୍ମ ଘଟଣାର ମିଳିଲା ଅଭିଯୁକ୍ତର ଡ୍ରେସ ସହ ମିଳିଛି କିଛି ଚୋରି ମୋବାଇଲ୍  ।  ଏଥି ସହ ଆଉ ଏକ ଟୟ ଗନ ମଧ୍ୟ ଜବତ କରିଛି ପୋଲିସ ।ତେବେ ଗତ ସେପ୍ଟେମ୍ବର ୩୦ତାରିଖ ସନ୍ଧାରେ ମିଳିଥିବା ଡ୍ରେସ ପିନ୍ଧି ଚୋରି ଉଦ୍ଦେଶ୍ୟ ରେ ପିଡିତା ଘରେ ପଶିଥିଲା ଅଭିଯୁକ୍ତ ।  ପରେ ଏକାକି ସୁଯୋଗ ଦେଖି […]

ସ୍ଥିର ରହିଛି ସୁନା ଏବଂ ରୁପା ଦର, ଜାଣନ୍ତୁ ଆଜିର ଦାମ୍

ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି। ଇଣ୍ଡିଆ ବୁଲିଅନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଆନୁସାରେ ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୯,୧୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୬,୭୪୦ ଟଙ୍କା ଛୁଇଁଛି । ସେହିପରି ଆଜି ରୁପା ମୂଲ୍ୟରେ ୩,୧୭୬ ଟଙ୍କା ହ୍ରାସ ପାଇ ଏକ କିଲୋଗ୍ରାମ ରୁପା ଦର ୨ ଲକ୍ଷ ୨୧ ହଜାର ଟଙ୍କା ହୋଇଛି।ଅକ୍ଟୋବର ମାସରେ ସୁନା ଓ ରୁପା ଦର […]

ଫ୍ରାନ୍ସିସ୍ ହାଲଜେନଙ୍କୁ ୨୦୨୬ ପଦାର୍ଥ ବିଜ୍ଞାନ ନୋବେଲ, ନ୍ୟୁଟ୍ରିନୋ ଗବେଷଣା ପାଇଁ ସମ୍ମାନ

୨୦୨୬ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ବେଲଜିୟମରେ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନଙ୍କୁ ସମ୍ମାନ ମିଳିଛି । ସେ ଆମେରିକାର ୱିସକନସିନ୍–ମାଡିସନ୍ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ।ଆଇସ୍‌କ୍ୟୁବ୍ ନ୍ୟୁଟ୍ରିନୋ ଅବଜର୍ଭେଟୋରି ପ୍ରତି ତାଙ୍କର ନିର୍ଣ୍ଣାୟକ ଅବଦାନ ଏବଂ ଖଗୋଳୀୟ ଉତ୍ସରୁ ଆସୁଥିବା ଉଚ୍ଚ-ଶକ୍ତିସମ୍ପନ୍ନ ନ୍ୟୁଟ୍ରିନୋର ଆବିଷ୍କାର ପାଇଁ ରୟାଲ୍ ସ୍ୱିଡିଶ୍ ଏକାଡେମି ଅଫ୍ ସାଇନ୍ସେସ୍ ତାଙ୍କୁ ଏହି ସମ୍ମାନ ଦେଇଛି।ହାଲଜେନଙ୍କ ଗବେଷଣା ବ୍ରହ୍ମାଣ୍ଡରେ ଘଟୁଥିବା ଅତ୍ୟନ୍ତ ଶକ୍ତିଶାଳୀ ଘଟଣାଗୁଡ଼ିକର […]

ସୁନାବେଡ଼ାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ ସୁନାବେଡ଼ାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପହଞ୍ଚିଛନ୍ତି। ନୂଆଦିଲ୍ଲୀରୁ ବିଶାଖାପାଟଣା ଏଵଂ ବିଶାଖାପାଟଣାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସିଧାସଳଖ ସୁନାବେଡ଼ାର ଟିଟିଏସ ହେଲିପ୍ୟାଡରେ ପହଞ୍ଚିଛନ୍ତି ରାଜନାଥ ସିଂ।କୋରାପୁଟ ଡିଭିଜନ୍ ଠାରେ ୨ହଜାର ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର ସମାରୋହରେ ଯୋଗ ଦେଇଛନ୍ତି।HAL କୋରାପୁଟ ଦୀର୍ଘ ୬ ଦଶନ୍ଧି ଧରି ଭାରତର ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଆସୁଛି। ଏହି ପ୍ରତିଷ୍ଠାନ […]

ସବୁ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେଲେ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତ

ନିଜ ନେତୃତ୍ୱରେ ଭାରତକୁ ୨୦୨୫ର ବିଶ୍ୱକପ୍ ଜିତାଇଥିବା ଦିଗ୍ଗଜ କ୍ରିକେଟର ହରମନପ୍ରୀତ କୌର ଭାରତୀୟ ମହିଳା ଟିମ୍‌ର କ୍ୟାପଟେନ୍ସି ପଦ ଛାଡ଼ିଛନ୍ତି।ଇନଷ୍ଟାରେ ଇମୋସନାଲ ପୋଷ୍ଟ ବଡ଼ ନିଷ୍ପତି ବାବଦରେ ଘୋଷଣା କରିଛନ୍ତି ହରମନପ୍ରୀତ କୌର ।ପୋଷ୍ଟରେ ସେ ଲେଛନ୍ତି ତାଙ୍କ ପାଇଁ ଏହି ନିଷ୍ପତ୍ତି ସହଜ ନଥିଲା । କ୍ୟାପ୍ଟେନ୍ସ ଛାଡୁଛନ୍ତି କିନ୍ତୁ ଟିମ୍ ଇଣ୍ଡିଆ ସହ ଯାତ୍ରା ଜାରି ରହିବ । ତେବେ ତାଙ୍କ ସ୍ଥାନରେ ସ୍ମୃତି ମନ୍ଧାନାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ମିଳିବା ନେଇ ଅଧିକ […]

SDC ପରିଚାଳନାରେ ଅବ୍ୟବସ୍ଥା, ଗାଡ଼ି-ଷ୍ଟାଫ୍‌-ପାଣ୍ଠି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୧୧ ଦଫା ଦାବି

ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସ୍‌ଡିସିର ପରିଚାଳନାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଘୋଷଣା ପରେ ମଧ୍ୟ ପରିଷଦଗୁଡ଼ିକୁ ଆବଶ୍ୟକ ସୁବିଧା ଓ ସମ୍ବଳ ମିଳୁନଥିବା ଅଭିଯୋଗ ହୋଇଛି ।ଏହା ସହ ଗାଡ଼ି, କର୍ମଚାରୀ, ଆବାସ ଓ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେବାକୁ ଦାବି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ୧୧ ଦଫା ସମ୍ବଳିତ ସ୍ମାରକପତ୍ର ଦିଆଯାଇଛି ।ପରିଷଦଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ସୁଚାରୁ ଭାବେ […]

ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ଘଟଣାର ଖୋଳତାଡ଼, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାର ଖୋଳତାଡ଼ । ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା । ଆଜି ଗୋଷାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି । ଜେଲ୍ ଭିତରୁ ସାକ୍ଷୀଙ୍କୁ ଫୋନରେ ଧମକ ଦେଇଥିବା ଅଭିଯୋଗରେ ହାଜର ହୋଇଛନ୍ତି ।ଆଇନଜୀବୀଙ୍କ ଅଭିଯୋଗ ପରେ ମାମଲା ରୁଜୁ । ଥାନାରେ ପଚରାଉଚରା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।