ଶନିବାର ଠାରୁ ରାଜ୍ୟରେ ଏସଆଇଆର ଆରମ୍ଭ ହୋଇ ଜୁନ୍ ୨୮ ଯାଏଁ ଚାଲିବ । ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ । ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ପ୍ରେସମିଟ୍ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ।ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି। ୧୭% ଲଜିକାଲ ମଧ୍ୟ ଏରର ବାହାରିଛି।ଯଦି କୌଣସି ଭୋଟଙ୍କ କିଛି […]
CBSEର ବିବାଦୀୟ ‘ଅନ୍-ସ୍କ୍ରିନ୍ ମାର୍କିଂ’ ସିଷ୍ଟମକୁ ନେଇ ଚାଲିଥିବା ତୀବ୍ର ସମାଲୋଚନା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପୁନଃମୂଲ୍ୟାୟନ ୱିଣ୍ଡୋ ଖୋଲିଛି। କିନ୍ତୁ ଉତ୍ତର ଖାତା ପାଇଁ ପ୍ରବଳ ଭିଡ଼ ସତ୍ତ୍ୱେ, କେତେ ଜଣ ଛାତ୍ରଛାତ୍ରୀ ପ୍ରକୃତରେ ପୁନଃମୂଲ୍ୟାୟନ କରିବେ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏପର୍ୟ୍ୟନ୍ତ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କର ଉତ୍ତର ଖାତା ପାଇବା ପାଇଁ ଆବେଦନ […]
ଜୁନ ମାସରେ ସ୍ବାଭାବିକ ଠାରୁ କମ ବର୍ଷା ନେଇ ଆଶଙ୍କା ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ ।ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ଜୁଲାଇ ମାସରେ ବର୍ଷାର ପରିମାଣ ଆହୁରି ହ୍ରାସ ପାଇପାରେ। ରାଜ୍ୟରେ ସାମଗ୍ରିକ ମୌସୁମୀ ଏବଂ ବର୍ଷାର ତୀବ୍ରତାକୁ ପ୍ରଭାବିତ କରିବା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଏଲ୍ ନିନୋ ଯୋଗୁଁ ପାଗରେ ପରିବର୍ତ୍ତନ ଏବଂ ବର୍ଷା ପରିମାଣକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରିଛନ୍ତି ଆଇଏମଡି ଡିଜି ।ଓଡିଶା […]
ଦେଶର ସବୁଠାରୁ ବଡ଼ ଚିକିତ୍ସା ଶିକ୍ଷା ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି’ (NEET-UG) ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ସର୍ବୋଚ୍ଚ ଅଦାଲତ ବା ସୁପ୍ରିମକୋର୍ଟରେ ଶୁଣାଣି ହେବ । ପରୀକ୍ଷା ପରିଚାଳନାରେ ହୋଇଥିବା ବଡ଼ ଧରଣର ଅନିୟମିତତାକୁ ନେଇ ଦାଖଲ ହୋଇଥିବା ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆବେଦନ ଉପରେ କୋର୍ଟ ଆଜି ବିଚାର କରିବେ । ‘ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍’ (FAIMA) ଏବଂ ‘ୟୁନାଇଟେଡ୍ ଡକ୍ଟର୍ସ ଫ୍ରଣ୍ଟ’ ପକ୍ଷରୁ ଦାଖଲ ହୋଇଥିବା ଏହି ଆବେଦନଗୁଡ଼ିକରେ ପରୀକ୍ଷା […]
ଆସୋସିଏଶନ୍ ଫର୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର)ର ଏକ ରିପୋର୍ଟ ଅନୁଯାୟୀ, ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ରେ ୩୬ଟି ଆଞ୍ଚଳିକ ରାଜନୈତିକ ଦଳର ମିଳିତ ଆୟ ୫୧%ରୁ ଅଧିକ ହ୍ରାସ ପାଇଛି । ଏଥିସହିତ ୨୧ଟି ଦଳ ସେମାନଙ୍କ ଘୋଷିତ ଆୟଠାରୁ ଅଧିକ ଖର୍ଚ୍ଚ କରିଛନ୍ତି। ଦେଶର ୬୭ ପଞ୍ଜିକୃତ ରାଜନୈତିକ ଦଳଗୁଡିକ ମଧ୍ୟରୁ ୩୬ଟି ଦଳର ବାର୍ଷିକ ଅଡିଟ୍ ରିପୋର୍ଟକୁ ଆଧାର କରି ଏଡିଆର ଏହି ତଥ୍ୟ ପ୍ରକାଶ କରିଛି। ଉକ୍ତ ଆଞ୍ଚଳିକ ଦଳଗୁଡିକ ସେମାନଙ୍କ […]
ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ କାଳବୈଶାଖୀର ପ୍ରକୋପ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମଗ୍ର ଓଡ଼ିଶା ପାଇଁ କାଳବୈଶାଖୀ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍ୱତନ୍ତ୍ର ସତର୍କ ସୂଚନା ଜାରି କରାଯାଇଛି ।ଅନ୍ୟପଟେ ୭ ଦିନ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଥିବା ବେଳେ ଟ୍ରପ ଲାଇନ ପ୍ରଭାବରେ ଆଜିଠୁ ବଢିବା ବର୍ଷା ।କେନ୍ଦୁଝରରେ […]
ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଭାଜପା ସରକାରର ୨ ବର୍ଷ ପାଳନ ଅବସରରେ ସେ ଓଡ଼ିଶା ଆସିବେ। ସେ ଆହୁରି କହିଛନ୍ତି ଯେ ଗତ ୪ ଦିନ ତଳେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଥିଲୁ । ଜୁନ୍ ୧୨, ଜୁନ୍ ୨୦ କିମ୍ବା ସେପ୍ଟେମ୍ବର ୧୭ରେ ନିଜର ସମୟ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଛି ।ତେବେ ପ୍ରଧାନମନ୍ତ୍ରୀ […]
ଆଜି ରାଜ୍ୟ ସରକାର ୨ ଆଇପିଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ବିଜ୍ଞପ୍ତି ଅନୁସାରେ.. ଅଖିଳେଶ୍ୱର ସିଂ (୨୦୦୯ ବ୍ୟାଚ୍) ଡିଆଇଜି , ଏସ୍ଆଇଡବ୍ଲ୍ୟୁଙ୍କୁ ଡିଆଇଜି ଏସ୍ଡବ୍ଲ୍ୟୁ କୋରାପୁଟରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାସହ ଡା. କନୱର ବିଶାଲ ସିଂ (୨୦୧୦ ବ୍ୟାଚ୍) ଡିଆଇଜିଜି ଏସ୍ଡବ୍ଲ୍ୟୁଆର୍ କୋରାପୁଟ୍ – ଡିଆଜି ଏସ୍ଟିଏଫ୍ ଭୁବନେଶ୍ୱରରେ ନିଯୁକ୍ତି ଦିଆଯାଇଛି।
ରାୟଗଡ଼ା ତା ୨୮/୦୫ (ନିପ୍ର) ରାୟଗଡ଼ା ଜିଲ୍ଳା ସଦର ସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର +୨ ସି ବି ଏସ ଇ ପରୀକ୍ଷାର ଫଳାଫଳ ବାହାରିଥିବା ବେଳେ ଉକ୍ତ ବିଦ୍ୟାଳୟର ମେଧାବୀ ଛାତ୍ର ସୌରେନ ପଣ୍ଡା ୯୪.୮ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିଗତ ବର୍ଷରେ ମେଧାବୀ ଛାତ୍ର ସୋରେନ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ମଧ୍ୟ ୯୮.୬ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିଲେ […]
ଏଣିକି ଓଡ଼ିଆରେ ପଢ଼ାହେବ ଯୁକ୍ତ ଦୁଇ ବିଜ୍ଞାନ । ଇଂରାଜୀ ଭାଷାର ଭୟ ହେବ ଦୂର । ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ +୨ ବା ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଉପଲବ୍ଧ ହେବ । କେବଳ ଓଡ଼ିଆ ଭାଷାରେ ବିଜ୍ଞାନ ପଢ଼ିବେନି, ପରୀକ୍ଷା ବି ଦେଇପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ର ମିଳିତ ପ୍ରୟାସରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି । […]
କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ସ୍ପଷ୍ଟ କରିଛନ୍ତି ଯେ ସେ ରାଜ୍ୟ ସଭାକୁ ଯିବେ ନାହିଁ। ୮୦ ବର୍ଷୀୟ ସିଦ୍ଧରାମାୟା ବିଧାନସଭାର ସଦସ୍ୟ (ଏମଏଲଏ) ଭାବରେ ରାଜ୍ୟ ରାଜନୀତିରେ ସକ୍ରିୟ ରହିବେ।ରିପୋର୍ଟରଙ୍କୁ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ତାଙ୍କୁ ରାଜ୍ୟସଭା ଅଫର କରାଯାଉଥିଲା। ସେ କିନ୍ତୁ ରାଜ୍ୟ ରାଜନୀତିରେ ରହିବାକୁ ଚାହାଁନ୍ତି। ଏଥିପାଇଁ ସେ ରାଜ୍ୟସଭା ଅଫରକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସିଦ୍ଧରମେୟା […]
ବାଲିଅନ୍ତା କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଅଶୋକ ଜେନା ଓରଫ ଗେଡାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପଟିଆର ଏକ ହୋଟେଲରେ ଲୁଚିଥିବା ବେଳେ ଗେଡାକୁ ଗିରଫ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ମୋଟ୍ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରିବା ଟିମ୍ ଉଦ୍ୟମ କରୁଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ।ଆଜି ଧରାପଡ଼ିଥିବା […]
